ସମୟ ନଷ୍ଟ କରୁଛି ଇନଷ୍ଟାଗ୍ରାମ୍

କାହିଁକି ଇନଷ୍ଟାଗ୍ରାମ୍ ସୃଷ୍ଟି କରୁଛି ଅଶ୍ଳୀଳତା? ଇନଷ୍ଟାଗ୍ରାମ୍ ପାଇଁ ସବୁକିଛି କିପରି ବଦଳିବାରେ ଲାଗିଛି? ଦିନକୁ ୧୦-୧୨ ଘଣ୍ଟା ଏହି ଆପରେ କାଟୁଛନ୍ତି ଯୁବପିଢ଼ୀକେବଳ ଫଟୋ ଅପଲୋଡ୍ ପାଇଁ ତିଆରି ହୋଇଥିବା ଏହି ଆପ୍‌,ଆଜି ଦୁନିଆର ଅଧାରୁ ଅଧିକ ଜନସଂଖ୍ୟାକୁ ବରବାଦ କରିବାରେ ଲାଗିଛି। ଏସବୁ ତ କିଛି ନୁହେଁ !୧୩ ବର୍ଷରୁ କମ୍ ପିଲାଙ୍କ ପାଇଁ ଇନଷ୍ଟାଗ୍ରାମ୍ କିଡସ୍ ଆଣିବା ପାଇଁ ନିଷ୍ପତ୍ତି ନେଇଛି।

ମାଦକ ଦ୍ରବ୍ୟ ଠାରୁ ଅଧିକ ଭୟଙ୍କର ଇନଷ୍ଟାଗ୍ରାମ୍
ଇନଷ୍ଟାଗ୍ରାମକୁ ଏମିତି ଜଣେ ମଣିଷ ତିଆରି କରିଛନ୍ତି ଯିଏ ପେଶାରେ ସଫ୍ଟୱେର ଇଞ୍ଜିନିୟର,କିନ୍ତୁ ତାଙ୍କର ନିଶା ଥିଲା ଫଟୋଗ୍ରାଫି। ସିଏ ହେଉଛନ୍ତି  କେଭିନ୍‌‌,ଯିଏ ଚାହିଁଥିଲେ ନିଜ ଟାଲେଣ୍ଟ ବଳରେ ଗୁଗଲ୍,ଫେସବୁକ୍,ୟୁଟ୍ୟୁବ ଏବଂ X ପରି କମ୍ପାନୀରେ କାମ କରି ପାରିଥାଆନ୍ତେ। କିନ୍ତୁ ସବୁ ସୁଯୋଗକୁ ଗୋଡ଼ରେ ଠେଲି,ସେ ନିଜେ କିଛି ନୂଆ କରିବା ପାଇଁ ଚିନ୍ତା କଲେ।ପ୍ରଥମେ ସେ ଏକୁଟିଆ ସବୁ କିଛି କରୁଥିଲେ।ପରେ କେଭିନ୍ ନିଜର ବନ୍ଧୁ ମାଇକକୁ ଯୋଡ଼ିଥିଲେ।ଉଭୟେ ମିଶି ବର୍ବନ ନାମକ ଏକ ସୋସିଆଲ ମିଡିଆ ସାଇଟ୍ ବଜାରକୁ ଆଣିଥିଲେ।ଏଥିରେ ଲୋକ ନିଜର ଫଟୋ ଅପଡେଟ୍ କରୁଥିଲେ। କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ୱେବସାଇଟ ଫ୍ଲପ୍ ହୋଇଥିଲା।

