ବନ୍ଦ ହେବ ଗୋରୁ ଚାଲାଣ,ଗୋ ଚାଲାଣକାରୀଙ୍କୁ ମିଳିବ କଠୋର ଦଣ୍ଡ।ଗୋରୁ ଚାଲାଣ ଏବଂ ଗୋ ମାଂସ ଚାଲାଣରେ ଲାଗିବ ରୋକ୍,ଗୋମାତାର ସୁରକ୍ଷା ପାଇଁ ତିଆରି ହେବ ଆଇନ୍।ବିଧାନସଭାରେ ଏ ନେଇ ଆଲୋଚନା ଗୁରୁତର ହେଉଥିବା ସୁଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ଦିନକୁ ଦିନ ଗୋରୁ ଚାଲାଣ ବୃଦ୍ଧି ପାଇବା ସହ ଗୋ ମାଂସର ଚାଲାଣ ମଧ୍ୟ ବଢିବାରେ ଲାଗିଛି।ଆଖିବୁଜା ଗୋ ଚାଲାଣ କରୁଛନ୍ତି ଅସାଧୁ ବ୍ୟବସାୟୀ। ବେଧଡ଼କ୍ ଚାଲିଥିବା ଗୋରୁ ଚାଲାଣରେ ଅନେକ ସରକାରୀ ଅଧିକାରୀ ବି ହାତ ଗୁଞ୍ଜା ନେଇ ଚୁପ୍ ରହୁଛନ୍ତି।ଅନେକ ସ୍ଥାନରେ ପୋଲିସ ଅଧିକାରୀ ବି ହାତଗୁଞ୍ଜା ନେଇ ଅନୈତୀକ କାରବାରକୁ ଗ୍ରୀନ୍ ସିଗନାଲ୍ ଦେଉଛନ୍ତି।ଯାହାଫଳରେ ଗୋ ଚାଲାଣ ଦିନକୁଦିନ ବଢିବାରେ ଲାଗିଛି।ଯୋଉ ପ୍ରସଙ୍ଗକୁ ଗୁରୁତର ସହ ନେଇଛି ଭାରତୀୟ ଜନତା ପାର୍ଟିର ସରକାର।

ଗୋ ମାଂସ ଚାଲାଣ ଏବଂ ଗୋରୁ ଚାଲାଣ ରୋକିବାକୁ ବିଜେପି ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପ୍ରସଙ୍ଗରେ ସୁଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ।ଉଭୟ ଗୋରୁଚାଲାଣକୁ ନେଇ ଉଦବେଗ ପ୍ରକାଶ କରିବା ସହ ଚାଲାଣକାରୀଙ୍କ ବିପକ୍ଷରେ କଡା ପଦକ୍ଷେପ ଗ୍ରହଣ କରାଯିବା ନେଇ ସୁଚନା ଦେଇଛନ୍ତି।ଗୋ ଚାଲାଣକାରୀଙ୍କୁ କଠୋର ଦଣ୍ଡ ଦିଆଯିବା ନେଇ ମତ ରଖିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ।

ତେବେ ଆଇନ୍ ମନ୍ତ୍ରୀ ମଧ୍ୟ ଗୋ ଚାଲାଣକାରୀଙ୍କୁ ଆଗାମୀ ଦିନରେ କ୍ଷମା ଦିଆଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି।ଗୋ ଚାଲାଣ ରୋକିବାକୁ ନୂଆ ସରକାର ଗୋ ହତ୍ୟା ନିରୋଧ ଆଇନର ପ୍ରଣୟନ ହେବାକୁ ଥିବା ବି ମତ ରଖିଛନ୍ତି।ତେବେ ଆସାମର ହିମନ୍ତ ବିଶ୍ୱ ଶର୍ମା ସରକାର ପୂରା ରାଜ୍ୟରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରିବା ସହ ଓଡ଼ିଶାରେ ମନ୍ତ୍ରୀଙ୍କ ଏ ଦୃଢୋକ୍ତି ଗୋ ଚାଲାଣ ବ୍ୟାନ୍ କରିବାରେ କେତେ ସଫଳ ହେଉଛି ତାହା ଦେଖିବା ବାକି।