ଧିନତାର ଦୁଇ ଦଶନ୍ଧି ପରେ ପଲିଟିକ୍ସରେ ଆରମ୍ଭ ହୋଇଥିଲା ଏକ ନୂଆ ଟ୍ରେଣ୍ଡ। ପଲିଟିକ୍ସରେ ଏଣ୍ଟ୍ରି କରିଥିଲେ ସିନେଷ୍ଟାର୍। କେବଳ ଏଣ୍ଟ୍ରି କାହିଁକି ବେଶ୍ କିଛି ସଫଳତା ମଧ୍ୟ ପାଇଥିଲେ। ସ୍ପେଶିଆଲି ସାଉଥ୍ ଇଣ୍ଡିଆରେ ଏ ଟ୍ରେଣ୍ଡ ଆରମ୍ଭ ହୋଇଥିଲା।୧୯୬୭ରେ M.G.Ramaachandran ର।ଜ୍ୟସଭ।କୁ ନିର୍ବ।ଚିତ ହୋଇ ପଲିଟିକ୍ସରେ ସିନେଷ୍ଟାର ଏଣ୍ଟ୍ରିର ଅଧ୍ୟାୟ ଆରମ୍ଭ କରିଥିଲେ।୧୯୬୯ରେ ଅଭିନେତା M.Karunanidhi ପ୍ରଥମ ଥର ପ।ଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ଠିକ୍ ଏହାର ଦୁଇ ବର୍ଷ ପରେ ବିଜୁ ପଟ୍ଟନ।ୟକ ଓଡ଼ିଶାରେ ଏ ଟ୍ରେଣ୍ଡକୁ ଆପଣେଇଥିଲେ। ମାତ୍ର ବିବୁବାବୁଙ୍କୁ ମିଳି ନଥିଲା ସକ୍ସେସ୍ ।ଜୟଲଳିତା,ସ୍ମୃତି ଇରାନୀ ଆଦି ଅଭିନେତ୍ରୀରୁ ନାରୀନେତ୍ରୀ ସାଜି ସଫଳତା ତ ପାଇଛନ୍ତି ମାତ୍ର ଓଡ଼ିଶାରେ ଏହାର ନଜିର୍ କମ୍।ବଲିଉଡ଼ରେ ଅମିତାଭ ବଚ୍ଚନ, ପରେଶ୍ ରାୱଲ୍,କମେଡ଼ି କିଙ୍ଗ ଗୋବିନ୍ଦା ଆଦି ପଲିଟିକ୍ସର ବାଜି ଜିତିଥିଲା ବେଳେ ମାଟି କାମୁଡିଛନ୍ତି ଓଡ଼ିଆ ଅଭିନେତା।ଫେମସ୍ ପ୍ରୋଫାଇଲ ଓ ପପୁଲାରିଟି ସତ୍ତ୍ୱେ ହାରିଛନ୍ତି ନିର୍ବାଚନର ବାଜି। ଫିଲ୍ମ ହଲରେ ଫେମସ୍ ସକ୍ସେସ୍ ଆକ୍ଟର ପଲିଟିକ୍ସରେ ହୋଇଛନ୍ତି ଫେଲ୍।
ସାଉଥ୍ ଇଣ୍ଡିଆରେ ଆକ୍ଟରଙ୍କ ପଲିଟିକାଲ୍ ଏଣ୍ଟ୍ରି ପରେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ। ଶରତ ପୂଜ।ରୀଙ୍କୁ ପ୍ରାର୍ଥି କରନ୍ତି ବିଜୁବାବୁ। ୧୯୭୧ ତ।ଙ୍କ ନୂତନ ଗଠିତ ଉତ୍କଳ କଂଗ୍ରେସ ପ।ର୍ଟି ପକ୍ଷରୁ ସମ୍ବଲପୁରରୁ ବିଧ।ନସଭ। ନିର୍ବାଚନ ଲଢିଥିଲେ ଶରତ। ମାତ୍ର କାମ ଦେଲାନି ଆକ୍ଟର ଇମେଜ୍। ଅଭିନୟରେ ମନ ଜିଣୁଥିବା ଶରତ ହାରିଯାଆନ୍ତି ନିର୍ବାଚନର ବାଜି। ଶରତଙ୍କୁ ଶ୍ରୀ ବଲ୍ଲଭ ପାଣିଗ୍ରାହୀ 10,116 ଭୋଟ୍ ବ୍ୟଧାନରେ ପରାଜିତ କରନ୍ତି। ସେବେଠୁ ରାଜନୀତିରୁ ଅବସର ନିଅନ୍ତି ଶରତ। ରାଜନୀତିରେ ଅଭିନେତାଙ୍କ ଏଣ୍ଟ୍ରିରେ ରୋକ୍ ଲାଗେ।
ସାଉଥ୍ ଇଣ୍ଡିଆାର ଆକ୍ଟର ରାଜନୀତିରେ ବେଶ୍ ଶୀର୍ଷରେ। ସେଠି କଂଗ୍ରେସର ଗଡ ଭାଙ୍ଗିବାରେ ସଫଳ ହୋଇଛନ୍ତି ଅଭିନେତା ଏନ୍.ଟି ରାମାରାଓ। ଓଡ଼ିଶାରେ କିନ୍ତୁ ପଲିଟିକ୍ସରୁ ବହୁ ପଛରେ ରହିଯାଇଥିଲେ ଅଭିନେତା। ମାତ୍ର କିଛି ବର୍ଷର ବ୍ୟବଧାନରେ ଏ ରେକର୍ଡକୁ ଭାଙ୍ଗି ପଲିଟିକ୍ସରେ ସିନେ ଷ୍ଟାର୍ ପ୍ରଶାନ୍ତ ନନ୍ଦଙ୍କ ଏଣ୍ଟ୍ରି ହୁଏ। ବିଜେପିର ରାଜ୍ୟ ଉପ ସଭାପତି ଥିବା ପ୍ରଶାନ୍ତ ନନ୍ଦ ବିଜେଡ଼ିରେ ଯୋଗଦେଇ ରାଜ୍ୟସଭା ସାଂସଦ ହୋଇ ରାଜନୀତିରେ ବି ସଫଳତା ପାଇଛନ୍ତି। ପ୍ରଶାନ୍ତଙ୍କୁ ଛାଡି ପ୍ରାୟତଃ ଓଡ଼ିଆ ସିନେଷ୍ଟାର୍ ପଲିଟିକ୍ସରେ ଫେଲ୍ ହୋଇଛନ୍ତି। କେହିକେହି ରାଜନୀତିରୁ ସମ୍ପୂର୍ଣ୍ଣ ବିରତି ନେଇଛନ୍ତି ତ ପୁଣି କିଏ ସାଜିଛନ୍ତି ପ୍ରଚାରର ଫ୍ୟାକ୍ଟର। ଅବଶ୍ୟ ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରୁ ଦୁଇଦୁଇଥର ସାଂସଦ ହୋଇ ସକ୍ସେସ ହୋଇଛନ୍ତି। ଅଭିନୟରେ ଏତେଟା ନାଁ କରି ନଥିବା ମୁନା ଖାଁ ମଧ୍ୟ 2020 ରେ ରାଜ୍ୟସଭା ସାଂସଦ ହୋଇ କିଛିଟା ସଫଳତା ପାଇଛନ୍ତି। ମାତ୍ର ଚର୍ଚ୍ଚିତ ଅଭିନେତା ବିଜୟ ମହାନ୍ତୀ, ଅପରାଜିତା ମହାନ୍ତୀ ,କମେଡି କିଙ୍ଗ ପପୁ ପମ୍ ପମ୍ ଅର୍ଥାତ୍ ତତ୍ୱପ୍ରକାଶ ଶତପଥି ଆଦି ପଲଟିକାଲ୍ ସକ୍ସେସର ମଜା ପାଇ ନାହାନ୍ତି। ଓଡ଼ିଶାର ଦୀଲ୍ଲିପ କୁମାର ଭାବେ ପରିଚିତ ଫେମସ୍ ଆକ୍ଟର ବିଜୟ ମହାନ୍ତୀ 2014ରେ କଂଗ୍ରେସରୁ ଭୁବନେଶ୍ୱର ଲୋକସଭା ସାଂସଦ ଲଢି ପରାଜିତ ହୋଇଛନ୍ତି। ଓଡ଼ିଆ ସିନେଷ୍ଟାରଙ୍କ ମାଇଲ ଖୁଣ୍ଟ କୁହାଯାଉଥିବା ଅପରାଜିତା ମଧ୍ୟ ବିଜେପି ଟିକେଟରୁ ଭୁବନେଶ୍ୱର ଉତ୍ତର ଆସନରୁ ଲଢି ପରାଜୟର ସ୍ୱାଦ ଚାଖିଛନ୍ତି ।