ହାରି ନଯାଇ ୨୦୧୦ରେ କେଭିନ୍ ଏବଂ ମାଇକ୍ ଇନଷ୍ଟାଗ୍ରାମ୍ ପ୍ଲାଟଫର୍ମ ଲଂଚ କରିଥିଲେ। ଇନଷ୍ଟାଗ୍ରାମର ସ୍ୱତନ୍ତ୍ର ଫିଚର ପାଇଁ ଲୋକ କମ୍‌ ସମୟରେ ଏହା ସହ ଅଧିକ ସଂଖ୍ୟାରେ ଯୋଡ଼ି ହେଲେ। ଜୁନ ୨୦୧୧ ପର୍ଯ୍ୟନ୍ତ ଇନଷ୍ଟାଗ୍ରାମର ଆକ୍ଟିଭ ୟୁଜର ଥିଲେ ୫ ମିଲିୟନ୍ସେତେବେଳ ଯାଏ ୧୨ ଲୋକଙ୍କର ଏକ ଟିମ୍ ଇନଷ୍ଟାଗ୍ରାମକୁ ସମ୍ଭାଳୁଥିଲା। ଇନଷ୍ଟାଗ୍ରାମର ଲୋକପ୍ରିୟତା ଦେଖି ଚିନ୍ତାରେ ପଡ଼ିଗଲେ ଫେସବୁକ୍ ମାଲିକ ମାର୍କ ଜୁକରବର୍ଗ। ଶେଷରେ ୧ମିଲିୟନ୍ ଡଲାର ମୂଲ୍ୟରେ ଇନଷ୍ଟାଗ୍ରାମକୁ କିଣି ନେଇଥିଲେ।ତା’ପରେ ଫେସବୁକ୍ ସହ ଇନଷ୍ଟାଗ୍ରାମ୍ ଯୋଡ଼ି ହୋଇଯାଏ। ସେବେ ଠାରୁ ଆରମ୍ଭ ହୁଏ ଲୋକଙ୍କ ବରବାଦୀ। ଫେସବୁକ ଓ ଇନଷ୍ଟାର ମିଶ୍ରଣରେ ପରେ କ୍ରିମିନାଲ୍, ଇନଷ୍ଟାଗ୍ରାମକୁ କ୍ରାଇମର ଆଡ୍ଡା କରିଦେଲେ।କିଛି ଲୋକ ଏଠାରେ ଡ୍ରଗ୍ସ ଡିଲ୍ କରୁଥିଲେ ତ ଆଉ କିଛି ମନି ଲଣ୍ଡ୍ରିଂ। ଇନଷ୍ଟାଗ୍ରାମରେ ଲଗାତାର ଅସୁବିଧାର ସମ୍ମୁଖୀନ ହେଉଥିଲା ଏବଂ କ୍ରାଇମ୍ ରେଟ୍ ବଢ଼ି ଚାଲିଲା। ତଥାପି ଲୋକ ଇନଷ୍ଟାଗ୍ରାମକୁ ହିଁ ଅଧିକ ପସନ୍ଦ କରୁଥିଲେ।୨୦୧୬ ସୁଦ୍ଧା ୫୦୦ ମିଲିୟନ୍ ଆକ୍ଟିଭ ୟୁଜର୍ସ ହୋଇଗଲେ।ତେବେ କମ୍ପାନୀ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇ ଇନଷ୍ଟାଗ୍ରାମରେ ବଢ଼ୁଥିବା କ୍ରାଇମକୁ ରୋକାଗଲା

ଫଟୋ ସେୟାର ପାଇଁ ଲଂଚ ହୋଇଥିବା ଇନଷ୍ଟାଗ୍ରାମରେ ଲୋକ ଆଜି ନିଜର ପୂରା ଜୀବନ ଥାଳିରେ ବ୍ୟଞ୍ଜନ ପରସି ଦେଲା ଭଳି ପରସି ଦେଉଛନ୍ତି। ନିଜର ସବୁଠାରୁ ଭଲ ଫଟୋ ଅପଲୋଡ କଲେ ସୁଦ୍ଧା,ଆଜି ସେମାନେ ଖୁସି ନାହାନ୍ତି। ଇନଷ୍ଟାଗ୍ରାମକୁ ନକଲି ଜୀବନ ଦେଖାଇବାର ଲୋକେ ଏକ ଜରିଆ କରିସାରିଛନ୍ତି।କୁଆଡେ ବାହାରକୁ ଗଲେ,ରେଷ୍ଟୁରାଂଟକୁ ଖାଇବାକୁ ଗଲେ, ପ୍ରଥମେ ଫଟୋ ନେଇ ଇନଷ୍ଟାରେ ପୋଷ୍ଟ କରିବା ଯେପରି ଲୋକଙ୍କ ପାଇଁ ଅନିବାର୍ଯ୍ୟ ହୋଇପଡ଼ିଛି। କେବଳ ଏତିକି ନୁହେଁ କିଛି ଲୋକଙ୍କର ଫଲୋଅର୍ସ ବି ନକଲି। ଇନଷ୍ଟାଗ୍ରାମରେ ଦେଖାଯାଉଥିବା ସବୁ ଫଟୋ ସତ ନୁହେଁ, ତା’ପଛରେ ଅନେକ କାହାଣୀ ଲୁଚି ରହିଥାଏ। ତଥାପି ଏହି ଲୋକ ଦେଖାଣିଆ ଦୁନିଆ ପଛରେ ଯୁବପିଢ଼ୀ ଆଜି ପାଗଳ। ଅନ୍ୟର ସୁଖ ଦେଖି କିଏ ଦୁଃଖୀ ହେଲାଣି ତ କିଏ ନିଜକୁ ମିଛସତ ସଜେଇ ଦେଖେଇ ହେଲାଣି। ଏଇଥି ପାଇଁ ଲୋକଙ୍କ ମାନସିକ ସ୍ଥିତି ମଧ୍ୟ ବିଗୁଡ଼ୁଥିବା ଦେଖିବାକୁ ମିଳୁଛି। ତେଣୁ ବେଳ ଗଡ଼ିବା ପୂର୍ବରୁ ଯୁବପିଢ଼ି ସଚେତନ ହେବା ଜରୁରୀ।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *