Category News

କେଜ୍ରିୱାଲ ହେବେ କି ପଞ୍ଜାବ ମୁଖ୍ୟମନ୍ତ୍ରୀ!

ପଞ୍ଜାବ ମୁହାଁ ହେବେ କି ଅରବିନ୍ଦ କେଜରୀୱାଲ?ଦୀଲ୍ଲି ଛାଡ଼ି ପଞ୍ଜାବ ଯିବେ କି ଆପ୍ ପୁରୋଧା?ଦୀଲ୍ଲିରୁ ହାରିଗଲା ପରେ, ପଞ୍ଜାବର ସି ଏମ୍ ସିଟରେ ବସିବେକି କେଜରିୱାଲ୍?ଦୀଲ୍ଲିରୁ ପରାଜିତ ହେବା ପରେ କେଜରିୱାଲଙ୍କୁ ନେଇ ଏମିତି ଚର୍ଚ୍ଚା ଗଣମାଧ୍ୟମକୁ ଖୋରାକ୍ ଯୋଗାଉଛି।କେଜରିୱାଲଙ୍କ ଦୀଲ୍ଲି ଦଖଲର ସ୍ୱପ୍ନ ପୂରଣ ନ ହେବା ପରେ ସେ ଏବେ ପଞ୍ଜାବକୁ ନେଇ ସ୍ୱପ୍ନ ଦେଖୁଥିବା ଚର୍ଚ୍ଚା। ଦୀଲ୍ଲୀରେ ୨୦୧୫ରୁ ଏକାକୀ କ୍ଷମତାରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି  ୨୦୨୫ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛି।ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଦଖଲ କରିଛି ବିଜେପି। ଆପ୍‌ ଦିଲ୍ଲୀରେ ହାରିଥିବା ବେଳେ ଦଳର ମୁଖିଆ କେଜ୍ରିୱାଲ ବି  ନୂଆଦୀଲ୍ଲି ଆସନରେ ବି ପରାସ୍ତ ହୋଇଛନ୍ତି।

ଆପ୍‌ ଦିଲ୍ଲୀରେ ହାରିବା ପରେ ଏବେ ସମସ୍ତଙ୍କ ନଜର ପଞ୍ଜାବ ଉପରେ ରହିଛି। କାରଣ ଦିଲ୍ଲୀ ବ୍ୟତୀତ ଆପ୍‌ ପଞ୍ଜାବରେ ବି ସରକାର କରିଛି।ଦିଲ୍ଲୀର କ୍ଷମତା ହାତରୁ ଖସି ଯାଇଥିବାରୁ କୁହାଯାଉଛି ଯେ କେଜ୍ରିୱାଲ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି।ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହଟାଇ ସେ ରାଜ୍ୟରେ ଦାୟିତ୍ୱ ନେବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି।

ଚର୍ଚ୍ଚା ଅନୁସାରେ, କେଜ୍ରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଏହାପରେ ସେ ବିଧାନସଭା ଉପ ନିର୍ବାଚନ ଲଢ଼ିବେ। ବର୍ତ୍ତମାନ ଲୁଧିଆନା ୱେଷ୍ଟ ଆସନ ଖାଲି ପଡ଼ିଛି। ୨୦୨୨ରେ ଏଠାରେ ଆପ୍‌ ଟିକେଟରେ ଗୁରପ୍ରୀତ ବାସି ଗୋଗି ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ଦେହାନ୍ତ ଯୋଗୁ ଏହି ଆସନ ଖାଲି ପଡ଼ିଛି। ଖୁବଶୀଘ୍ର ଏଠାରେ ଉପ ନିର୍ବାଚନ ହୋଇପାରେ। ଏହି ଉପ ନିର୍ବାଚନରେ କେଜ୍ରିୱାଲ ଆପ୍‌ରୁ ଲଢ଼ି ବିଧିବଦ୍ଧ ଭାବେ ପଞ୍ଜାବ ସରକାରରେ ସାମିଲ ହୋଇପାରନ୍ତି ।

ଏବେ ଆପର ଫୋକସରେ ପଞ୍ଜାବ।୨୦୨୨ ବିଧାନସଭା ନିର୍ବାଚନ ବେଳେ ଆପ୍‌ ପଞ୍ଜାବରେ ବଡ଼ ବିଜୟ ହାସଲ କରିଥିଲା।ରାଜ୍ୟର ୧୧୭ ବିଧାନସଭା ଆସନରୁ ଦଳ ଏକାକୀ ୯୨ଟି ସ୍ଥାନରେ ବାଜିମାତ କରିଥିଲା। କିନ୍ତୁ ଦିଲ୍ଲୀ ବିଧାନସଭାରେ ଆପର ପରାଜୟ ଦଳର ପଞ୍ଜାବ ୟୁନିଟରେ ଅସ୍ଥିରତା ସୃଷ୍ଟି କରିଛି। କିଛି ନେତା ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ନେତୃବୃନ୍ଦ ପଞ୍ଜାବ ସରକାରରେ ହସ୍ତକ୍ଷେପ ଜାରି ରଖିଛନ୍ତି।ଏବେ ଦିଲ୍ଲୀ ହାତରୁ ଖସି ଯିବାରୁ ଏହି ହସ୍ତକ୍ଷେପ ଆହୁରି ବଢ଼ିବ ବୋଲି ସେମାନେ ଆଶଙ୍କା କରିଛନ୍ତି।ପଞ୍ଜାବ ଆପ୍‌ରେ ଦେଖାଯାଇଥିବା ଅସ୍ଥିରତାରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଆପ୍‌ ସୁପ୍ରିମୋ କେଜ୍ରିୱାଲ ନିଜେ ସେଠାରେ ସରକାର ଚଳାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।

ବାହାଘର ପାଇଁ ମିଳୁଛି ୫୦ ଲକ୍ଷ ପର୍ଯ୍ୟନ୍ତ ଲୋନ୍

ବାହାଘର, ଭାରତୀୟ ସଂସ୍କୃତିର ଏକ ମହାନ୍ ପରମ୍ପରା।ଏ ପରମ୍ପରା ଯେତିକି ଅଦ୍ଭୁତ,ସେତିକି ସ୍ୱତନ୍ତ୍ର।ରଙ୍ଗୀନ ପୋଷାକ, ଚମତ୍କାର ସାଜସଜ୍ଜା ଏବଂ ପରମ୍ପରାର ସହ ଜଡ଼ିତ ଭାରତୀୟ ବିବାହର ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛିରୀତିନୀତିକୁ ନେଇ ଚର୍ଚ୍ଚାରେ ଅଛି ଭାରତ।୨୦୨୪ରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ,ପ୍ରାୟ ୪୮ ଲକ୍ଷ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ୬ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ବାହାଘରକୁ ନେଇ ପ୍ରତେକ ଲୋକଙ୍କର ଏକ ସ୍ୱତନ୍ତ୍ର ଇମୋସନ୍ ରହିଛି।ସମସ୍ତେ ନିଜର ଶକ୍ତି ସାମର୍ଥ୍ୟ ଅନୁଯାୟୀ ମ୍ୟାରେଜ ସେରେମନିରେ ଇନଭେଷ୍ଟ କରନ୍ତି। ମାତ୍ର ବଡ଼ ଆକାରରେ ବିବାହ ଆୟୋଜନ କରିବା ସମସ୍ତଙ୍କ ପାଇଁ ସହଜ କଥା ନୁହେଁସାଧାରଣତଃ ଭାରତୀୟ ବିବାହର ବଜେଟ୍ ୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ଥିବାବେଳେ ଡେଷ୍ଟିନେସନ୍ ୱେଡିଂ ଭଳି ବହୁ ଇଭେଣ୍ଟ ପାଇଁ ୧ କୋଟି ଟଙ୍କା କିମ୍ବା ତାଠାରୁ ଅଧିକ ଖର୍ଚ୍ଚ ହୁଏ।ରିପୋର୍ଟ ଅନୁସାରେ ୨୦୨୪ରେ ହାରାହାରି ବିବାହ ବଜେଟ୍ ୩୬.୫ ଲକ୍ଷରେ ପହଞ୍ଚି ଯାଇଛି, ଯାହା ଗତ ବର୍ଷ ତୁଳନାରେ ୭ ପ୍ରତିଶତ ଅଧିକ।ବିଶେଷକରି ଡେଷ୍ଟିନେସନ୍ ୱେଡିଂର ହାରାହାରି ଖର୍ଚ୍ଚ ୫୧.୧ ଲକ୍ଷରେ ପହଞ୍ଚିଛି।ଏହି ଖର୍ଚ୍ଚର ମୁଖ୍ୟ କାରଣ ହେଉଛି ସ୍ଥାନ ଏବଂ କ୍ୟାଟରିଂର ମୂଲ୍ୟ ବୃଦ୍ଧି।

