ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି,ଆଗୁଆ ଜାମିନ୍ ଖାରଜ ହେଲା।ଆରେଷ୍ଟ ହେବେ କି ବିଜେପିର ଫାୟାର ବ୍ରାଣ୍ଡ ଲିଡର ଜୟନାରାୟଣ ମିଶ୍ର?ମହଙ୍ଗା ପଡ଼ିପାରେ,ମହିଳା ଆଇଆଇସିଙ୍କୁ ମାଡ଼ ମାରିବା ଘଟଣା।ବନ୍ଧା ହେବେ କି ଜୟନାରାୟଣ ମିଶ୍ର?ଯନ୍ତାରେ ପଡ଼ିବେ କି ବିଜେପି ବାଘ?ବିଜେପି ସରକାରରେ ଜେଲ ଯିବେ କି ବିଜେପିର ବରିଷ୍ଠ ବିଧାୟକ?ପୂର୍ବ ସରକାରରେ ବିରୋଧିଦଳରେ ପ୍ରମୁଖ ଭୁମିକା ଲିଭେଇଥିବା ଜୟ ନାରାୟଣ ମିଶ୍ରଙ୍କୁ କେଶ୍ ପାଇଁ ବିରୋଧ କରିବେ କି ନିଜ ଦଳର ନେତା?ବିଜେଡି ସରକାରରେ ଥିବା ସମୟରେ ବିରୋଧିଦଳ ନେତା ଥିବା ଜୟନାରାୟଣ ମିଶ୍ରଙ୍କୁ ଏବେ ଘେରିବ କି ବିଜୁ ଜନତା ଦଳ?ମନ୍ତ୍ରୀପଦ ପାଇନଥିବା ଜୟନାରାୟଣଙ୍କ ଭବିଷ୍ୟତ ସମ୍ଭାବନାକୁ ପୋଛିଦେବ କି ଏ କେସ୍?କ୍ଷମତାରେ ନିଜ ଦଳ ଥିଲାପରେ ବି, ହରଡ଼ଘଣାରେ ପଡ଼ିବେ କି ଆଙ୍ଗ୍ରି ଲିଡର,ଜୟନାରାୟଣ ମିଶ୍ର?
ସବୁବେଳେ ରାଗୁଥିବା ସମ୍ବଲପୁର ବିଧାୟକଙ୍କୁ, ଏବେ କିଏ କରିବ ଶାନ୍ତ?ହାଇକୋର୍ଟ ,ସୁପ୍ରିମକୋର୍ଟରୁ ନିରାଶ ହେଲାପରେ ସୁରକ୍ଷା ଦେବ କି ଭାରତୀୟ ଜନତା ପାର୍ଟି ।ବିଜେପି ବିଧାୟକଙ୍କୁ ନେଇ ଏବେ ରାଜ୍ୟ ସାରା ଏଇ ଚର୍ଚ୍ଚା। ମାତ୍ର ସୁପ୍ରିମକୋର୍ଟର ରାୟକୁ ନେଇ ବେଫିକର୍ ଜୟନାରାୟଣ। ବିଜୁ ଜନତା ଦଳ ସରକାରରେ ଜାଣିଜାଣି ତାଙ୍କ ନାଁରେ କେଶ୍ କରାଯାଇଥିବା କହିଛନ୍ତି ଜୟନାରାୟଣ ମିଶ୍ର।କେବଳ ଏତିକି ନୁହେଁ ପୁଲିସକୁ ଗୋଡ଼େଇ ଗୋଡ଼େଇ ବାଡେଇବାକୁ ବି କହିଛନ୍ତି।ପୋଲିସ୍ ପାଖରେ ବନ୍ଧୁକ ଅଛି ବୋଲି ସେ ଲୋକଙ୍କୁ ବାଡ଼େଇବେ ଆଉ ଲୋକ ଚୁପ୍ ରହିବେ ଏ ସପକ୍ଷରେ ନାହାନ୍ତି ଜୟ।ତେଣୁ ମହିଳା ଆଇଆଇସି କେସକୁ ନେଇ ସେ ଆଦୌ ଚିନ୍ତାରେ ଥିଲା ଭଳି ଲାଗୁନାହାନ୍ତି।ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ମାରିବା ଘଟଣାରେ ଆଗୁଆ ଜାମିନ ଆବେଦନ କରିଥଲେ ଜୟ ନାରୟଣ। କିନ୍ତୁ ଆଗୁଆ ଜାମିନ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।
ଉକ୍ତ ମାମଲାରେ ହାଇକୋର୍ଟରେ ଜୟନାରାୟଣ ମିଶ୍ର ଆଗୁଆ ଜାମିନ ଆବେଦନ କରିଥିଲେ।ମାତ୍ର ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଜୟନାରାୟଣ। ସୁପ୍ରିମକୋର୍ଟ ବି ତାଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି।ସୁପ୍ରିମକୋର୍ଟରୁ ନିରାଶ ହେବା ପରେ ଆଗୁଆ ଜାମିନର ସେତେଟା ସମ୍ଭାବନା ନାହିଁ। ୨୦୨୩ ମସିହା ଫେବ୍ରୁଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନ ବେଳେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ।ଏହି ସମୟରେ ଜୟ ନାରାୟଣ ମିଶ୍ର ମହିଳା ଆଇଆଇସିଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ଦେଇଥିଲେ ଖୋଦ ମହିଳା ଆଇଆଇସି। ଯଦିଓ ଜୟନାରାୟଣ ମିଶ୍ର ବି କାଉଣ୍ଟର କେସ୍ କରି ଆଗୁଆ ଜାମିନ ପାଇଁ ଆପ୍ଲାଏ କରିଥିଲେ ସେ କିନ୍ତୁ ସେଥିରେ ସଫଳ ହୋଇ ନାହାନ୍ତି।
ଆଗକୁ ଜୟନାରାୟଣ ମିଶ୍ରଙ୍କ କେସ୍ କେଉଁ ମୋଡ଼ ନେବ ତାହା ଏଯାଏଁ ଅନୁମାନ କରିହେଉନି।ତେବେ ଏପରି ସ୍ଥଳରେ ଯଦି ଜୟନାରାୟଣ ମିଶ୍ରଙ୍କୁ ବେଲ୍ ନ ମିଳେ ତେବେ ହୁଏତ ସେ ଆରେଷ୍ଟ ହୋଇ ପାରନ୍ତି। ବିଜେପି ସରକାରରେ ଥାଇ ଯଦି ଜୟନାରାୟଣ ମିଶ୍ରଙ୍କ ହାତରେ ହାତକଡ଼ି ପଡ଼େ ତେବେ ଏହା ହୁଏତ ସବୁଠୁ ଅପମାନଜନକ ଘଟଣା ହେବ।ଆଉ ଏମିତିରେ ଭବିଷ୍ୟତରେ ମନ୍ତ୍ରୀପଦର ଯୋଉ ଆଶା ଆଶଙ୍କା ରହିଛି ତା ମଧ୍ୟ ହାତରୁ ଖସିଯାଇପାରେ। ମହମ୍ମଦ ମୋକିମଙ୍କ ଭଳି କାଠଗଡ଼ାର ଦଣ୍ଡ ହୁଏତ ଜୟନାରାୟଣଙ୍କ ପାଇଁ ଭାରି ପଡ଼ି ପାରେ।