Posts tagged Ratan Tata

ରତନ ଟାଟାଙ୍କ ସମ୍ପତ୍ତିରୁ କାହା ଭାଗ କେତେ

ରତନ ଟାଟାଙ୍କ ଦେହାନ୍ତ ପରେ ସାମ୍ନାକୁ ଆସିଛି ରତନଙ୍କ ୱିଲ୍ ପେପର। ଯୋଉଥିରେ ନିଜ ସମ୍ପତ୍ତିର ଭାଗବଣ୍ଟା କରିଛନ୍ତି ରତନ ଟାଟା।ତେବେ ଉତ୍ତରାଧୀକାରୀ ନ ଥିବା ରତନ ତାଙ୍କ ସମ୍ପତ୍ତିକୁ କେଉଁମାନଙ୍କ ଭିତରେ ବାଣ୍ଟିଦେବେ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା ବେଳେ ରତନଙ୍କ ୱିଲ୍ ପେପର ସବୁ ଚର୍ଚ୍ଚାରେ ପୂଣ୍ଣଛେଦ ପକାଇଛି। ଏ ପେପରରେ ସିଏ ନିଜ ସମ୍ପତ୍ତିର କେତେ ଭାଗ କାହାକୁ ଦେବେ ସେ ନେଇ ସ୍ପଷ୍ଟ କରି ଯାଇଛନ୍ତି। ରତନ ଟାଟା ୧୦ ହଜାର କୋଟି ଟଙ୍କାରୁ ଅଧିକ ସଂପତ୍ତି ଛାଡ଼ି ଯାଇଛନ୍ତି। ଉକ୍ତ ସଂପତ୍ତିର ଭାଗବାଣ୍ଟ ତାଙ୍କ ଭାଇ, ଭଉଣୀ ଶିରିନ ଓ ଡିଏନାଙ୍କ ବ୍ୟତୀତ  ଘରୋଇ ସହାୟକ ଓ ଅନ୍ୟ ଲୋକଙ୍କ ମଧ୍ୟରେ ହେବ।

ଅକ୍ଟୋବର 9 ତାରିଖରେ ଏକ ଘରୋଇ ହସ୍ପିଟାଲରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ହୋଇଛି।ସେ ବିବାହ କରିନଥିବାରୁ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବାଣ୍ଟି ଦେଇଛନ୍ତି।ସବୁଠୁ ବଡ଼ କଥା ହେଉଛି ସେ ତାଙ୍କ ୱିଲ୍ ପପରରେ କୁକୁର ପାଇଁ ବି କିଛି ଶେୟାର ଛାଡିଯାଇଛନ୍ତି।ରତନ ସେ କୁକୁର ନାଁରେ ଯେତିକି ସମ୍ପତ୍ତି କରିଛନ୍ତି ସେଥିପାଇଁ ସେ ଏବେ ଭାରରତର ସବୁଠୁ ଧନୀ କୁକୁର ଭାବେ ପରିଚୟ ପାଇବ।ଟିଟୋକୁ ୫-୬ ବର୍ଷ ପୂର୍ବେ ରତନ ଆଣିଥିଲେରତନଙ୍କ ଫେଭରାଇଟ ଜର୍ମାନ ଶେଫର୍ଡ କୁକୁର ଟିଟୋ ପାଇଁ ଅନଲିମିଟେଡ୍‌ କେୟାରର ବନ୍ଦୋବସ୍ତ କରିଛନ୍ତିଇଚ୍ଛାପତ୍ର  ଅନୁଯାଇ  ପୋଷା କୁକୁର ଟିଟୋର ଦେଖାଶୁଣାର ଦାୟିତ୍ୱ ନେବେ ବିଶ୍ବସ୍ତ ରୋଷେୟା ରାଜ୍ ଶା

ତେବେ କେବଳ ପରିବାର କି କୁକୁର ନୁହେଁ ଜଣେ ଆଉଟସାଇଡର ଙ୍କ ପାଇଁ ବି ରତନ ନିଜ ୱିଲପେପରରେ ବନ୍ଦୋବସ୍ଥ କରିଛନ୍ତି। ଯିଏ ବାହାର ଲୋକଙ୍କ ଆଖିରେ ଆଉଟ ସାଇଡର ହେଲେ ବି ରତନଙ୍କ ବେଶ୍ ଫେଭରାଇଟ ଆଉ ୟଙ୍ଗ ଫ୍ରେଣ୍ଡ ବି ଥିଲେ। ରତନ ଟାଟାଙ୍କର ୱିଲ ପେପରରେ ତାଙ୍କର ସ୍ପେସାଲ ଫ୍ରେଣ୍ଡ ଶାନ୍ତନୁଙ୍କ କଥା ମଧ୍ୟ କୁହାଯାଇଛି। ରତନ ଟାଟାଙ୍କ ଇଚ୍ଛାପତ୍ର ଅନୁସାରେ ଶାନ୍ତନୁ ନାଇଡୁଙ୍କୁ ମଧ୍ୟ ସମ୍ପତ୍ତିରେ ଭାଗ ମିଳିଛି। ଟାଟା ନାଇଡୁଙ୍କ ପାଇଁ ଗୁଡଫେଲୋରେ ନିଜର ଷ୍ଟକ୍‌କୁ ଛାଡ଼ି ଦେଇଛନ୍ତି। ଖାଲି ସେତିକି ନୁହେଁ ରତନ ଶାନ୍ତନୁ ଙ୍କ ସମସ୍ତ ଶିକ୍ଷା ଋଣ ଓ ବିଦେଶ ଶିକ୍ଷା ଅର୍ଥ ଛାଡ କରିଛନ୍ତି। 

ରତନଙ୍କ ସମ୍ପତ୍ତିକୁ ଟାଟା ଫାଉଣ୍ଡେସନ,ଭାଇ ଜିମି ଟାଟା,ଭଉଣୀଙ୍କୁ ଦାନ କରାଯାଇଛି। ଘରୋଇ ସହାୟକ,ପୋଷା କୁକୁର ଓ ନିକଟତର ସର୍ମ୍ପକୀୟଙ୍କୁ ମଧ୍ୟ ଦାନ କରିଛନ୍ତି ରତନ ।ରତନଙ୍କ ନାଁରେ ଅଲିବାଗ୍‌ରେ ୨,୦୦୦ବର୍ଗ ଫୁଟ୍‌ର ସି-ଫେସ୍‌ ବଙ୍ଗଳା, ମୁମ୍ୱାଇରେ ଜୁହୁ ତାରା ରୋଡ୍‌ରେ ଦୁଇ ମହଲା ଘର,୩୫୦ କୋଟି ଟଙ୍କାରୁ ଅଧିକର ଫିକ୍ସ ଡିପୋଜିଟ୍‌, ଟାଟା ସନ୍ସରେ ୦.୮୩ ପ୍ରତିଶତ ଷ୍ଟକ୍‌, ଟାଟା ଗ୍ରୁପ୍‌ରେ ୧୬୫ ବିଲିୟନ ଡଲାରର ସମ୍ପତ୍ତି ସାମିଲ ଅଛି।

କାହିଁକି ଅବିବାହିତ ରହିଗଲେ ରତନ ଟାଟା?

ଆରପାରିରେ ରତନ ଟାଟା। ରତନ ଟାଟାଙ୍କ ଦେହାନ୍ତରେ ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ୯ ତାରିଖ ସନ୍ଧ୍ୟାରେ ୮୬ ବର୍ଷ ବୟସରେ ରତନ ଟାଟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୭ରେ ପ୍ରସିଦ୍ଧ ଟାଟା ପରିବାରରେ ରତନ ଟାଟାଙ୍କ ଜନ୍ମ। ମାତ୍ର ୧୦ ବର୍ଷ ହୋଇଥିବା ବେଳେ ତାଙ୍କ ବାପାମା’ଙ୍କ ବିବାହବିଚ୍ଛେଦ ଘଟିଥିଲା। ତାଙ୍କର ଲାଳନପାଳନ ଜେଜେମା’ କରୁଥିଲେ। ହାଇସ୍କୁଲ ଶିକ୍ଷା ପରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ଆର୍କିଟେକଚରରେ ଡିଗ୍ରି ହାସଲ କରି ହାଭାର୍ଡ ବିଜିନେସ ସ୍କୁଲରେ ମ୍ୟାନେଜମେଣ୍ଟ ପଢ଼ିଥିଲେ। ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆଣି ଅନେକ ସଫଳତା ଦେଇଥିଲେ ବି ପ୍ରେମରେ ଫେଲ୍ ହେଇଥିବା ରତନ ଟାଟା ତାଙ୍କ ପ୍ରେମ ପାଇଁ ଉଦାହରଣ ହେଇ ରହିବେ।

ରତନ ଟାଟାଙ୍କ ପ୍ରେମ କାହାଣୀ
ମଣିଷ ହୁଏତ ଦିନେ ନା ଦିନେ ମରେ,କିନ୍ତୁ ସରେନା ପ୍ରେମ କାହାଣୀ। ସବୁ ପ୍ରେମ ନାଟକର ଅନ୍ତିମ ଅଧ୍ୟାୟ ସିନ୍ଦୁର ହେଇନଥାଏ। ବେଦୀ ନିଆଁ ପୂର୍ବରୁ କିଛି ପ୍ରେମ ଜଳିଯାଏ କ୍ୟାମ୍ପସର କ୍ୟାମ୍ପ ଫାୟାରରେ। ବ୍ୟକ୍ତି ଯେତେ ବି ସଫଳ ହେଉ ନା କାହିଁକି ପ୍ରେମରେ ହୁଏତ ସଫଳତା ସମସ୍ତଙ୍କ ଭାଗ୍ୟରେ ନଥାଏ। ଏପରି ଅନେକ ସଫଳ ବ୍ୟକ୍ତି ଅଛନ୍ତି ଯିଏ ପ୍ରେମରେ ବିଫଳ ହେଇଛନ୍ତି। କିଏ ବାଧ୍ୟ ହେଇ ଅନ୍ୟ କାହାକୁ ବିବାହ କରିଛି ତ ଆଉ କିଏ ଏକା ଜୀବନ ଜିଇ ସାରା ଜୀବନ ପାଇଁ ଅବିବାହିତ ରହି ଯାଇଛନ୍ତି। ରତନ ଟାଟାଙ୍କ କାହାଣୀ ଠିକ୍ ଏମିତି।

ସଫଳ ବ୍ୟବସାୟୀ,ବିଫଳ ପ୍ରେମିକ
ଜଣେ ସଫଳ ବ୍ୟବସାୟୀ ଭାବେ ରତନ ଟାଟା ଯେତିକି ପରିଚିତି ତା ଠୁ ବେଶି ପରିଚିତ ନିଜ ମାନବିକତା ପାଇଁ। ମହାନୀୟତାର ମହାନାୟକ ଭାବେ ତାଙ୍କ ଚେହେରା ସ୍ବତନ୍ତ୍ର। ମାତ୍ର ସବୁଥିରେ ସଫଳ ହେଇଥିବା ରତନ ଟାଟା କାହିଁକି ଅବିବାହିତ ରହିଗଲେ ତାହା ବେଶ୍ ରୋଚକ।
ଯୁଦ୍ଧ ପାଇଁ  କରିପାରିଲେନି ସଂସାର
ରତନ ଟାଟା ବାହା ନହେବା ପଛର ମୁଖ୍ୟ କାରଣ ଥିଲା ନିଚ୍ଛକ ପ୍ରେମ। ନିଜ ମନରେ ସାଇତା ପ୍ରେମକୁ କବର ଦେଇ ନ ପାରି ସବୁଦିନ ପାଇଁ ଅବିବାହିତ ରହିଗଲେ। ଯାହା ତାଙ୍କୁ ଅବିବାହିତ ଉଦ୍ୟୋଗପତିର ପରିଚୟ ଦେଇଛି। ସବୁ ପ୍ରେମ ସିନ୍ଦୁରରେ ଶେଷ ସ୍ବାକ୍ଷର କରେନି,ସବୁ ପ୍ରେମ ବେଦୀର ହୋମ ନିଆଁରେ ସ୍ବୀକୃତି ପାଏନି। କିଛି ପ୍ରେମ ଅବଶୋଷ ପାଲଟି ସାରା ଜୀବନ ରହିଯାଏ। ରତନ ଟାଟାଙ୍କ ଜୀବନରେ କିଛି ଏମିତି ହିଁ ଘଟିଥିଲା। ୧୯୬୨ର ଇଣ଼୍ଡୋ-ଚାଇନା ଯୁଦ୍ଧ ତାଙ୍କ ପ୍ରେମକୁ ପ୍ରତାରଣାର ନାଁ ଦେଇଥିଲା। ଶେଷରେ ଯୁଦ୍ଧ କାଳୀନ ଭିତ୍ତିରେ ବନ୍ଧା ପଡିଥିଲା ରତନ ଟାଟାଙ୍କ ପ୍ରେମ କାହାଣୀ।

ରତନ ଆମେରିକାରେ ଥିଲା ବେଳେ ଲସ ଆଞ୍ଜେଲସ ସହରର ଜଣକୁ ଭଲ ପାଉଥିଲେ। ତାଙ୍କ ପ୍ରେମ ଏତେ ନିବିଡ ଥିଲା ଯେ ସେ ବିବାହ କରିବାକୁ ନିଷ୍ପତ୍ତି ବି ନେଇଥିଲେ। ମାତ୍ର ଗୋଟାଏ ଫୋନକଲରେ ସବୁ କିଛି ଚୁରମାର ହେଇଗଲାତାଙ୍କ ଜେଜେମାଙ୍କ ସ୍ବାସ୍ଥ୍ୟ ଖରାପ ଶୁଣି ସେ ଭାରତ ଆସିବାକୁ ବାଧ୍ୟ ହୋଇଥିଲେ। ତାଙ୍କ ପ୍ରେମିକା ଭାରତ ଆସିବାକୁ ରାଜି ଥିଲେ ସୁଦ୍ଧା ଯୁଦ୍ଧ ପାଇଁ ପରିବାର ଲୋକଙ୍କ ବାରଣ ପାଇଁ ଆସିପାରି ନଥିଲେ। ରତନ ଅଧିକ ଦିନ ଭାରତରେ ରହିବା ପରେ ବାଧ୍ୟ ହୋଇ ତାଙ୍କ ପ୍ରେମିକା ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ରତନ ବହୁଦିନ ପରେ ଜାଣିବାକୁ ପାଇଲେ ତାଙ୍କ ପ୍ରେମିକା ଅନ୍ୟ କାହାକୁ ବିବାହ କରିଛନ୍ତି। ଯାହା ଫଳରେ ସେ ସବୁଦିନ ପାଇଁ ଅବିବାହିତ ରହିଗଲେ।