Posts tagged Shaktikanta Das

ପୁଣି RBI ଗଭର୍ଣ୍ଣର ହେବେ କି ଓଡ଼ିଆ ପୁଅ

RBI ଗଭର୍ଣ୍ଣର ଭାବେ ନୁଆ ଇତିହାସ ସୃଷ୍ଟି କରି ପାରନ୍ତି ଓଡ଼ିଶାର ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଲଙ୍ଗେଷ୍ଟ ସର୍ଭିଙ୍ଗ ଗଭର୍ଣ୍ଣର ସାଜି ପାରନ୍ତି ଶକ୍ତିକାନ୍ତ।ହିଷ୍ଟ୍ରୀ ଅନର୍ସ ଥାଇ ବ୍ୟାଙ୍କିଙ୍ଗ ଲାଇନରେ ଏଣ୍ଟ୍ରି କରଇଥିବା ଶକ୍ତିକାନ୍ତ କ୍ରିଏଟ କରିପାରନ୍ତି ନୂଆ ହିଷ୍ଟ୍ରି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିବା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କ ପାଇଁ ଆସିପାରେ ସବୁଠୁ ବଡ଼ ଖୁସି ଖବର।ଭାରତୀୟ ରିଜର୍ଭ ବ୍ୟାଙ୍କର ସର୍ବାଧିକ ସମୟ ସେବା ଯୋଗାଇଥିବା ଚିଠାରେ ସବୁଠୁ ଆଗରେ ରହିପାରନ୍ତି ଶକ୍ତିକାନ୍ତ।ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବଢିବା ନେଇ ଚର୍ଚ୍ଚା ହେଉଛିଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ବଢିବା ଖବରକୁ ନେଇ ବେଶ୍ ଖୁସି ଅଛନ୍ତି ଓଡ଼ିଶାବାସୀ। ଦ୍ୱୀତିୟ ଥର ପାଇଁ ତାଙ୍କ କାର୍ଯ୍ୟକାଳ ବଢିପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ଏ ଅନୁମାନ ସତ ହୁଏ ତେବେ ଶକ୍ତିକାନ୍ତ ଦାସ ସର୍ବାଧିକ ବର୍ଷ ରହିଥିବା ଗଭର୍ଣ୍ଣର ହେବେ।

୨୦୧୮ ମସିହା ଡିସେମ୍ବର ୧୧ ତାରିଖରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ ଶକ୍ତିକାନ୍ତ। ନିଯୁକ୍ତ ହେବା ପୁର୍ବରୁ ଶ୍ରୀ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସବୁଠୁ ଭରସାଯୋଗ୍ୟ ଅଧିକାରୀ ମଧ୍ୟ ଥିଲେ। ଆଉ ମାତ୍ର କିଛିଦିନ ପରେ ଡିସେମ୍ବର ୧୦ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି।ମାତ୍ର ତାଙ୍କର କାର୍ଯ୍ୟକାଳ ଅବଧି ବଢିବା ନେଇ ଚର୍ଚ୍ଚା ହେଉଛି।କାର୍ଯ୍ୟକାଳ ବଢିଲେ ସେ ଦେଶରର ସର୍ବାଧିକ ବର୍ଷ ସେବା ପ୍ରଦାନ କରିଥିବା ଗଭର୍ଣ୍ଣର ହେବେ। ତାଙ୍କ ପୂର୍ବରୁ ବେନେଗାଲ ରାମା ରାଓ ଏ କ୍ଷେତ୍ରରେ ରେକର୍ଡ କରିଛନ୍ତି।୧୯୪୯ ରୁ ୧୯୫୭ ପର‌୍ୟ୍ୟନ୍ତ ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିଲେ। ୭ ବର୍ଷ ୫ ମାସ ଗଭର୍ଣ୍ଣର ଥିଲେ ରାମା ରାଓ। ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟ ଅବଧି ୬ ବର୍ଷ ପୁରି ଯାଇଥିଲା ବେଳେ ଅବଧି ବୃଦ୍ଧି ହେଲେ ସେ ହୁଏତ ରାମା ରାଓଙ୍କ ରେକର୍ଡ ବ୍ରେକ୍ କରିପାରନ୍ତି।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସଙ୍କ ଚାନ୍ସ ଅଧିକ।ରୀଙ୍କ ଛଡା ପରିସ୍ଥିତିକୁ ସୁହେଇଲା ଭଳିଆ ଆଉ କେହି ବିଚାରକୁ ଆସିପାରୁନାହାନ୍ତି।ତେଣୁ ତାଙ୍କ କାର୍ଯ୍ୟକାଳ ବର୍ଷେ ବଢିପାରେ ବୋଲି ଚର୍ଚ୍ଚା ହେଉଛି। ମହାରାଷ୍ଟ୍ର ନିର୍ବାଚନ ପରେ ଏ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା।ଅଭିଜ୍ଞତା ଦୃଷ୍ଟିରୁ ଦେଖିବାକୁ ଗଲେ ଶକ୍ତିକାନ୍ତ ଦାସ ୱେଲ୍ ଏକ୍ସପେରିଏନ୍ସଡ। କେନ୍ଦ୍ର ଅର୍ଥ ବିଭାଗରେ ସଚିବ ଭାବେ ମଧ୍ୟ ସେ କାମ କରିଛନ୍ତି।୧୫ ତମ ଅର୍ଥ ଆୟୋଗର ସଦସ୍ୟ ରହିବା ସହିତ ଜି ୨୦ ସମ୍ମୀଳନୀରେ ମଧ୍ୟ ସକ୍ରିୟ ଭୁମିକା ନେଇଛନ୍ତି।ଅର୍ଥ ମନ୍ତ୍ରଣାଳୟରେ ଦୀର୍ଘ କାର୍ଯ୍ୟ ଅବଧି ମଧ୍ୟରେ ୮ ଟି କେନ୍ଦ୍ରୀୟ ବଜେଟ ପ୍ରସ୍ତୁତିରେ ସେ ସକ୍ରିୟ ଅଛନ୍ତି।

କେବଳ ଏତିକି ନୁହେଁ ଋଷ ୟୁକ୍ରେନ ଯୁଦ୍ଧ,କୋରୋନା ଆଦି ପରିସ୍ଥିତି ଯାହାକି ଦେଶର ଇକୋନୋମୀ ସିଷ୍ଟମକୁ ଦୋହଲାଇ ଦେଇଥିଲା, ସେ ସମୟରେ ପରିଚାଳନା କ୍ଷେତ୍ରରେ ଇକୋନୋମିକ୍ ରିସର୍ଚ୍ଚ ଜଣ୍ଣାଲ୍ ଦ୍ୱାରା ୨୦୨୩ରେ ଗଭର୍ଣ୍ଣର ଅଫ୍ ଦ ଇୟର ଆୱାର୍ଡ ପାଇଛନ୍ତି।ୱାର୍ଲ୍ଡବ୍ୟାଙ୍କ,ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ,ନିୟୁ ଡେଭଲପମେଣ୍ଟ ବ୍ୟାଙ୍କ, ଏସିଆନ୍ ଇନଫ୍ରାଷ୍ଟ୍ରକଚର ଇନଭେଣ୍ଟମେଣ୍ଟ ବ୍ୟାଙ୍କ ରେ ଭାରତର ବିକଳ୍ପ ଗଭଣ୍ଣର ଭାବେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି।ଏହା ସହ ସେ ଆଇ ଏମ୍ ଏଫ୍ ,ଜି-୨୦,ବ୍ରିକ୍ସ ଏବଂ ସାର୍କ ଭଳି ବିଶ୍ୱ ସ୍ତରୀୟ ଫୋରମରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ଶକ୍ତିକାନ୍ତ ଦାସ।ବିମୁଦ୍ରୀକରଣକୁ ନେଇ ଅର୍ଥନୀତି ମହାରମାରୀରେ ଏକ ଆହ୍ୱାନପୁଣ୍ଣ ସ୍ଥିତି ନେଇ ଗତି କରୁଥିବା ବେଳେ ଶକ୍ତିକାନ୍ତ ଦାସ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ।ଏହା ସହିତ ଅର୍ଥନୀତିକୁ କେନ୍ଦ୍ରୀୟ ବ୍ୟାଙ୍କର ଯୋଗଦାନ ଆଧାରରେ ଶକ୍ତିକାନ୍ତଙ୍କୁ ଲଗାତର ଦ୍ୱିତୀୟ ଥର ଲାଗି ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କ ଆୱାର୍ଡ ପ୍ରଦାନ କରାଯାଇଛି। ଏ ପ୍ଲସ୍ ରେଟିଂ ବି ପାଇଛନ୍ତି।ମୁଦ୍ରାସ୍ଫିତି ନିୟନ୍ତ୍ରଣ,ଅଭିବୃଦ୍ଧି ଲକ୍ଷ,ମୁଦ୍ରାରେ ସ୍ଥିରତା,ରେପୋ ରେଟ୍ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଗ୍ଲୋବାଲ୍ ଫାଇନାନ୍ସ ସମ୍ମାନ ଆୱାର୍ଡ ବି ମିଳିଛି।ତେବେ ସବୁ କ୍ଷେତ୍ରରେ ଆଗରେ ଥିବା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କ ଅବଧି ବଢି ସେ ଭାରତର ଲଙ୍ଗେଷ୍ଟ ସର୍ଭିଙ୍ଗ କ୍ସଭସ ଗଭଣ୍ଣର ହେଲେ ନୁଆ ହିଷ୍ଟ୍ରି କ୍ରିଏଟ୍ କରିବ ଓଡ଼ିଶା ।