ଭାରତରେ ଏମିତି ରହସ୍ୟ ରହିଛି ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୁଏ। ବିଭିନ୍ନ ସ୍ଥାନ ତାର ସ୍ୱତନ୍ତ୍ର ଚଳଣୀ,ପରମ୍ପରା ରୀତିନୀତି ପାଇଁ ସ୍ୱତନ୍ତ୍ରତା ବଜାୟ ରଖିଛି।ଆମ ଦେଶରେ ଏମିତି ଅନେକ ସ୍ଥାନ ରହିଛି ଯେଉଁ ସ୍ଥାନ ତାର ବିଶେଷତ୍ତ୍ୱ ପାଇଁ ବେଶ ପରିଚିତ। ଏହି ସ୍ଥାନ ଗୁଡିକର ବିଶେଷତ୍ତ୍ୱ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଯାହା ମଣିଷର କଳ୍ପନା ଠାରୁ ବେଶ୍ ଦୂର ଠିକ୍ ଏମିତି ଏକ ସ୍ଥାନ ହେଉଛି ଡୋଙ୍ଗ ଗାଁ।ଯାହା ଅରୁଣାଚଳପ୍ରଦେଶର ଜବାଙ୍ଗ ଜିଲ୍ଲାରେ ସମୁଦ୍ର ପତନଠାରୁ ୧୨୪୦ ମିଟର ଉଚ୍ଚତାରେ ଅବସ୍ଥିତ।

ସୁର୍ଯ୍ୟ ଉଦୟକୁ ନେଇ ଏ ଗାଁ ର ରହିଛି ସ୍ୱତନ୍ତ୍ର ଇତିହାସ। କୁହାଯାଏ ଅଧରାତିରେ ଅର୍ଥାତ ରାତି ୨ଟାରୁ୩ ସମୟ ଭିତରେ ଏଠି ସୁର୍ଯ୍ୟ ଉଦୟ ହୁଏ । ଯେତବେଳେଆପଣ ନିଘୋଡ଼ ନିଦରେ ଶୋଇଥିବେ ସେତବେଳେ ଏଠିକାର ଲୋକ ସୁର୍ଯ୍ୟଙ୍କ ପହିଲି କିରଣ ଦେଖନ୍ତି। ସୁଉଚ୍ଚ ପାହାଡ,ସୂର୍ଯ୍ୟ ଉଦୟର ପ୍ରଥମ ଚିକଚିକ୍ କରୁଥିବା ହଳଦି ,ନାରଙ୍ଗୀ ରଙ୍ଗର କିରଣ ପୁରା ପରିବେଶକୁ ମନଲୋଭା କରିଥାଏ। ସୂର୍ଯ୍ୟଉଦୟ ଦେଖିବାକୁ ଏଠି ପର୍ଯ୍ୟଟକଙ୍କ ଭିଡ ଲାଗେ।

ଅରୁଣାଚଳପ୍ରଦେଶର ଏହି ଗାଁକୁ ‘ଭାରତର ପ୍ରଥମ ସୂର୍ଯ୍ୟୋଦୟ ସ୍ଥଳ’ ବୋଲି କୁହାଯାଏ। ଏହି ନିଆରା ସୂର୍ଯ୍ୟୋଦୟ ଦେଖିବାକୁ ଦୂରଦୂରାନ୍ତରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।ସୂର୍ଯ୍ୟଙ୍କର ପ୍ରଥମ କିରଣରେ ପରିବେଶ ଝଲସି ଉଠେ।ପର୍ଯ୍ୟଟକମାନେ ସୂର୍ଯ୍ୟୋଦୟ ଦେଖିବାପାଇଁ ଅଧା ରାତିରେ ଗାଁର ସବୁଠୁ ଉଚ୍ଚ ସ୍ଥାନରେ ପହଁଚି ସୂର୍ଯ୍ୟ ଉଦୟ କୁ ଉପଭୋଗ ବି କରନ୍ତି।

ତେବେ ଡୋଙ୍ଗ ଗାଁ ହେଉଛି ଏକ ରେଷ୍ଟ୍ରିକ୍ଟେଡ ଏରିଆ।ଏ ଜାଗାକୁ ମନ ଇଛା ଯାଇହେବ ନାହିଁ। ଏ ଯାଗାକୁ ଯିବାକୁ ହେଲେ ସରକାରଙ୍କ ନିର୍ଦ୍ଦିଷ୍ଟ ନିୟମ ପାଳନ କରିବାକୁ ପଡିବ।କାରଣ ଏଠାରେ ସ୍ୱଦେଶୀ ଜନଜାତିର କିଛି ଲୋକ ବସବାସ କରୁଛନ୍ତି।ତେଣୁ ଯିଏ ଅରୁଣାଚଳପ୍ରଦେଶ ବାହାରୁ ବୁଲିବାକୁ ଆସନ୍ତି, ସେମାନଙ୍କୁ ଅରୁଣାଚଳପ୍ରଦେଶ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆଇଏଲପି, ଅର୍ଥାତ୍ ଇନର ଲାଇନ୍ ପରମିଟ୍ ପାଇଁ ଆବେଦନ କରିବାକୁ ପଡିଥାଏ। ଯଦି ଆପଣ ଏହି ଗାଁକୁ ବୁଲିବାକୁ ଆସିବାକୁ ଚାହାଁନ୍ତି,ତେବେ ପ୍ରଥମ ସୂର୍ଯ୍ୟକିରଣ ଦେଖିବାକୁ ଆପଣଙ୍କୁ କିଛି କଷ୍ଟ କରିବାକୁ ପଡିବ। କାରଣ ପର୍ଯ୍ୟଟକଙ୍କୁ ଟ୍ରେକରରେ ଏଠାକୁ ଆସିବାକୁ ପଡିଥାଏ। ଅନ୍ଧାର ରାତି ସାଙ୍ଗକୁ କମ ତାପମାତ୍ରା ମଧ୍ୟ୍ୟରେ ଲୋକମାନଙ୍କୁ ରାସ୍ତାରେ ଯିବାକୁ ପଡିଥାଏ।ଯେହେତୁ ଏ ଜାଗାର ତାପମାତ୍ରା କମ ତେଣୁ ଏଠାକୁ ଆସିବା ସମୟ ରେ ଶୀତ ପୋଷାକରେ ଆସିବା ନିହାତି ଜରୁରୀ।