କପିଲ ଦେବଙ୍କୁ ମ୍ୟାଚରୁ ଡ୍ରପ୍ କରିଥିଲେ ସୁନୀଲ ଗାଭାସ୍କର

କପିଲଙ୍କୁ ପରାଜୟର କାରଣ ଦର୍ଶାଇ ମ୍ୟାଚ୍ ଖେଳିବାକୁ ଦେଇ ନଥିଲେସୁନୀଲ ଗାଭାସ୍କର।ସୁନିଲଙ୍କୁ ଭାରି ପଡ଼ିଥିଲା କପିଲ୍ ବିରୋଧୀ ମନୋଭାବ।ଏମିତି ବି ସମୟ ଆସିଥିଲା ଯୋଉଥିପାଇଁ କପିଲ୍ ଦେବ ଖେଳୁଥିବା ଫିଲ୍ଡରେ ଖେଳି ନଥିଲେ ସୁନିଲ ଗାଭାସ୍କର।କପିଲଦେବଙ୍କୁ ହଇରାଣ କରିବା ସୁନୀଲ ଗାଭାସ୍କରଙ୍କୁ ଏତେ ଭାରି ପଡ଼ିଥିଲା ଯେ ସେ ଜନ ଆକ୍ରୋଶର ଶିକାର ବି ହୋଇଥିଲେ।କପିଲଙ୍କୁ ମ୍ୟାଚରୁ ଆଉଟ୍ କରି ପସ୍ତେଇଥିଲେ ସୁନୀଲ ଗାଭାସ୍କର।ଭାରତୀୟ କ୍ରିକେଟକୁ ଶିଖରରେ ପହଞ୍ଚେଇଥିବା କ୍ରିକେଟର ହେଉଛନ୍ତି କପିଲ ଦେବ।କ୍ରିକେଟ୍ ଲଭରଙ୍କ ପାଇଁ କପିଲ ଦେବଙ୍କ ଇମେଜ୍ ସ୍ୱତନ୍ତ୍ର। କପିଲ ଦେବ ହେଉଛନ୍ତି ସେହି ଅଲରାଉଣ୍ଡର ଯିଏ ବିଶ୍ୱ କ୍ରିକେଟ୍ ଛାତିରେ ନିଜର ଆଭିମୁଖ୍ୟ ପ୍ରତିଷ୍ଠା କରିଛନ୍ତି। ଇଏ ସେହି  କ୍ୟାପ୍ଟେନ୍ ଯିଏ ବିଶ୍ୱକୁ କହିଥିଲେ ଯେ ଭାରତ ମଧ୍ୟ ବିଶ୍ୱ ଚାମ୍ପିଅନ ହୋଇପାରିବ। କପିଲଙ୍କ ଏ ଦମ୍ଭୋକ୍ତି ସତ ମଧ୍ୟ ପ୍ରମାଣିତ ହୋଇଥିଲ।

ତେବେ କପିଲ୍ ଦେବ ତାଙ୍କ କ୍ରିକେଟ କ୍ୟାରୀୟରରେ ଏମିତି କିଛି ଘଟଣାର ଶିକାର ହୋଇଥିଲେ ଯାହା ତାଙ୍କୁ ଖୁବ୍ ଅପମାନ ଦେଇଥିଲା।ଏମିତି ବି ସମୟ ଆସିଥିଲା କପିଲଙ୍କୁ ଦଳରୁ ଡ୍ରପ୍ କରିଥିଲେ ସୁନିଲ ଗାଭାସ୍କର୧୯୮୪ ମସିହାରେ  ଇଂଲଣ୍ଡ ଦଳ ଭାରତ ଗସ୍ତରେ ଥିଲା। ୫ ଟେଷ୍ଟ ମ୍ୟାଚ୍ ଖେଳାଯାଉଥିଲା। ଯେଉଁଥିରେ କ୍ୟାପ୍ଟେନ୍ ଥଲେ ସୁନୀଲ ଗାଭାସ୍କାର। ୱାନଖେଡେ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୮ ୱିକେଟ୍ ନେଇ ଜିତିଥିଲା ଭାରତ। ତେବେ ଏହା ପରେ ଦିଲ୍ଲୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ସେମାନଙ୍କୁ ୮ ୱିକେଟରେ ପରାସ୍ତ କରିଥିଲା।  କ୍ୟାପଟେନ ସୁନୀଲ ଗାଭାସ୍କର ଅନୁଭବ କରିଥିଲେ ଯେ ଏହି ପରାଜୟ ଥିଲା କପିଲ ଦେବଙ୍କ ବେପରୁଆ ଖେଳିବାର ଫଳାଫଳ। ତେଣୁ କୋଲକାତାରେ ଖେଳାଯିବାକୁ ଥିବା ପରବର୍ତ୍ତୀ ଟେଷ୍ଟରୁ ତାଙ୍କୁ ବାଦ୍ ଦିଆଯାଇଥିଲା। ଏ ନିଷ୍ପତ୍ତି ପାଇଁ କ୍ରିକେଟ ଲଭରଙ୍କ ଆକ୍ରୋଶର ଶିକାର ହେଇଥିଲେ ସୁନୀଲ ଗାଭାସ୍କର।

୧୯୭୮ ରେ ପ୍ରଥମ ଟେଷ୍ଟ ଖେଳିଥିବା କପିଲ ଦେବଙ୍କ ପାଇଁ କ୍ରମାଗତ ୬୬ ଟେଷ୍ଟ ମ୍ୟାଚ୍ ଖେଳିବା ପରେ ଏମିତି ପ୍ରଥମ ଥର ଘଟିଥିଲା ଯେତେବେଳେ ତାଙ୍କୁ ଦଳରୁ ଓହରିବାକୁ ପଡ଼ିଥିଲା। ଗାଭାସ୍କର କପିଲ ଦେବଙ୍କୁ ଛାଡି ସେସମୟରେ ୨୩ ବର୍ଷୀୟ ମହମ୍ମଦ ଅଜହରୁଦ୍ଦିନଙ୍କୁ ଡେବ୍ୟୁ କରିଥିଲେ।ତେବେ ତାଙ୍କୁ ତାଙ୍କ ନିଷ୍ପତ୍ତିର ପରିଣାମ ବି ଭୋଗିବାକୁ ପଡିଲା। ଗାଭାସ୍କରଙ୍କୁ ଇଡେନ୍ ଗାର୍ଡେନ୍ ଦର୍ଶକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା, କପିଲ ଦେବ  ନଥିଲେ ଟେଷ୍ଟ ହେବ ନାହିଁ ବୋଲି ଦର୍ଶକ ସ୍ପଷ୍ଟ କରିଥଇଲେ। ଏମିତିକି ଦର୍ଶକ କପିଲଙ୍କୁ ଚାହୁଁଛନ୍ତି ବୋଲି ସ୍ପଷ୍ଟ କରିବା ସହ ଗାଭାସ୍କରଙ୍କୁ ଗ୍ରାଉଣ୍ଡ ଛାଡିବାକୁ ବି କିଥିଲେ । ଯାହା ସୁନୀଲ ଗାଭାସ୍କରଙ୍କୁ ଭାରି ପଡ଼ିଥିଲା।

ପରବର୍ତ୍ତୀ ଟେଷ୍ଟରେ କପିଲ ଦେବ ଦଳକୁ ଫେରିଥିଲେ,ଯାହା ପରେ ସେ ପୁରା ଟେଷ୍ଟ କ୍ୟାରିୟରରେ ଆଉ ଦଳରୁ ଓହରି ନଥିଲେ। ଏହା ପରେ ସେ ଲଗାତାର ୬୫ ମ୍ୟାଚ୍ ଖେଳିଥିଲେ। ତେବେ ସେହି ଟେଷ୍ଟ ପରେ ସୁନୀଲ ଗାଭାସ୍କର ମଧ୍ୟ ଶପଥ ନେଇଥିଲେ। ଦର୍ଶକଙ୍କ ଆଚରଣ ଦେଖି ସେ ସ୍ଥିର କଲେ ଯେ ସେ ଆଉ କୋଲକାତାରେ ଖେଳିବେ ନାହିଁ। ଏବଂ ସମାନ ଘଟଣା ଘଟିଗଲା। ଯେଉଁଠାରେ ସେ କପିଲଙ୍କ ସହ ରାଜନୀତି କରୁଥିବା ଅଭିଯୋଗ ହୋଇଥିଲା। ସେ ସେଠାରେ ଆଉ ଖେଳିନଥିଲେ। କପିଲ ଦେବ ତାଙ୍କ ଟେଷ୍ଟ କ୍ୟାରିୟର ବିଷୟରେ  ୧୬ ବର୍ଷରେ ୧୩୧ ଟେଷ୍ଟ ଖେଳିଥିଲେ। ଯେଉଁଥିରେ ସେ ୪୬୨୩ ଓଭର ବୋଲିଂ କରି ୪୩୪ ୱିକେଟ୍ ନେଇଥିଲେ।ଏହା ସହ ୱାର୍ଲ୍ଡକପ୍ ବିଜୟର ପଛରେ ବି କପିଲଙ୍କ ଶ୍ରେୟ ରହିଛି। ଭାରତୀୟ କ୍ରିକେଟକୁ ନୂଆ ମୋଡ଼ ଦେବାରେ କପିଲ ଦେବଙ୍କ ଅବଦାନ ଅନେକ।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *