Posts tagged S. Jaishankar

ବିଦେଶିନୀଙ୍କ ପ୍ରେମରେ ଭାରତର ବୈଦେଶିକ ମନ୍ତ୍ରୀ

ବିଦେଶିନୀଙ୍କ ପ୍ରେମରେ ପଡ଼ିଥିଲେ ବୈଦେଶୀକ ମନ୍ତ୍ରୀ।ସିଏ ପୁଣି ଆଉ କୋଉ ଦେଶର ନୁହେଁ ବରଂ ଆମ ଭାରତର ମନ୍ତ୍ରୀ। ଭାରତର ସୀମା ଡେଇଁ ଜାପାନୀଙ୍କୁ ବିବାହ କରିଛନ୍ତି ବୈଦେଶୀକ ମନ୍ତ୍ରୀ ଏସ. ଜୟଶଙ୍କର ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ସ୍ପିଚ୍ ଓ ସ୍ପଷ୍ଟ ବୟାନ ତ  ଆପଣମାନେ ଶୁଣିଥିବେ। ବିରୋଧୀଙ୍କ ପ୍ରତି ଆକ୍ରମଣାତ୍ମକ ଢ଼ଙ୍ଗ ଯୋଗୁଁ ସେ ପ୍ରଧାନମନ୍ତ୍ରୀଙ୍କ ବେଶ୍ ଖାସ୍ ବୋଲି କୁହାଯାଏପଲିଟିକାଲ୍ କ୍ୟାରୀୟରକୁ ଛାଡ଼ି ତାଙ୍କ ଲଭ୍ ଷ୍ଟୋରୀ ପାଇଁ ବି ସେ ବେଶ୍ ଫେମସ୍।

ପଲିଟିକ୍ସରେ ସେ ଯେମିତି ଦକ୍ଷ ପର୍ସନାଲ୍ ଲାଇଫରେ ମଧ୍ୟ ବେଶ୍ ରୋମାଣ୍ଟିକ୍ବହୁତ କମ ଲୋକ ହୁଏତ ଏ କଥା ଜାଣିଥିବେ କି ବୈଦେଶିକ ମନ୍ତ୍ରୀଙ୍କ ସ୍ତ୍ରୀ ଜଣେ ବିଦେଶିନୀ। ଭାରତ ଠାରୁ ପାଖାପାଖି ୬୦୦୦ କିଲୋମିଟର ଦୂରରେ ରହୁଥିବା ଜାପାନର ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। 

ଜବାହାରଲାଲ ୟୁନିଭରସିଟି(ଜେଏନୟୁ)ରେ ଏମଫିଲ ଓ ପିଏଚଡି କରିଛନ୍ତି ବୈଦେଶିକ ମନ୍ତ୍ରୀଙ୍କ ସ୍ତ୍ରୀ କିଓକୋ ସୋମେକାବାସେ ଜାପାନର ମୂଳ ବାସିନ୍ଦା ।ଅନେକ ଦିନର ପ୍ରେମ ସମ୍ପର୍କ ପରେ ଏହି କପଲ ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ।ବିବାହ ପରେ ହିନ୍ଦୁ ଧର୍ମ ଗ୍ରହଣ କରିବା ସହ ଭାରତର ଚାଳିଚଳନୀ ଏବଂ ପର୍ବପର୍ବାଣୀକୁ ଆପଣାଇ ନେଇଥିଲେ କିଓକୋ। ଏପରିକି ବିବାହ ପରେ କିଓକୋ ସୋମେକାବା ଟାଇଟଲ ବଦଳାଇ କିଓକୋ ଜୟଶଙ୍କର ଲେଖୁଛନ୍ତି।

ତେବେ ଆଉ ଗୋଟାଏ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି  କିଓକୋ ଜୟଶଙ୍କରଙ୍କ ପ୍ରଥମ ପ୍ରେମ ନୁହଁନ୍ତି। ତାଙ୍କ ପୂର୍ବରୁ  ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଜୟଶଙ୍କର, ବିବାହ ମଧ୍ୟ କରିଥିଲେ। ହେଲେ ଭଗବାନଙ୍କ ଇଚ୍ଛା ଥିଲା ଆଉ କିଛି। କ୍ୟାନସର ରୋଗରେ ଜୟଶଙ୍କରଙ୍କର ପ୍ରଥମ ପନ୍ତ୍ରୀ ଶୋଭାଙ୍କର ନିଧନ ହୋଇଥିଲା। ପ୍ରଥମ ସ୍ତ୍ରୀଙ୍କ ବିୟୋଗ ପରେ ଭାଙ୍ଗିପଡ଼ିଥିଲେ ଜୟଶଙ୍କର। ଆଉ କେବେ ପ୍ରେମ କରି ବିବାହ କରିବେ ସେକଥା ଚିନ୍ତା ବି  କରିନଥିଲେ।

କିନ୍ତୁ  ବିଧିର ବିଧାନ ଥିଲା ଅଲଗା। ଭଗବାନ ଜୟଶଙ୍କରଙ୍କ ଭାଗ୍ୟରେ ଭିନ୍ନ କିଛି ଲେଖିଥିଲେଭାରତ ଠାରୁ ହଜାର ହଜାର କିମି ଦୂର ଜାପାନରେ ଜୟଶଙ୍କରଙ୍କ ଭଙ୍ଗାମନ ପୁଣି ଗଢ଼ି ଉଠିଥିଲା୯୦ ଦଶକରେ କିଓକୋ ଏବଂ  ଜୟଙ୍କରଙ୍କ ସାକ୍ଷାତ ହୋଇଥିଲା । ସେହି ସମୟରେ ଜୟଶଙ୍କର ଟୋକିଓ ସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍‌ ଅଫ୍ ମିଶନ ରୂପରେ ନିୟୋଜିତ ଥିଲେ। ୧୯୯୬ରୁ ୨୦୦୦ ପର୍ଯ୍ୟନ୍ତ ସେଠାରେ ଥଲେ ଜୟଶଙ୍କର। ଆଉ ସେହି ୪ ବର୍ଷରେ କିଓକୋ ରୂପରେ ତାଙ୍କୁ ତାଙ୍କର ପ୍ରେମ ମିଳିଥିଲାଧୀରେ ଧୀରେ ପ୍ରେମରେ ପଡ଼ିଲେ ,ଶେଷର ବିବାହ ବନ୍ଧନରେ ବାନ୍ଧି ହୋଇଗଲେ

ଏସ ଜୟଶଙ୍କର ଓ କିଓକୋ ଜୟଶଙ୍କରଙ୍କ ମଧ୍ୟରେ  ବିରାଟ ସାମଞ୍ଜସ୍ୟ ହେଉଛି ଉଭୟଙ୍କର ଜନ୍ମଦିନ ଜାନୁୟାରୀ ୯ରେ ପଡ଼େଭାରତର ବୈଦେଶିକ ମନ୍ତ୍ରୀଙ୍କ ସ୍ତ୍ରୀ ହୋଇଥିଲେ ସୁଦ୍ଧା କିଓକୋ ଖୁବ ସାଧାରଣ ଜୀବନ ଜୀଅନ୍ତିସର୍ବସାଧାରଣ କାର୍ଯ୍ୟକ୍ରମରେ ତାଙ୍କୁ ଖୁବ୍  କମ ଦେଖିବାକୁ ମିଳେ,  ସବୁବେଳେ ସରକାରୀ ପ୍ରୋଟୋକଲ ଭିତରେ ରହି ସେ କାମ କରନ୍ତି।