Posts tagged Dharmendra Pradhan

ମୋହନ ମାଝୀଙ୍କ କଣ୍ଟ୍ରୋଲରେ ନାହିଁ ମନ୍ତ୍ରିମଣ୍ଡଳ !

୧୨ ଜୁନରେ ଓଡ଼ିଶାରେ ଗଠନ ହେଲା ବିଜେପି ସରକାର। ପ୍ରଧାନମନ୍ତ୍ରୀଙ୍କ ଥାଟବାଟ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ ମୋହନ ଚରଣ ମାଝୀ। ଆଉ ପନ୍ଦର ମଧ୍ୟ ନେଲେ ମନ୍ତ୍ରୀ ପଦର ଶପଥ। ମୋହନ ମାଝୀଙ୍କ ସରକାରକୁ ପାଞ୍ଚ ପୁରି ୬ ମାସ ଚାଲିଲା। ହେଲେ ଏଯାଏଁ ଖାଲି ପଡିଲା ୬ ମନ୍ତ୍ରି ପଦଏଯାଏଁ ପୂରଣ ହୋଇପାରିଲାନି ମୋହନଙ୍କ ମନ୍ତ୍ରିମଣ୍ଡଳ! ୬ ମାସ ହେଲାଣି ୬ ମନ୍ତ୍ରୀ ପଦ ଖାଲି। କାହିଁକି ଏଭଳି ସ୍ଥିତି? ମନ୍ତ୍ରିମଣ୍ଡଳ ଉପରେ ନାହିଁ କି ମୋହନ ମାଝୀଙ୍କ କଣ୍ଟ୍ରୋଲ? ମନ୍ତ୍ରୀ ବାଛିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଉନି କି ସୁଯୋଗ? ମୁଖ୍ୟମନ୍ତ୍ରୀଙ୍କ କଣ୍ଟ୍ରୋଲରେ ଯଦି ରହିବେନି ମନ୍ତ୍ରୀ, ତେବେ ସରକାର ଚାଲିବ କେମିତି?

 ୬ ମାସରେ ଅନେକ ମନ୍ତ୍ରୀ ବିବାଦୀୟ ହେଲେଣି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ମିଡିଆ ଆଗରେ ଯାହା ତାହା ଗପୁଛନ୍ତି।ବେଫିକର ହୋଇ ମନ୍ତବ୍ୟ ଦେଉଛନ୍ତି। ପ୍ରଥମେ ଆଳୁ-ପିଆଜ ଓ ପରିବାର ଦରକୁ ନେଇ ମନଇଚ୍ଛା ମନ୍ତବ୍ୟ ଦେଲେ। ନିଜ ଅଧିନରେ ଥିବା ଫୁଡ୍ କମିଶନରଙ୍କୁ ଚୋର କହିଲେ। ଝୋଟ ବ୍ୟାଗ୍ କିଣା ସ୍କାମକୁ ଘଣ୍ଟ ଘୋଡ଼ାଇଲେ।ଆଉ ଏବେ ଆମ୍ବ ଟାକୁଆ ଖାଇ କନ୍ଧମାଳରେ ଲୋକେ ମରିବା ଘଟଣାକୁ ନେଇ ଖାମଖିଆଲ ବୟାନ ଦେଉଛନ୍ତି। ଯାହାକୁ ନେଇ  ମୋହନ ସରକାର ଅଡ଼ୁଆରେ ପଡ଼ୁଛନ୍ତି

ବିଜୁ ଜନତା ଦଳର ହେଭିଓ୍ୱେଟ୍ ବବି ଦାସଙ୍କ ସହ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କର ଯାଜପୁର ରୋଡର ଏକ ହୋଟେଲରେ ଗୋପନ ବୈଠକ ହେବା ନେଇ ଖବର ଘୁରି ବୁଲୁଛିଯାହାକୁ ନେଇ ବିଜେଡି-ବିଜେପି କ୍ୟାମ୍ପରେ ଟୁପୁର ଟାପର ଚାଲିଲାସେହିଭଳି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଖଣି ମାଫିଆଙ୍କ ସହ ଡିଲ୍‍ କରୁଥିବା ନେଇ ଚର୍ଚ୍ଚା ହେଉଛି ଖଣିଜ ପଦାର୍ଥ ପରିବହନକୁ ନେଇ ନିଜ ଦଳର ବିଧାୟକ ଫକୀର ନାଏକଙ୍କ ସହ ଭିଡାଭିଡି ହେଉଛନ୍ତି ମନ୍ତ୍ରୀ ବଳସାମନ୍ତ। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ପରିବହନ ବେପାର ପାଇଁ ବିଜେପି ବିଧାୟକଙ୍କ ସହ ମନ୍ତ୍ରୀଙ୍କର ଲଢ଼େଇ, ଦାଣ୍ଡରେ ପଡି ହାଟରେ ଗଡୁଛି। ଯେଉଁଥିପାଇଁ ରାଜ୍ୟ ସରକାରଙ୍କୁ, ବିଜେଡି-କଂଗ୍ରେସ ଟାର୍ଗେଟ କରୁଛନ୍ତିସୋସିଆଲ ମିଡିଆରେ ବିଜେପି ସରକାରକୁ ଧୁମ୍‍‍ ଟାର୍ଗେଟ କରୁଛି ବିଜେଡିର ଆଇଟି ୱିଙ୍ଗ୍ହେଲେ ତାକୁ କାଉଣ୍ଟର କରିବାକୁ ମୋହନ ସରକାରଙ୍କ ପାଖରେ ଉତ୍ତର ନାହିଁ ।

ଏହାରି ଭିତରେ ପ୍ରଶ୍ନ ଉଠୁଛି ଅଯୋଗ୍ୟ ମନ୍ତ୍ରୀଙ୍କୁ କାହିଁକି ବିଦା କରୁ ନାହାନ୍ତି ମୁଖ୍ୟମନ୍ତ୍ରୀ?ଣ ସେତିକି ବି ପାୱାର ନାହିଁକି ତାଙ୍କ ପାଖରେ? ଅନ୍ୟପଟେ ଏହା ମଧ୍ୟ ଦେଖାଯାଉଛି ଯେ, ଦଳରେ ଅନେକ ଅଭିଜ୍ଞ ନେତା ଥିଲେ ମଧ୍ୟ ପ୍ରଥମ ଥର ବିଧାୟକ ହୋଇଥିବା ନେତାଙ୍କୁ ବିଜେପି ମନ୍ତ୍ରୀ କରିଛି। ସଂପଦ ସ୍ୱାଇଁ, ପ୍ରଦୀପ ବଳସାମନ୍ତ, କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଭୁତି ଜେନା ପ୍ରଥମ ଥର ଜିତିଥିଲେ ମଧ୍ୟ ସେମାନଙ୍କୁ ମନ୍ତ୍ରୀ କରାଗଲା। ସେହିଭଳି ବହୁ ସଂଘର୍ଷ କରି ଜୀବନରେ ପ୍ରଥମ ଥର ବିଧାୟକ ହୋଇଥିବା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଆଇନ,ଅବକାରୀ ଏବଂ ନିର୍ମାଣ ପରି ଗୁରୁତ୍ୱପୂର୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ କରାଯାଇଛି। ଏପରିକି ଜୀବନରେ ପ୍ରଥମ ଥର ବିଧାୟିକା ହୋଇଥିବା ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ ହୋଇଗଲେ।

ହେଲେ ଅଭିଜ୍ଞ ଜୟନାରାୟଣ ମିଶ୍ରଙ୍କୁ କ୍ୟାବିନେଟରେ ମିଳିନାହିଁ ସ୍ଥାନ।  ପାଞ୍ଚ ଥରର ବିଧାୟକ ଜୟନାରାୟଣଙ୍କର ମନ୍ତ୍ରୀ ହେବାର ଅଭିଜ୍ଞତା ଥିଲେ ମଧ୍ୟ ବିଜେପି ସୁଯୋଗ ଦେଇନି। କିନ୍ତୁ ମନ୍ତିମଣ୍ଡଳରେ ସ୍ଥାନ ପାଇଥିବା ଅଧିକାଂଶ ନେତା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପର ବୋଲି ଚର୍ଚ୍ଚା ହେଉଛି ଅର୍ଥାତ ମନ୍ତ୍ରିମଣ୍ଡଳରେ ମୋହନ ମାଝୀଙ୍କ ଅପେକ୍ଷା ଧର୍ମେନ୍ଦ୍ରଙ୍କ ଭାଉ ଅଧିକ।

ତେଣୁ ସେହି ମନ୍ତ୍ରୀ ମାନଙ୍କର ଯୋଗ୍ୟତାକୁ ନେଇ ସନ୍ଦେହ ଥିଲେ ମଧ୍ୟ ସେମାନଙ୍କୁ ବିଦା କରିପାରିବେ ନାହିଁ ମୁଖ୍ୟମନ୍ତ୍ରୀ। ଏହି ଚକ୍ରବ୍ୟୁହ ଭିତରୁ କେବେ ବାହାରିବେ ମୋହନ ମାଝୀ ?  ୬ ମନ୍ତ୍ରୀ ବାଛିବାକୁ ତାଙ୍କୁ ସ୍ୱାଧିନତା ମିଳିବ ତ ?