୧୦୨ ରନରେ ବିରାଟ କରିବେ ୱାର୍ଲ୍ଡ ରେକର୍ଡ

କିଙ୍ଗ କୋହଲିଙ୍କୁ ନେଇ କ୍ରିକେଟରେ ରହିଛି ଅଲଗା କ୍ରେଜ୍।ଯଦିଓ ଜୀବନରେ ସେ ଅନେକ ଉତ୍ଥାନ ପତନ ଦେଖିଛନ୍ତି ତଥାପି କୋହଲିଙ୍କ ପ୍ରତି କ୍ରିକେଟ ଲଭରଙ୍କ ରହିଛି ଅଲଗା ଇମୋସୋନ୍।ନିଜ ଚାଇଲ୍ଡିସ୍ ବିହେଭିୟର୍ ପାଇଁ ବିରାଟ ଯେତିକି ଲୋକପ୍ରିୟ ଠିକ୍ ସେତିକି ପ୍ରଶଂସନୀୟ ତାଙ୍କ ପରଫାନ୍ସକୁ ନେଇ ।ତେବେ ବିରାଟଙ୍କ ସହ ଆଗକୁ ବହୁତ କିଛି ଭଲ ହେବାକୁ ଯାଉଛି।୧୦୨ ରନ୍ କଲେ ବିରାଟ ପାଲଟିଯିବେ ବିଶ୍ୱର ଏକ ନମ୍ବର ଖେଳାଳୀ।

ବିରାଟ ପର୍ଥ ଟେଷ୍ଟରେ ଶତକ ଲଗାଇ ରେକର୍ଡ କରିଥିଲେ।ଏବେ ଆଡିଲେଡ୍‌ ଟେଷ୍ଟରେ ରଚିବେ ଇତିହାସ।କୋହଲି ଏହି ମ୍ୟାଚ୍‌ ଜରିଆରେ ଭାଙ୍ଗିପାରନ୍ତି କିଛି ରେକର୍ଡ।ଆଡିଲେଡ୍‌ରେ କୋହଲି ପ୍ରଦର୍ଶନ ସବୁବେଳେ ଦମ୍‌ଦାର ରହିଛି।ଯଦି କୋହଲି ଆଡିଲେଡରେ ଖେଳାଯିବାକୁ ଥିବା ପିଙ୍କ ବଲ୍ ଡେ-ନାଇଟ୍ ଟେଷ୍ଟରେ ୧୦୨ ରନ୍ ସ୍କୋର କରନ୍ତି, ତେବେ ସେ ଓ୍ବାର୍ଲ୍ଡ ରେକର୍ଡ କରିବେ।ସେ ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କ ରେକର୍ଡ ଭାଙ୍ଗିବେ।

 ବର୍ତ୍ତମାନ ଆଡିଲେଡ୍ ଓଭାଲରେ ସର୍ବାଧିକ ଟେଷ୍ଟ ରନ୍ ସ୍କୋର କରିଥିବା ତୃତୀୟ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି କୋହଲି।ସେ ଏପର୍ଯ୍ୟନ୍ତ ୫୦୯ ରନ୍ କରିଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ମହାନ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ସାର୍ ଭିଭିଆନ୍ ରିଚାର୍ଡସ।ଟେଷ୍ଟ କ୍ରିକେଟରେ ଏହି ଗ୍ରାଉଣ୍ଡରେ ସାର୍ ଭିଭିଆନ୍ ରିଚାର୍ଡସ ୫୫୨ ରନ୍ କରିଛନ୍ତି।ତେବେ ଏହି ଲିଷ୍ଟର ପ୍ରଥମରେ ରହିଛନ୍ତି ବ୍ରାଏନ୍ ଲାରା।ସେ ୬୧୧ ରନ୍ ସ୍କୋର କରିଛନ୍ତି।

 କୋହଲି ଆଉ ଗୋଟିଏ ଶତକ କଲେ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିବେ।ବ୍ରାଡମ୍ୟାନ ୧୯୩୦ରୁ ୧୯୪୮ ମଧ୍ୟରେ କେବଳ ଇଂଲଣ୍ଡରେ ୧୯ଟି ମ୍ୟାଚ୍‌ ଖେଳି ୧୧ଟି ଶତକ ଅର୍ଜନ କରିଥିଲେ।କୋହଲି କେବଳ ଅଷ୍ଟ୍ରେଲିଆରେ ୪୩ଟି ମ୍ୟାଚ୍‌ ଖେଳି ୧୦ଟି ଶତକ ଅର୍ଜନ କରିସାରିଛନ୍ତି।ତେବେ କୋହଲି ପର୍ଥରେ ଶତକ ଅର୍ଜନ କରି ଭାଙ୍ଗିଥିଲେ ସଚିନ ତେନ୍ଦୁଲକରଙ୍କ ରେକର୍ଡ। 

ତେନ୍ଦୁଲକର କେବଳ ଶ୍ରୀଲଙ୍କାରେ ୯ଟି ଶତକ ଅର୍ଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ୍‌ ହବ୍ସ ଅଷ୍ଟ୍ରେଲିଆରେ ୯ଟି ଶତକ, ସୁନିଲ ଗାଭାସ୍କର ୱେଷ୍ଟ ଇଣ୍ଡିଜ୍‌ରେ ୭ଟି ଶତକ ଓ ଭିଭିଆନ ରିଚାର୍ଡସ ଇଂଲଣ୍ଡ ବିପକ୍ଷରେ ୮ଟି ଶତକ ଅର୍ଜନ କରିଥିଲେ।କେବଳ ଅଷ୍ଟ୍ରେଲିଆରେ ଘରୋଇ ଦଳ ବିପକ୍ଷରେ କୋହଲି ୨୭୧୦ ରନ୍‌ ସଂଗ୍ରହ କରିସାରିଛନ୍ତି।ତେବେ ଯଦି କୋହଲି ଏ ରେକର୍ଡ କରିବାରେ ସଫଳ ହୁଅନ୍ତି ତାହେଲେ ହୁଏତ ଏ ଆଚିଭମେଣ୍ଟ ବିରାଟ ଲଭରଙ୍କ ପାଇଁ ସବୁଠୁ ବଡ଼ ଖବର ପାଲଟିବ।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *