Posts tagged Sanjay Leela Banshali

ବଲିଉଡ଼ରେ ଏଣ୍ଟ୍ରି କରିବେ ଅଲ୍ଲୁ ଅର୍ଜୁନ୍

ବଲିଉଡରେ ଏଣ୍ଟ୍ରି କରିବେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍।ପୁଷ୍ପା ଫିଲ୍ମ ମାଧ୍ୟମରେ ରେକର୍ଡ ସୃଷ୍ଟି କରିଥିବା ଅଲ୍ଲୁ ଅର୍ଜୁନ ବଲିଉଡ଼ ସ୍କ୍ରିନରେ ନଜର ଆସିବେ।ତେଲୁଗୁ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା-୨’ ବକ୍ସ ଅଫିସରେ ବ୍ଲକ୍ ବଷ୍ଟର୍‌ ସାବ୍ୟସ୍ତ ହୋଇଛି। ଯଦିଓ ଏହି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ଅଲ୍ଲୁ ଅର୍ଜୁନ୍  ବିବାଦ ମଧ୍ୟରେ ଛନ୍ଦି ହୋଇପଡିଥିଲେ, ଏହା କିନ୍ତୁ ତାଙ୍କୁ ବେଶ୍ ସଫଳତା ଦେଇଛି। ଏହା ସହିତ ପୁଷ୍ପା 2  ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ, ଯେଉଁଥିପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଛି। ନିକଟରେ ଅଲ୍ଲୁଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା।ଏହି ସମୟରେ ଅଲ୍ଲୁ ବଲିଉଡର ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲିଙ୍କୁ ଭେଟିଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।ଭିଡିଓରେ ଅଲ୍ଲୁଙ୍କୁ ସଞ୍ଜୟଙ୍କ ଅଫିସ୍‌ ଆଗରେ ଦେଖିବାକୁ ମିଳିଛି। ସଞ୍ଜୟ ତାଙ୍କୁ କୌଣସି ବଲିଉଡ୍‌ ଫିଲ୍ମରେ ବ୍ରେକ୍‌ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।ତେବେ ସନ୍ଧ୍ୟା ଥିଏଟର୍‌ ଘଟଣା ପରେ ଅଲ୍ଲୁ ଏକ ଲମ୍ବା ବ୍ରେକ୍‌ ନେଇଛନ୍ତି।ଏହି ସମୟରେ ସେ ବଲିଉଡରେ ଡେବ୍ୟୁ କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରନ୍ତି ବୋଲି କୁହାଯାଉଛି।

ତେବେ  ଅଲ୍ଲୁ ଅର୍ଜୁନ୍‌ ଏବଂ ସଞ୍ଜୟ ଲୀଲା ଭଂସାଲିଙ୍କ ଏ ସାକ୍ଷାତ୍ ପ୍ରଥମ ଥର ନୁହେଁ ଭେଟିଛନ୍ତି।ଗତ ବର୍ଷ ମଧ୍ୟ ଦୁହେଁ ସାକ୍ଷାତ କରିଥିଲେ। ଏହା ପରେ ଖବର ଆସିଥିଲା ଯେ ଦୁହେଁ ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି। ହେଲେ ସାମ୍ପ୍ରତିକ ମିଟିଂ ପରେ ଏହି ଖବର ଆହୁରି ତାଜା ହୋଇଛି। କେଉଁ ପ୍ରୋଜେକ୍ଟ ପାଇଁ ଅଲ୍ଲୁ ଭଁସାଲିଙ୍କୁ ଭେଟିଛନ୍ତି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।ଭଁସାଲି ଏବେ ‘ଲଭ୍‌ ଆଣ୍ଡ୍‌ ୱାର୍‌’ ଉପରେ କାମ କରୁଛନ୍ତି। ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି।କୁହାଯାଉଛି ଯେ ଅଲ୍ଲୁ ଏହି ଫିଲ୍ମରେ କାମେ କରିପାରନ୍ତି।