ସ୍କୁଲରେ ପାଠ ପଢିଲା ବେଳେ ପ୍ରାୟ ଆମେ ସମସ୍ତେ ଜାତୀୟ ପଶୁ,ଜାତୀୟ ପକ୍ଷୀ,ଜାତୀୟ ସଙ୍ଗୀତ ପରି ଅନେକ କଥା ଶିଖିଥାଉ। ଏହାକୁ ନେଇ ପରୀକ୍ଷାରେ ପ୍ରଶ୍ନ ମଧ୍ୟ ଆସେ। ଅନ୍ୟ ସବୁ ପ୍ରଶ୍ନର ଉତ୍ତର ବେଧଡକ ଦେଇପାରୁଥିଲା ବେଳେ ଭାରତର ଜାତୀୟ ଖେଳର ପ୍ରଶ୍ନ ଆମକୁ ଟିକେ ଅଡ଼ୁଆରେ ପକାଏ। ଯଦିଓ ଏହାର ଉତ୍ତରରେ ଆମେ ହକିକୁ ଭାରତର ଜାତୀୟ ଖେଳ ବୋଲି କହୁଥାଉ। ଏ ଉତ୍ତର କିନ୍ତୁ ସମ୍ପୂର୍ଣ୍ଣ ଠିକ୍ ନୁହେଁ। କଥାଟା ହୁଏତ ଆପଣ ମାନଙ୍କୁ ଅଡୁଆ ଲାଗିପାରେ। କିନ୍ତୁ ଏହାହିଁ ପ୍ରକୃତ ହକି ଭାରତର ଜାତୀୟ ଖେଳ କି ନୁହେଁ ଏକଥା ଜାଣିବାକୁ ୨୦୨୦ରେ, ମହାରାଷ୍ଟ୍ରର ଜଣେ ସ୍କୁଲ ଶିକ୍ଷକ ମୟୂରେଶ ଅଗ୍ରୱାଲ RTI ତଥ୍ୟ ମାଗିଥିଲେ। ଯାହାର ଉତ୍ତର ସମସ୍ତଙ୍କୁ ଚମକେଇଥିଲା। ତାଙ୍କୁ ଉତ୍ତର ଆସିଥିଲା ଯେ ଭାରତରେ ଆନୁଷ୍ଠାନିକ ଭାବେ କୌଣଷି ସ୍ୱୀକୃତିପ୍ରାପ୍ତ ଜାତୀୟ ଖେଳ ନାହିଁ। ଦେଶରେ ସମସ୍ତ ଖେଳକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କୌଣଷି ଖେଳକୁ ଦେଶର ଜାତୀୟ ଖେଳ ବୋଲି ଘୋଷଣା କରାଯାଇନି। ତେବେ ସରକାରୀ ସ୍ୱୀକୃତିପ୍ରାପ୍ତ ଖେଳ ବିନା ଭାରତ ଏକମାତ୍ର ଦେଶ ନୁହେଁ। ଚାଇନାରେ ମଧ୍ୟ ଜାତୀୟ ଖେଳ ନାହିଁ, ଯଦିଓ ଟେବୁଲ୍ ଟେନିସ୍ କୁ ନେଇ ଅଣଆନୁଷ୍ଠାନିକ ଭାବରେ ଚର୍ଚ୍ଚା ହୁଏ। ଯେପରି ଭାରତରେ ସ୍ପୋର୍ଟ୍ସର ଟ୍ରାକ୍ ରେକର୍ଡ ଦୃଷ୍ଟିରୁ ହକିକୁ ନେଇ ଚର୍ଚ୍ଚା ଚାଲେ।
କେଉଁ ଖେଳ ଭାରତର ଜାତୀୟ ଖେଳ ହେବା ଉଚିତ୍?
ଜାତୀୟ ଖେଳ ହେଉଛି ଏକ ଖେଳ ଯାହାକି ଏକ ନିର୍ଦ୍ଦିଷ୍ଟ ଦେଶର ସଂସ୍କୃତି ସହ ଯୋଡି ହୋଇ ସରକାରୀ ସ୍ୱୀକୃତି ପାଇଛି। ଏଇ ଯେମିତି ଅଷ୍ଟ୍ରେଲିଆରେ କ୍ରିକେଟ,ବାଲାଂଦେଶରେ କବାଡ଼ି ଏବଂ କାନାଡ଼ାରେ ଆଇସ୍ ହକିକୁ ଜାତୀୟ ଖେଳର ସ୍ୱୀକୃତି ମିଳିଛି। ଭାରତରେ କିନ୍ତୁ ଏ ପର୍ଯ୍ୟନ୍ତ କୌଣଷି ଖେଳକୁ ଜାତୀୟ ଖେଳର ସ୍ୱୀକୃତି ମିଳିନି।
ଯଦି ଭାରତରେ ଏକ ଜାତୀୟ ଖେଳ ଘୋଷଣାର କଥା ଉଠେ। ତେବେ ହୁଏତ ହକି ଏଥିପାଇଁ ବେଷ୍ଟ ଚଏସ୍। ହକିରେ ଭାରତ ସର୍ବାଧିକ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଛି। ୧୯୨୮ ରୁ ୧୯୫୬ ପର୍ଯ୍ୟନ୍ତ ଭାରତ ହକିରେ ଅନ୍ ଟଚ୍ ରେକର୍ଡ କରିଛି।୧୯୩୬ ବର୍ଲିନ୍ ଅଲିମ୍ପିକ୍ସରେ, ହିଟଲରଙ୍କ ଫିଲ୍ଡରେ ଭାରତ ସମଗ୍ର ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ଗୋଲ୍ ଦେଇଥିଲା କିନ୍ତୁ ଆଜି ଭାରତ ହାତରେ ଗଦାଗଦା ରେକର୍ଡ। ୧୯୮୦ ପରଠାରୁ ୨୦୨୦ ଅଲିମ୍ପିକ୍ସ ସାଙ୍ଗକୁ ଓଡ଼ିଶାର ହକି ମହାକୁମ୍ଭ ପୁଣି ଇତିହାସ ଦୋହରାଉଛି।
ହକି ହେଉଛି ଭାରତର ଗୋଟେ ଏସେନିଆଲ୍ ପାର୍ଟ। ହକିକୁ ଭାରତର ହକ୍ ବୋଲି ବି କୁହାଯାଏ। ୧୯୩୬ ବର୍ଲିନ୍ ଅଲିମ୍ପିକ୍ସରେ ମେଜର ଧ୍ୟାନଚାନ୍ଦଙ୍କଠୁ ଆରମ୍ଭ କରି ଜୟପାଲ ସିଂ ଏବଂ ଦୀଲ୍ଲିପ ତିର୍କୀଙ୍କ ପ୍ରଦର୍ଶନ ରେକର୍ଡ ସୃଷ୍ଟି କରିଛି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତର ଗ୍ଲୋରିୟସ୍ ରିଟର୍ଣ୍ଣ ପୁଣି ହକି ମୁହାଁ କରିଛି। 1948 ଏବଂ 1952 ଅଲମ୍ପିକରେ ଗ୍ରହନନନ୍ଦନ ସିଂ ଏବଂ କେଶବ ଦତ୍ତ ଦୁଇଟି ଲେଖାଏଁ ମେଡାଲ୍ ହାତେଇଥିଲେ। ସେହିପରି ‘King of Short corners କୁହାଯାଉଥିବା ପ୍ରୀତିପାଲ ସିଂ ଯିଏକି ପ୍ରଥମ ଥର ପାଇଁ ହକି ଗ୍ରାଉଣ୍ଡରେ ଅର୍ଜୁନ ପୁରସ୍କାର ପାଇଛନ୍ତି, ସେ ଅଲମ୍ପିକରେ ଭାରତକୁ ବ୍ରୋଞ୍ଚ,ଗୋଲ୍ଡ ଓ ସିଲ୍ଭର ମେଡାଲ୍ ଦେଇ ରେକର୍ଡ କରିଛନ୍ତି।1964ରେ ଟୋକ୍ୟୋଅଲମ୍ପିକ୍ସରେ ଭାରତ ଜିତିଥିବା ଗୋଲ୍ଡ ମେଡାଲ ମଧ୍ୟ ତାଙ୍କରି ସଫଳତା। ଭାରତକୁ 3 ଟି ଅଲମ୍ପିକ୍ ଗୋଲ୍ଡ ମେଡାଲ୍ ଦେଇଥିବା Ranganathan Francis ଏବଂ Richard Allen ଙ୍କ ପରି ଗୋଲ୍ କିପରଙ୍କୁ ସାରା ବିଶ୍ୱ ପ୍ରଶଂସା କରିଛି। ଉଦ୍ଧାମ ସିଂ କୁଲାର ଦେଶ ପାଇଁ 3ଟି ଗୋଲ୍ଡ ମେଡାଲ୍ ସାଙ୍ଗକୁ ଗୋଟାଏ ସିଲ୍ଭର ମେଡାଲ ଆଣି ରେକର୍ଡ ବି କରିଛନ୍ତି। ତା ସାଙ୍ଗକୁ ମେକ୍ସିକୋ ଅଲମ୍ପିକରେ ବି ସେ ଭାରତର ନାଁ ଉଚ୍ଚା କରିଛନ୍ତି।
ଭାରତରେ କୌଣଷି ଖେଳକୁ ଜାତୀୟ ଖେଳର ମାନ୍ୟତା ନ ମିଳିବା ପଛରେ ଉଭୟ ଅପ୍ ସାଇଡ ଓ ଡାଉନସାଇଡ୍ ଇଫେକ୍ଟ ରହିଛି।ଜାତୀୟ ଖେଳର ମାନ୍ୟତା ହେତୁ ହୁଏତ ଅନ୍ୟ ଖେଳର ଗୁରୁତ୍ତ୍ୱ କମିଯାଇପାରେ । ତଥାପି ଜଦି National Sportsର ମାନ୍ୟତା ଦୌଡରେ ଭାରତ ସାମିଲ ହୁଏ ତେବେ ହକି, କ୍ରିକେଟ୍ ଏବଂ କବାଡି ହେଉଛି ସର୍ବୋଚ୍ଚ ପସନ୍ଦ, ତେଣୁ ଯଦି ଭବିଷ୍ୟତରେ ସରକାର ଏକ ଜାତୀୟ ଖେଳ ଘୋଷଣା କରନ୍ତି ହୁଏତ ହକିକୁ ପ୍ରାଥମିକତା ମିଳିପାରେ।