କପୁର ପରିବାରରେ ଜଣେ ମାତ୍ର ଗ୍ରାଜୁଏଟ

କପୁର ପରିବାରର ରକ୍ତରେ ରହିଛି ନିଖୁଣ ଅଭିନୟର ଯାଦୁଗରୀ। ଅଭିନୟ ହେଉ କି ନିର୍ଦ୍ଦେଶନା କିମ୍ବା ସ୍କ୍ରିପ୍ଟ ରାଇଟିଂ,ସବୁଥିରେ କପୁର ପରିବାର ଆଗରେ।ବଲିଓଡରେ ଶତାଦ୍ଧୀ ଧରି ରହିଛି, କପୁର ପରିବାରର ଦବଦବା। ଏହି ପରିବାର ଭାରତୀୟ ସିନେମାକୁ ଅଗଣିତ ସୁପରଷ୍ଟାର ଭେଟି ଦେଇଛି। ହେଲେ ଏହି ପରିବାରର ଏପରି କିଛି ଅଜଣା କଥା ଅଛି, ଯାହା ଖୁବ କମ ଲୋକ ହିଁ ଜାଣନ୍ତି

କପୁର ପରିବାରର କୌଣସି ପୁଅ କେବେ ଉଚ୍ଚଶିକ୍ଷା ପ୍ରାପ୍ତ କରିନାହାନ୍ତିସିନେ ଦୁନିଆରେ ନାଁ କରିବା ନିଶାରେ ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେଇନାହାନ୍ତି। ହେଲେ ଅନେକ ବର୍ଷ ପରେ ଏହି ପରମ୍ପରା ଭାଙ୍ଗି, ଉଦାହରଣ ସୃଷ୍ଟି କରିଛନ୍ତି, ପରିବାରର ଜଣେ ସଦସ୍ୟ। କପୁର ପରିବାରର ସେହି ସଦସ୍ୟ ଜଣକ ଆଉ କେହି ନୁହଁନ୍ତି, ସେ ହେଲେ ଶମି କପୁରଙ୍କ ପୁଅ ଆଦିତ୍ୟ ରାଜ କପୁର। ସେ କପୁର ପରିବାରର ଏକମାତ୍ର ସ୍ନାତକ ଡିଗ୍ରିଧାରୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଦିତ୍ୟ ୬୭ ବର୍ଷ ବୟସରେ ଏହି ଡିଗ୍ରୀ ହାସଲ କରିଛନ୍ତି। ୨୦୨୩ ମସିହାରେ ଆଦିତ୍ୟ, ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଓପନ୍ ୟୁନିଭରସିଟିରୁ ଦର୍ଶନ ଶାସ୍ତ୍ରରେ ଡିଗ୍ରୀ ହାସଲ କରିଛନ୍ତି। ଭାରତରେ ଏହି ଡିଗ୍ରୀ ହାସଲ କରିଥିବା ସବୁଠାରୁ ବୟସ୍କ ବ୍ୟକ୍ତି ହୋଇଛନ୍ତି ଆଦିତ୍ୟ ରାଜ କପୁର।ଏତିକିରେ ସେ ଥମି ଯାଇନାହାନ୍ତି। ପାଠପଢ଼ା ପରେ ଆଉ ପାଦେ ଆଗେଇ, ଅଗଷ୍ଟ ୨୦୨୪ରେ  ଶିକ୍ଷକତା ଜୀବନ ଆରମ୍ଭ କରିଛନ୍ତି। 

୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିଲେ ଶମି କପୁର ଓ ଗୀତା ବାଲିଙ୍କ ପୁଅ ଆଦିତ୍ୟ ଲରେନ୍ସ ସ୍କୁଲରୁ ପ୍ରାଥମିକ ଶିକ୍ଷା ହାସଲ ପରେ ସିନେମା ବବିରେ ବଡ଼ ବାପା ରାଜ କପୁରଙ୍କୁ ଆସିଷ୍ଟ୍ କରିଥିଲେ। ଧରମ୍ କରମ୍‘, ‘ସତ୍ୟମ୍ ଶିବମ୍ ସୁନ୍ଦରମ୍ ସିନେମାରେ ମଧ୍ୟ କାମ କରିଛନ୍ତି । ହେଲେ କପୁର ପରିବାରର ଅନ୍ୟ ସଦସ୍ୟଙ୍କ ପରି ଆଦିତ୍ୟଙ୍କୁ ଅଭିନୟରେ ଖାସ୍ ସଫଳତା ମିଳିଲା ନାହିଁ ପରେ ବ୍ୟବସାୟ ପାଇଁ ସେ ନିଜକୁ ସିନେ ଜଗତରୁ ଦୂରେଇ ରଖିଥିଲେ।

ସିନେମା ଚେସ୍ ଜରିଆରେ ୨୦୧୦ରେ ପୁଣି ଥରେ ବଲିଉଡକୁ କମ୍ ବ୍ୟାକ୍ କରିଥିଲେ । ୨୦୧୪ରେ ଟିଭି ଜଗତକୁ ଡେବ୍ୟୁ କରିଥିଲେ କିନ୍ତୁ ପାଠପଢ଼ା ପାଇଁ ପୁଣି ଅଭିନୟରୁ ସେ ନିଜକୁ ଦୂରେଇ ନେଇଥିଲେ। ସେହି ପାଠପଢ଼ା ନିଶା ପାଇଁ ଏବେ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି  । ୯୦ ବର୍ଷରେ କପୁର ଫ୍ୟାମିଲିରେ କାହିଁକି ଗ୍ରାଜୁଏଟ୍ ବାହାରୁ ନଥିଲେ?୧୯୨୦ ଦଶକରେ ସିନେମା ଜଗତରେ ପୃଥିରାଜ କପୁରଙ୍କ ଏଣ୍ଟ୍ରି କରନ୍ତି । ବାପା ପୃଥିରାଜଙ୍କ ରାସ୍ତାରେ ରାଜ କପୁର ପିଲାଟି ଦିନରୁ ହିଁ ସିନେ ଜଗତକୁ ଏଣ୍ଟ୍ରି ମାରିଥିଲେ। ଅଭିନୟ ପାଇଁ ସେ ସ୍କୁଲ ବି ଶେଷ କରିପାରି ନଥିଲେ। ଆଉ ସେ ଆର.କେ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ। ରାଜ କପୁର ‘ବଲିଉଡର ଶୋ-ମ୍ୟାନ୍’ ଭାବରେ ମଧ୍ୟ ଜଣାଶୁଣା।

ରାଜ କପୁର ଏକାଧାରରେ ଜଣେ ପ୍ରସିଦ୍ଧ ଅଭିନେତା, ନିର୍ମାତା ଏବଂ ନିର୍ଦ୍ଦେଶକ ଥିଲେ। ଖାଲି ସେ ନୁହଁନ୍ତି, ତାଙ୍କ ଭାଇ ଶମି ଏବଂ ଶଶିଙ୍କ ଠାରୁ ଆରମ୍ଭ କରି ପୁଅ ରଣଧୀର, ଋଷି ଏବଂ ରାଜୀବଙ୍କ ପର୍ଯ୍ୟନ୍ତ ସମସ୍ତେ ପାଠପଢ଼ା ଛାଡ଼ି ସିନେ ଜଗତରେ ପାଦ ଥାପିଥିଲେ ଅଳ୍ପ ବୟସର ହିଁ ସମସ୍ତେ ପାଠପଢ଼ା ଛାଡ଼ି ଅଭିନୟ ଆରମ୍ଭ କରି ଦେଇଥିଲେ। ତେବେ ରଣବୀର କପୁର ସ୍କୁଲ ଶିକ୍ଷା ଶେଷ କରି କଲେଜରେ ଆଡ଼ମିସନ୍ ନେଇଥିଲେ। ହେଲେ ଅଭିନୟ ପାଇଁ ରଣବୀର ବି ଅଧାରୁ କଲେଜ ଛାଡ଼ି ଦେଇଥିଲେ।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *