ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ

ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାଭିସ୍। ମହାରାଷ୍ଟ୍ରର ନିର୍ବାଚନୀ ଫଳାଫଳ ପରେ ଅନେକ ଦିନ ଧରି ଜାରି ଥିବା ସିଏମ୍ ପଦ ସସପେନ୍ସ ଉପରେ ଶେଷରେ ପୂର୍ଣ୍ଣଛେଦ ପଡ଼ିଛି। ମୁମ୍ବାଇରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଦେବେନ୍ଦ୍ର ଫଡନାଭିସ୍ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେଲେ । ସେଥିପାଇଁ ଡିସେମ୍ବର ୫ ତାରିଖରେ ସିଏମ୍ ଭାବରେ ଶପଥ ଗ୍ରହଣ କରିଛନ୍ତି।ତେବେ ଆପଣ ଜାଣନ୍ତି କି,ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଦେବେନ୍ଦ୍ର ଫଡନାଭିସ କେତେ ସମ୍ପତ୍ତିର ଅଧିକାରୀ?

ବିଧାନସଭା ନିର୍ବାଚନ ସମୟରେ ଦେବେନ୍ଦ୍ର ଫଡନାଭିସ୍ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିବା ସମ୍ପତ୍ତିର ବିବରଣୀ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧୩.୨୭ କୋଟି। କିନ୍ତୁ ସେ ୬୨ ଲକ୍ଷର ଲୋନ୍ ମଧ୍ୟ ଦେଇଛନ୍ତି। MYNETA.COM ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଫଡନାଭିସଙ୍କ ଇନକମ୍ ଥିଲା ୭୯.୩ ଲକ୍ଷ। ତା’ପୂର୍ବ ବର୍ଷର ଆୟ ଥିଲା ୯୨ ଲକ୍ଷ ୪୮ ହଜାର।

ନିର୍ବାଚନ ଆଫିଡେଭିଟ୍ ଅନୁଯାୟୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫ ଲକ୍ଷରୁ ଅଧିକ ଟଙ୍କା ଜମା ରହିଛି। ଏହା ବ୍ୟତୀତ ଦେବେନ୍ଦ୍ର ଫଡନାଭିସଙ୍କ ଡାକ ସଞ୍ଚୟ ଆକାଉଣ୍ଟରେ ୧୭ ଲକ୍ଷ ଟଙ୍କା ଜମା ଥିବାବେଳେ ତାଙ୍କର ୩ ଲକ୍ଷ ଟଙ୍କା ମୂଲ୍ୟର  LIC ପଲିସ ମଧ୍ୟ ରହିଛି । କିନ୍ତୁ ଷ୍ଟକ୍ ମାର୍କେଟ ବା ବଣ୍ଡରେ ନିବେଶ କରିନାହାନ୍ତି।ହେଲେ ସ୍ତ୍ରୀ ଅମୃତା ଫଡନାଭିସ ବଣ୍ଡ, ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ୫ କୋଟି ୬୩ ଲକ୍ଷ ଇନଭେଷ୍ଟ କରିଛନ୍ତି।

ସେହିପରି ଫଡନାଭିସଙ୍କ ପାଖରେ ପ୍ରାୟ ୪୫୦ ଗ୍ରାମ ସୁନା ଏବଂ ତାଙ୍କ ସ୍ତ୍ରୀଙ୍କର ୯୦୦ ଗ୍ରାମ ସୁନା ଅଛି, ଯାହାର ମୂଲ୍ୟ ପ୍ରାୟ ୯୮ଲକ୍ଷ ଟଙ୍କା। ମହାରାଷ୍ଟ୍ର ସିଏମଙ୍କ ନାମରେ କୌଣସି କାର ନାହିଁ କିମ୍ବା ତାଙ୍କ ପତ୍ନୀଙ୍କର ମଧ୍ୟ ୪ ଚକିଆ ଯାନ ନାହିଁ।ଦେବେନ୍ଦ୍ର ଫଡନାଭିସ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ୧ କୋଟି ୨୭ ଲକ୍ଷର ଜମି ରହିଛି। ଏହା ବ୍ୟତୀତ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ନାମରେ ୩ କୋଟି ଟଙ୍କା ଓ ୪୭ ଲକ୍ଷ ଟଙ୍କାର ଘର ଅଛି। କେବଳ ଏତିକି ନୁହେଁ ୩୬ ଲକ୍ଷ ଟଙ୍କାର ଆବାସିକ ସମ୍ପତ୍ତି ତାଙ୍କ ସ୍ତ୍ରୀଙ୍କ ନାମରେ ପଞ୍ଜିକୃତ ଅଛି।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *