ଶୀତକୁ ନେଇ ଚେତାବନୀ, ଏଥର ହାଡ଼ ଥରାଇବ ଜାଡ଼

ଅସହ୍ୟ ହେବ ପରସ୍ଥିତି। ହୁଏତ ଆଗକୁ ଜୀବନ ଜିଇବା ବି କଷ୍ଟକର ହେଇ ଯାଇପାରେ। କାରଣ ଆଗକୁ ଆସୁଛି ହାଡ଼ଭଙ୍ଗା ଶୀତ। ଏ ବର୍ଷର ଶୀତ,ସୀମା ଟପିଯିବାର ବି ଯଥେଷ୍ଟ ସମ୍ଭାବନା ରହିଛି। ଯଦିଓ ପରିବେଶରେ ଉପଯୁକ୍ତ ସନ୍ତୁଳନ ଅଭାବରୁ ଋତୁଚକ୍ରରେ ପରିବର୍ତ୍ତନ ଆସିଛି । ତଥାପି କମିନି ଶୀତ ଋତୁର ପ୍ରକୋପ। ଆଉ ଏବର୍ଷ ସୀମା ଟପିବ ଶୀତ ।

ଆଜ୍ଞା ହଁ, ଆଉ କିଛି ଦିନ ପରେ ଶେଷ ହେବ ବର୍ଷା ଋତୁ। ଆଉ ବର୍ଷା ପରେ ଦେଶରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଦିଆଯାଇଛି ଆଗୁଆ ଚେତାବନୀ। ନଭେମ୍ବର ଓ ଡିସେମ୍ବର ମାସରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।। ଆଉ ଏହି ସମୟରେ ବିଭିନ୍ନ ରାଜ୍ୟର ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପୂର୍ବାନୁମାନ ବି  କରାଯାଇଛି।

IMDର ସୂଚନା ଅନୁସାରେ ଚଳିତ ବର୍ଷ ଲା-ନିନୋ କାରଣରୁ ଶୀତ ଋତୁରେ ପ୍ରକଳ ଥଣ୍ଡା ପଡ଼ିବ। ଲା-ନିନୋ ଏପ୍ରିଲ ଓ ଜୁନ ମାସ ମଧ୍ୟରେ ସୃଷ୍ଟି ହେବା ସହ ଅକ୍ଟୋବରରୁ ଫେବୃଆରୀ ମାସ  ଭିତରେ ମଜଭୁତ ହୋଇଥାଏ। ଲା-ନିନୋର ପ୍ରାକୃତିକ ପ୍ରଭାବ ସମୁଦ୍ର ପାଣିକୁ ପଶ୍ଚିମ ଦିଗକୁ ଠେଲିବା ପାଇଁ ପୂର୍ବ ପବନକୁ ସଂଚାଳିତ କରିଥାଏ। ଯାହା ଫଳରେ ସମୁଦ୍ରପୃଷ୍ଠ ଥଣ୍ଡା ରହିଥାଏ। ତେଣୁ ଲା-ନିନୋ ପ୍ରଭାବରୁ  ଏଥର ସାରା ଦେଶରେ ଭୀଷଣ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି ।

ଏହାବ୍ୟତୀତ ଦକ୍ଷିଣ ଭାରତୀୟ ଅଞ୍ଚଳରେ ମୌସୁମୀ ପରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ନଭେମ୍ବର ଓ ଡିସେମ୍ବରରେ ବୃଷ୍ଟିପାତର ପୂର୍ବାନୁମାନ କରିଛି IMD। ଏହି ସମୟରେ ସ୍ୱାଭାବିକ ଠାରୁ ଅଧିକ ବୃଷ୍ଟିପାତ ହେବ । ତେଣୁ ଏ ବର୍ଷ ଶୀତଋତୁରେ ଭେଟିବାକୁ ପଡ଼ିବ ଅହସ୍ୟ ଥଣ୍ଡା ।

ସେହିପରି ଏଥର ଶୀତରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ-କାଶ୍ମୀର ଭଳି ଉତ୍ତରାଞ୍ଚଳ ରାଜ୍ୟରେ ଭୀଷଣ ଥଣ୍ଡା ହେବ। ଅତ୍ୟଧିକ ଥଣ୍ଡା ସହ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ  ଫସଲହାନୀର ଆଶଙ୍କା ମଧ୍ୟ  ରହିଛି । ସେପ୍ଟେମ୍ବର ମାସରେ ଚଳିତ ବର୍ଷର ମୌସୁମୀ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ବର୍ଷା ପ୍ରାରମ୍ଭରୁ ଲା-ନିନୋର ପ୍ରଭାବ ଅନୁଭୂତ ହେଉଛି। ଫଳରେ ବର୍ଷା ଋତୁ ପରେ ତୁରନ୍ତ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଯିବ।ତେଣୁ ସତର୍କ ରୁହନ୍ତୁ ଆଉ ଆଗାମୀ ପରିସ୍ଥିତିର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ।

ଭବିଷ୍ୟତରେ ଘଟିବାକୁ ଯାଉଥିବା ଏମିତି ଅନେକ ଘଟଣା ବିଷୟରେ ଜାଣିବା ପାଇଁ ଆମ ବର୍ତ୍ତମାନ ଓଡ଼ିଶା ସହ ଯୋଡ଼ି ହେଇ ରୁହନ୍ତୁ । ଆଉ ଜାଣନ୍ତୁ ଅନେକ ଜଣା ଅଜଣା କାହାଣୀ ।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *