Posts tagged AI

ଅଡ଼ୁଆରେ ପକାଇବ AI

ହେଲ୍‌ଥ-କେୟାର, ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଠାରୁ ନେଇ ମାନୁଫ୍ୟାକଚରିଂ ସେକ୍ଟର ପର୍ଯ୍ୟନ୍ତ ସବୁଠି ପରିବର୍ତ୍ତନ ଆଣିଛି ଆର୍ଟିଫିସିଆଲ୍ ଇଣ୍ଟିଲିଜେନସ୍ ବା AI । କିନ୍ତୁ ଏହି ବିକାଶ ସହିତ AIକୁ ନେଇ ସାରା ବିଶ୍ୱରେ ଏବେ ଭୟର ମାହୋଲ। ଏହି ଭୟ ସମ୍ପୂର୍ଣ୍ଣ ରୂପେ ନିରାଧାର ନୁହେଁ ।AIକୁ ନେଇ ଦୁନିଆରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଚାକିରି ହରାଇବାର ଭୟ ଏବଂ ଆର୍ଥିକ ପ୍ରଭାବ
AI ସହ ଜଡ଼ିତ ସବୁଠାରୁ ବଡ଼ ଆଶଙ୍କା ମଧ୍ୟରୁ ଏକ ହେଲା,AI ଲୋକଙ୍କର ଚାକିରି ଖାଇବାର କ୍ଷମତା ରଖେ। ଆଡଭାନ୍ସ ଆଲଗୋରିଦମ ଜରିଆରେ ନିତିଦିନିଆ ଏବଂ କଷ୍ଟ କାମକୁ ସହଜରେ କରିପାରିବ AIବିଶେଷ କରି ମାନୁଫ୍ୟାକଚରିଂ ଏବଂ ରିଟେଲ୍ ସେକ୍ଟରରେ କାମ କରୁଥିବା ଲୋକଙ୍କର ଚାକିରି ଯିବାର ଅନେକ ସମ୍ଭାବନା ରହିଛିଦିନକୁ ଦିନ AI ସିଷ୍ଟମ୍ ଅଧିକ ଦକ୍ଷତାପୂର୍ଣ୍ଣ ହେବା ସହ କମ ମୂଲ୍ୟରେ ଉପଲବ୍ଧ ହେବଫଳରେ ମଣିଷ ଉପରେ ନୁହେଁ ମେସିନ୍ ଉପରେ ଅଧିକ ନିର୍ଭରଶୀଳ ହୋଇଯିବ ବ୍ୟବସାୟ କ୍ଷେତ୍ର ଏହି ପରିବର୍ତ୍ତନ, ଆର୍ଥିକ ଅସମାନତାକୁ ଜନ୍ମଦେବଯେଉଁଥିଲେ ଅଣକୁଶଳୀ ଶ୍ରମିକ, ସବୁଠାରୁ ଅଧିକ ପ୍ରଭାବିତ ହେବେ

 ନିୟନ୍ତ୍ରଣ ହରାଇବା ସହ ସ୍ୱାଧୀନତାର ଅଭାବ
 ଅଟୋନମସ୍ AI ସିଷ୍ଟମ୍ ଯେପରି ସ୍ୱୟଂଚାଳିତ କାର, ଡ୍ରୋନ୍ସ ଏବଂ ସ୍ମାର୍ଟହୋମ୍ ଡିଭାଇସକୁ ନେଇ ହେଉଥିବା ବିକାଶ ଆଦି ଟେକ୍ନୋଲୋଜିର ନିୟନ୍ତ୍ରଣକୁ ଚାଲିଯିବଫଳରେ ଭବିଷ୍ୟତରେ ଆମର କ୍ଷମତା ଉପରେ ପ୍ରଭାବ ପକାଇବ। ଯଦି AI ପ୍ରଣାଳୀ ସ୍ୱୟଂଚାଳିତ ହୋଇଯାଏ,ତେବେ ମଣିଷର ଆବଶ୍ୟକତା ନଗନ୍ୟ ହୋଇଯିବକେବଳ ଏତିକି ନୁହେଁ AI ଏମିତି ନିର୍ଣ୍ଣୟ ନେଇପାରିବ, ଯାହା ମଣିଷର ଆଗ୍ରହକୁ ନେଇ ବିବାଦ ସୃଷ୍ଟି କରିପାରେ।ବିକଶିତ AI ଉପରେ ନିୟନ୍ତ୍ରଣ, ଭୟଙ୍କର ପରିସ୍ଥିତିକୁ ଜନ୍ମ ଦେଇପାରେ।

 ଭେଦଭାବ ଓ ନୈତିକ ସଙ୍କଟ
AI ଆଲଗୋରିଦମକୁ ଅନେକ ତଥ୍ୟ ପ୍ରଦାନ କରାଯାଇ, ଟ୍ରେନିଂ ଦିଆଯାଏ। ହେଲେ ଡାଟାରେ ଲିଙ୍ଗ, ଜାତି ଏବଂ ଆର୍ଥିକ ପକ୍ଷପାତ ଆଦି ସାମିଲ ଥାଏ। ଏପରି ସ୍ଥଳେ AI ଅସମାନତାକୁ ପ୍ରଭାବିତ କରିପାରେ। ଅନେକ ଉଦାହରଣ ଅଛି, ଯେଉଁଠି AI ସିଷ୍ଟମ୍ ନିଯୁକ୍ତି ପ୍ରକ୍ରିୟା ଏବଂ ଅପରାଧିକ ନ୍ୟାୟ ପ୍ରଣାଳୀରେ ପକ୍ଷପାତିତା ଦେଖାଇଛି। ଏଥିରେ ନୈତିକ ଚିନ୍ତା ପ୍ରକଟ ହୁଏକାରଣ ଏହି ସିଷ୍ଟମ୍ ଅଜାଣତରେ କୌଣସି ଗୋଷ୍ଠୀ ସହ ଭେଦଭାବ କରିବାର ଅନେକ ଆଶଙ୍କା ରହିଛି।ନିତିଦିନିଆ ଜୀବନରେ AIର ବଢ଼ୁଥିବା ସମନ୍ୱୟ ସହ ତଥ୍ୟ ସୁରକ୍ଷାକୁ ନେଇ ଚିନ୍ତା ବଢ଼ୁଛି। AI ସିଷ୍ଟମ୍ ଅଧିକ ସଂଖ୍ୟାରେ ଡାଟାକୁ ସଂଗ୍ରହ କରିବା ସହ କାର୍ଯ୍ୟ ପ୍ରଣାଳୀ ଉପରେ କାମ କରେ, ଯାହା ହ୍ୟାକର୍ସଙ୍କୁ ଆକର୍ଷିତ କରିଥାଏ। ଯଦି ଏପରି ନିୟମର ଉଲ୍ଲଂଘନ କରାଯାଏ ତେବେ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବାର ଅନେକ ସମ୍ଭାବନା ରହିଛି