ହାତ ଠାରି ଡାକୁଛନ୍ତି ପ୍ରଭୁ ଶ୍ରୀରାମ। ଆଦୌ ବିଳମ୍ବ କରନ୍ତୁ ନାହିଁ, ଏପରି ମଉକା କେବେ ମିଳିନପାରେ । ଆପଣ ଯେତେବେଳେ ଚାହିଁବେ ପୁରୁଷୋତ୍ତମ ଶ୍ରୀରାମଙ୍କ ଦର୍ଶନ କରିପାରିବେ । ଯଦି ଆପଣ ପ୍ରଭୁ ରାମଙ୍କ ସହର ଅଯୋଧ୍ୟାରେ ନିଜ ଘର କିଣିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଅଯୋଧ୍ୟା ବିକାଶ ପ୍ରାଧିକରଣ ଏକ ଯୋଜନା ପ୍ରସ୍ତୁତ କରିଛି, ଯାହା ମାଧ୍ୟମରେ ଆପଣ ଅଯୋଧ୍ୟାରେ ନିଜ ଘର କିଣି ପାରିବେ। ଅଯୋଧ୍ୟା ବିକାଶ ପ୍ରାଧିକରଣ ଦ୍ୱାରା ଆରମ୍ଭ ହୋଇଛି ବଶିଷ୍ଠ କୁଞ୍ଜ ଆବାସିକ ଯୋଜନା। ଏହି ଯୋଜନା ଅନୁସାରେ ଲକ୍ଷ୍ନୌ ରାଜପଥରେ ଥିବା ଫିରୋଜେପୁର ଉପା ଗାଁ ନିକଟରେ ନିର୍ମାଣ ହେବ ବଶିଷ୍ଠ କୁଞ୍ଜ । ରାମ ମନ୍ଦିର ଠାରୁ ଏହାର ଦୂରତା ପ୍ରାୟ ୨୦ କିଲୋମିଟର ଏବଂ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହାର ଦୂରତା ୧୨ କିଲୋମିଟର। ଆଉ ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଦୂରତା ମାତ୍ର ୧୨ କିଲୋମିଟର।

ଯୋଜନା ଅନୁସାରେ ପ୍ରାୟ ୬୦୦ ଆବାସିକ ଗୃହ ନିର୍ମାଣ କରାଯାଉଛି । ଯେଉଁଥିରେ ୧୦ ଲକ୍ଷ ୪୯ ହଜାରରୁ ୬୪ ଲକ୍ଷ ୬୪ ହଜାର ଟଙ୍କା ପର୍ଯ୍ୟନ୍ତ ଘର ଆବଣ୍ଟନ କରାଯିବ । ଘର ବ୍ୟତୀତ ଡାକ୍ତରଖାନା, ପୋଲିସ୍ ଷ୍ଟେସନ୍, ପାର୍କ ଭଳି ସୁବିଧା ମଧ୍ୟ ଏହି ଗୃହ ଯୋଜନାରେ ଉପଲବ୍ଧ ହେବ ।କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରଥମେ ଅଯୋଧ୍ୟା ବିକାଶ ପ୍ରାଧିକରଣର ୱେବସାଇଟକୁ ଯାଇ ୧୦୦୦ ଟଙ୍କା ଦେୟ ଦେଇ ଅନଲାଇନରେ ଆବେଦନ କରିବାକୁ ପଡିବ। ଆଉ ଲଟେରୀ ଉଠିବା ପରେ ଘର ଆପଣଙ୍କର ହେବ। ଏହି ଗୃହ ଯୋଜନାରେ ୩ ବର୍ଗର ଘର ଉପଲବ୍ଧ କରାଯିବ।

କିଛି ଦିନ ପୂର୍ବେ ବୈଷ୍ଣବ କୁଞ୍ଜ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଯୋଗୀ ଆଦିତ୍ୟନାଥ । ଏହି ସ୍କିମ୍ ପାଇଁ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତି ୧୦୦୦ ଟଙ୍କା ଫି ସହିତ ଅଯୋଧ୍ୟା ବିକାଶ ପ୍ରାଧିକରଣ vashishtkunj.ayodhya.in ୱେବସାଇଟରେ ଆବେଦନ କରିପାରିବେ । ଏହି ଗୃହ ଯୋଜନାରେ ପ୍ଲଟ ଗୁଡିକ ୮ ଶ୍ରେଣୀରେ ବିଭକ୍ତ କରାଯାଇଛି । ମୋଟ ୮ ଟି ବର୍ଗରେ ୬୦୦ଟି ପ୍ଲଟ୍ ବଣ୍ଟନ କରାଯିବ । ଶ୍ରୀରାମ ନଗରୀରେ ପ୍ଲଟ କିଣିବା ପାଇଁ ୯ ଡିସେମ୍ବରରୁ ୮ ଜାନୁୟାରୀ ୨୦୨୫ ମଧ୍ୟରେ ଆବେଦନ କରିପାରିବେ।

ଏହା ଅଯୋଧ୍ୟାଙ୍କର ପ୍ରଥମ ହାଇ-ଟେକ୍ ଟାଉନସିପ୍ ହେବ। ଯେଉଁଠି ବିଦ୍ୟାଳୟ ଏବଂ କମ୍ୟୁନିଟି ହଲ୍ ସହ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଯିବ। ପ୍ରାୟ ୧୦,୦୦୦ ଲୋକ ଏହି ଯୋଜନାରେ ଉପକୃତ ହେବେ ଏବଂ ଅଯୋଧ୍ୟା ନଗରୀରେ ବସବାସ କରିବାକୁ ଚାହୁଁଥିବା ଲୋକଙ୍କର ସେବାରେ ଆସିବ ।