ଆଇନ୍ ପାଠର ମାନ କମୁଛି, ଜଜ୍ ହେବାକୁ କେହି ଯୋଗ୍ୟ ନୁହନ୍ତି

ଆଶ୍ଚର୍ଯ୍ୟ! ଜିଲ୍ଲା ଜଜ୍ ହେବାକୁ ଓଡ଼ିଶାରେ ନାହାଁନ୍ତି ଯୋଗ୍ୟ ବ୍ୟକ୍ତି। ଲିଖିତ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀ ହୋଇଛନ୍ତି ଫେଲ୍। ଇଣ୍ଟରଭ୍ୟୟୁ ରାଉଣ୍ଡ ପାଇଁ କେହି ହୋଇନାହାଁନ୍ତି ଯୋଗ୍ୟ।ଟି ଜିଲ୍ଲା ଜଜ୍ ପଦ ପାଇଁ ଲିଖିତ ପରୀକ୍ଷାର ଜଣେ ବି ପରୀକ୍ଷାର୍ଥୀ,ସାକ୍ଷାତକାର ରାଉଣ୍ଡ ପାଇଁ ଯୋଗ୍ୟ ହୋଇନାହାଁନ୍ତିଯାହା ଓଡ଼ିଶାରେ ଆଇନ ଶିକ୍ଷାର ମାନକୁ ପ୍ରଶ୍ନ କରୁଛି !

ଜିଲ୍ଲା ସେସନ୍ ଜଜ୍ କୋର୍ଟରେ ୪୫ଟି ଖାଲି ପଦ ପୂରଣ କରିବାକୁ ଓଡ଼ିଶା ହାଇକୋର୍ଟ, ଲ୍ ଗ୍ରାଜୁଏଟ୍ ଏବଂ ଲ୍ ଅଫିସର ମାନଙ୍କ ଠାରୁ ଆବେଦନ ଆହ୍ୱାନ କରିଥିଲେ ସର୍ବନିମ୍ନ ବର୍ଷର ଅଭିଜ୍ଞତା ଥିବା ଲ୍ ଗ୍ରାଜୁଏଟ୍ ମାନଙ୍କ ୩୧ଟି ପଦ ସଂରକ୍ଷିତ ଥିଲାବେଳେ, ବର୍ଷର ଅଭିଜ୍ଞତା ଥିବା ଲ୍ ଅଫିସର ମାନଙ୍କ ପାଇଁ ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) କ୍ୟାଡର୍ ନିମନ୍ତେ ୧୪ଟି ପଦ ସଂରକ୍ଷିତ ଥିଲା। ସେଥିପାଇଁ ଆବେଦନକାରୀଙ୍କ ବୟସ ସୀମା ୩୫ରୁ ୪୫ ବର୍ଷ ମଧ୍ୟରେ ସୀମିତ ରଖାଯାଇଥିଲା।

ସେଥିପାଇଁ ୫ ଜାନୁଆରୀ,୨୦୨୫ ଲିଖିତ ପରୀକ୍ଷା କରାଯାଇଥିଲା। କିନ୍ତୁ  ବିଭିନ୍ନ ବାରରୁ ଯୋଗ୍ୟ ବିବେଚିତ ହୋଇଥିବା ୨୮୩ ଲ୍ ଗ୍ରାଜୁଏଟଙ୍କ ମଧ୍ୟରୁ ୧୯୫ ଜଣ ପରୀକ୍ଷା ଦେଇଥିଲେ। ସେହିପରି ୮୩ ଜଣ ଲ୍ ଅଫିସରମାନେ ମଧ୍ୟ ସେହିଦିନ ୧୪ଟି ପଦ ନିମନ୍ତେ ଲିଖିତ ପରୀକ୍ଷା ଦେଇଥିଲେ। ହାଇକୋର୍ଟ ରେଜିଷ୍ଟ୍ରାର(ପରୀକ୍ଷା)ଙ୍କ ଦ୍ୱାରା ପରୀକ୍ଷା ଫଳାଫଳ ଘୋଷଣା କରିଛନ୍ତି କିନ୍ତୁ ସାକ୍ଷାତକାର ରାଉଣ୍ଡ ପାଇଁ ଆବଶ୍ୟକ ସର୍ବନିମ୍ନ ମାର୍କ ରଖିବାକୁ ସମସ୍ତ ୨୭୮ ପରୀକ୍ଷାର୍ଥୀ ଫେଲ୍ ମାରିଛନ୍ତି

ଆଡଭୋକେଟ୍ ଏକାଡେମୀ ଆବଶ୍ୟକ

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ବିଭୁପ୍ରସାଦ ତ୍ରିପାଠୀ କହିଛନ୍ତି, “ଏହା ଏକ ଦୁଃଖର ବିଷୟ ବର୍ତ୍ତମାନ ଜୁଡିସିଆଲ୍ ଏକାଡେମୀ ଭଳି ଏକ ଆଡଭୋକେଟ୍ ଏକାଡେମୀ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ଜୁଡିସିଆଲ୍ ଏକାଡେମୀରେ ଯେମିତି ବିଚାରପତି ମାନଙ୍କ ଆଇନଗତ ଜ୍ଞାନ, ଦକ୍ଷତା, ମନୋବୃତ୍ତି, ନୈତିକତା ଏବଂ ଏପରିକି ସୂଚନା ପ୍ରଯୁକ୍ତି ବିଦ୍ୟା ସଂପର୍କରେ ନିୟମିତ ଟ୍ରେନିଂ ପ୍ରଦାନ ହେଉଛି ଠିକ୍ ସେହିପରି ଓକିଲ ମାନଙ୍କ ଆଇନ ଜଗତ ଏବଂ ନ୍ୟାୟପାଳିକାର ସଦ୍ୟତମ ବିକାଶ ଉପରେ ଅପଡେଟ୍ ରହିବା ଆବଶ୍ୟକ ରହିଛି ଓକିଲ ମାନଙ୍କ ପାଇଁ ଟ୍ରେନିଂକୁ ମଧ୍ୟ ପ୍ରାଥମିକତା ଦିଆଯିବା ଉଚିତ

ତେବେ ବିଭିନ୍ନ କୋର୍ଟରେ ବିଚାର ପାଇଁ ଦିନକୁ ଦିନ କେସ୍ ବଢ଼ିବାରେ ଲାଗିଛି । ସେ ସମୟରେ ଜଜ୍ ନିଯୁକ୍ତି କରି ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ହେଉଛି। କିନ୍ତୁ ପରୀକ୍ଷାରେ ଜଣେ ବ୍ୟକ୍ତି ଜିଲ୍ଲା ଜଜ୍ ହେବାକୁ ସଫଳ ନହେବା, ଓଡ଼ିଶାର ଆଇନ ଶିକ୍ଷାର ଉନ୍ନତି ଆଣିବା ଜରୁରୀ ବୋଲି ସ୍ପଷ୍ଟ ସଂକେତ ଦେଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *