ବିଏମ୍‌ସି ଆଣିବ ହ୍ୱାଟସ୍‌ଆପ୍‌ ଚାଟ୍‌ବଟ୍‌

ନାଗରିକମାନଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ BMC ଆଣୁଛି ନୂଆ ଉପାୟ। ମୋବାଇଲ ହ୍ୱାଟ୍‌ସ ଆପ୍‌ ଚାଟ୍‌ବଟ୍‌ ଜରିଆରେ ଏଣିକି ନାଗରିକମାନେ ହୋଲ୍ଟି ଟାକ୍ସ, ଘର ଭଡ଼ା, ଦୋକାନ ଘର ଭଡ଼ା, ଆଦି ସମସ୍ତ ଟାସ୍କ ପୈଠ କରିବା ସହ ବିଭିନ୍ନ ସମସ୍ୟା ଉପସ୍ଥାପନ କରିପାରିବେ।ଏଥିପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ହ୍ୱାଟ୍‌ସଆପ୍‌ ଚାଟ୍‌ବଟ୍‌ ଦ୍ୱାରା ପ୍ରସ୍ତୁତ ଏହି ସଫ୍ଟୱେୟାରରେ ନାଗରିକମାନେ ନିଜ ଘର କିମ୍ବା ଦୋକାନର ହୋଲ୍ଡିଂ ନମ୍ବର ଲେଖିଲେ, ଆପେ ଆପେ ତାଙ୍କର ସମସ୍ତ ତଥ୍ୟ ବାହାରିବ। କେତେ ଦିନ ହେଲା ଟିକସ ବା ଭଡ଼ା ଦେଇ ନାହାନ୍ତି, କେତେ ଟଙ୍କା ଦେବାକୁ ହେଉଛି,କାହା ପାଖକୁ ପଠାଇବାକୁ ପଡ଼ିବ ଆଦି ସମସ୍ତ ତଥ୍ୟ ଆସିବ। ତେଣୁ ନାଗରିକଙ୍କୁ ଆଉ ବାରମ୍ବାର ୱାର୍ଡ ଅଫିସ କିମ୍ବା ବିଏମ୍‌ସି ମୁଖ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। 

ସେହିପରି ଭେଣ୍ଡିଂ ଜୋନ୍‌, ବିଭିନ୍ନ ମାର୍କେଟ କମ୍ପେ୍ଲକ୍ସ, ମାର୍କେଟ୍‌ ଆଦି ପରିଚାଳନା ଓ ଟାକ୍ସ ବା ଭଡ଼ା ଆଦାୟ ପାଇଁ ଏମରଟେକ୍‌ ଆର୍‌ ଏନ୍‌ ଡି ସଲ୍ୟୁସନ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଏକ ସଫ୍ଟୱେୟାର ପ୍ରସ୍ତୁତ କରାଯାଉଛି।ଏହା ମଧ୍ୟ ସେହି ହ୍ୱାଟ୍‌ସଆପ୍‌ ଚାଟ୍‌ବଟରେ ରହିବ।ଅର୍ଥାତ୍‌ ମୋବାଇଲରେ ଭୁବନେଶ୍ୱର ମହାନଗର ନିଗମର ନାଗରିକମାନେ ନିଜ ଟିପରେ ସମସ୍ତ ସମସ୍ୟାର ସମାଧାନ କରିପାରିବେ। ଏଥିପାଇଁ ବିଏମ୍‌ସି ଏକାମ୍ର ହଲ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ କର୍ପୋରେଟରଙ୍କ ସହ ବିଏମ୍‌ସି ପକ୍ଷରୁ ମେୟର ସୁଲୋଚନା ଦାସ,କମିଶନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଅଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *