Category Uncategorized

ବିପିନ ରାଓ୍ୱତଙ୍କୁ ହତ୍ୟା !

ସାମ୍ନାକୁ ଆସିଲା ପୂର୍ବତନ ସିଡିଏସ୍ ବିପିନ୍ ରାଓ୍ୱତଙ୍କ ମୃତ୍ୟୁ ରହସ୍ୟ।ବିପିନ ରାଓ୍ୱତଙ୍କ ମୃତ୍ୟୁକୁ ନେଇ ହୋଇଛି ଚାଞ୍ଚଲ୍ୟକର ଖୁଲାସା।ବିପିନ ରାଓ୍ୱତଙ୍କ ମୃତ୍ୟୁର କାରଣ ଆକସ୍ମିକ ଦୁର୍ଘଟଣା ନଥିଲା ବରଂ ଥିଲା ମନୁଷ୍ୟକୃତ।ମାନବିକ ତ୍ରୁଟି ପାଇଁ ହୋଇଥିଲା ଦୁର୍ଘଟଣା,ଦୁର୍ଘଟଣାର 3 ବର୍ଷ ନେଇ ବିପିନ ରାଓ୍ୱତଙ୍କୁ ନେଇ ସାମ୍ନାକୁ ଆସିଲା ବଡ଼ ସତ।ସଂସଦୀୟ କମିଟିର ରିପୋର୍ଟ ଅନୁଯାୟୀ ଦୁର୍ଘଟଣାର କାରଣ ମାନବିକ ତ୍ରୁଟି ଥିଲା।

୨୦୨୧ ଡିସେମ୍ବର ୮ ତାରିଖରେ ଦେଶ ଦେଖିଥିଲା ବଡ଼ ଧରଣର ଦୁର୍ଘଟଣା।ଏହି ଦିନ ତାମିଲନାଡୁରନିକଟରେ ଏମଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଆଉ ଏହି ଭୟଙ୍କରଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ଜେନେରାଲ ବିପିନ ରାୱତ ସହିଦ ହୋଇଥିଲେ। ତାଙ୍କ ସହ ପତ୍ନୀ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ।ବିପିନ ରାଓ୍ୱତଙ୍କ ଦେହାନ୍ତକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍ ହୋଇଥିଲା। ମାତ୍ର ସେ ସମୟରେ ଦୁର୍ଘଟଣାର କାରଣକୁ ନେଇ କଔଣସି ସଠିକ୍ ତଥ୍ୟ ଆସି ପାରି ନଥିଲା।ଦୁର୍ଘଟଣାର ୩ ବର୍ଷ ପରେ କାରଣ ସାମ୍ନାକୁ ଆସିଛି ।ସାମ୍ନାକୁ ଆସିଥିବା ସଂସଦୀୟ କମିଟି ରିପୋର୍ଟରେ କୁହାଯାଇଛି ଯେ, ଦୁର୍ଘଟଣାର କାରଣ ମାନବିକ ତ୍ରୁଟି ଥିଲା । ଜେନେରାଲ ରାୱତଙ୍କ ବ୍ୟତୀତ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସହିତ ଯବାନ ମଧ୍ୟ ଏହି ଭୟଙ୍କର ଦୁର୍ଘଟଣାରେ ସହିଦ ହୋଇଥିଲେ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦୀୟ କମିଟିକୁ ଦେଇଥିବା ରିପୋର୍ଟ ଅନୁଯାୟୀ ଏ ଦୁର୍ଘଟଣା ମନୁଷ୍ୟକୃତ । ୨୦୧୮ ପରଠାରୁ ଗତ ୬ ବର୍ଷ ମଧ୍ୟରେ ୩୪ଟି ଦୁର୍ଘଟଣାର ତଦନ୍ତ କରାଯାଇଛି । ଶୀତକାଳୀନ ଅଧିବେଶନ ସମୟରେ ମଙ୍ଗଳବାର ସଂସଦରେ ପ୍ରତିରକ୍ଷା ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏଥିରେ ତ୍ରୟୋଦଶ ପ୍ରତିରକ୍ଷା ଯୋଜନା ସମୟରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାର ବିବରଣୀ ଦିଆଯାଇଛି । ଯୋଉ ବୀବରଣୀ ସ୍ପଷ୍ଟ କରୁଛି କି ସେଦିନ ଦୁର୍ଘଟଣା ବି ମନୁଷ୍ୟକୃତ ଥିଲା ।

ତେବେ ସେହି ବର୍ଷ ବାୟୁସେନାର ୯ଟି ବିମାନ ଦୁର୍ଘଟଣାର ଶିକାର ହୋଇଥିଲା।ତା ମଧ୍ୟରୁ ୨୦୨୧ ଡିସେମ୍ବର ୮ତାରିଖରେ ତାମିଲନାଡୁର କୁନୁର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣା ଘଟିଥିଲା,ସେଥିରେ ହିଁ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀଙ୍କ ମଧ୍ୟ ମୃତ୍ୟୁ ଘଟିଛି । ତେବେ କାରଣ ସାମ୍ନାକୁ ଆସିଲା ପରେ କ୍ରୀଉ ମେମ୍ବରଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ। ଖୁବ୍ ଶିଘ୍ର ସମ୍ପୁଣ୍ଣ କାରଣ ସାମ୍ନାକୁ ଆସିଲା ପରେ ବିପିନ ରାଓ୍ୱତଙ୍କ ହତ୍ୟାରେ ସମ୍ପୃକ୍ତ ଅଧିକାରୀ ସାମ୍ନାକୁ ଆସିବେ ।

ମୋହନ ମାଝୀଙ୍କ ୬ ମାସର ରିପୋର୍ଟ କାର୍ଡ

ମୋହନ ସରକାରକୁ ପୁରିଗଲା ୬ ମାସ। ମାତ୍ର କଣ ରହିଛି ରିପୋର୍ଟ କାର୍ଡ?କଣ କରୁଛନ୍ତି ସରକାର?ରଙ୍ଗ ବଦଳାଇବାରେ ଅଟକି ଯାଇଛି କି  ନୂଆ ସରକାରର ରଙ୍ଗ?କୁଆଡ଼େ ଗଲା ଚିଟ୍ ଫଣ୍ଡ ପଇସା?କେତେ ଜଣଙ୍କୁ ବାନ୍ଧିଲାଣି ଇଡି ସିବିଆଇ?ଯୋଉ ପାଣ୍ଡିଆନଙ୍କୁ ନେଇ ଏତେ କଥା କୁହାଯାଉଥିଲେ ,ତାଙ୍କୁ ନେଇ କାହିଁକି ଚୁପ୍ ବସିଛି ବିଜେପି?ଅସ୍ମିତାର ଡେଙ୍ଗୁରା ପିଟୁଥିବା ବିଜେପି କେମିତି କଲା ଜଣେ ଅଣ ଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ?ଯୋଉ କୁଟ୍ଟେଙ୍କ ନାଁ ରେ ଗଦାଗଦା ଅଭିଯୋଗ କରୁଥିଲା ସେ ପୁଣି କେମିତି ହେଲେ bsf ig?ଏସବୁ କଥା ତ ଏବେ ଏମିତି ବ୍ୟାପିବାରେ ଲାଗିଛି କି, ଅନେକ ଲୋକ କୁହାକୁହି ହେଲେଣି ଭଲ ଥିଲା ବିଜୁ ଜନତା ଦଳର ସରକାର? ବିଜେପିର ଡବଲ ଇଞ୍ଜିନ୍ ସାଙ୍ଗକୁ ଡବଲ ଗେମ୍ ଅନେକ ଲୋକଙ୍କ ମୁଣ୍ଡରେ ପଶୁନି।

ତେବେ ଜୁନ୍ 12 ତାରିଖରେ ଶପଥ ନେଇଥିବା ଓଡ଼ିଶାର ନୁଆ ସରକାର ଅର୍ଥାତ୍ ଭାରତୀୟ ଜନତା ପାର୍ଟିର ସରକାରକୁ ୬ ମାସ ପୁରିଛି। ମାତ୍ର କଥା ଉଠୁଛି ଏ 6 ମାସରେ କେତେ ସଫଳ ନୁଆ ସରକାର?ପ୍ରତିଶ୍ରୁତି ପୂରଣରେ କେତେ ଆଗରେ ଅଛି ବିଜେପି। ନା କେବଳ ପୂର୍ବ ସରକାରକୁ ଗାଳି କରି ନିଜ ଦାୟିତ୍ୱ ଭୁଲି ଯାଉଛି।ଏମିତିରେ ବି ବିଜେପିର ଅନେକ ନେତାମନ୍ତ୍ରୀଙ୍କ କଥାରେ ତାଳ ମେଳ ରହୁନି। ଆଳୁକୁ ନେଇ ଯୋଗାଣ ମନ୍ତ୍ରୀ ମନଇଛା କଥାବାର୍ତ୍ତା କରୁଛନ୍ତି ତ ପୁଣି କେତେବେଳେ କ୍ରୀଡା ବିଭାଗରେ ବିଜୁ ପଟ୍ଟନାୟକଙ୍କ ନାଁ ରେ ଦିଆଯାଇଥିବା ପୁରସ୍କାରର ନାଁ ବଦଳିବାକୁ ନେଇ ଅବଗତ ନଥିବା କହିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ।ତେବେ ଆଉ ଯାହା ହେଉ କି ନ ହେଉ ରଙ୍ଗ ବଦଳେଇବାରେ କିନ୍ତୁ ସରକାରଙ୍କର ଭାରି ଫୋକସ୍। ଯୋଉଥିପାଇଁ ଅନେକ ଲୋକ ଏହାକୁ ରଙ୍ଗ ବଦଳା ସରକାର କହିଲେଣି।

ତେବେ ମୋହନ ସରକାରଙ୍କ ଉପରେ ଅଧିକାଂଶ ଲୋକ  ଖୁସି ନାହାନ୍ତି। ଯଦିଓ 24 ବର୍ଷର ସରକାରକୁ ବଦଳାଇ ଲୋକ ବିଜେପିକୁ ବାଛିଥିଲେ ତଥାପି ଏଇ କିଛି ଦିନର କାର୍ଯ୍ୟକଳାପ ଭିତରେ ସମସ୍ତଙ୍କର ଭାବନା ପ୍ରାୟ ବଦଳିଗଲାଣି। ସମସ୍ତଙ୍କର ଗୋଟିଏ ମତ- ଯେମିତି ସରକାର ଚାହୁଁଥିଲୁ,ସେମିତି ପାଇନୁ ।ନବୀନ ସରକାରଙ୍କଠାରୁ ମୋହନ ସରକାର ଯେ ଭଲ ଏକଥା କେହି ବି ଯେମିତି ମାନିବାକୁ ପ୍ରସ୍ତୁତ ନୁହେଁ। ଦଳମତ ନିର୍ବିଶେଷରେ ମୋହନ ସରକାରଙ୍କ ସହ ସେମାନଙ୍କର ଆବେଗ ଯୋଡି ହୋଇପାରିନି। ଓଲଟି ମୋହନ ସରକାରଙ୍କ ସହ ତୁଳନା କରି ସେମାନେ ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି। ୨୪ ବର୍ଷର ବିଜେଡି ସରକାରଙ୍କ ଗର୍ବ ଓ ଅହଂକାରରେ ସେମାନେ ଅତିଷ୍ଠ ଥିଲେ ମଧ୍ୟ ନବୀନଙ୍କ ପ୍ରତି ଭଲ ପାଇବା ଲୋକଙ୍କର ତୁଟିନି, ବରଂ ସେହି ଭଲପାଇବା ଆହୁରି ବଢ଼ିଛି।

ଯଦି ମୋହନଙ୍କ ରିପୋର୍ଟ କାର୍ଡ ଦେଖାଯାଏ ତେବେ 6 ମାସ ଭିତରେ ମାତ୍ର 4 ଟି ପ୍ରତିଶ୍ରୁତି ପୂରଣ କରିଛନ୍ତି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା,ରତ୍ନଭଣ୍ଡାର ଖୋଲିବା ସହ 5 ଶହ କୋଟିର କର୍ପସ ଫଣ୍ଡ ବି ଗଠନ ହୋଇଛି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ସହାୟତା ଦେବା ସହ ଧାନର msp ବଢାଇଛନ୍ତି। ମାତ୍ର ଏଇ ଚାରୋଟିକୁ ଛାଡିଦେଲେ ସେମିତି କିଛି ଆଖିଦୃଶିଆ କାମ କରିନି ବିଜେପି।ବିଜୁ ଜନତା ଦଳର ସରକାର ସମୟରେ ଯୋଉ ଆଇନ୍ ବ୍ୟବସ୍ଥାକୁ ନେଇ ବିଜେପି ହୋ ହାଲ୍ଲା କରୁଥିଲା ନିଜେ ସରକାରକୁ ଆସିଲା ପରେ ସେମିତି କିଛି ବି ସୁଧୁରୁନି। ଏମିତିକି ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାରିବା ଘଟଣାରେ ବିଜେପିର ଆଭିମୁଖ୍ୟ କୁ ନେଇ ପ୍ରଶ୍ନବାଚୀ ଉଠିଛି।ପ୍ରଶାସନିକ ବ୍ୟବସ୍ଥାରେ  ବି ସ୍ଥାଣୁତା। ନୂଆ ସରକାର ଯେମିତି ଚଳଚଞ୍ଚଳ ହେବା କଥା ତାହା ହୋଇପାରିନାହିଁ। ବ୍ଲକ୍ ଅଫିସଠାରୁ ଲୋକସେବା ଭବନ ସବୁଠି ସମାନ ଅବସ୍ଥା। ରଙ୍ଗ ଓ ନାଁ ବଦଳେଇବା,ସୁଭଦ୍ରା ଯୋଜନାର ପ୍ରଚାର ଏବଂ କାର୍ଯ୍ୟକାରିତା ବ୍ୟସ୍ତତା ଛଡ଼ା ଅନ୍ୟ କୌଣସି ଯୋଜନା ବା ଉନ୍ନୟନ କାର୍ଯ୍ୟରେ ସେଭଳି ଆଗଭର ଥିବା  ଦେଖିବାକୁ ମିଳିନି। ଖୋଦ୍ ତୃତୀୟ ମହଲାରେ ଫାଇଲ୍ କାମରେ ଶିଥିଳତା ଦେଖିବାକୁ ମିଳୁଛି। ବିଜେପି ନେତା ଏବେ କେବଳ ଟ୍ରାନ୍ସଫର ପୋଷ୍ଟିଂରେ ବ୍ୟସ୍ତ। ସେମିତି ନ ହେଇଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗ ଉଠେଇ ନ ଥାଆନ୍ତେ।

ପୂର୍ବ ସରକାରରେ ଚାଲିଥିବା କୁଶାସନ ବ୍ୟବସ୍ଥା ଭଙ୍ଗାଯିବ ବୋଲି ଭାଷଣବାଜି କରାଯାଉଥିଲେ ମଧ୍ୟ ତାହା ଭାଷଣରେ ସୀମିତ ରହିଛି। ଓଡ଼ିଆ ଅସ୍ମିତା ପ୍ରଚାର ଧୂଆଁବାଣ ସାଜିଛି।ଗୁରୁତ୍ୱପୂଣ୍ଣ ପଦରେ ଅଛନ୍ତି ଅଣ ଓଡ଼ିଆ। କେବଳ ଫଟ ଉଠାଇବାରେ ବ୍ୟସ୍ତ ରହୁଛନ୍ତି ଅନେକ ନେତା। ମନ୍ତ୍ରୀଙ୍କର ତ କଥାରେ ତାଳମେଳ ବି ରହୁନି।ସବୁଠୁ ବଡ଼ କଥା ହେଉଛି ଚିଟ୍ ଫଣ୍ଡ ଭଳି ପ୍ରସଙ୍ଗ ଯାହାକୁ ବିଜେପି ପ୍ରସଙ୍ଗ କରିତିଲା ସେଥିରେ ବି ଚିଟିଂ କରିଛି ବିଜେପି।କେବଳ ରଙ୍ଗ ବଦଳାଇବା ଏବଂ  ପୂର୍ବ ସରକାରକୁ ଗାଳି କରିବାରେ ବ୍ୟସ୍ତ ଥିବା ବିଜେପି ଆଗକୁ କି ରଙ୍ଗ ରାଜନୀତିରେ ଆଣିଛି ତହା ଦେଖିବା ବାକି।

ସିଂଘମ୍ IPS କେ.କେ ବିଷ୍ଣୋଇ କିଏ ? ଯାହାଙ୍କ ପ୍ରଶଂସାରେ ମୁଖ୍ୟମନ୍ତ୍ରୀ ଯୋଗୀ

IPS କେ.କେଙ୍କ ପାଇଁ ଟଳିଗଲା ବଡ଼ ଅଘଟଣ। ସାଂପ୍ରଦାୟିକ ହିଂସା ବିଶାଳ ରୂପ ନେବା ପୂର୍ବରୁ, କଥା କଥାରେ ସମ୍ଭାଳି ନେଲେ ଏସପି ବାବୁ। ହିଂସାକୁ କେବଳ ହିଂସାରେ ନୁହେଁ ଅହିଂସାରେ ମଧ୍ୟ ଜିତିହୁଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ସିଂଘମ୍ IPS କେ.କେ ବିଷ୍ଣୋଇ। ସବୁବେଳେ କଠୋର ପଦକ୍ଷେପ କିମ୍ବା ଲାଠି ଚାର୍ଜ କାମରେ ଆସେନି। କେବେ କେବେ କାମ ହାସଲ ପାଇଁ ନଇଁବାକୁ ମଧ୍ୟ ପଡ଼େ। ଉପଦ୍ରବୀଙ୍କ ସମ୍ମୁଖକୁ ବିନା ଅସ୍ତ୍ରଶସ୍ତ୍ରରେ ଯାଇ ବୁଝାଇ ସୁଝାଇ ହିଂସାକୁ କମ୍ କରିପାରିଛନ୍ତି IPS କେ.କେ।

ଆପଣ ଜାଣିଥିବେ ଉତ୍ତର ପ୍ରଦେଶର ସମ୍ଭଲ ସ୍ଥିତ ଜୁମା ମସ୍ଜିଦ ପରିସରର ସର୍ଭେକୁ ବିରୋଧ ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି। ସମ୍ଭଲର ସମାଜବାଦୀ ପାର୍ଟି ସାଂସଦ ଜିଆଉର୍ ରହମନ ବର୍କ ଏବଂ ବିଧାୟକ ଇକ୍ବାଲ ମହମଦଙ୍କ ପୁଅ ନଓ୍ୱାବ ସୁହେଲ ଇକ୍ୱାଲଙ୍କୁ ହିଂସା ଘଟଣାରେ ଅଭିଯୁକ୍ତ କରାଯାଇଛି। ତେବେ ଏହି ଅରାଜକତା ମାହୋଲ ଭିତରେ ଉପଦ୍ରବୀଙ୍କୁ ବୁଝାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।ପୋଲିସ ବର୍ଦ୍ଦି ପିନ୍ଧିଥିବା ଜଣେ ବ୍ୟକ୍ତି ଉପଦ୍ରବୀ ଯୁବଗୋଷ୍ଠୀଙ୍କୁ ବୁଝାଇ କହୁଥିଲେ, ଏ ନେତାଙ୍କ ଚକ୍କରରେ ପଡ଼ି ନିଜ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦିଅନି । ଏହି ସ୍ୱର ଥିଲା ସମ୍ଭଲର ଏସପି କୃଷ୍ଣ କୁମାର ବିଷ୍ଣୋଇଙ୍କର। ସମ୍ଭଲରେ ହିଂସାକୁ ନିୟନ୍ତ୍ରଣ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆଇପିଏସ ଆଜି ତାଙ୍କ କାମ ପାଇଁ ଖୁବ ପ୍ରଶଂସା ସାଉଣ୍ଟିଛନ୍ତି। ଏସପି ରୂପରେ ସମ୍ଭଲରେ ପ୍ରଥମ ଥର ପାଇଁ ପୋଷ୍ଟିଂ ହୋଇଛି କେକେ ବିଷ୍ଣୋଇଙ୍କର। ଲୋକଙ୍କୁ ବୁଝାଇ ସୁଝାଇ ହିଂସାରୁ ନିବୃତ୍ତ କରିଥିବାରୁ ଦେଶରେ ଏବେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।

2018 ମସିହା ୟୁପି କ୍ୟାଡର କେ.କେ, ୩୦ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି ଛାଡିଛନ୍ତି, କେବଳ IPS ହେବା ପାଇଁ..।  ଜାତିସଂଘ ଟ୍ରେଡ ସେଣ୍ଟରରେ ବାର୍ଷିକ ୩୦ଲକ୍ଷ ଟଙ୍କା ପ୍ୟାକେଜରେ କେ.କେଙ୍କୁ ନିଯୁକ୍ତ ମିଳିଥିଲା। ସେଠାରେ ଗୋଟିଏ ବର୍ଷ କାମ କରି ଭାରତକୁ ଫେରି ଜେଏନୟୁରୁ MPhil ଡିଗ୍ରୀ ହାସଲ କଲେ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟ କଲେ। ହେଲେ ମନ ମାନିଲାନି କେ.କେଙ୍କର। ନିଷ୍ପତ୍ତି କଲେ ମାଟିଆ ବର୍ଦ୍ଦି ପିନ୍ଧି ଲୋକଙ୍କର ସେବା କରିବେ। IPS ଅଫିସର ହେବେବିନା କୋଚିଂରେ ସେକେଣ୍ଡ ଆଟେମ୍ପେଟରେ UPSC  ଏକ୍ସାମରେ କ୍ୱାଲିଫାଏ୍ କରି IPS ଅଧିକାରୀ ହେଲେ କୃଷ୍ଣ କୁମାର ବିଷ୍ଣୋଇ। ଗୋରଖପୁରରେ ପୋଷ୍ଟିଂ ବେଳେ ଅନେକ ମାଫିଆଙ୍କୁ ସାବାଡ଼ କରିବା ସହ ୮୦୩ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ କରିଛନ୍ତି କେ.କେ.। ତାଙ୍କ କାର୍ଯ୍ୟକାଳ ସମୟରେ ଅପରାଧୀ ଭୟରେ ସହର ଛାଡ଼ି ପଳାଉଥିଲେ। ସମ୍ଭଲରେ ପ୍ରଥମ ଥର ପାଇଁ ତାଙ୍କୁ ଏସପି ରୂପରେ ପୋଷ୍ଟିଂ ମିଳିଛି।

ରାଜସ୍ଥାନର ବାଡ଼ମେର ନିବାସୀ କେ.କେ.ବିଷ୍ଣୋଇ ୬ ଭାଇ-ଭଉଣୀ ମଧ୍ୟରେ ସାନ । ସେ ଗାଁର ପ୍ରାଥମିକ ବିଦ୍ୟାଳୟରୁ ଅଧ୍ୟୟନ ଆରମ୍ଭ କରିଥିଲେ। ପରେ ସିକରର ଏକ ଘରୋଇ ସ୍କୁଲରୁ ଦଶମରେ ଫାଷ୍ଟ କ୍ଲାସରେ ପାସ୍ କରି ଦ୍ୱାଦଶ ପଢ଼ା ପାଇଁ ସେଣ୍ଟ୍ରାଲ ସ୍କୁଲରେ ନାମ ଲେଖାଇଥିଲେ। ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ କଲେଜରୁ ସ୍ନାତକ ହାସଲ କରିଥିଲେ। ଫ୍ରାନ୍ସ ସରକାରଙ୍କ ଛାତ୍ରବୃତ୍ତିରେ ସେ ପ୍ୟାରିସ୍ ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ ଆଫେୟାର୍ସରୁ ଇଣ୍ଟର ନ୍ୟାସନାଲ ସିକ୍ୟୁରିଟ୍ କ୍ଷେତ୍ରରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

କିଏ ଯିବେ ରାଜ୍ୟସଭା?

କିଏ ହେବେ BJPର ରାଜ୍ୟସଭା ସାଂସଦ ପ୍ରାର୍ଥୀ?କାହାକୁ ରାଜ୍ୟସଭା ପଠେଇବାକୁ ପ୍ଲାନ୍ କରୁଛି ବିଜେପି?ସୁଜିତଙ୍କ ରାଜ୍ୟସଭା ରିପିଟ ନା ଥଇଥାନ୍ ହେବେ ବିଜେପିର ବରିଷ୍ଠ ନେତା?ମମତା ମହନ୍ତଙ୍କ ଭଳି ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସୁଜିତ୍ କୁମାର ପୁଣିଥରେ ରାଜ୍ୟସଭା ଯିବେ ନା ଅନ୍ୟ ବିଭାଗରେ ହେବେ ଥଇଥାନ୍?ରାଜ୍ୟସଭା ବାଇପୋଲର ଡେଟ ଆନାଉନ୍ସ ପରେ ଏବେ ଏସବୁ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଚାଲୁଛି।ସୁଜିତଙ୍କ ରାଜ୍ୟସଭା ରିପିଟ ନା ନିର୍ବାଚନରେ ସିଟ ହାସଲ କରିନଥିବା ନେତାଙ୍କ ଥଇଥାନ୍? ବିଜେପିର ମାଷ୍ଟର ପ୍ଲାନକୁ ନେଇ ଚାଲିଛି ଅଙ୍କକଶା।

ତେବେ ରାଜ୍ୟସଭା ଉପନିର୍ବାଚନକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ଆଉ ମାତ୍ର କେଇଟା ଦିନ ପରେ ଡିସେମ୍ବର ୨୦ ତାରିଖରେ ହେବ ରାଜ୍ୟସଭା ଉପନିର୍ବାଚନ।ଭାରତର ୪ ଟି ରାଜ୍ୟରେ ୬ ଟି ରାଜ୍ୟସଭା ସିଟ ପାଇଁ ହେବ ବାଇ ଇଲେକ୍ସନ୍।ଆନ୍ଧ୍ରପ୍ରଦେଶରୁ ୩ ଟି ଆସନ,ଓଡ଼ିଶାର ଗୋଟାଏ ଆସନ,ହରିୟାଣାର ଗୋଟାଏ ଆସନ ସହ ପଶ୍ଚିମବଙ୍ଗର ଗୋଟାଏ ରାଜ୍ୟସଭା ଆସନ ପାଇଁ ଡିସେମ୍ବର ୨୦ ତାରିଖରେ ମତଦାନ ହେବ। ତେବେ ଏ ୬ ଟି ଆସନରୁ ୫ ଟି ରାଜ୍ୟସଭା ସିଟ୍ NDA ଖାତାକୁ ଯିବା ଥୟ। କାରଣ କେବଳ ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ବାକି ତିନୋଟି ରାଜ୍ୟରେ ଏନଡିଏର ସ୍ଥିତି ସୁଦୃଢ ଅଛି। ଓଡ଼ିଶାରେ ବିଜେପି ସଦସ୍ୟଙ୍କ ସଂଖ୍ୟାଗରିଷ୍ଠତା ଥିଲା ବେଳେ ହରିୟାଣା ଏବଂ ଆନ୍ଧ୍ର ପ୍ରଦେଶର ରାଜ୍ୟସଭା ସିଟ୍ ମଧ୍ୟ ଏନଡିଏ ଖାତାକୁ ଆସିବ। ଇଣ୍ଡିମେଣ୍ଟ ଖାତାକୁ କେବଳ ଗୋଟାଏ ରାଜ୍ୟସଭା ଆସନ ଯିବ।

ତେବେ ଯଦି ଓଡ଼ିଶା କଥା ବିଚାରକୁ ନିଆଯାଏ ଏଠି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ ବିଜୟ ହେବ । ରାଜ୍ୟସଭାରେ ବିଜୁ ଜନତା ଦଳର ସଂଖ୍ୟା କମିବା ସହ ଭାରତୀୟ ଜନତା ପାର୍ଟିର ସଭ୍ୟଙ୍କ ସଂଖ୍ୟା ୨ ରୁ ତିନିକୁ ବୃଦ୍ଧି ପାଇବ।

ବିଜୁ ଜନତା ଦଳର ସରକାର ଥିବା ସମୟରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡି।ବିଜେପି ପ୍ରାର୍ଥୀ ଭାବରେ ସେ ରାଜ୍ୟସଭାକୁ ଯାଇଥିଲେ।ପରବର୍ତ୍ତୀ ପରିସ୍ଥିତିରେ ବିଜୁ ଜନତା ଦଳରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ମମତା ମହନ୍ତ ୩୧ ଜୁଲାଇରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ।ଠିକ୍ ତା ପରଦିନ ବିଜେପିରେ ସାମିଲ୍ ହୋଇ ପୁଣି ଥରେ ଅଗଷ୍ଟ ୨୭ ତାରିଖର ବାଇ ଇଲେକ୍ସନରେ ରାଜ୍ୟସଭାକୁ ରି ଇଲେକ୍ଟ ହୋଇଥିଲେ। ତେବେ ସୁଜିତଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଘଟିପାରେ ବୋଲି ଅନୁମାନ କରାଯାଇଛି। ମମତାଙ୍କ ଭଳି ତାଙ୍କ ପାଇଁ ବି ସେମ୍ ଥିୟୋରୀ ଆପ୍ଲାଏ କରିପାରେ ବିଜେପି।

ଏମିତିରେ ବି ବିଜେପି ଯାହାକୁ ପ୍ରାର୍ଥୀ କରିବ ସିଏ ହିଁ ରାଜ୍ୟସଭା ଭୋଟ୍ ଜିତିବେ।ସଂଖ୍ୟାର ହିସାବ ଅନୁସାରେ ବିଜେପିର ପଲ୍ଲା ଭାରି। ବିଜେପିର ନିର୍ବାଚିତ ବିଧାୟକଙ୍କ ସଂଖ୍ୟା ୭୮ ହୋଇଥିଲା ବେଳେ ୩ ସ୍ୱାଧିନ ବିଧାୟକ ବିଜେପି ସପକ୍ଷରେ ଅଛନ୍ତି।ତେଣୁ ବିଜେପି ଖାତାରେ ୮୧ ଭୋଟ୍ ଥିଲା ବେଳେ ବିରୋଧିଙ୍କ ପାଖରେ ରହିବ ୬୬ ଭୋଟ। ବିଜୁ ଜନତା ଦଳର ୫୧ ବିଧାୟକ,କଂଗ୍ରେସର ୧୪ ବିଧାୟକ ଏବଂ ସିପିଏମର ଜଣେ ବିଧାୟକଙ୍କୁ ମିଶେଇଲେ ବିରୋଧିୀଙ୍କ ପାଖରେ ଭୋଟ୍ ସଂଖ୍ୟା ୬୬ ହେବ। ୮୧ ବନାମ ୬୬ର ଲଢେଇରେ ବାଜିମାତ୍ କରିବ ବିଜେପି। ତେବେ ଯେହେତୁ ବିଜେପି ମମତା ମହନ୍ତଙ୍କୁ ପୁଣି ଥରେ ଚାନ୍ସ ଦେଇଛି ସୁଜିତ୍ କୁମାରଙ୍କ କ୍ଷେତ୍ରରେ ବି ସମାନ ପରସ୍ଥିତି ଘଟିପାରେ ବୋଲି ଚର୍ଚ୍ଚା। କାରଣ ମମତା ମହନ୍ତଙ୍କ ବାଇ ଇଲେକ୍ସନ ଟାଇମରେ ଜଗା ପ୍ରଧାନଙ୍କ କଥା ଚର୍ଚ୍ଚା ହେଉଥିଲା ବେଳେ ପରେ ବିଜେପି ତାଙ୍କୁ ଡୋମି କ୍ୟାଣ୍ଡିଡେଟ୍ କରିଥିବା ସ୍ପଷ୍ଟ ହୋଇଥିଲା।

ଆଉ ଏମିତିରେ ବି ଦେଖିବାକୁ ଗଲେ ସୁଜିତ କୁମାର ଫିଲ୍ଡରେ ଆଦୌ ଆକ୍ଟିଭ୍ ନୁହନ୍ତି। ବିଜୁ ଜନତା ଦଳର ସରକାରରେ ପର‌୍ୟ୍ୟାପ୍ତ ସୁଯୋଗ ଥାଇ ବି ସେ ଫିଲ୍ଡରେ ଆକ୍ଟିଭ୍ ନଥିଲେ। ତେଣୁ ତାଙ୍କୁ ହୁଏତ ପ୍ରତ୍ୟକ୍ଷ ଫିଲ୍ଡରେ ବିଜେପି ରଖି ନପାରେ। ଓଡ଼ିଶାର ସବୁଠୁ ପୁରୁଣା ଇଞ୍ଜିନିୟରିଂ କଲେଜ ବୁର୍ଲାରୁ ପାସ ଆଉଟ ହୋଇ ବିଦେଶ ଫେରନ୍ତା ଓଡ଼ିଆ ସୁଜିତଙ୍କୁ ହୁଏତ ପୁଣି ଥରେ ରାଜ୍ୟସଭା ପଠାଇ ରାଜ୍ୟସଭାରେ ଓଡ଼ିଶାର ଦବଦବା ବଢାଇବାକୁ ପ୍ଲାନ୍ କରୁଥାଇପାରେ ବିଜେପି। ଯଦି ଏ ଅନୁମାନ ସତ ହୁଏ ତେବେ ମମତାଙ୍କ ପରେ ପୁଣି ରିପିଟ ଏଣ୍ଟ୍ରି କରିପାରନ୍ତି ସୁଜିତ କୁମାର।
ରଶ୍ମିତା ବେହେରା

ଇଣ୍ଟରନେଟ ବ୍ୟବହାର କରୁନଥିବା ଦେଶ

ବିନା ଇଣ୍ଟରନେଟ ଆଉ ମୋବାଇଲରେ ଏବେ ଗୋଟିଏ ମୁହୂର୍ତ୍ତ ବି କଳନା କରିବା ମୁସ୍କିଲ। ଆଜିକାଲି ଲୋକ ତ ଇଣ୍ଟରନେଟ ବ୍ୟବହାର କରୁନଥିବା ଦେଶ ପ୍ରେମରେ ଏମିତି ପାଗଳ ଯେ ଖାଇବା ଠାରୁ ଆରମ୍ଭ କରି ବାଥରୁପ ଯିବା ପର୍ଯ୍ୟନ୍ତ ହାତରୁ ମୋବାଇଲ ଛାଡ଼ୁ ନାହାନ୍ତି। ହେଲେ ବିଶ୍ୱରେ ଏପରି ଏକ ଦେଶ ଅଛି,ଯେଉଁଠି ଲୋକମାନେ ଇଣ୍ଟରନେଟ ବ୍ୟବହାର କରନ୍ତି ନାହିଁ।ଆଜିର ସମୟରେ ଆମ ଜୀବନର ଅଧିକାଂଶ ଜିନିଷ ଇଣ୍ଟରନେଟ୍ ସହିତ ସଂଯୁକ୍ତ।ତଥାପି ଏପରି ଏକ ଦେଶ ମଧ୍ୟ ଅଛି ଯେଉଁଠାରେ ୦% ଇଣ୍ଟରନେଟ୍ ବ୍ୟବହାର କରାଯାଏ।

ଉତ୍ତର କୋରିଆକୁ ବିଶ୍ୱର ସବୁଠାରୁ ରହସ୍ୟମୟ ଦେଶ କୁହାଯାଏ। ଏହାର କାରଣ ହେଉଛି ଏଠାରେ କଠୋର ଶାସନ ଏବଂ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବାର ନୀତି। ଏହି ଦେଶରେ ଇଣ୍ଟରନେଟ୍ ବ୍ୟବହାର ଅତ୍ୟନ୍ତ ସୀମିତ ଏବଂ ସାଧାରଣ ଲୋକଙ୍କ ପାଖରେ ଏପରି ସୁବିଧା ପହଞ୍ଚିବା ସ୍ୱପ୍ନ। ଯେଉଁଠି ନିଜ ଇଚ୍ଛାରେ ଘରୁ ବାହାରିବା କଷ୍ଟ, ସେଠାରେ ଇଣ୍ଟରନେଟ କଥା ନକହିବା ଭଲ। ଆଉ ଏସବୁ କେବଳ ତାନାଶାହ ଶାସକ କିମ ଜୋଙ୍ଗ ଉନଙ୍କ ପାଇଁ ।
ଉତ୍ତର କୋରିଆରେ ଇଣ୍ଟରନେଟ୍ ପରିବର୍ତ୍ତେ ଏକ ସ୍ଥାନୀୟ ନେଟୱାର୍କ ବ୍ୟବହୃତ ହୁଏ। ଏଥିରେ କେବଳ ସରକାରୀ ଅନୁମୋଦିତ ୱେବସାଇଟ୍ ଏବଂ ସୂଚନା ଉପଲବ୍ଧ। ସାଧାରଣ ଲୋକମାନେ ଏହି ସ୍ଥାନୀୟ ନେଟୱାର୍କ ମାଧ୍ୟମରେ ମଧ୍ୟ ବହୁତ ସୀମିତ ସୂଚନା ପାଇପାରିବେ।

ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଇବା ପଛରେ ଉତ୍ତର କୋରିଆ ସରକାର ଅନେକ କାରଣ ଦର୍ଶାଇଛନ୍ତି।ସରକାରଙ୍କ ଅନୁସାରେ ଇଣ୍ଟରନେଟ୍ ଲୋକଙ୍କ ମନରେ ଭୁଲ ଚିନ୍ତାଧାରା ସୃଷ୍ଟି କରିବା ସହ ଶାସନ ବ୍ୟବସ୍ଥାକୁ ଦୁର୍ବଳ କରିପାରେ।ସରକାର ଚାହାନ୍ତିନି, ଦେଶରେ ନାଗରିକମାନେ ବାହ୍ୟ ଜଗତର ପ୍ରଭାବରେ ଆସନ୍ତୁ ଏବଂ ସରକାରଙ୍କ ବିରୁଦ୍ଧରେ ଯାଆନ୍ତୁ। ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସୂଚନା ହିଁ ଲୋକଙ୍କ ପାଇଁ ଯଥେଷ୍ଟ ବୋଲି କିମ ସରକାର ମତ ଦିଅନ୍ତି । ଇଣ୍ଟରନେଟ୍ ଦେଶର ସଂସ୍କୃତି ଏବଂ ପରମ୍ପରା ପାଇଁ ବିପଦ ବୋଲି ସରକାର ବିଶ୍ୱାସ କରନ୍ତି। ସେଥିପାଇଁ ଏଠାରେ ଲୋକଙ୍କୁ ଇଣ୍ଟରନେଟ୍ ବ୍ୟବହାର କରିବାକୁ ବାରଣ କରାଯାଇଛି ।ଅନ୍ୟପଟେ ଇଣ୍ଟରନେଟ ବ୍ୟବହାର କରୁନଥିବାରୁ ଉତ୍ତର କୋରିଆର ଲୋକଙ୍କୁ ଅନେକ କ୍ଷତି ସହିବାକୁ ପଡ଼େ । ଦୁନିଆରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ଲୋକମାନେ ଖୁବ୍ କମ୍ ସୂଚନା ପାଆନ୍ତି। ଇଣ୍ଟରନେଟ ଯୋଗୁଁ ଜୀବନ ଅନେକାଂଶରେ ସହଜ ହୋଇଯାଇଥିବା ବେଳେ ଦେଶର ଲୋକ କିନ୍ତୁ ଏହାର ଲାଭ ଉଠାଇ ପାରନ୍ତିନି।

ନବୀନ ନୁହଁନ୍ତି ଅପରାଜେୟ

ହଟିଛି ଅପ୍ରତିଦ୍ଵନ୍ଦୀର ଟ୍ୟାଗ୍ । CM ନମ୍ବର 1 କୁହାଯାଉଥିବା ନବୀନ ପଟ୍ଟନାୟକ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ପାଓ୍ୱାର ଉପଭୋଗ କରିଥିବା ନେତା ଏବେ କ୍ଷମତାଠୁ ଦୂରରେ। ଲଗାତର ବିଜୟ ହାସଲ କରିଥିବା ନବୀନ ପଟ୍ଟନାୟକ, ପ୍ରଥମ ଥର ପାଇଁ କଣ୍ଟାବାଞ୍ଜିରେ ପରାଜୟର ସ୍ୱାଦ ଚାଖିଛନ୍ତି। ତଥାପି ନବୀନ ବାବୁଙ୍କ ଫ୍ୟାନଙ୍କ ସଂଖ୍ୟା କିଛି କମ୍ ନୁହେଁ। ନବୀନଙ୍କ ପରାଜୟକୁ ତାଙ୍କର ସମର୍ଥକ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି।

୧୯୯୭ର ବୈଶାଖରେ ଓଡ଼ିଶା ରାଜନୀତିରେ ଧିରେ ଧିରେ ବୃଦ୍ଧି ପାଏ ଉଷ୍ମତା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅସୁସ୍ଥତାରେ ବିଚଳିତ ହୁଅନ୍ତି ବିଜୁ ଅନୁଗତ। ୧୭ ଏପ୍ରିଲ ୧୯୯୭ରେ ବିଜୁ ବାବୁଙ୍କ ବିୟୋଗ ପରେ ଓଡ଼ିଶା ରାଜନୀତିରେ ସୃଷ୍ଟି ହୁଏ ବିରାଟ ଶୂନ୍ୟସ୍ଥାନ। ବିଜୁଙ୍କ ବିରୋଧି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଚେକ୍ ଦେବାକୁ ବାଟ ଖୋଜୁ ଥାଆନ୍ତି ବିଜୁ ଅନୁଗତ। ଅନୁକମ୍ପାକୁ ଆଶ୍ରା କରିବାକୁ ଲୋଡ଼ା ପଡନ୍ତି, ବିଜୁଙ୍କ ପରିବାର ସଦସ୍ୟ। ମାତ୍ର ବିଜୁ ବାବୁଙ୍କ ସ୍ତ୍ରୀ ଜ୍ଞାନ ଦେବୀ,ବଡ ପୁଅ ପ୍ରେମ, ଝିଅ ଗୀତା ମେହେତା ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ନବୀନ ସାଜନ୍ତି ଶେଷ ସାହାରା। ବିଜୁଙ୍କ ଅନୁଗାମୀ ଦିଲ୍ଲୀପ ରାୟଙ୍କର କଥା ଭାଙ୍ଗି ନପାରି ରାଜନୀତିକୁ ଏଣ୍ଟ୍ରି କରନ୍ତି ନବୀନ। ୧୯୯୭ ଜୁନରେ ବିଧିବଦ୍ଧ ଭାବେ  ଜନତା ଦଳରେ ସାମିଲ୍ ହୁଅନ୍ତି।

୧୯୯୭ରୁ ଆସିକା ଲୋକସଭା ଆସନରୁ ସାଂସଦ ଭାବେ ପଲିଟିକାଲ୍ କ୍ୟାରିୟର ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ। ଆଉ ୧୯୯୮ NDA ସରକାରରେ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ। ସେପଟେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ହଟି ସାରିଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଚଉକି। ଜେ.ବି.ଙ୍କୁ ରିପ୍ଲେସ କରି ମୁଖ୍ୟମନ୍ତ୍ରୀ ହୁଅନ୍ତି ଗିରିଧର ଗମାଙ୍ଗ। ମାତ୍ର ଅଞ୍ଜନା ମିଶ୍ର କେସ୍ ରାଜନୀତିରେ କଂଗ୍ରେକୁ ଢେର୍ ପଛକୁ ଠେଲିଦିଏ। ଅଞ୍ଜନାକୁ ପ୍ରସଙ୍ଗ କରି ରାଜନୀତିକୁ ଓହ୍ଲାଏ ବିଜୁ ଜନତା ଦଳ। BJD ଏବଂ BJPର ମେଣ୍ଟ ଆଗରେ ଚିତପଟାଙ୍ଗ ମାରେ କଂଗ୍ରେସ। ୨୦୦୦ ନିର୍ବାଚନରେ BJD ଏକାକି  ୬୮  ସିଟ୍ ହାତେଇବା ସହ BJP ୩୮ ଟି ଆସନ ହାସଲ କରେ। କଂଗ୍ରେସ ମାତ୍ର  ୨୬ଟି ଆସନରେ ସୀମିତ ରୁହେ। ସେଇଠୁ ହିଁ ଆରମ୍ଭ ହୁଏ ନବୀନଙ୍କ ମଙ୍ଗୁଆଳର ଯାତ୍ରା।  BJD ସୁପ୍ରିମୋ ସାଜି ମୁଖ୍ୟମନ୍ତ୍ରୀ ହୁଅନ୍ତି ନବୀନ

ବିଜେଡିର ସଭାପତି ଭାବେ ନବୀନ ଖେଳି ଚାଲିଲେ ଗୋଟିକ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ୍। ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଗୋଟିଏ ପରେ ଗୋଟିଏ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦଳ ବାହାରର ରାସ୍ତା ଦେଖାଇ ସାଜିଥିଲେ ରିୟଲ୍ ହିରୋ। ସଫଳତାର ସହ ଗୋଟି ଚଳାଇ ଦଳ ମଧ୍ୟରେ ଥିବା ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ବିଜୟ ମହାପାତ୍ରଙ୍କୁ ବି ରାସ୍ତାରୁ ହଟାନ୍ତି ନବୀନ। ଏହି ଗୋଟିଏ ଚାଲ୍ ବିରୋଧୀଙ୍କ ଶିବିରରେ ଆତଙ୍କ ସୃଷ୍ଟି କରିଥିଲା। ମିଡ୍ ନାଇଟ୍ ଅପରେସନ ନାଁରେ ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ରଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି ନବୀନ।

ମାତ୍ର ୨୦୨୪ନିର୍ବାଚନର ଫଳାଫଳରେ ଭିନ୍ନ କିଛି ଭେଟିଛନ୍ତି ନବୀନ। ଭୋଟରଙ୍କ ଆସ୍ଥା ହରେଇଛି ବିଜୁ ଜନତା ଦଳନିଜେ ନବୀନ ପଟ୍ଟନାୟକ ବି ଚାଖିଛନ୍ତି ପରାଜୟର ସ୍ୱାଦ। ନବୀନଙ୍କୁ ରିପ୍ଲେସ୍ କରିଛନ୍ତି ମୋହନ ମାଝୀ।ମାତ୍ର ଅସ୍ଥିର ରାଜନୈତିକ ବାତାବରଣରୁ ଜନ୍ମଲାଭ କରିଥିବା ବିଜୁ ଜନତା ଦଳକୁ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟ ରାଜନୀତିରେ ଦିନେ ଅପରିଚିତ ଥିବା ନବୀନ ପଟ୍ଟନାୟକ,ଦେଶର ରାଜନୈତିକ ଇତିହାସରେ ସବୁଠୁ ବଡ଼ ଅଧ୍ୟାୟ ଲେଖୁ ଲେଖୁ ଅଟକି ଗଲେ ସିନା ତଥାପି ଏବେ ବି ଅନେକ କର୍ମୀଙ୍କ ମନରେ ସେଇ ଗୋଟାଏ ଗୀତ “ହେ ନବୀନ ବାବୁ ଆମେ ତମ ଫ୍ୟାନ୍”

କାହିଁକି ପାଳନ କରାଯାଏ ନବରାତ୍ରୀ

ମା ଦୁର୍ଗାଙ୍କ ଆଗମନକୁ ନେଇ ସମସ୍ତେ ଚଳଚଞ୍ଚଳପାର୍ବଣର ଋତୁରେ, ସମସ୍ତେ ଦେବୀ ପୂଜାରେ ମଗ୍ନଗାଁଠୁ ଆରମ୍ଭ କରି ସହର ଯାଏଁ,ସବୁଠି ପାର୍ବଣର ଭିଡ଼। ରୀତିନୀତିରେ ପାଳନ ହେଇଛି ନବରାତ୍ରୀ। ୯ ଦିନ ଧରି ମା ଦୁର୍ଗାଙ୍କୁ ବିଭିନ୍ନ ବେଶରେ ଆରାଧନା କରାଯାଇଛିତେବେ ଆପଣ ଜାଣନ୍ତି କି କଣ ଏହି ନବରାତ୍ରୀର ରହସ୍ୟ?କାହିଁକି୯ ଦିନ ଧରି ମାଙ୍କ ବିଭିନ୍ନ ରୁପର ଆରାଧନା କରାଯାଏ।! ଯଦିଓ ବିଜୟା ଦଶମୀରେ ଆମେ ଦଶହରା ପାଳୁ ତେବେ ତା ପୁର୍ବରୁ ମଧ୍ୟ ୯ ଦିନ ଧରି ମାଙ୍କ ବିଭିନ୍ନ ବେଶରେ ଆରାଧନା କରାଯାଏ

କୁହାଯାଏ ମହିଷାଷୁର ନିଜ ତପସ୍ୟାରେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ଅମର ବର ମାଗିଥିଲାମାତ୍ର ଅମରତ୍ୱ ପରିବର୍ତ୍ତେ,ଅନ୍ୟ କିଛି ବି ମାଗି ନେବାକୁ ବ୍ରହ୍ମା ତାଙ୍କୁ ଆଦେଶ ଦେଇଥିଲେମହିଷାଷୁର ବର ମାଗି ନେଇଥିଲା କି? ଦେବତା, ନର କି ଅସୁର କେହି ବି ତାକୁ ବଦ୍ଧ କରିପାରିବେ ନାହିଁ।ବରଦାନ ପରେ ମହିଷୋସୁର ଦୌରାତ୍ମ ବଢିବାରେ ଲାଗିଲାସେ ଦେବଲୋକରେ ଅତ୍ୟାଚାର କରିବା ସହ ଇନ୍ଦ୍ରପୁରୀ ମଧ୍ୟ ଦାଖଲ କଲାବ୍ରହ୍ମାଙ୍କ ବରଦାନ କାରଣରୁ ମହିଷାଷୁରକୁ ବଦ୍ଧ କରିବା କାହା ଦ୍ୱାରା ସମ୍ଭବ ନଥିଲାସୃଷ୍ଟିକୁ ବିନାଶ ମୁହଁରୁ ରକ୍ଷା କରିବା ପାଇଁ ତ୍ରିଦେବ ନିଜ ଶକ୍ତି ବଦଳରେ ଜଣେ ନାରୀଙ୍କୁ ସୃଷ୍ଟି କରିଥିଲେଯାହାଙ୍କ ନାଁ ଥିଲା ଦୁର୍ଗା। ସେ ଏତେ ସୁନ୍ଦର ଥିଲେ ଯେ ମହିଷାସୁର ତାଙ୍କୁ ବିବାହ କରିବାକୁ ଇଛା ପ୍ରକଟ କରିଥିଲାମାତ୍ର ଦୁର୍ଗା ଦେବୀ ମହିଷାସୁର ଆଗରେ ସର୍ତ୍ତ ରଖିଥିଲେ,ଯଦି ଯୁଦ୍ଧରେ ତାଙ୍କୁ ହରାଇ ଦେବ ତେବେ ଯାଇ ସେ ମହିଷାସୁରକୁ ବିବାହ କରିବେଦୁର୍ଗାଙ୍କ ସର୍ତ୍ତକୁ ମାନି ନେଇ ସେ ଦେବୀଙ୍କ ସହ ଯୁଦ୍ଧ କରିଥିଲାଏହି ଯୁଦ୍ଧ ୯ ଦିନ ଧରି ଚାଲିଲା ପରେ ଦଶମ ଦିନରେ ମା ଦୁର୍ଗା ମହିଷାସୁରକୁ ବଦ୍ଧ କରିଥିଲେ ଯାହାକୁ ଆମେ ବିଜୟା ଦଶମୀ ବୋଲି କହୁ

ବିଜୟା ଦଶମୀର ପୂର୍ବରୁ ୯ ଦିନ ଧରି ଯୋଉ ଯୁଦ୍ଧ ଚାଲିଥିଲା ସେ ଉଦ୍ଧେଶ୍ୟରେ ହିଁ ନବରାତ୍ରୀ ପାଳନ କରାଯାଏ କୁହାଯାଏ ସେ ୯ ଦିନ ଧରି ମା ଦୁର୍ଗା ଭିନ୍ନ ଭିନ୍ନ ରୁପରେ ମହିଷାସୁର ସହ ଯୁଦ୍ଧ କରିଥିଲେ ଭିନ୍ନ ଭିନ୍ନ ଅବତାରରେ ଦେବୀ ଦୁର୍ଗାଙ୍କୁ ମହିଷାଷୁର ସହ ଯୁଦ୍ଧ କରିବାକୁ ପଡ଼ିଥିଲା । ସେଥିପାଇଁ ମା ଦୁର୍ଗାଙ୍କ ଏହି ୯ ଦିନର ବିଭିନ୍ନ ରୂପରେ ନବରାତ୍ରୀ ପାଳନ କରାଯାଏ

  • ନବରାତ୍ରିର ପ୍ରଥମ ଦିନରେ ମା ଦୁର୍ଗାଙ୍କୁ ଶୈଳପୁତ୍ରୀ ରୂପେ ପୂଜା କରାଯାଏ । ଏହି ଦିନ ମାଙ୍କ ଡାହାଣ ହାତରେ ତ୍ରିଶୁଳ ଏବଂ ବାମ ହାତରେ ପଦ୍ମ ରହିଥାଏ ।
  • ଦେବୀ ବ୍ରହ୍ମଚାରିଣୀଙ୍କୁ ନବରାତ୍ରୀର ଦ୍ୱିତୀୟ ଦିନରେ ପୂଜା କରାଯାଏ। ମାତା ବ୍ରହ୍ମଚାରିଣୀଙ୍କ ଗୋଟିଏ ହାତରେ ପଦ୍ମ ଓ ଅନ୍ୟ ହାତରେ କମଣ୍ଡଳ ଧରିଥାନ୍ତି। ତାଙ୍କୁ ସଠିକ୍ ଉପାସନା କରି ଭକ୍ତମାନଙ୍କର ସମସ୍ତ ଅସୁବିଧା ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି
  • ନବରାତ୍ରୀର ତୃତୀୟ ଦିନରେ ମାଙ୍କୁ ଚନ୍ଦ୍ରଘଣ୍ଟା ରୂପରେ ପୂଜା କରାଯାଏ। ମସ୍ତକରେ ଅର୍ଦ୍ଧଚନ୍ଦ୍ର ବିରାଜମାନ ହୋଇଥାଏ । ହାତରେ ଖଡ୍‌ଗ, ତ୍ରିଶୁଳ, ଗଦା, ଧନୁ, ତୀର ଏବଂ ପଦ୍ମ ରହିଥାଏ
  • ନବରାତ୍ରୀର ଚତୁର୍ଥ ଦିନରେ କୁଷ୍ମାଣ୍ଡା ଏବଂ ପଞ୍ଚମ ଦିନରେ  ସ୍କନ୍ଦମାତା ବେଶରେ ମା ପୁଜା ପାଆନ୍ତି
  • ନବରାତ୍ରୀର ଷଷ୍ଠ ଦିନରେ ମାତା କାତ୍ୟାୟନୀଙ୍କ ପୂଜା କରାଯାଏ । ସେହି ଦିନ ମା ଙ୍କ ରଙ୍ଗ ସ୍ବର୍ଣ୍ଣ ପରି ଉଜ୍ଜ୍ୱଳ ଦିଶେ ଏବଂ ଚାରିଟି ବାହୁ ରହିଥାଏତାଙ୍କ ହାତ ଅଭୟ ମୁଦ୍ରା, ବର ମୁଦ୍ରା, ଖଡ୍‌ଗ ଏବଂ ପଦ୍ମ ଫୁଲ ରହିଥାଏ ।
  • ନବରାତ୍ରିର ସପ୍ତମ ଦିନରେ ମାତା କାଳରାତ୍ରୀଙ୍କୁ ପୂଜା କରାଯାଏ । ମାତା କାଳରାତ୍ରୀଙ୍କର ତିନୋଟି ଆଖି ଏବଂ ଚାରି ବାହୁ ରହିଛି । ମା ତାଙ୍କ ହାତରେ ଖଣ୍ଡା, ଲୁହା ଅସ୍ତ୍ର, ଅଭୟ ମୁଦ୍ରା ଏବଂ ବର ମୁଦ୍ରା ରହିଥାଏ
  • ନବରାତ୍ରୀର ଅଷ୍ଟମ ଦିନରେ ମାତା ମହାଗୌରୀଙ୍କୁ ପୂଜା କରାଯାଏ। ମାତା ବଳଦ ସବାରୀ କରିଥାନ୍ତି । ରଙ୍ଗ ମଧ୍ୟ ଧଳା ହୋଇଥାଏମାତା ମହାଗୌରୀ ଅଭୟ ମୁଦ୍ରା, ତ୍ରିଶୁଳ, ଡମ୍ବରୁ ଏବଂ ବର ମୁଦ୍ରାଙ୍କୁ ଚାରି ହାତରେ ଧରିଥାନ୍ତି ।
  • ନବରାତ୍ରୀ ପର୍ବର ନବମ ତଥା ଶେଷ ଦିନରେ ମାତା ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ମାତାଙ୍କର ୧୦ଟି ବାହୁ ରହିଥିବା ବେଳେ ପଦ୍ମ, ଚକ୍ର, ଗଦା ଏବଂ ଶଙ୍ଖ ଧରିଥାନ୍ତିଦେବୀ ସିଦ୍ଧିଦାତ୍ରୀ ସିଂହ ଉପରେ ଆରୋହଣ କରନ୍ତି।

ନବରାତ୍ରୀର ଶେଷରେ ବିଜୟା ଦଶମୀ ପାଳନ ହୁଏ। କୁହାଯାଏ ଏହିଦିନ ମା ଦୁର୍ଗା ମହିଷାସୁରକୁ ବଦ୍ଧ କରିଥିଲେ।