Posts tagged Odisha Politics

ନଷ୍ଟ ହେଉଛି ବିଧାନସଭାର ଗାରିମା

ବିଧାନସଭା ଆଲୋଚନାର କେନ୍ଦ୍ର ନା ମୁଲତବି ହଲ୍?ବିଧାନସଭା ଶୃଙ୍ଖଳାର ସ୍ୱାକ୍ଷର ନା ବିଶୃଙ୍ଖଳାର ହସ୍ତାକ୍ଷର?ବିଧାନସଭା ଆଲୋଚନାର କୋଠରୀ ନା ମୁଲତବୀର ମହାନଗରୀ?ବିଧାନସଭାରେ ବିଧାୟକଟିଏ ପ୍ରକୃତରେ କଣ ଚାହେଁ ?ଆଲୋଚନା ନା ମୁଲତବୀ?ବିଧାୟକଙ୍କ ଉଦ୍ଦେଶ୍ୟ କଣ ?ଭୋଟର ମୁଲ୍ୟ ରଖି ଲୋକଙ୍କ ପାଇଁ କାମ କରିବ ନା ଦଳୀୟ ଉଦ୍ଦେଶ୍ୟ ରଖି ବିଶୃଙ୍ଖଳା ସହ ଭେଟଘାଟ କରେଇବା?ଭୋଟରଟିଏ ପ୍ରକୃତ୍ତରେ କଣ ଆଶା କରେ ବିଧାୟକଙ୍କଠୁ?ସମସ୍ୟାର ଆଲୋଚନାକୁ ନେଇ ବିଧାୟକ ସ୍ୱର ଉଠାଇବେ? ନା ବିଧାୟକଙ୍କ ବିଶୃଙ୍ଖଳାର ସ୍ୱର ସମାଲୋଚନାର ପ୍ରସଙ୍ଗ ହେବ।ଆଉ ବାଚସ୍ପତି? କଣ ରହିବା ଉଚିତ ତାଙ୍କ ଭୁମିକା? ମୁଲତବୀ ଆଳରେ ଖସିଯିବେ ନା ସରକାରୀ ଦଳର ବିଧାୟକଙ୍କ ସହ ଖାସ୍ ସମ୍ପର୍କ ପାଇଁ  ବିରୋଧୀଙ୍କୁ କହିବାକୁ ହିଁ ଦେବେନି।

ଜମ୍ମୁକାଶ୍ମୀର ବିଧାନସଭାରେ ଆର୍ଟିକିଲ୍ 370 କୁ ନେଇ ବିଧାୟକଙ୍କ ଭିତରେ ଯୁକ୍ତିତର୍କ ଶେଷକୁ ହଟ୍ଟଗୋଳ  ଆଡ଼କୁ ଗତି କରିଛିପ୍ରସଙ୍ଗ ଯାହା ବି ହେଉ ନା କାହିଁକି ବିଧାନସଭା ଭିତରେ ବିଧାୟକ ମାନଙ୍କର ଏଭଳି ଆଚରଣକୁ କିଏ କୋଉ ଦୃଷ୍ଟିରେ ଦେଖୁଛନ୍ତି ତାହା ତ ଭିନ୍ନ କଥା କିନ୍ତୁ ଭୋଟ ଦେଇ ନେତା ବାଛିଥିବା ଭୋଟରଙ୍କ ପାଇଁ ଏ ବିଶୃଙ୍ଖଳା ହୁଏତ ଠିକ୍ ଲାଗି ନ ପାରେ।ତେବେ ଏ ଘଟଣା ଯେ କେବଳ ଜମ୍ମୁ କାଶ୍ମୀରରେ ହେଉଛି ତାହା ନୁହେଁ ଓଡ଼ିଶା ବିଧାନସଭାଠୁ ଆରମ୍ଭ କରି ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ସବୁଠି ବିଶୃଙ୍ଖଳା ଦେଖିବାକୁ ମିଳୁଛି। କେତେବେଳେ ସରକାରଙ୍କ ଯୋଜନାକୁ ବିରୋଧୀ ସହି ନ ପାରି ବିରୋଧ କରୁଛନ୍ତି ତ ପୁଣି କେତେବେଳେ ବିରୋଧିଙ୍କ କ୍ଷମତାକୁ ଏବଂ ଭୁମିକାକୁ ଗୌଣ କରି ସରକାରୀ ଦଳର ମୋହରା ହେଇ ବାଚସ୍ପତି ସମାଲୋଚନାର ଶିକାର ହେଇଛନ୍ତି

ତେବେ ଏ ପ୍ରସଙ୍ଗ କେବଳ ଜମ୍ମୁ କାଶ୍ମୀରରେ ନୁହେଁ ଓଡ଼ିଶାରେ ବି ୟାର ନଜିର ରହିଛି।କେବେ ବାଚସ୍ପତିଙ୍କୁ ଯୋତା ଫୋପଡ଼ା ହେଇଛି ତ ପୁଣି କେବ  ଡାଲି ଫିଙ୍ଗା ହେଇଛି। ଫୋଡିୟମକୁ ଚଢି ମାଇକ୍ ଭାଙ୍ଗିବାରେ ତ ଚକଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ରେକର୍ଡ ବି ଅଛି।ଏମିତି ଅନେକ ନଜିର୍ ଅଛି ଯୋଉଥିରେ ଓଡ଼ିଶାର ବିଧାୟକ ବିଧାୟିକା ଅଙ୍ଗନବାଡ଼ି ଫିଲାଙ୍କଠୁ ବି ଶୃଙ୍ଖଳାରେ ତଳକୁ ଖସି ଯାଇଛନ୍ତି। ବିଧାନସଭାରେ ଆଲୋଚନା ପରିବର୍ତ୍ତେ ଗୋବର ପାଣି ଛିଞ୍ଚାଯିବାର ଉଦାହରଣ ସହ,ପୂରୋହିତ ବେଶାରେ ଆସି କଂଗ୍ରେସ ବିଧାୟକ ତାରା ବାହିନୀ ପତି ଘଣ୍ଟ ବାଡ଼େଇବାର ବିରଳ ଦୃଶ୍ୟ ବି ଓଡ଼ିଶା ବିଧାନସଭା ଦେଖିଛି।

ଯାହାକୁ ବିଭିନ୍ନ ମହଲରୁ ନିନ୍ଦା ବି କରାଯାଇଛି।ବିଜୁ ଜନତା ଦଳର ନିରବଚ୍ଛିନ 24 ବର୍ଷର ଶାଷନ ସମୟରେ ଅନେକ ଥର ବିଧାନସଭାରେ ବିରୋଧୀ ହଙ୍ଗାମା କରିଛନ୍ତି।ଏପରିକି ସୁର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ଥିଲା ବେଳେ ତାଙ୍କ ଉପରକୁ ଜୋତା ଫିଙ୍ଗା ଘଟଣାରେ ସେ ସମୟରେ ବିଜେପିର ବିରୋଧୀଦଳ ଉପନେତା  ଦିବଂଗତ ବିଧାୟକ ବିଷ୍ଣୁ ସେଠୀ,ଜୟନାରାୟଣ ମିଶ୍ରଙ୍କ ସମେତ ପ୍ରଦୀପ୍ତ ନାୟକ ଅଧିବେଶନରୁ ବହିସ୍କୃତ ମଧ୍ୟ ହେୋଇଥିଲେଯଦିଓ ସେମାନେ ବାଚସ୍ପତିଙ୍କ ପକ୍ଷପାତିତା ପ୍ରସଙ୍ଗକୁ ରାଜ୍ୟବାସୀଙ୍କ ସାମ୍ନାକୁ ଆଣିଥିଲେ। ତଥାପି ବାଚସ୍ପତିଙ୍କୁ ଜୋତା ଫିଙ୍ଗା ଘଟଣାକୁ ନିନ୍ଦା କରାଯାଇଥିଲା ।ସେହିଭଳି ମମିତା ମେହେର ହେଉ,ଡାଲି ଦୁର୍ନୀତି ହେଉ ବା ଏମିତି ଅନେକ ପ୍ରସଙ୍ଗ ଅଛି ଯେତେବେଳେ ବିଧାନସଭାରେ ହଟ୍ଟଗୋଳ ହେଇଛି ଆଉ ଗୃହ ମୁଲତବୀ ହେଇଛି। କେ ଭି ସିଂ ଦେଓ ଯିଏ କି ଏବେର ଉପମୁଖ୍ୟମନ୍ତ୍ରୀ ଅଛନ୍ତି ସେ ତ ବିରୋଧ କରିବାକୁ ଯାଇ  ରାତିରେ ବିଧାନସଭାରେ ଶୋଇବାର ଉଦାହରଣ ବି ଅଛି।ପ୍ରମିଳା ମଲିକଙ୍କୁ ଡାଲି ଫିଙ୍ଗିବା ପ୍ରସଙ୍ଗ ହେଉ କି ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ରଙ୍କୁ ଚପଲ ସବୁଠି ଓଡ଼ିଶା ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି।

