Posts tagged Pension

ଚାକିରୀ ନ କରିକି ବି ମିଳିବ ପେନସନ୍

ପେନସନ୍।କେବଳ ସରକାରୀ ଚାକିରୀଆ ନୁହନ୍ତି ବରଂ ସାଧାରଣ ଲୋକ ବି ପେନସନର ଅଧିକାରୀ ହେବେ।ବିନା ଚାକିରୀରେ ବି ଲୋକଙ୍କୁ ପେନସନ୍ ଆକାରରେ ସରକାରୀ ସହାୟତା ମିଳିବ। ତେବେ ସମସ୍ତେ ତ ଏକଥା ଜାଣନ୍ତି କି ଅବସର ପରେ ସମ୍ମୁଖୀନ ହେଉଥିବା ଆର୍ଥିକ ସମସ୍ୟାର ମୁକାବିଲା ଲାଗି ପେନସନ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ବୟସ ଆଗରେ ବୃତ୍ତି ହାର ମାନୁଥିଲା ବେଳେ ବଞ୍ଚିବାର ଆଶ ଦେଖାଏ ପେନସନ୍।କିନ୍ତୁ ଏହା ଆଗରୁ କେବଳ ସରକାରୀ ଚାକିରୀଆଙ୍କ କ୍ଷେତ୍ରରେ ଥିଲାବେଳେ ଏବେ ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହେଇ ପାରିଛି।

ଭାରତ ସରକାର  ଏ କଥାକୁ ହୃଦୟଙ୍ଗମ କରି 2015  ମସିହା ମେ 9 ତାରିଖରେ ଆରମ୍ଭ କରିଛନ୍ତି ଅଟଳ ପେନଶନ ଯୋଜନାଯାହା ସବୁ ବର୍ଗର ଲୋକମାନଙ୍କ ଭଵିଷ୍ୟତକୁ  ସୁରକ୍ଷିତ କରିବ।ତେବେ ସବୁଠୁ ବଡ଼ ଆଚିଭମେଣ୍ଟ ହେଉଛି ଏହି ଯୋଜନାରେ  ଧୀରେ ଧୀରେ ଲୋକମାନଙ୍କର ଯୋଗଦାନ ବଢ଼ିବାରେ ଲାଗିଛିପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ(ପିଏଫ୍‌ଆର୍‌ଡିଏ) ଦ୍ୱାରା ହସ୍ତଗତ ତଥ୍ୟ ଅନୁଯାୟୀ,୨୦୨୪-୨୫ ଆଥିକ ବର୍ଷରେ ୫୬ ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରେ ନିଜକୁ ସାମିଲ କରିଛନ୍ତି।ଯାହା ଭବିଷ୍ୟତରେ ସେମାନଙ୍କୁ ବେଶ୍ ଲାଭବାନ୍ କରିବ।

ଅଟଳ ପେନସନ  ଯୋଜନା ରେ ସାମିଲ ହେଲେ ଅନେକ ସୁବିଧା ଜଣେ ଗ୍ରାହକ ଙ୍କୁ ମିଳିଥାଏ।୧୮  ରୁ ୪୦ ବର୍ଷ ବୟସର ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ବିନିଯୋଗ କରିପାରିବେ। ଏଥିଲାଗି ତାଙ୍କର ବ୍ୟାଙ୍କ ନଚେତ ଡାକଘରେ ଆକାଉଣ୍ଟ ରହିବା ଆବଶ୍ୟକ।ଏହି ଯୋଜନାରେ ଆପଣ ୬୦ ବର୍ଷ ପରେ ପେନସନ ଭାବେ ମାସକୁ ୧୦୦୦ ରୁ ୫୦୦୦ ଟଙ୍କା ପାଇପାରିବେ। ଆପଣଙ୍କ ମାସିକ ପେନସନ ବିନିଯୋଗ କରୁଥିବା ମୋଟ ପରିମାଣ ଦ୍ୱାରା ନିର୍ଣ୍ଣୟ କରାଯାଏ।ଏହି ଯୋଜନାରେ ଅଟୋମେଟିକ୍‌ ଡେବିଟ୍‌ର ସୁବିଧା ଥାଏ। ଅର୍ଥାତ ଥରେ ଏହି ଯୋଜନାକୁ ବାଛିଲେ,ଜମା କରିବା ଅସୁବିଧାରୁ ମୁକ୍ତି ମିଳିଥାଏ।ଯଦି ପଲିସିଧାରୀଙ୍କ ବୟସ ୬୦ରୁ ଅଧିକ ହେବ ନଚେତ ସେ ରୋଗରେ ପୀଡ଼ିତ ହୁଅନ୍ତି ତେବେ ଏହି ଯୋଜନାରେ ଟଙ୍କା ପ୍ରତ୍ୟାହାର କରାଯାଇପାରିବ।ଏହାଛଡ଼ା ପଲିସିଧାରୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନସାଥୀଙ୍କୁ ପେନସନ ମିଳିଥାଏ।

  • ତେବେ ଅଟଳ ପେନସନ୍ ଯୋଜନାରେ କିଭଳି  ଆବେଦନ କରିବେ ସେ ସମ୍ପର୍କରେ ବି ଜାଣିରଖନ୍ତୁ।
  • ପ୍ରଥମେ ଆପଣଙ୍କୁ  ବ୍ୟାଙ୍କ ଶାଖାକୁ ଯାଇ ଅଟଳ ପେନସନ ଯୋଜନା ପାଇଁ ଉପଲବ୍ଧ ଫର୍ମ ପୂରଣ କରି ଏହାକୁ ଦାଖଲ କରିବାକୁ ପଡିବ।
  • ଏହି ଫର୍ମ ସହିତ, ଆପଣଙ୍କୁ ଆଧାର କାର୍ଡର ୨ ଟି ଫଟୋକପି, ଡକ୍ୟୁମେଣ୍ଟ ଭାବରେ ସଂଲଗ୍ନ କରିବାକୁ ପଡିବ।
  • ଏହା ପରେ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଦାଖଲ କରିବାକୁ ପଡିବ
  • ଏହି ଯୋଜନା ଅଧୀନରେ ପଞ୍ଜିକରଣ ପରେ, ମେସେଜ ମାଧ୍ୟମରେ ବ୍ୟାଙ୍କ  ଆପଣଙ୍କୁ  ସୂଚନା  ଦେଇଥାଏ।
  • ଏହି ଯୋଜନା ଲୋକ ମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ କରିବା ଲାଗି ସରକାରଙ୍କର  ଗୋଟିଏ ବଡ ପଦକ୍ଷପ  ଯାହା ବର୍ତ୍ତମାନ ସମୟରେ ବେଶ ଆଦୃତି ଲାଭ କରିଛି । ଏ ଯୋଜନାରେ ଯୋଡ଼ି ହୋଇ ଯୋଜନାର ଲାଭ ଉଠାନ୍ତୁ।