ଚର୍ଚ୍ଚାରେ ନୀରଜ,ବାହାଘର ଯୌତୁକ ମାତ୍ର ଟଙ୍କାଟେ

ଜାଭେଲିନ୍ ଥ୍ରୋ ରେ ରେକର୍ଡ ସୃଷ୍ଟି କରିଥିବା ନୀରଜ ଚୋପ୍ରା ଏବେ ଆଉ ଏକ ନୂଆ ରେକର୍ଡ କରିଛନ୍ତି।ନୀରଜଙ୍କୁ ନେଇ ରିଲରେ ଯେତିକି ଚର୍ଚ୍ଚା ଚାଲିଛି ରିୟଲ ଲାଇଫରେ ବି ସେ ସେମିତି ପର୍ସନାଲିଟି ଆଚିଭ୍ କରି ସାରିଛନ୍ତି।ବିଭିନ୍ନ ସମୟରେ ନିଜର ପର୍ଫମାନ୍ସକୁ ନେଇ ଚର୍ଚ୍ଚାରେ ଥିବା ନୀରଜ କେବଳ ଭଲ ଖେଳାଳୀ ନୁହେଁ ବରଂ ଭଲ ମଣିଷର ପରିଚୟ ଅର୍ଜନ କରିଛନ୍ତି।

ଷ୍ଟାର୍ ଜାଭଲିନ୍ ଥ୍ରୋରେ ସ୍ୱତନ୍ତ୍ର ପରିଚୟ ସାଉଁଟିଥିବା ହରିୟାଣାର ଶାନ୍ ନୀରଜ ଚୋପ୍ରାଙ୍କୁ ଅଲମ୍ପିକ୍ସରେ ତାଙ୍କ ପ୍ରଦର୍ଶନକୁ ଦର୍ଶକ ଏଯାଏଁ ଭୁଲିପାରୁନାହାନ୍ତି ।ସବୁବେଳେ ନିଜ କ୍ୟାରିୟର୍ , ଖେଳକୁ ନେଇ ଚର୍ଚ୍ଚାରେ ରହୁଥିବା ନୀରଜ୍ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବାହାଘରରେ ମାତ୍ର ଟଙ୍କାଟେ ଯୌତୁକ ନେଇ ଚର୍ଚ୍ଚାରେ ନୀରଜ ଚୋପ୍ରା।କିଛି ଦିନ ତଳେ ହିମାନୀ ମୋର୍ ନାମକ ଯୁବତୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୀରଜ୍। ନିଜ ପ୍ରେମକୁ ନେଇ ଚର୍ଚ୍ଚିତ ହୋଇନଥିବା ନୀରଜ ଏବେ ସିଧା ବିବାହ କରି। ସେ ନିଜ ବିବାହର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସ ଏବଂ ମିଡିଆକୁ ଏନେଇ ସୂଚନା ଦେଇଛନ୍ତି।

ତେବେ ନୀରଜ ବିନା ଯୌତୁକରେ ବାହା ହେବାର ସର୍ତ୍ତ ରଖିଥିଲେ ବି ପରମ୍ପରା ଦୃଷ୍ଟିରୁ ମାତ୍ର ଟଙ୍କାଟିଏ ନେଇଛନ୍ତି ନୀରଜ।ଏତେ ବଡ଼ ଷ୍ଟାର୍ ଜାଭଲିନ୍ ଥ୍ରୋଅର୍ ବିବାହରେ ଏକଟଙ୍କା ଯୌତୁକ ଆଣିବା ବିଷୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ସୋସିଆଲ୍ ମିଡିଆରେ ୟୁଜର୍ସ କହୁଛନ୍ତି,ନୀରଜଙ୍କ ପରି ଜ୍ବାଇଁ ପ୍ରତିଟି ଶାଶୂଶ୍ବଶୁରଙ୍କୁ ମିଳୁ।ଆଜିର ସମୟରେ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ,ଯୌତୁକରେ ଦାମୀ ଗାଡ଼ି , ନୋଟ୍ ର ଗଦି ନ ଦେଖିଲେ ବରପକ୍ଷଙ୍କ ଆତ୍ମସନ୍ତୋଷକୁ ଧକ୍କା ଲାଗୁଥିବା ବେଳେ ନୀରଜଙ୍କ ଏଭଳି ବଡ଼ପଣ ସମାଜକୁ ପ୍ରେରଣା ଯୋଗାଇବ ବୋଲି ଚର୍ଚ୍ଚା।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *