
ଭାରତର ଜାତୀୟ ଚିହ୍ନ, ପ୍ରତୀକ ତଥା ନାମ ସହିତ ଟାମ୍ପରିଂକୁ ରୋକିବା ପାଇଁ ଆଇନର କଡ଼ା ବ୍ୟବସ୍ଥା ରହିଛି । ଯଦିଓ ଏହି ଆଇନ ବର୍ତ୍ତମାନ ଏତେ ପ୍ରଭାବଶାଳୀ ନୁହେଁ, କିନ୍ତୁ ଭାରତ ସରକାର ଏହି ଆଇନରେ ଏପରି ବ୍ୟବସ୍ଥା କରିବାକୁ ଯାଉଛନ୍ତି, ଯାହା ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ ଫଟୋ ଟାମ୍ପରିଂ କଲେ, କ’ଣ ଦଣ୍ଡବିଧାନ ରହିଛି? ଏପରି ମାମଲାରେ ନିମୟ କ’ଣ ରହିଛି ?

ଜାତୀୟ ପ୍ରତୀକ, ଚିହ୍ନ କିମ୍ବା ନାମର ଅନୁପଯୁକ୍ତ ବ୍ୟବହାରକୁ ରୋକିବା ପାଇଁ ଅଧିନିୟମ ୧୯୫୦ ପ୍ରଣୟନ କରାଯାଇଛି । ଏହା ଅଧୀନରେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ ଫଟୋ ସହିତ ଟାମ୍ପରିଂ ବିରୋଧରେ ଦଣ୍ଡର ବ୍ୟବସ୍ଥା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ପତାକା, ଅଶୋକ ଚକ୍ର, ସଂସଦ ଏବଂ ସୁପ୍ରିମକୋର୍ଟର ସରକାରୀ ସିଲ୍, ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ ଫଟୋ, ରାଜ ଭବନ କିମ୍ବା ରାଷ୍ଟ୍ରିୟ ଭବନଙ୍କ ଫଟୋକୁ ବିକୃତ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି। ପୂର୍ବରୁ ଏପରି ଘଟଣାର ପୁନରାବୃତ୍ତି ପାଇଁ ପୃଥକ ଦଣ୍ଡ ପାଇଁ କୌଣସି ବ୍ୟବସ୍ଥା ନଥିଲା ।

ହେଲେ ଖବର ଅନୁଯାୟୀ, ଭାରତ ସରକାର ଏହି ଆଇନରେ ପରିବର୍ତ୍ତନ କରିଛନ୍ତି । ନିୟମ ଅନୁସାରେ ଭାରତର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ଫଟୋଗ୍ରାଫକୁ ନଷ୍ଟ କଲେ କିମ୍ବା ଅପବ୍ୟବହାର କଲେ , ୫ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଛଅ ମାସ ପର୍ଯ୍ୟନ୍ତ କିମ୍ବା ଉଭୟ ଜେଲ ଦଣ୍ଡ ହୋଇପାରେ । ଭାରତ ସରକାର ଏହି ଜରିମାନାକୁ ୧୦୦୦ ଗୁଣ ବୃଦ୍ଧି କରିଛନ୍ତି । ଅର୍ଥାତ୍ ପ୍ରାଇଭେଟ କମ୍ପାନୀଗୁଡିକ ଦ୍ୱାରା ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ ଫଟୋ ଅପବ୍ୟବହାର ହେଲେ ପ୍ରଥମ ଥର ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ବାରମ୍ବାର ଏପରି ଭୁଲ କରେ ୫ ଲକ୍ଷ ଟଙ୍କା ଜୋରିମାନା କିମ୍ବା ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।