80 ଦଶକରେ ଚର୍ଚ୍ଚିତ ଅଭିନେତା ମହେଶ୍ୱତା ପ୍ରଚାରକୁ ଓହ୍ଳାଇବା ପରେ ବି ହାରିଯାଆନ୍ତ ତାଙ୍କ ବାପା ରାଜକିଶୋର ରାୟ ।ସେହିଭଳି 2014ରେ ବିଜେଡିରୁ ଟିକେଟ୍ ପାଇଲା ପରେ ବି କମେଡି କିଙ୍ଗ ପପୁ ପମ୍ ପମ୍ କଂଗ୍ରେସ ପ୍ରାର୍ଥି ସନାତନ ମହାକୁଡ଼ଙ୍କଠୁ ହାରି ଅମାନତ ହରେଇଛନ୍ତି। ସ୍ୱାଧିନ ପ୍ରାର୍ଥଙ୍କଠୁ ବି କମ୍ ଭୋଟ୍ ପାଇବା ସହ ବିଜୟୀ ପ୍ରାର୍ଥଙ୍କଠାରୁ 50 ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜେଡିର ପରାଜୟ ହୋଇଛି। ସେହିଭଳି ବିଜେପି ନେତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ ମଧ୍ୟ 2019ରେ ଦିଗପହଣ୍ଡି ଆସନରୁ ଲଢି ବିଜେଡ଼ି ପ୍ରାର୍ଥି ସୁର୍ଯ୍ୟ ନାରାୟଣ ପାତ୍ରଙ୍କ ଠାରୁ 35 ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। କଟକ ମେୟର ଆସନରୁ ବିଜେପି ପ୍ରାର୍ଥି ଭାବେ ଲଢ଼ି ଶ୍ରୀତମ୍ ଦାସଙ୍କର ଶୋଚନୀୟ ପରାଜୟ ହୋଇଛି।ଅନ୍ୟ ରାଜ୍ୟ ବିଶେଷତଃ ସାଉଥ୍ ଇଣ୍ଡଷ୍ଟ୍ରୀର ଆକ୍ଟର ପଲିଟିକ୍ସରେ ରାଜ୍ କରୁଥିଲା ବେଳେ ଓଡ଼ିଶାରେ କାହିଁକି କିଛି ଆକ୍ଟରଙ୍କ ପଲିଟିକାଲ୍ କ୍ୟାରୀୟର କେବଳ ପ୍ରଚାର ଗାଡ଼ିରେ ଅଟକିଛି ତାହା ଏକ ବଡ ପ୍ରଶ୍ନ। ଅନୁ ଚୌଧୁରୀ, କମେଡି କିଙ୍ଗ ହରି,ଅରିନ୍ଦମ,ମହେଶ୍ୱତା, ମିହିର ଦାସ ଆଦି ଅଭିନେତା ଅଭିନୟରେ ମନ ଛୁଇଁ ସକ୍ସେସ୍ ପାଇଥିଲା ବେଳେ ପଲିଟିକ୍ସରେ କିନ୍ତୁ ଆଖିଦୃଶିଆ ସଫଳତା ମିଳିନି।