Posts tagged India

ଭାରତରେ ସକାଳେ ଫାଶୀ ଦେବାର ନିୟମ କାହିଁକି ?

କୌଣସି ପ୍ରକାର ଜଘନ୍ୟ ଅପରାଧ ପାଇଁ ଭାରତରେ ମୃତ୍ୟୁଦଣ୍ଡର ନିୟମ ରହିଛି। ପଦ୍ଧତି ଭିନ୍ନ ହୋଇପାରେ, କିନ୍ତୁ ଭାରତ ବ୍ୟତୀତ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ମୃତ୍ୟୁଦଣ୍ଡର ବିଧାନ ରହିଛିଆପଣ ହୁଏତ ଶୁଣିଥିବେ, ଭାରତରେ ସବୁବେଳେ ବଡ଼ି ଭୋରରୁ ମୃତ୍ୟୁଦଣ୍ଡ ବା ଫାଶୀ ଦିଆଯାଏ। ଏଇଠି ପ୍ରଶ୍ନ ଉଠେ ଯେ ଫାଶୀ କେବଳ ସକାଳେ କାହିଁକି ଦିଆଯାଏ ? ଅନ୍ୟ ସମୟରେ କାହିଁକି ନୁହେଁ?ଏହା ପଛରେ କିଛି ବିଶେଷ କାରଣ ରହିଛି କି ?

ଜେଲ୍ ମାନୁଆଲ୍ ଅନୁଯାୟୀ ସମସ୍ତ ଜେଲ୍ କାର୍ଯ୍ୟ, ସୂର୍ଯ୍ୟୋଦୟ ପରେ କରା ଯାଇଥାଏ। ଫାଶୀ ହେତୁ ଯେପରି ଅନ୍ୟ ଜେଲ୍ କାର୍ଯ୍ୟ ପ୍ରଭାବିତ ନହୁଏ, ସେଥିପାଇଁ ଅପରାଧୀକୁ ଫାଶୀରେ ଚଢ଼ାଇବା ପାଇଁ ସ୍ୱତନ୍ତ୍ର ସମୟର ନିର୍ଣ୍ଣୟ ହୁଏ। ମୃତ ଶରୀରକୁ କେତେ ସମୟ ପର୍ଯ୍ୟନ୍ତ ଫାଶୀରେ ଝୁଲାଇ ରଖିବାକୁ ପଡ଼ିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। କିନ୍ତୁ ଫାଶୀ ଦିଆଯାଇଥିବା ଅଭିଯୁକ୍ତକୁ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଝୁଲାଇ ରଖିବାକୁ ପଡ଼େ।ଫାଶୀ ହେବାର ୧୦ ମିନିଟ୍ ପରେ ମେଡିକାଲ ଟିମ୍ ମୃତଦେହକୁ ଯାଞ୍ଚ କରନ୍ତି।

ଫାଶୀ ଦେବା ସମୟରେ ଘଟଣାସ୍ଥଳରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍, ଜେଲ୍ ଅଧୀକ୍ଷକ ଏବଂ ନିର୍ବାହୀ ଅଧିକାରୀ ଉପସ୍ଥିତ ରହିବା ଜରୁରୀସେମାନଙ୍କ ମଧ୍ୟରୁ କାହାର ବି ଅନୁପସ୍ଥିତିରେ ଫାଶୀ କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରିବ ନାହିଁ। ତେବେ ଫାଶୀ ହେବାର ଦିନ ଏବଂ ସମୟ ସମ୍ପର୍କରେ ସମସ୍ତଙ୍କୁ ଆଗୁଆ ସୂଚନା ଦିଆଯାଇଥାଏ। କୌଣସି ପ୍ରକାର ଜରୁରୀ ପରିସ୍ଥିତି ନଥିଲେ, ଏମାନେ ଫାଶୀ ସ୍ଥଳରେ ପହଞ୍ଚିବା ଜରୁରୀ

ଭାରତୀୟ ଆଇନ ଅନୁଯାୟୀ ମୃତ୍ୟୁଦଣ୍ଡ ଦେବାର ପ୍ରକ୍ରିୟା ଏପରି କରାଯାଇଛି, ଯାହା ଦ୍ୱାରା ନ୍ୟାୟ ଏବଂ ମାନବିକ ଅଧିକାର ସୁନିଶ୍ଚିତ ହୋଇପାରିବ କୌଣସି ତତ୍ପରତା ବିନା ସକାଳେ ସମୟରେ ଫାଶୀ ଦେବାର ପରମ୍ପରା ରହିଛି। ଏହା ପଛରେ ଆଉ ଏକ କାରଣ ହେଲା ଅଭିଯୁକ୍ତ ନ୍ୟାୟ ପ୍ରକ୍ରିୟା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବା ସହ ଶେଷ ସମୟର ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ପାଇବ। ସକାଳେ ଫାଶୀ ଦେବା ଦ୍ୱାରା ଜେଲ କର୍ତ୍ତୃପକ୍ଷଙ୍କୁ ସମଗ୍ର ପ୍ରକ୍ରିୟା ପରିଚାଳନା କରିବା ସହଜ କରିଥାଏ। ସକାଳ ଆଲୋକରେ ଜେଲର କାର୍ଯ୍ୟକଳାପ ଅଧିକ ସଂଗଠିତ ହୋଇଥାଏ ଏବଂ ଦଣ୍ଡ ପ୍ରକ୍ରିୟାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀମାନେ ପୂର୍ଣ୍ଣ ସମୟ ପାଆନ୍ତି।

ଅନ୍ୟପଟେ ଫାଶୀ ଦେବା ପୂର୍ବରୁ ଜହ୍ଲାଦ କ୍ଷମା ମାଗିନିଏ। ଆଉ କହେ.. ହିନ୍ଦୁ ଭାଇମାନଙ୍କୁ ରାମ-ରାମ, ମୁସଲମାନ ଭାଇମାନଙ୍କୁ ସଲାମ, ମୁଁ ବା କ’ଣ କରିପାରିବି, ମୁଁ ତ ନିର୍ଦ୍ଦେଶର ଦାସ।

କମୁଛି ସୁନା ରୁପାର ଦର

ଆଗକୁ ଆସୁଛି ବାହାଘର ସିଜିନ୍ବାହାଘର ସମୟରେ ସବୁଠୁ ଅଧିକା  ଦରକାର ପଡ଼ୁଥିବା ସୁନା ଏବଂ ରୁପା ଅଳଙ୍କାରକୁ ନେଇ ଆସିଛି ଖୁସି ଖବର।ଯାହା ଗ୍ରାହକଙ୍କୁ ବେଶ୍ ଲାଭ ଦେବା ସହ ବିଜନେସ ମଧ୍ୟ ବଢାଇବ

କାରଣ, କମିବାରେ ଲାଗିଛି ସୁନା ଏବଂ ରୁପା ଦର। ଗୋଲ୍ଡ ଏବଂ ସିଲଭରର ରେଟ ଡିକ୍ରିଜକୁ ନେଇ ବେଶ୍ ଖୁସି ଅଛନ୍ତି ଗ୍ରାହକ। ଓଡ଼ିଶାରେ ମଧ୍ୟ ସୁନା ଏବଂ ରୁପା ଦରରେ ବଡ଼ ଧରଣର ପରିବର୍ତ୍ତନ ଆସିଛି।ଶହେ କି ଦୁଇଶହ ଟଙ୍କା ନୁହେଁ ସୁନା ଦରରେ ୧୦୦୦ ଟଙ୍କାରୁ ଅଧିକ ଟଙ୍କା କମିବା ସହ ରୁପା କେଜି ୨୦୦୦ ଟଙ୍କା ଶସ୍ତା ହୋଇଛି।ବାଇଶି କ୍ୟାରେଟ ସୁନାର ଦର ୧୦ ଗ୍ରାମ୍ ପିଛା ୧୩୫୦ ଟଙ୍କା କମି ୭୦ ହଜାର ୮୫୦ ଟଙ୍କାକୁ ଖସିଆସିଛି ।ସେହିପରି ୨୪ କ୍ୟାରେଟ ସୁନାର ଦର ୧୪୭୦ ଟଙ୍କା କମି ୭୭ ହଜାର ୨୯୦ ଟଙ୍କାକୁ ଖସି ଆସିଛି।

ଯଦି ସୁନା ରୁପାର ରେଟ୍ ଗ୍ରାଫକୁ ଦେଖାଯାଏ ଏଇ କିଛିଦିନ ଭିତରେ ସୁନାରୁପାର ରେଟ୍ କ୍ରମାଗତ ଭାବରେ କମିବାରେ ଲାଗିଛି ।ନଭେମ୍ବର ଆରମ୍ଭରୁ ହିଁ ରେଟ୍ ଡିକ୍ରିଜ୍ ହେବାରେ ଲାଗିଛି ।ନଭେମ୍ବର ୧ ତାରିଖରେ ୨୨ କ୍ୟାରେଟ ଗୋଲ୍ଡର ପ୍ରାଇଜ୍ ୭୭,୮୫୦ ଟଙ୍କା ଥିଲାବେଳେ ୨୪ କ୍ୟାରେଟ ଗୋଲ୍ଡର ପ୍ରାଇଜ୍ ଥିଲା ୮୦ ହଜାର ୫୬୦ ଟଙ୍କା। ଏଇ ୧୧ ଦିନ ଭିତରେ ୨୨ କ୍ୟାରେଟ ସୁନାର ଦାମ୍ ୩୦୦୦ ଟଙ୍କା କମିଥିଲା ବେଳେ ୨୪ କ୍ୟାରେଟ ଗୋଲ୍ଡ ୩୨୭୦ ଟଙ୍କା ଶସ୍ତା ହୋଇଛି।

ସେହିଭଳି ରୁପା ଦର ମଧ୍ୟ ହ୍ରାସ ହେବାରେ ଲାଗିଛି।ନଭେମ୍ବର ମାସ ଆରମ୍ଭରେ ରୁପାର ଦାମ୍ ଲକ୍ଷେ ୯ ହଜାର ଥିଲାବେଳେ ଏବେ ରୁପା ରେଟ୍ ଲକ୍ଷେ ଟଙ୍କାରେ ପହଞ୍ଚିଛି। ଓଡ଼ିଶାରେ ରୁପା ଯଦିଓ ଜାତୀୟ ଦରଠୁ ଅଧିକ ତଥାପି ରୁପା କେଜି ପିଛା ୨୦୦୦ ଟଙ୍କା ଶସ୍ତା ହୋଇଛି।ଯେହେତୁ ଆଗକୁ ବାହାଘର ସିଜିନ୍ ଆସୁଛି ଏବଂ ସୁନା ରୁପାର ରେଟ୍ କମିଛି ତେଣୁ ଏ ସମୟ ହିଁ ସୁନାରୁପା କିଣାକିଣି ପାଇଁ ସବୁଠୁ ସୁବଣ୍ଣ ସୁଯୋଗ।ତେଣୁ ଆଗକୁ ହଇରାଣରେ ନ ପଡ଼ିବା ପାଇଁ ଏବେଠୁ ହିଁ ସୁନା ରୁପା କିଣିନେଇ ସୁଯୋଗର ଲାଭ ଉଠାନ୍ତୁ।

ଆନ୍ଦୋଳନରୁ ତିଆରି Parle-G ବିଷ୍କୁଟ

ଫେଭରାଇଟ୍ ସ୍ନାକ୍ସ ଭାବରେ ଅନେକ ଲୋକ ବିଷ୍କୁଟକୁ ପସନ୍ଦ କରନ୍ତି।ଚା ବିଷ୍କୁଟ ବହୁତ ଲୋକଙ୍କ ନିତିଦିନିଆ ଜଳଖିଆ କହିଲେ ଚଳେ।ତେବେ ଯେତେବେଳେ ବି ବିଷ୍କୁଟ କଥା ଆସେ ସବୁଠୁ ଆଗେ ଆମ ମନକୁ ଯାହାର ନାଁ ଆସେ ତାହା ହେଉଛି ପାର୍ଲେଜି ବିଷ୍କୁଟ୍।ଅନେକ ଲୋକଙ୍କ ପାଇଁ ପିଲାଦିନ ଆଉ ପାର୍ଲେ ଜି ବିସ୍କୁଟ ଭିତରେ ରହିଛି ଏକ ଗଭୀର ଏବଂ ମଜଭୁତ ସମ୍ପର୍କ। ଅଳ୍ପ ଟଙ୍କାରେ ସ୍ୱାଦିଷ୍ଟ ସ୍ନାକ୍ସ ହେଉଛି ପାର୍ଲେଜି। ନାଇଣ୍ଟି ସେଞ୍ଜୁରୀର ସମସ୍ତଙ୍କର ପିଲାଦିନ ପାର୍ଲେ ଜି ସହ ନିହାତି କଟିଥିବ। ବିସ୍କୁଟ ନାଁ ଆସିବା ମାତ୍ରେ ବଡ଼ ଠାରୁ ଛୋଟ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ପ୍ରଥମେ ପାର୍ଲେଜି ନାଁ ଆସେ।

ସ୍ୱଦେଶୀ ଆନ୍ଦୋଳନ ସମୟରେ,ଜନ୍ମ ହୋଇଥିଲା ପାର୍ଲେଜି ବିଷ୍କୁଟପାର୍ଲେଜିର  ମାଲିକ ମୋହନଲାଲ ଦୟାଲ ଏକ ଚକୋଲେଟ କମ୍ପାନୀ ଆରମ୍ଭ କରିବା ପାଇଁ ଚାହୁଁଥିଲେ୧୯୦୫ ମସିହାରେ ସ୍ୱଦେଶୀ ଆନ୍ଦୋଳନର ଆରମ୍ଭ ସହିତ ବିଦେଶୀ ବସ୍ତୁ ଗୁଡ଼ିକର ବହିଷ୍କାର ହୋଇଥିଲା।ସେହି ସମୟରେ ବିସ୍କୁଟକୁ ଆମେରିକୀୟ ସ୍ନାକ୍ସ କୁହାଯାଉଥିଲାଇଂରେଜ ଲୋକ ତଥା ରାଜା-ମହାରାଜାମାନେ ହିଁ ବିସ୍କୁଟ କିଣି ଖାଇପାରୁଥିଲଗରିବଲୋକଙ୍କ ପାଇଁ ବିସ୍କୁଟ ସାତ ସପନ ଥିଲାସେହି ସମୟରେ ହିଁ  ମୋହନଲାଲ  ଚକେୋଲୋଟ ପରିବର୍ତ୍ତେ ସ୍ୱଦେଶୀ ବିସ୍କୁଟ ପ୍ରସ୍ତୁତ କରିବା ପାଇଁ ଚାହିଁଥିଲେ,ତା ପରେ ଦେଖୁ ଦେଖୁ ପାର୍ଲେ-ଜି ଲୋକପ୍ରିୟ ବିଷ୍କୁଟ  ହୋଇଗଲା।