ତେବେ ସବୁଠୁ ବଡ଼ ପ୍ରସଙ୍ଗ ଯେ 24 ବର୍ଷ ହେଲାଣି ଯୋଉ ଦଳ ସରକାରରେ ଥିଲା,ବିରୋଧୀଙ୍କ ବିଭିନ୍ନ ପ୍ରସଙ୍ଗ ଚାପିବାକୁ ବାଚସ୍ପତିଙ୍କୁ ହାତବାରିସି କରିଥିଲା ସେ ଦଳ ଏବେ ବିରୋଧୀଦଳଯଦିଓ ବିଶୃଙ୍ଖଳାକୁ ନେଇ ଏମାନେ ବି ଟ୍ରେଲର ଦେଖେଇବାରେ ପଛରେ ନାହାନ୍ତି। ଗଞ୍ଜାମ ମଦମୃତ୍ୟୁ ମାମଲାକୁ ନେଇ ରୋମାଞ୍ଚ ରଞ୍ଜନ ବଳୀୟାର ସିଂଙ୍କ ପୋଡିୟମ୍ ଉପରକୁ ଚଢିଯିବାର ଦୃଶ୍ୟ ବି କିଛି କମ୍ ନୁହେଁ। ତା ଠୁ ବେଶି ଲଜ୍ଜାଜନକ ଥିଲା ବରିଷ୍ଠ ବିଧାୟକମାନେ ତାଙ୍କୁ ଟେକିକି ପୋଡିୟମ ପାଖକୁ ଚଢୋଇବା । ଯାହାକି ସେମାନଙ୍କଠୁ ଆଶା କରାଯାଉନଥିଲା।

24 ବର୍ଷ ଧରି କ୍ଷମତାରେ ଥିବା ଦଳ ଯେତେବେଳେ ବିରୋଧୀ ଭୂମିକାରେ ଅଛି, ତେଣୁ  ଆଗକୁ ହୁଏତ ବିଧାନସଭାରେ  ବିଶୃଙ୍ଖଳା ବେଶି ହୋଇପାରେ।ନୂଆକରି ସରକାରକୁ ଆସିଥିବା ବିଜେପି ବିରୋଧୀଙ୍କ ପ୍ରସଙ୍ଗକୁ  ସେତିକି ଗୁରୁତ୍ୱ ଦେବ ଉଭୟ ସରକାର ଓ ବିରୋଧୀ ଦଳ ବିଧାୟକ ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଆଲୋଚନା କରିବେ। ନହେଲେ ଜମ୍ମୁ କାଶ୍ମୀରର ପରି  ବହୁତ ଜଲ୍ଦି ଓଡ଼ିଶାରେ ୟାଠୁ ଆହୁରି ଭୟଙ୍କର ପରିସ୍ଥିତି  ହେଇପାରେ।