Posts tagged Bhubaneswar

ଆଳୁ ଖୋଳୁ ଖୋଳୁ ମହାଦେବ:ଅଡ଼ୁଆରେ ଅନନ୍ତ ନାରାୟଣ

ଭୁବନେଶ୍ୱର ସଫେଇ ମଜଦୁର ସଂଘ ସମ୍ପାଦକ ସହଦେବ ନାୟକ ହତ୍ୟାକାଣ୍ଡକୁ ନେଇ ରାଜଧାନୀ ରାଜନୀତି ସରଗରମ।ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ। ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି । ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାକୁ ରାଜନୀତିକ ରଙ୍ଗ ଦେବାକୁ ବିଜେଡି ପ୍ରୟାସ କରୁଥିବା କହି ବିଜେପି ମଧ୍ୟ ପାଲଟା ଜବାବ ଦେଇଛି । ବିଜେଡି ବିଜେପିର କଥାକଟାକଟି ଭିତରେ ଏବେ ଅଡ଼ୁଆରେ ଛନ୍ଦି ହୋଇଛନ୍ତି ଅନନ୍ତ ନାରାୟଣ ଜେନା।

ଭୁବନେଶ୍ୱରର ପୂର୍ବତନ ମେୟର ତଥା ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପୁରୁଣା ଫାଇଲ୍ ଖୋଲିବ ବୋଲି ଚେତାବନୀ ଦେଇଛି।ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ବିଜେପି କହିଛି।ବିଜେଡି ଏହି ହତ୍ୟା ଘଟଣାରେ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ଆଳରେ ନିଜର ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଛି । ପୁଲିସର ଭୂମିକାକୁ ସନ୍ଦେହଘେରକୁ ଟାଣି ୨୦୨୪ ନଭେମ୍ବର ୩ତାରିଖର ଏକ ସିସିଟିଭି ଫୁଟେଜ୍ ମଧ୍ୟ ଜାରି କରିଛି।ତେବେ ସହଦେବଙ୍କ ହତ୍ୟା ମାମଲାରେ ବିଜେଡିର ଏଭଳି ରାଜନୈତିକ ବୟାନବାଜିର ପାଲଟା ଜବାବ ଦେଇଛି ବିଜେପି।

ଭୁବନେଶ୍ୱର ବିଜେପି ସଭାପତି ବିଧାୟକ ବାବୁ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି ସହଦେବଙ୍କ ହତ୍ୟାରେ ଯିଏବି ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୋହନ ମାଝୀ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି।ବିଜେଡି ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିଜର ରାଜନୀତିକ ରୁଟି ନସେକୁ ବୋଲି ସତର୍କ କରାଇ ଦେଇଛନ୍ତି।୧୦ବର୍ଷ ତଳର ଋଷି ହତ୍ୟାକାଣ୍ଡ ଓ ସେକ୍ସ ସ୍କାଣ୍ଡାଲ ଫାଇଲ ଖୋଲିବା ପାଇଁ ସରକାରଙ୍କ ନିକଟରେ ବିଜେପି ଦାବି ରଖିବ ବୋଲି ଚେତାବନୀ ଦେବାପରେ ବିଧାୟକ ଅନନ୍ତ ଜେନାଙ୍କ ଅଡ଼ୁଆ ବଢ଼ିବାର ଆଶଙ୍କା ରହିଛି। ବିଜେଡିର ଦୋମୁହାଁ ନୀତିକୁ ସମାଲୋଚନା କରି ଋଷି ହତ୍ୟାବେଳେ ତା’ର ପରିବାରକୁ କ’ଣ ନ୍ୟାୟ ଦିଆଯାଇଛି ବୋଲି  ଟାର୍ଗେଟ କରିଛନ୍ତି।ଋଷି ହତ୍ୟା ଓ ସେକ୍ସ ସ୍କାଣ୍ଡାଲରେ ଅନନ୍ତଙ୍କ ଅଡ଼ୁଆ ବଢିପାରେ ବୋଲି ଚର୍ଚ୍ଚା।

ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ-ମୋଦୀ

ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ବାଟ ବାଛିଥିଲେ।ସେ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଲେ ମୋଦି।

ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପିଏମ ମୋଦି।ଜନତା ମୈଦାନରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେଇଛନ୍ତି।ଏଥିସହ ସେ ଓଡ଼ିଶାର ଗୌରବମୟ ଐତିହ୍ୟ ବାଖ୍ୟା କରିବାକୁ ଭୁଲି ନାହାନ୍ତି।ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ। ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ।ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ପାଳନ ହୁଏ। ଓଡ଼ିଶା ମାଟିରେ ଥିବା ଧଉଳି ସ୍ତୁପ ହେଉଛି ଶାନ୍ତିର ପ୍ରତୀକ।

ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ବାଟ ବାଛିଥିଲେ। ସେ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଲେ ମୋଦି।ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱର ବହୁ ନେତାଙ୍କ ସହ ମୋର ଭେଟ ହୋଇଛି। ସେମାନେ ନିଜ ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କର ଖୁବ୍‌ ପ୍ରଶଂସା କରିଥାନ୍ତି। ଏହା ପଛରେ ରହିଛି ସାମାଜିକ ମୂଲ୍ୟବୋଧ। ଆମେ କେବଳ ଗଣତନ୍ତ୍ରର ଜନନୀ ନୁହଁ, ଏହା ଆମ ଜୀବନର ଏକ ବଡ଼ ଅଂଶବିଶେଷ। ଆମ ଜୀବନ ହିଁ ବିବିଧତାରେ ପରିପୂର୍ଣ୍ଣ।