ଭାରତ ଏକ କୃଷିପ୍ରଧାନ ଦେଶ।ଜୀବନ ଓ ଜୀବିକା ପାଇଁ ଭାରତର ଗ୍ରାମାଞ୍ଚଳର ସତୁରି ଶତାଂଶ ଲୋକ କୃଷି ଉପରେ ନିର୍ଭରଶୀଳ।ଏଠାରେ ମୁଖ୍ୟତଃ ପାରମ୍ପରିକ ଫସଲଗୁଡ଼ିକର ଚାଷ କରାଯାଇଥାଏ । କିନ୍ତୁ, ଆଜିକାଲି କୃଷିକ୍ଷେତ୍ରରେ ନୂଆ ନୂଆ ପରୀକ୍ଷା ନିରୀକ୍ଷା ଓ ପ୍ରୟୋଗ କରାଯିବାକୁ ଲାଗିଲାଣି।କୃଷି ଏକ ପୂର୍ଣ୍ଣକାଳୀନ ବୃତ୍ତି ହୋଇଥିବା ବେଳେ ଏଥିଲାଗି ଉଭୟ ଶାରୀରିକ ତଥା ମାନସିକ ସ୍ତରରେ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି। ଉନ୍ନତ କୃଷି ଲାଗି କଠିନ ପରିଶ୍ରମ ଲୋଡା ରହିଛି। ହେଲେ କଠିନ ପରିଶ୍ରମ ସହ ଆର୍ଥିକ ସଙ୍କଟ ବେଳେବେଳେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦିଏ।

ଆମ ଦେଶର ଅନେକ କୃଷକ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ନୁହଁନ୍ତି।ଏହିପରି କୃଷକମାନେ ଚାଷ ପାଇଁ ସରକାରଙ୍କ ଆର୍ଥିକ ସହାୟତା ଆବଶ୍ୟକ କରନ୍ତି। କାରଣ ବିହନ ବୁଣା ଠାରୁ ଆରମ୍ଭ କରି ତଳି ରୋଇବା ବିଭିନ୍ନ କାର୍ୟ୍ୟରେ ବହୁ ଅର୍ଥ ଖର୍ଚ୍ଚ ହୋଇଥାଏ । ଅନେକ କୃଷକ କୃଷିରେ ଜଳସେଚନ ପାଇଁ ଡିଜେଲ ଚାଳିତ ପମ୍ପ ବ୍ୟବହାର କରନ୍ତି । ଏଭଳି ପରିସ୍ଥିତିରେ କୃଷକମାନେ ଫସଲରୁ ଅଧିକ ଉପାର୍ଜନ କରିପାରନ୍ତି ନାହିଁ । କାରଣ ପମ୍ପ ପାଇଁ ଡିଜେଲ କିଣିବାରେ ସେମାନଙ୍କ ଅର୍ଦ୍ଧାଧିକ ଅର୍ଥ ଖର୍ଚ୍ଚ ହୋଇଥାଏ ।ତେଣୁ ବର୍ତ୍ତମାନ ଅନେକ କୃଷକ ସୌର ଶକ୍ତି କିମ୍ବା ବିଦ୍ୟୁତ୍ ରେ ଚାଲୁଥିବା ପମ୍ପ ବ୍ୟବହାର କରୁଛନ୍ତି। ଏବଂ ଅନେକ ରାଜ୍ୟର ସରକାର ମଧ୍ୟ କୃଷକମାନଙ୍କୁ ଏଥିପାଇଁ ଉତ୍ସାହିତ କରନ୍ତି । ଏହାର ବ୍ୟବହାରରେ ପ୍ରଦୂଷଣର ହୁଏ ନାହିଁ କି ଚାଷୀଙ୍କ ଉପରେ ଆର୍ଥିକ ଚାପ ପକାଏ ନାହିଁ । ମଧ୍ୟପ୍ରଦେଶରେ ରହୁଥିବା ଚାଷୀଙ୍କ ପାଇଁ ପମ୍ପ ବ୍ୟବହାରକୁ ନେଇ ଏକ ବହୁତ ଖୁସି ଖବର ଆସିଛି।

ମଧ୍ୟପ୍ରଦେଶର ବିଦ୍ୟୁତ୍ ବିତରଣ କମ୍ପାନୀ ମଧ୍ୟପ୍ରଦେଶର ବୈଦ୍ୟୁତିକ ପମ୍ପ ଉପରେ ଏକ ନୂତନ ଅଫର ଆଣିଛି।
ମଧ୍ୟପ୍ରଦେଶର ବିଦ୍ୟୁତ୍ ବିତରଣ କମ୍ପାନୀ ମଧ୍ୟପ୍ରଦେଶର ଗ୍ରାମୀଣ କୃଷି ଉପଭୋକ୍ତାଙ୍କୁ ଚାଷ ପାଇଁ ପମ୍ପ ସଂଯୋଗ ମାତ୍ର ୫ ଟଙ୍କା ପ୍ରଦାନ କରିବ।ବିଦ୍ୟୁତ୍ ଲାଇନ ନିକଟରେ ରହୁଥିବା ସେହି କୃଷକମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ।ଏଥିପାଇଁ କୃଷକମାନଙ୍କୁ ସରଳ ସଂଯୋଜନର ଅଫିସିଆଲ୍ ପୋର୍ଟାଲ୍ https://saralsanyojan.mpcz.in:8888/home ଯାଇ ଫର୍ମ ପୂରଣ କରିବାକୁ ପଡିବ। କିଛି ଅଧିକାରୀ ଘରକୁ ଆସି ସର୍ଭେ କରିବା ପରେ ଚାଷୀଙ୍କୁ ମିଳିଯିବ ପମ୍ପ।