Posts tagged Cricket

ଖେଳାଳିଙ୍କ ସାଙ୍ଗରେ ଯାଇପାରିବେନି ପତ୍ନୀ

କଠୋର ହେବେ ବିସିସି୍ଆଇ। ଏଣିକି ଆଉ ଖେଳାଳିଙ୍କ ସାଙ୍ଗର ଯାଇପାରିବେନି ପତ୍ନୀ ତଥା ପରିବାର। ଗାର୍ଲଫ୍ରେଣ୍ଡମାନଙ୍କୁ ମଧ୍ୟ ଯିବାକୁ ମିଳିବନି ଅନୁମତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ହାରିବା ପରେ ଖେଳାଳିଙ୍କ ପାଇଁ ଏଭଳି କିଛି କଠୋର ନିୟମ ଆଣିବାକୁ ଯୋଜନା କରୁଛି ବିସିସିଆଇ।ନିକଟରେ ଭାରତ ବର୍ଡର ଗାଭାସ୍କର ଟ୍ରଫି ହାରିଛି। ଅଷ୍ଟ୍ରେଲିଆ ଠାରୁ ସେ ପରାଜୟର ସମ୍ମୁଖୀନ ହୋଇଛି। ଏହାପରେ ଅଧିନାୟକ, ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ କେବଳ ସମାଲୋଚନା କରାଯାଇ ନ ଥିଲା ବରଂ ବିସିସିଆଇ ମଧ୍ୟ ଟାର୍ଗେଟକୁ ଆସିଛନ୍ତି।ଏହାପରେ ଏବେ ଖେଳାଳିଙ୍କୁ ନେଇ କିଛି କଠୋର ନିୟମ ଆଣିବକୁ ବିସିସିଆଇ ପ୍ରସ୍ତୁତ ହେଉଥିବା ସୂଚନା ରହିଛି।

ନୂଆ ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହି ପାରିବେ ନାହିଁ। ପରିବାରକୁ କେବଳ ଦୁଇ ସପ୍ତାହ ପାଇଁ ରହିବାକୁ ଅନୁମତି ମିଳିବ। ଏହାଛଡ଼ା ସମସ୍ତ ଖେଳାଳି ଟିମ୍ ବସ୍‌ରେ ଯାତ୍ରା କରିବା ବାଧ୍ୟତାମୂଳକ। ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ନିଜସ୍ୱ ମ୍ୟାନେଜରକୁ ଭିଆଇପି ବକ୍ସ କିମ୍ବା ଟିମ୍ ବସରେ ବସିବାକୁ ଅନୁମତି ମିଳିବ ନାହିଁ।ଖେଳାଳିଙ୍କ ଲଗେଜ୍ ଯଦି ୧୫୦ କିଲୋଗ୍ରାମରୁ ଅଧିକ ହୁଏ ତେବେ ଅତିରିକ୍ତ ସାମଗ୍ରୀର ଶୁଳ୍କ ବିସିସିଆଇ ପଇଠ କରିବ ନାହିଁ।

ଭଲ ଖୋଳୁ ନାହାନ୍ତି ବିରାଟ କୋହଲି

କମୁଛି ବିରାଟଙ୍କ କ୍ରେଜ୍।ଆଶାନୁରୁପକ ପରଫମାନ୍ସ ଦେଇ ପାରୁନାହାନ୍ତି କିଙ୍ଗ କୋହଲ। ବର୍ଡର ଗାଭାସ୍କର ଟ୍ରଫିକୁ ନେଇ କ୍ରିକେଟ ଲଭରଙ୍କ ମନରେ ବିରାଟ କୋହଲିଙ୍କୁ ନେଇ ଯୋଉ ଏକ୍ସପେକ୍ଟେସନ୍ ଥିଲା ତାହା ହାମ୍ପର ହେବାରେ ଲାଗିଛି। ଦର୍ଶକଙ୍କୁ ଖୁସି କରିବା ପରିବର୍ତ୍ତେ ନିରାଶ କରୁଛନ୍ତି କିଙ୍ଗ କୋହଲି।  ସିଡ଼ନୀର ଗଣମାଧ୍ୟମରେ ବିରାଟଙ୍କୁ ନେଇ ଯୋଉ ଆକଳନ କରାଯାଇଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି।

ସିଡନୀରେ ବର୍ଡର ଗାଭାସ୍କର ଟ୍ରଫି ଶେଷ ମ୍ୟାଚ ରେ ବିରାଟ କୋହଲି ଫ୍ୟାନ୍ସଙ୍କୁ ନିରାଶ କରିଛି। ଖାସ୍‌ କରି ବିରାଟ କୋହଲିଙ୍କ ଫର୍ମ ଟିମ୍‌ ପାଇଁ ପାଲଟିଛି କାଳ। ବିରାଟଙ୍କ ଖରାପ ପ୍ରଦର୍ଶନ ସିଡ୍‌ନି ଟେଷ୍ଟରେ ମଧ୍ୟ ଦେଖିବାକୁ ମିଳିଛି । ସିଡନି ଟେଷ୍ଟର ପ୍ରଥମ ପାଳିରେ କୋହଲି ମାତ୍ର ୧୭ ରନ୍‌ ସ୍କୋର କରି ଆଉଟ୍‌ ହୋଇଥିଲେ। 

 ତେବେ କେବଳ ବର୍ଡର ଗାଭାସ୍କର ଟ୍ରଫି ନୁହେଁ,ବିଗତ ବର୍ଷ ମଧ୍ୟରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଚିନ୍ତାର କାରଣ ପାଲଟିଛି।୨୦୨୪ରୁ ବର୍ତ୍ତମାନ ଯାଏଁ ସେ ପ୍ରଥମ ପାଳିରେ ୫ଟି ମ୍ୟାଚ୍‌ ଖେଳିଛନ୍ତି। ଯେଉଁଥିରେ ତାଙ୍କର ବ୍ୟାଟିଂ ଆଭରେଜ୍‌ ମାତ୍ର ୭.୦୦ ରହିଛି। ଏହି ଆକଳନ ଅନୁଯାୟୀ, ସେ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମ୍ରାଙ୍କ ଠାରୁ ପଛରେ ରହିଛନ୍ତି।  

ଭାରତର ସବୁଠାରୁ ବିଶ୍ୱସ୍ତ ବ୍ୟାଟର ଭାବେ ପରିଚିତ ବିରାଟ କୋହଲିଙ୍କର ଫର୍ମ କ୍ରମାଗତ ହ୍ରାସ ପାଇବାରେ ଲାଗିଛି।୨୦୨୪ ପରଠାରୁ ଜସପ୍ରୀତ ବୁମ୍ରାଙ୍କ ଆଭରେଜ୍‌ କୋହଲିଙ୍କଠାରୁ ଅଧିକ।ବୁମରା ପ୍ରଥମ ଇନିଂସରେ ୧୦.୦୦ ଆଭରେଜ୍‌ରେ ରନ୍‌ ସଂଗ୍ରହ କରିଛନ୍ତି। ଯାହା ତାଙ୍କୁ ଏହି ଲିଷ୍ଟରେ କୋହଲିଙ୍କଠାରୁ ଉପରେ ରଖିଛିବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ ଟିମ୍‌ର ଅନୁଭବି ପ୍ଲେୟର କୋହଲି  ଆଶାଠାରୁ ଅଧିକ ଖରାପ ପ୍ରଦର୍ଶନ କରୁଛନ୍ତି।ଅନ୍ୟପଟେ ଯୁବ ପ୍ଲେୟର ଅଷ୍ଟ୍ରେଲିଆକୁ କଡା ଟକ୍କର ଦେଉଛନ୍ତି।ଏହି ସିରିଜ୍‌ରେ ଭାରତ ପାଇଁ ସବୁଠାରୁ ଅଧିକ ରନ୍‌ କରିଥିବା ବ୍ୟାଟର ହୋଇଛନ୍ତି ଜଶସ୍ବୀ ଜୈଶ୍ବଓ୍ବାଲ୍‌।

ସେ ବର୍ତ୍ତମାନ ଯାଏଁ ୯ଟି ପାଳି ଖେଳି ୪୬.୧୨ ଆଭରେଜରେ ସବୁଠାରୁ ଅଧିକ ରନ୍‌ କରିଥିବା ପ୍ଲେୟର ହୋଇଛନ୍ତି। ନୀତିଶ ମଧ୍ୟ ୮ଟି ପାଳିରେ ୪୨ ଆଭରେଜ୍‌ରେ କରିଛନ୍ତି ୨୯୪ ରନ୍‌ । ମାତ୍ର ବିରାଟ ଆଶାନୁରୁପ ପରଫମାନ୍ସ ଦେଇ ପାରୁ ନଥିବାରୁ  ବିରାଟଙ୍କ ଫ୍ୟାନ୍ସ ମଧ୍ୟରେ ନିରାଶପଣ ରହିଛି। 

୧୦୨ ରନରେ ବିରାଟ କରିବେ ୱାର୍ଲ୍ଡ ରେକର୍ଡ

କିଙ୍ଗ କୋହଲିଙ୍କୁ ନେଇ କ୍ରିକେଟରେ ରହିଛି ଅଲଗା କ୍ରେଜ୍।ଯଦିଓ ଜୀବନରେ ସେ ଅନେକ ଉତ୍ଥାନ ପତନ ଦେଖିଛନ୍ତି ତଥାପି କୋହଲିଙ୍କ ପ୍ରତି କ୍ରିକେଟ ଲଭରଙ୍କ ରହିଛି ଅଲଗା ଇମୋସୋନ୍।ନିଜ ଚାଇଲ୍ଡିସ୍ ବିହେଭିୟର୍ ପାଇଁ ବିରାଟ ଯେତିକି ଲୋକପ୍ରିୟ ଠିକ୍ ସେତିକି ପ୍ରଶଂସନୀୟ ତାଙ୍କ ପରଫାନ୍ସକୁ ନେଇ ।ତେବେ ବିରାଟଙ୍କ ସହ ଆଗକୁ ବହୁତ କିଛି ଭଲ ହେବାକୁ ଯାଉଛି।୧୦୨ ରନ୍ କଲେ ବିରାଟ ପାଲଟିଯିବେ ବିଶ୍ୱର ଏକ ନମ୍ବର ଖେଳାଳୀ।

ବିରାଟ ପର୍ଥ ଟେଷ୍ଟରେ ଶତକ ଲଗାଇ ରେକର୍ଡ କରିଥିଲେ।ଏବେ ଆଡିଲେଡ୍‌ ଟେଷ୍ଟରେ ରଚିବେ ଇତିହାସ।କୋହଲି ଏହି ମ୍ୟାଚ୍‌ ଜରିଆରେ ଭାଙ୍ଗିପାରନ୍ତି କିଛି ରେକର୍ଡ।ଆଡିଲେଡ୍‌ରେ କୋହଲି ପ୍ରଦର୍ଶନ ସବୁବେଳେ ଦମ୍‌ଦାର ରହିଛି।ଯଦି କୋହଲି ଆଡିଲେଡରେ ଖେଳାଯିବାକୁ ଥିବା ପିଙ୍କ ବଲ୍ ଡେ-ନାଇଟ୍ ଟେଷ୍ଟରେ ୧୦୨ ରନ୍ ସ୍କୋର କରନ୍ତି, ତେବେ ସେ ଓ୍ବାର୍ଲ୍ଡ ରେକର୍ଡ କରିବେ।ସେ ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କ ରେକର୍ଡ ଭାଙ୍ଗିବେ।

 ବର୍ତ୍ତମାନ ଆଡିଲେଡ୍ ଓଭାଲରେ ସର୍ବାଧିକ ଟେଷ୍ଟ ରନ୍ ସ୍କୋର କରିଥିବା ତୃତୀୟ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି କୋହଲି।ସେ ଏପର୍ଯ୍ୟନ୍ତ ୫୦୯ ରନ୍ କରିଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ମହାନ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ସାର୍ ଭିଭିଆନ୍ ରିଚାର୍ଡସ।ଟେଷ୍ଟ କ୍ରିକେଟରେ ଏହି ଗ୍ରାଉଣ୍ଡରେ ସାର୍ ଭିଭିଆନ୍ ରିଚାର୍ଡସ ୫୫୨ ରନ୍ କରିଛନ୍ତି।ତେବେ ଏହି ଲିଷ୍ଟର ପ୍ରଥମରେ ରହିଛନ୍ତି ବ୍ରାଏନ୍ ଲାରା।ସେ ୬୧୧ ରନ୍ ସ୍କୋର କରିଛନ୍ତି।

 କୋହଲି ଆଉ ଗୋଟିଏ ଶତକ କଲେ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିବେ।ବ୍ରାଡମ୍ୟାନ ୧୯୩୦ରୁ ୧୯୪୮ ମଧ୍ୟରେ କେବଳ ଇଂଲଣ୍ଡରେ ୧୯ଟି ମ୍ୟାଚ୍‌ ଖେଳି ୧୧ଟି ଶତକ ଅର୍ଜନ କରିଥିଲେ।କୋହଲି କେବଳ ଅଷ୍ଟ୍ରେଲିଆରେ ୪୩ଟି ମ୍ୟାଚ୍‌ ଖେଳି ୧୦ଟି ଶତକ ଅର୍ଜନ କରିସାରିଛନ୍ତି।ତେବେ କୋହଲି ପର୍ଥରେ ଶତକ ଅର୍ଜନ କରି ଭାଙ୍ଗିଥିଲେ ସଚିନ ତେନ୍ଦୁଲକରଙ୍କ ରେକର୍ଡ। 

ତେନ୍ଦୁଲକର କେବଳ ଶ୍ରୀଲଙ୍କାରେ ୯ଟି ଶତକ ଅର୍ଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ୍‌ ହବ୍ସ ଅଷ୍ଟ୍ରେଲିଆରେ ୯ଟି ଶତକ, ସୁନିଲ ଗାଭାସ୍କର ୱେଷ୍ଟ ଇଣ୍ଡିଜ୍‌ରେ ୭ଟି ଶତକ ଓ ଭିଭିଆନ ରିଚାର୍ଡସ ଇଂଲଣ୍ଡ ବିପକ୍ଷରେ ୮ଟି ଶତକ ଅର୍ଜନ କରିଥିଲେ।କେବଳ ଅଷ୍ଟ୍ରେଲିଆରେ ଘରୋଇ ଦଳ ବିପକ୍ଷରେ କୋହଲି ୨୭୧୦ ରନ୍‌ ସଂଗ୍ରହ କରିସାରିଛନ୍ତି।ତେବେ ଯଦି କୋହଲି ଏ ରେକର୍ଡ କରିବାରେ ସଫଳ ହୁଅନ୍ତି ତାହେଲେ ହୁଏତ ଏ ଆଚିଭମେଣ୍ଟ ବିରାଟ ଲଭରଙ୍କ ପାଇଁ ସବୁଠୁ ବଡ଼ ଖବର ପାଲଟିବ।