ବିନା ଇଣ୍ଟରନେଟ ଆଉ ମୋବାଇଲରେ ଏବେ ଗୋଟିଏ ମୁହୂର୍ତ୍ତ ବି କଳନା କରିବା ମୁସ୍କିଲ। ଆଜିକାଲି ଲୋକ ତ ଇଣ୍ଟରନେଟ ବ୍ୟବହାର କରୁନଥିବା ଦେଶ ପ୍ରେମରେ ଏମିତି ପାଗଳ ଯେ ଖାଇବା ଠାରୁ ଆରମ୍ଭ କରି ବାଥରୁପ ଯିବା ପର୍ଯ୍ୟନ୍ତ ହାତରୁ ମୋବାଇଲ ଛାଡ଼ୁ ନାହାନ୍ତି। ହେଲେ ବିଶ୍ୱରେ ଏପରି ଏକ ଦେଶ ଅଛି,ଯେଉଁଠି ଲୋକମାନେ ଇଣ୍ଟରନେଟ ବ୍ୟବହାର କରନ୍ତି ନାହିଁ।ଆଜିର ସମୟରେ ଆମ ଜୀବନର ଅଧିକାଂଶ ଜିନିଷ ଇଣ୍ଟରନେଟ୍ ସହିତ ସଂଯୁକ୍ତ।ତଥାପି ଏପରି ଏକ ଦେଶ ମଧ୍ୟ ଅଛି ଯେଉଁଠାରେ ୦% ଇଣ୍ଟରନେଟ୍ ବ୍ୟବହାର କରାଯାଏ।

ଉତ୍ତର କୋରିଆକୁ ବିଶ୍ୱର ସବୁଠାରୁ ରହସ୍ୟମୟ ଦେଶ କୁହାଯାଏ। ଏହାର କାରଣ ହେଉଛି ଏଠାରେ କଠୋର ଶାସନ ଏବଂ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବାର ନୀତି। ଏହି ଦେଶରେ ଇଣ୍ଟରନେଟ୍ ବ୍ୟବହାର ଅତ୍ୟନ୍ତ ସୀମିତ ଏବଂ ସାଧାରଣ ଲୋକଙ୍କ ପାଖରେ ଏପରି ସୁବିଧା ପହଞ୍ଚିବା ସ୍ୱପ୍ନ। ଯେଉଁଠି ନିଜ ଇଚ୍ଛାରେ ଘରୁ ବାହାରିବା କଷ୍ଟ, ସେଠାରେ ଇଣ୍ଟରନେଟ କଥା ନକହିବା ଭଲ। ଆଉ ଏସବୁ କେବଳ ତାନାଶାହ ଶାସକ କିମ ଜୋଙ୍ଗ ଉନଙ୍କ ପାଇଁ ।
ଉତ୍ତର କୋରିଆରେ ଇଣ୍ଟରନେଟ୍ ପରିବର୍ତ୍ତେ ଏକ ସ୍ଥାନୀୟ ନେଟୱାର୍କ ବ୍ୟବହୃତ ହୁଏ। ଏଥିରେ କେବଳ ସରକାରୀ ଅନୁମୋଦିତ ୱେବସାଇଟ୍ ଏବଂ ସୂଚନା ଉପଲବ୍ଧ। ସାଧାରଣ ଲୋକମାନେ ଏହି ସ୍ଥାନୀୟ ନେଟୱାର୍କ ମାଧ୍ୟମରେ ମଧ୍ୟ ବହୁତ ସୀମିତ ସୂଚନା ପାଇପାରିବେ।

ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଇବା ପଛରେ ଉତ୍ତର କୋରିଆ ସରକାର ଅନେକ କାରଣ ଦର୍ଶାଇଛନ୍ତି।ସରକାରଙ୍କ ଅନୁସାରେ ଇଣ୍ଟରନେଟ୍ ଲୋକଙ୍କ ମନରେ ଭୁଲ ଚିନ୍ତାଧାରା ସୃଷ୍ଟି କରିବା ସହ ଶାସନ ବ୍ୟବସ୍ଥାକୁ ଦୁର୍ବଳ କରିପାରେ।ସରକାର ଚାହାନ୍ତିନି, ଦେଶରେ ନାଗରିକମାନେ ବାହ୍ୟ ଜଗତର ପ୍ରଭାବରେ ଆସନ୍ତୁ ଏବଂ ସରକାରଙ୍କ ବିରୁଦ୍ଧରେ ଯାଆନ୍ତୁ। ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସୂଚନା ହିଁ ଲୋକଙ୍କ ପାଇଁ ଯଥେଷ୍ଟ ବୋଲି କିମ ସରକାର ମତ ଦିଅନ୍ତି । ଇଣ୍ଟରନେଟ୍ ଦେଶର ସଂସ୍କୃତି ଏବଂ ପରମ୍ପରା ପାଇଁ ବିପଦ ବୋଲି ସରକାର ବିଶ୍ୱାସ କରନ୍ତି। ସେଥିପାଇଁ ଏଠାରେ ଲୋକଙ୍କୁ ଇଣ୍ଟରନେଟ୍ ବ୍ୟବହାର କରିବାକୁ ବାରଣ କରାଯାଇଛି ।ଅନ୍ୟପଟେ ଇଣ୍ଟରନେଟ ବ୍ୟବହାର କରୁନଥିବାରୁ ଉତ୍ତର କୋରିଆର ଲୋକଙ୍କୁ ଅନେକ କ୍ଷତି ସହିବାକୁ ପଡ଼େ । ଦୁନିଆରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ଲୋକମାନେ ଖୁବ୍ କମ୍ ସୂଚନା ପାଆନ୍ତି। ଇଣ୍ଟରନେଟ ଯୋଗୁଁ ଜୀବନ ଅନେକାଂଶରେ ସହଜ ହୋଇଯାଇଥିବା ବେଳେ ଦେଶର ଲୋକ କିନ୍ତୁ ଏହାର ଲାଭ ଉଠାଇ ପାରନ୍ତିନି।