ଭାରତୀୟ ଟେଲିକମ କମ୍ପାନୀ ଗୁଡ଼ିକ ଉପରେ ଟ୍ରାଇର ପ୍ରହାର । ଆଉ ଏମାନଙ୍କ ମନମୁଖୀ ଶାସନ ଚଳିବ ନାହିଁ । ଗ୍ରାହକଙ୍କୁ ଲୁଟି ପାରିବେନି ଟେଲିକମ କମ୍ପାନୀ । ଔସକ୍ଟ, ଇସକ୍ସଗ୍ଧରକ୍ଷ, ଈଝଘଖ ୟୁଜରମାନେ ଖୁବ ଶୀଘ୍ର ଶସ୍ତା ରିଚାର୍ଜର ବିକଳ୍ପ ପାଇପାରିବେ । ସମସ୍ତ ଟେଲିକମ୍ ଅପରେଟରଙ୍କୁ ଗ୍ରାହକଙ୍କ ପାଇଁ କଲିଂ ଏବଂ SMS ଉପରେ ଗୁରୁତ୍ୱ ଦେଇ ପ୍ଲାନ ଆରମ୍ଭ କରିବାକୁ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି ।
ବର୍ତ୍ତମାନ ସମସ୍ତ ରିଚାର୍ଜ ପ୍ଲାନ ଗୁଡ଼ିକରେ ଡାଟା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିରେ ଆପଣଙ୍କୁ କଲିଂ, ଏସଏମଏସ ଓ ଡାଟା ତିନୋଟି ସୁବିଧା ମିଳୁଛି । ଏପରି ସ୍ଥିତିରେ ଅନେକ ଉପଭୋକ୍ତା ଯେଉଁମାନେ ଡାଟା ଆବଶ୍ୟକ କରନ୍ତି ନାହିଁ, ସେମାନଙ୍କୁ ଡାଟା ପାଇଁ ମଧ୍ୟ ବାଧ୍ୟତାମୂଳକ ଭାବରେ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ୁଛି । କେବଳ କଲିଂ ଓ ଏସଏମଏସ ପାଇଁ କୌଣସି ପ୍ଲାନ୍ ନାହିଁ ।ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ବ୍ୟବହାରକାରୀଙ୍କୁ ସିମ୍ ସକ୍ରିୟ ରଖିବା ପାଇଁ ପ୍ରତିମାସରେ ଅତି କମରେ ପ୍ରାୟ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । କିଛି ଉପଭୋକ୍ତା ଅଛନ୍ତି, ଯେଉଁମାନେ ଦୀର୍ଘକାଳୀନ ପ୍ଲାନ୍ ଚାହୁଁଛନ୍ତି । କିନ୍ତୁ କଲିଂ ଓ ଏସଏମଏସ ସୁବିଧା ପାଇଁ କୌଣସି ଦୀର୍ଘକାଳୀନ ପ୍ଲାନ ନାହିଁ । ସବୁଠି ଡାଟା ସହ ପ୍ଲାନ୍ ନେବା ବାଧ୍ୟତାମୂଳକ ହେଉଛି।
ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୩ରେ ଟ୍ରାଇ ପକ୍ଷରୁ ଏକ ନିଦେ୍ର୍ଦଶାନାମା ଜାରି ହୋଇଛି। ଯେଉଁଠି ଟେଲିକମ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକୁ କେବଳ କଲିଂ ଓ ଏସଏମଏସ ସୁବିଧା ଥିବା ପ୍ଲାନ ଉପଲବ୍ଧ କରାଇବା ପାଇଁ ତାଗିଦ କରାଯାଇଛି। ଯଦ୍ୱାରା ଗ୍ରାହକମାନଙ୍କୁ କେବଳ ବ୍ୟବହାର କରୁଥିବା ସେବା ପାଇଁ ଦେୟ ଦେବାକୁ ପଡ଼ିବ। ଏହାର ବୈଧତା ଅବଧି ୩୬୫ ଦିନରୁ ଅଧିକ ହେବ ନାହିଁ। ଏହି ନିଷ୍ପତ୍ତି ସେହି ଗ୍ରାହକଙ୍କୁ ଉପକୃତ କରିବ ଯେଉଁମାନେ ଇଣ୍ଟରନେଟ୍ ଡାଟା ବ୍ୟବହାର କରନ୍ତି ନାହିଁ ଏବଂ କେବଳ ଭଏସ୍ କଲ୍ ଏବଂ SMS ବ୍ୟବହାର କରନ୍ତି। ଅନ୍ୟପଟେ ଟ୍ରାଇର ଏହି ଆଦେଶ ଟେଲିକମ୍ କମ୍ପାନୀଗୁଡିକର ବ୍ୟବସାୟ ଉପରେ ଏହା ଏକ ବଡ ପ୍ରଭାବ ପକାଇବ ବୋଲି କୁହାଯାଉଛି।