LSG ଛାଡ଼ି RCB ଫେରିବେ କେ.ଏଲ୍.ରାହୁଲ

IPL ସିଜିନ୍ ଆରମ୍ଭ ହେବା ପୁର୍ବରୁ ମେଗା ଅକ୍ସନକୁ ନେଇ ଆରମ୍ଭ ହେୋଇଗଲାଣି କାଉଣ୍ଟଡାଉନ୍।ଆଉ ମାତ୍ର ଦୁଇ ସପ୍ତାହରେ ସାଉଦିଆରବରେ ଆରମ୍ଭହେବ IPLର ମେଗା ଅକ୍ସନ୍। ତେବେ ଏଥର IPL ରେ ଗୋଟାଏ ଟିମର କ୍ୟାପ୍ଟେନସିପ୍ ଛାଡି ଅନ୍ୟ ଟିମ୍ ପାଇଁ ଖେଳିବେ। ଯାହା ତାଙ୍କ ଫ୍ୟାନ୍ସ ଫଲୋୟର୍ସଙ୍କ ପାଇଁ ପାଲଟିଛି ବଡ଼ ଖବର ।ଲକ୍ଷ୍ନୌ ସୁପରଜିଆଣ୍ଟସ ଛାଡିବେ କେଏଲ ରାହୁଲ। ଏଥର ଆଇପିଏଲରେ ଲକ୍ଷ୍ନୌ ସୁପରଜିଆଣ୍ଟସରେ ନଜର ଆସିବେନି କ୍ୟାପ୍ଟେନସିପ୍ ସମ୍ଭାଳୁଥିବା କେ ଏଲ୍ ରାହୁଲ୍।ଆଇପିଏଲରେ ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ ଥିବା କେଏଲ ରାହୁଲ ଆସନ୍ତା ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ପାଇଁ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଲକ୍ଷ୍ନୌ ସୁପରଜିଆଣ୍ଟସ  ଫ୍ୟାନ୍ସଙ୍କ ସହିତ କେ ଏଲ୍ ରାହୁଲଙ୍କ ଫ୍ୟାନ୍ ଫଲୋୟର୍ସଙ୍କ ଭିତରେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଉଛି।

ତେବେ ପୂର୍ବରୁ ସୁପରଜିଆଣ୍ଟସ ଜାରି କରିଥିବା ରିଟେନ ତାଲିକାରେ ରାହୁଲଙ୍କ ନାଁ ନଥିଲାଯୋଉଥିରୁ ସେ ହୁଏତ ଆଗକୁ ଏ ଟିମ୍ ସହ ରହି ନ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା,ଯାହା ଏବେ ସତରେ ପରିଣତ ହୋଇଛି। ପୂର୍ବ ସିଜନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ତାଙ୍କୁ ଫ୍ରାଞ୍ଚାଇଜ ବାଦ ଦେଇଥିବା ଆଲୋଚନା ହୋଇଥିଲାମାତ୍ର ରାହୁଲ ଏଥିରୁ  ନିଜେ ଓହରି ଯାଇଥିବା ପରବର୍ତ୍ତୀ ସମୟରେ ଜଣାପଡିଥିଲା। ତେବେ ଏ ବାବଦରେ ମୁହଁ ଖୋଲିଛନ୍ତି କେଏଲ ରାହୁଲ।ସାକ୍ଷାତକାରରେ କେଏଲ ରାହୁଲ କହିଛନ୍ତି, ନୂଆ ଦଳରେ ନିଜକୁ ସାମିଲ କରିବାକୁ ଚାହୁଁଛନ୍ତିପୂର୍ବ ଘଟଣାକୁ ଭୁଲି ନୂଆ ଆରମ୍ଭ କରିବାକୁ ଚାହୁଁଛି। ଏମିତି ଏକ ଦଳରେ ଯୋଗ ଦେବାକୁ ଚାହୁଁଛନ୍ତି ଯେଉଁଠି ତାଙ୍କୁ ସ୍ବାଧୀନତା ମିଳିବ। ଯେଉଁଠି ତାଙ୍କୁମାନସିକ ଶାନ୍ତି ମିଳିବ। ଯେଉଁଠି ନିଜ ପାଇଁ ଭଲ ହେବ ସେହି ଦଳ ପାଇଁ ଖେଳିବାକୁ ଆଶା ରଖିଥିବା କହିଛନ୍ତିଯୋଉଥିରୁ ସ୍ପଷ୍ଟ ହେଉଛି କି କେ ଏଲ୍ ରାହୁଲ ଆଉ କୌଣସିମତେ Lsg ସପକ୍ଷରେ ନାହାନ୍ତି।

ତେବେ କେ ଏଲ୍ ରାହୁଲ Lsg ଛାଡିବାର କାରଣ ବି କିଛି ଛୋଟକଥା ନୁହେଁ ।ଗତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏକ ମ୍ୟାଚରେ କ୍ୟାଚ ସମୟରେ ରାହୁଲ ଓ ଏଲଏସଜି ମାଲିକ ସଞ୍ଜୀବ ଗୋଏଙ୍ଗାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାସହିତ ରାହୁଲ ଓ ସଞ୍ଜୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଉଭୟଙ୍କ ଭିତରେ ତିକ୍ତତା ସୃଷ୍ଟି ହୋଇଥିଲା।କେଏଲ ରାହୁଲ ଲକ୍ଷ୍ନୌ ସୁପରଜାଏଣ୍ଟସ ପାଇଁ ୨୦୨୪ ଆଇପିଏଲ ସଂସ୍କରଣରେ ୧୪ଟି ମ୍ୟାଚ ଖେଳିଥିଲେ। ରାହୁଲଙ୍କ ଆଇପିଏଲ ସ୍କୋର ୫୨୦ ରହିଛି।

ଯଦି କେ ଏଲ୍ ରାହୁଲଙ୍କ IPL କ୍ୟାରୀୟରକୁ ଦେଖାଯାଏ ତେବେ ସେ ଏଥର ଅଧିକ ପ୍ରାଇସରେ ଅକ୍ସନକୁ ଆସିବାର ଚାନ୍ସ ଅଧିକ। ୨୦୨୨ IPL ସିଜିନରେ ୧୫ଟି ମ୍ୟାଚ୍ ଖେଳି ୬୧୬ ରନ୍ କରିଥିଲେ କେ ଏଲ୍ ରାହୁଲ । ୨୦୨୩ ସିଜିନରେ ୯ ଟି ମ୍ୟାଚ୍ ଖେଳି ୨୭୪ ଏବଂ ୨୦୨୪ରେ ସେ ୧୪ ଟି ମ୍ୟାଚ୍ ଖେଳି ୫୨୦ ରନ୍ କରିଛନ୍ତି । ଓଭରଅଲ୍ IPL କ୍ୟାରୀୟରରେ ୧୩୨ ଟି ମ୍ୟାଚ୍ ଖେଳି ୪୬୮୩ ରନ୍ କରିଛନ୍ତି କେ ଏଳ୍ ରାହୁଲ। ତେବେ ଅକ୍ସନରେ କେ ଏଲ୍ ରାହୁଲଙ୍କୁ RCB ନେଇପାରେ ବୋଲି ଚର୍ଚ୍ଚା ହେଉଛି। LSG ଛାଡ଼ି ଯଦି କେ ଏଲ୍ ରାହୁଲ RCB ଯାଉଛନ୍ତି ତେବେ କେ ଏଲ ରାହୁଲଙ୍କ କ୍ୟାରୀୟର ସାଙ୍ଗକୁ LSG ସିଚ୍ୟୁଏସନ୍ କଣ ହେଉଛି ତାହା ଦେଖିତବାକୁ ବେଶ୍ ଆଗ୍ରହୀ କ୍ରିକେଟ ଲଭର୍।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *