କମୁଛି ବବି ଦାସଙ୍କ ପାୱାର,ବନ୍ଧା ହେଲେ ବବିଙ୍କ ଭାଇ

ଜେଲ ଗଲେ ବବିଙ୍କ ଭାଇ। ମହଙ୍ଗା ପଡ଼ିଲା ପରିବା ବେପାରୀଙ୍କୁ ମାଡ଼ ମାରିବା ଘଟଣା।ହାଟ କଥାରେ ମୁଣ୍ଡ ପୁରାଇ, ହଟାହଟା ହେଲେ ବବିଙ୍କ ଭାଇ।କାମ କଲାନି ଭାଇଙ୍କ ପାୱାର।ମିଳିଲାନି ବେଲ୍, ଜେଲ୍ ଗଲେ ଲଲ।ଯାଜପୁର ପଲିଟିକ୍ସରେ କ୍ଷମତାରେ ନ ଥାଇ ବି ଆଗରୁ ଦବଦବା ଜାହିର କରୁଥିବା ଭବ ପ୍ରକାଶ ଦାସ ଓରଫ ଲଲଙ୍କ ହାତରେ ପଡ଼ିଲା ହାତକଡ଼ିଭାଇ ପ୍ରଣବ ପ୍ରକାଶ ଦାସଙ୍କ ହାତରୁ ଯାଜପୁରର ପାୱାର ବଟନ୍ ଖସିଗଲା ପରେ ଅଡ଼ୁଆରେ ଲଲଦିନେ ଯୋଉ ଥାନା ହାଜତରେ ଲଲଙ୍କ କଥା ରହୁଥିଲା ଏବେ ସେ ନିଜେ ସେହି ଥାନା ଜାଲରେ

ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇ  ଭବ ପ୍ରକାଶ ଦାସଙ୍କୁ ଯାଜପୁର ଟାଉନ ପୁଲିସ ଗିରଫ କରିଛି ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି।ସୁଚନା ଅନୁଯାୟୀ ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ମାବିରଜା ହାଟକୁ ମଦନ ନାୟକ ନାମକ ଜଣଙ୍କ ପରିବା ବ୍ୟବସାୟୀ ପରିବାପତ୍ର ବିକ୍ରି କରିବାକୁ ଆସିଥିଲେ। ଭବ ପ୍ରସାଦ ଦାସ ଓରଫ ଲଲଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଆସି ତାଙ୍କୁ ଅଶ୍ଲୀଳ ଭାଷାରେ କରିବା ସହ ତୁରନ୍ତ ପରିବା ଧରି ହାଟରୁ ପଳାଇବାକୁ ଧମକ ଦେଇଥିଲେକିନ୍ତୁ ସେ ରାଜି ନହେବାରୁ ଭବଙ୍କ ଲୋକମାନେ ତାଙ୍କୁ ମାଡ ମାରିଥିଲେ। ତାଙ୍କ ପରିବା ନଷ୍ଟ କରିଦବା ସହ ତାଙ୍କ ପକେଟରେ ଥିବା ୧୨,୦୦୦ ଟଙ୍କା ନେଇ ଯାଇଥିବା ସେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଆଧାରରେ ଲଲଙ୍କୁ ଘରୁ ଉଠାଇଆଣି ଆରେଷ୍ଟ କରିଛି ପୋଲିସ। ଯୋଉ ଲଲ ଦିନେ ଅନେକ କେସର ରଫାଦଫା କରୁଥିଲେ ଏବେ ସେ ନିଜେ ଥାନାରେ।ଓଡ଼ିଶା ପଲିଟିକ୍ସରେ ପୁର୍ବରୁ ଅଖଣ୍ଡ କ୍ଷମତା ଉପଭୋଗ କରୁଥିବା ବବି ଦାସଙ୍କ ଭାଇଙ୍କର ଏ ଅବସ୍ଥାକୁ ନେଇ କେବଳ ଯାଜପୁର ନୁହେଁ ବରଂ ସାରା ରାଜ୍ୟରେ ଚର୍ଚ୍ଚା।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *