Posts tagged Women

ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଶିଘ୍ର ମିଳୁଛି ବ୍ୟାଙ୍କ ଲୋନ୍

ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ସହଜରେ ମିଳିଯାଉଛି ବ୍ୟାଙ୍କ ଲୋନ୍। ବାରମ୍ବାର ଦୌଡ଼ିବାକୁ ପଡ଼ୁନି ! କି ବ୍ୟାଙ୍କ ଅଧିକାରୀଙ୍କୁ ଖୋସାମତ କରିବାକୁ ପଡ଼ୁ ନାହିଁ ! ପୁରୁଷଙ୍କ କ୍ଷେତ୍ରରେ, ଏହା ଓଲଟା ଦେଖିବାକୁ ମିଳୁଛି। ଦୌଡ଼ି ଦୌଡ଼ି ଚପଲ ଘଷି ହୋଇଗଲେ ସୁଧା ଲୋନ୍ ପାଇବା କଷ୍ଟକର ହୋଇପଡ଼ୁଛି। ପୁରୁଷଙ୍କୁ ଲୋନ୍ ଦେବା ପାଇଁ ବ୍ୟାଙ୍କ ଅଧିକାରୀ କୁଣ୍ଠାବୋଧ କରୁଥିଲା ବେଳେ ମଳିହାଙ୍କୁ ସହଜରେ ମିଳୁଛି ବ୍ୟାଙ୍କ ଲୋନ୍।

ସିଧାସଳଖ କହିବାକୁ ଗଲେ ପୁରୁଷଙ୍କ ଉପରେ ବ୍ୟାଙ୍କ ଭରସା କମ୍ ! ଲୋନ୍ ପରିଶୋଧର ସମୟ ଆସିଲେ ,ପୁରୁଷମାନେ ଅନେକ ବାହାନା ଦେଖାନ୍ତି । କେହି କେହି ତ ଲୋନ୍ ଶୁଝନ୍ତିନି। ଏ କ୍ଷେତ୍ରରେ ମହିଳା ମାନେ ଖୁବ୍ ସଚ୍ଚୋଟ। କ୍ରେଡିଟ୍ ଇନଫେରମସନ୍ ବ୍ୟୁରୋ ଅଫ ଇଣ୍ଡିଆ  ଲିମିଟେଡ୍ (ସିବିଲ୍) ରିପାର୍ଟ ଅନୁ ସାରେ, ଲୋନ୍ ପରିଶୋଧ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଶୃଙ୍ଖଳିତଏହି ଅନୁଶାସନ ଯୋଗୁ ମହିଳାଙ୍କୁ ଉତ୍ତମ ସୁଧ ହାର ସହ ଅଧିକ ଲୋନ୍ ପ୍ରଦାନ କୋଯାଉଛି

ସିବିଲ୍  ରିପୋର୍ଟ ଅନୁସାରେ ମହିଳାଙ୍କୁ ଋଣ ପ୍ରଦାନ କରିବା, ପୁରୁଷଙ୍କ ତୁଳନାରେ କମ୍ ବିପଦପୂର୍ଣ୍ଣ । ଅର୍ଥାତ ମହିଳାଙ୍କୁ ଦିଆ ଯାଉଥିବା ଲୋନ୍ ଫେରସ୍ତ ପାଇବାର ଗ୍ୟାରେଣ୍ଟି, ପୁରୁଷଙ୍କ ଅପେକ୍ଷା ଅଧିକ। ଏହି କାରଣରୁ ମହିଳାଙ୍କୁ ଫୋନ୍ ଦେବା ପାଇଁ କୌଣସି ବି ବ୍ୟାଙ୍କ ସହଜରେ ରାଜି ହୋଇଯାଆନ୍ତି। ୨୦୨୩ ଆଥିକ ବର୍ଷରେ ତଥ୍ୟରେ ଏ ସମ୍ପର୍କରେ ସବିଶେଷ ବିବରଣୀ ରହିଛି । ଗତ ଆଥିକ ବର୍ଷରେ ୧.୯ପ୍ରତିୟତ ମହିଳା ଲୋନ୍ ପରିଶୋଧ କରିନାହାନ୍ତିକିନ୍ତୁ ଲୋନ୍ ଫେରାଇ ନଥିବା ମଧ୍ୟରୁ ୨.୫ ପ୍ରତିଶତ ପୁରୁଷ ଲୋନ୍ ପରିଶୋଧ କରିନାହାନ୍ତି।

ମହିଳାଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ମଧ୍ୟ ତୁଳନାତ୍ମକ ଭାବ୍ୟ ଭଲକାରଣ କ୍ରେଡିଟ୍ ପ୍ରୋଫାଇଲ୍ ଥିବା ଲୋକଙ୍କୁ ସହଜରେ ଋଣ ମିଳିଯାଏ।ରେଡିଟ୍ ପ୍ରୋଫାଇଲ୍  ସେତେବେଳେ ଭଲ ହୁଏ, ଯେତେବେଳେ ଜଣେ ନିଜର ଲୋନ୍, ସମୟ ପୂର୍ବରୁ ପରିଶୋଧ କରେ। ଏହା ବ୍ୟତୀତ ଯଦି ଜଣେ ବ୍ୟକ୍ତି ନିଜେ କ୍ରେଡିଟ୍ କାର୍ଡକୁ ଏକ ସମୟ ସୀମା ମଧ୍ୟରେ ବ୍ୟବହାର କରନ୍ତି ଏବଂ ଏହାକୁ ଠିକ୍ ସମୟରେ ପରିଶୋଧ କରିଦିଅନ୍ତି, ତାଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ଭଲ ହୋଇଥାଏ। ଏ କ୍ଷେତ୍ରରେ ମଧ୍ୟ ମହିଳାମାନେ ପୁରୁଷଙ୍କ ତୁଳନାରେ ୧୦ ପ୍ରତିଶତ ଅଧିକ ସଚ୍ଚୋଟ।

ସାଧାରଣତଃ ମହିଳାମାନେ ଅଧିକ ଲୋନ୍ ନିଅନ୍ତି ନାହିଁ। ଆଉ ଯେତିକି ବି ଲୋନ୍ ନିଅନ୍ତି, ସମୟରେ ପରିଶୋଧ କରିଦିଅନ୍ତି। ମହିଳାଙ୍କୁ ଅଧିକ ସଶକ୍ତି କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛିଅନେକ ଯୋଜନାରେ ମହିଳା ଉଦ୍ୟୋଗୀମାନେ ଲୋନ୍ ଉପରେ ସବସିଡ୍ ପାଇଥାନ୍ତି। ଯଦି ସେମାନେ କୌଣସି ଯୋଜନା ଅଧୀନରେ ଆସନ୍ତି, ତେବେ ସେମାନଙ୍କୁ ଲୋନ୍ ପ୍ରଦାନ ପାଇଁ ମନା କରିପାରିବେ ନାହିଁ ବ୍ୟାଙ୍କ।ଏହି କାରଣରୁ , ମହିଳା ମାନଙ୍କ ପାଇ ସ୍ୱଳ୍ପ ସୁଧ ହାରରେ ଋଣ ମିଳିଯାଏ।