ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଅପେକ୍ଷା ଶେଷ ହୋଇ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଘୋଷଣା ହୋଇଛି । ଅନେକ ଷ୍ଟାର୍ ଖେଳାଳିଙ୍କୁ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ଅନ୍ୟପଟେ କିଛି ଖେଳାଳିଙ୍କ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବା ସ୍ୱପ୍ନ ଭାଙ୍ଗି ଯାଇଛି । ଟିମ୍ ଇଣ୍ଡିଆରେ ସ୍ଥାନ ପାଇ ନଥିବା ଖେଳାଳିଙ୍କୁ ନେଇ ଚର୍ଚ୍ଚା ଜୋର୍।

ସଞ୍ଜୁ ସାମସନ
ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି । ୱାର୍ଲଡ୍ କପ୍ ୨୦୨୩ ଏବଂ ଟି-୨୦ ବିଶ୍ୱକପରୁ ବାହାରେ ରହିଥିବା ୩୦ ବର୍ଷୀୟ ଖେଳାଳିଙ୍କୁ ଚାମ୍ପିଅନ ଟ୍ରଫି ୨୦୨୫ରେ ବି ସୁଯୋଗ ମିଳି ପାରି ନାହିଁ, ଯାହା ଖେଳ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂର୍ଯ୍ୟକୁମାର ଯାଦବ
ଭାରତୀୟ ଟିମ୍ ପାଇଁ ଟି-୨୦ ବିଶ୍ୱକପ୍ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଥିବା ତଥା ଟି-୨୦ରେ ଭାରତୀୟ ଟିମ୍ର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ବି ଟିମ୍ରେ ସ୍ଥାନ ମିଳିପାରି ନାହିଁ।ଚାମ୍ପିଅନ୍ସ ଟ୍ରଫି ଦିନିକିଆ ଫର୍ମାଟରେ ହୋଇଥିବାରୁ ସୂର୍ଯ୍ୟଙ୍କୁ ବାଦ୍ ଦିଆଯାଇ ଥାଇପାରେ।

ମହମ୍ମଦ ସିରାଜ
ନିୟମିତ ଭାବେ ଟିମ୍ ଇଣ୍ଡିଆର ସଦସ୍ୟ ଥିବା ମହମ୍ମଦ ସିରାଜଙ୍କୁ ବି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ସୁଯୋଗ ମିଳି ନାହିଁ।ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ସିରାଜଙ୍କ ପ୍ରଦର୍ଶନ ଭଲ ନଥିଲା।ଏହି କାରଣରୁ ବୋଧହୁଏ ତାଙ୍କୁ ଭାରତୀୟ ଟିମ୍ରେ ସାମିଲ କରାଯାଇନାହିଁ।ଭାରତୀୟ ଟିମ୍ର ପେସ୍ ଆଟାକ୍ରେ ମହମ୍ମଦ ଶାମିଙ୍କ କମ୍ବ୍ୟାକ୍ ହୋଇଛି।

ନୀତୀଶ କୁମାର ରେଡ୍ଡି
ଟିମ୍ ଇଣ୍ଡିଆର ଯୁବ ପ୍ରତିଭାବାନ୍ ଖେଳାଳି ନୀତୀଶ କୁମାର ରେଡ୍ଡିଙ୍କୁ ବି ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ସାମିଲ କରାଯାଇ ନାହିଁ । ବର୍ଡର-ଗାଭାସ୍କର ଟ୍ରଫିରେ ଭଲ ପ୍ରଦର୍ଶନ ଯୋଗୁଁ ଚାମ୍ପିଅନ୍ସ ଟ୍ରଫି ପାଇଁ ନୀତୀଶ ରେଡ୍ଡିଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା।କିନ୍ତୁ ଏହି ଯୁବ ଖେଳାଳିଙ୍କୁ ନିରାଶ ହେବାକୁ ପଡ଼ିଛି।

କରୁଣ ନାୟର
ଘରୋଇ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ କରୁଥିବା କରୁଣ ନାୟରଙ୍କୁ ପୁଣି ଅଣଦେଖା କରାଯାଇଛି।ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚ୍ରେ ୭୫୨ ରନ୍ କରିଥିବା କରୁଣ ନାୟରଙ୍କ ଟିମ୍ ଇଣ୍ଡିଆରେ କମ୍ବ୍ୟାକ୍ ହୋଇପାରେ ବୋଲି ଚର୍ଚ୍ଚା ହେଇଥିଲେ।ଟିମ୍ ଇଣ୍ଡିଆ ପୂର୍ବତନ ଖେଳାଳି ମଧ୍ୟ କରୁଣ ନାୟରଙ୍କ ପ୍ରତି ଚୟନକର୍ତ୍ତା ଦୃଷ୍ଟି ଦେବା ଦରକାର ବୋଲି କହିଥିଲେ।