ପାର୍ଲେ-ଜି ର ନାଁ ସହିତ ଜଡ଼ିତ କାହାଣୀ ମଧ୍ୟ ଖୁବ ମଜାଦାରକମ୍ପାନୀ ଆରମ୍ଭ କରିବା ପାଇଁ ମୋହନଲାଲ ମୁମ୍ବାଇର ଜାଗା ବାଛିଥିଲେବିଲେ ପାର୍ଲେ ଅଞ୍ଚଳରେ ସେ ନିଜର ବିସ୍କୁଟ ଫ୍ୟାକ୍ଟ୍ରି ଖୋଲିଥିଲେ। ଆଉ ଏହି ଜାଗା ନାଁ ଅନୁସାରେ ବିସ୍କୁଟର ନାମ ରହିଥିଲା ପାର୍ଲେ। ପରେ ପାର୍ଲେ ବିସ୍କୁଟ ପାର୍ଲେ ଗ୍ଲୁକୋ ହୋଇଗଲା। କିଛି ସମୟ ଗଲାପରେ ପୁଣି ଗ୍ଲୁକୋ ହଟାଇ ପାର୍ଲେ ଜି ରଖାଯାଇଥିଲା୨୦୧୧ରେ ଆସିଥିବା ଏକ ରିପୋର୍ଟ ଅନୁସାରେ ପାର୍ଲେ ଜି ବିଶ୍ୱର ସବୁଠାରୁ ଅଧିକ ବିକ୍ରି ହେଉଥିବା ବିସ୍କୁଟଫ୍ୟାକ୍ଟ୍ରି ଆରମ୍ଭ କରିବା ପାଇଁ ଜର୍ମାନୀରୁ ଆସିଥିବା ମେସିନ ସହ ୧୨ ଜଣ କର୍ମଚାରୀରେ ତିଆରି ହେଲା ସ୍ୱାଦିଷ୍ଟ ପାର୍ଲେ ଜି ବିସ୍କୁଟ। କିଛି ସମୟ ଭିତରେ ହିଁ ପାର୍ଲେଜି ସବୁଠାରୁ ଅଧିକ ଖାଉଥିବା ବିସ୍କୁଟ ହୋଇଗଲା। ୧୯୩୮ରେ ପାର୍ଲେ ଜି ଦୁନିଆ ସମ୍ମୁଖକୁ ଆସିଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଭାରତରେ ନୁହେଁ, ଚୀନରେ ମଧ୍ୟ ପାର୍ଲେ ସବୁଠାରୁ ଅଧିକ ଖିଆଯାଉଥିବା ବିସ୍କୁଟ।

୨୦୨୦ ରିପୋର୍ଟ ଅନୁସାରେ ପାର୍ଲେ ୮୦୦୦ କୋଟି ଟଙ୍କାର ବିସ୍କୁଟ ବିକ୍ରି କରିଥିଲା। ମୋନାକୋ, କ୍ରାକଜାକ, ହାଇଡ ଏଣ୍ଡ ସିକ ପରି ଅନେକ ବିସ୍କୁଟ ପାର୍ଲେ କମ୍ପାନୀରଭାରତ ବ୍ୟତୀତ ଆଉ ୬ ଦେଶରେ ପାର୍ଲେର ମାନୁଫ୍ୟାକଚରିଂ ପ୍ଲାଣ୍ଟ ରହିଛି। ତାଲିକାରେ ଆମେରିକା, ବ୍ରିଟେନ, କାନାଡା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆର ନାଁ ମଧ୍ୟ ସାମିଲ ରହିଛି। ୨୦୨୨ ରିପୋର୍ଟ ଅନୁସାରେ ପାର୍ଲେ କମ୍ପାନୀ ମାଲିକ ବିଜୟ ଚୌହାନଙ୍କ ନେଟ ୱର୍ଥ ୫.୫ ବିଲିୟନ ଡଲାର।