ବଢ଼ୁଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଲୋକମାନେ ବର୍ତ୍ତମାନ ନିଜ ସଞ୍ଚୟ ହ୍ରାସ ନକରି ବିବାହ ଖର୍ଚ୍ଚ ପୂରଣ କରିବାକୁ ବ୍ୟକ୍ତିଗତ ଋଣ ନେବାକୁ ପସନ୍ଦ କରୁଛନ୍ତି । ଅନେକ ହୁଏତ ଏକଥା  ଜାଣିନଥିବେ କି  ବାହାଘର ପାଇଁ ମଧ୍ୟ ଲୋନ୍ ଉପଲବ୍ଧତେବେ ଆସନ୍ତୁ ଜାଣିବା ବାହାଘର ପାଇଁ  କିପରି ଲୋନ୍  ମିଳେ ଏବଂ  ଆପଣ କିପରି ଏଥିପାଇଁ ଆବେଦନ କରିପାରିବେ ?ବାହାଘର ପାଇଁ ନେଉଥିବା ଲୋନ୍ ହେଉଛି ଏକ ପ୍ରକାର ପର୍ସନାଲ ଲୋନ୍ ବାହାଘର ସମ୍ବନ୍ଧୀୟ ଖର୍ଚ୍ଚ ପୂରଣ ଏହି ଲୋନ୍ ବ୍ୟବହାର ହୁଏଭେନ୍ୟୁ ବୁକ କରିବା ଠାରୁ ଆରମ୍ଭ କରି   କ୍ୟାଟରିଂର ବ୍ୟବସ୍ଥା, ବାହାଘର ପୋଷାକ କିଣା ଆଦି ଖର୍ଚ୍ଚ ପରିଚାଳନାରେ ଏହି ଟଙ୍କା ଲଗାଇପାରିବେ।  ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତରେ ମ୍ୟାରେଜ୍ ଲୋନ୍ ପାଇଁ କୌଣସି ବନ୍ଧକ ରଖିବାକୁ ପଡ଼େନାହିଁ

ବିନା ସିକ୍ୟୁରିଟି ଡିପୋଜିଟରେ ଜଣେ ଚାହିଁଲେ ୫୦,୦୦୦ ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତି ବିବାହ ଋଣ ନେଇପାରିବେ। ମାତ୍ର ୧୨ ରୁ ୬୦ ମାସ ମଧ୍ୟରେ ଏହି ଲୋନ୍ ଶୁଝିବାକୁ ପଡ଼ିବବିନା ଆର୍ଥିକ ଚାପରେ ବିବାହ ଉତ୍ସବକୁ ସୁଚାରୁରୂପେ ଆୟୋଜନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପତେବେ ମ୍ୟାରେଜ୍ ଲୋନ୍ ଆପ୍ଲାଏ ପାଇଁ କିଛି ଯୋଗ୍ୟତା ରହିବା ଜରୁରୀ। ଆବେଦକଙ୍କ ବୟସ ୨୧ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକସେ ଭାରତୀୟ ନାଗରିକ ହେବାସହ ତାଙ୍କର ଏକ ସ୍ଥିର ରୋଜଗାରର ସ୍ରୋତ ରହିବା ଦରକାରସେହିପରି ଲୋନ୍  ଆପ୍ରୁଭ୍ ପାଇଁ ୭୫୦ରୁ ଅଧିକ କ୍ରେଡିଟ ସ୍କୋର ରହିବା ଜରୁରୀ । ମ୍ୟାରେଜ୍ ଲୋନ୍ ଉପରେ ସୁଧ ହାର ବାର୍ଷିକ ୧୦ ପ୍ରତିଶତରୁ ୨୪ ପ୍ରତିଶତ ମଧ୍ୟରେ ରହିଥାଏ।  ଏହି ହାର ଆପଣଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ଏବଂ ବଜାର ଅବସ୍ଥା ଉପରେ ନିର୍ଭର କରେସଠିକ୍ ଡିଲ୍ ପାଇବା ପାଇଁ ବିଭିନ୍ନ ବ୍ୟାଙ୍କ ଏବଂ ସେମାନଙ୍କ ସର୍ତ୍ତ ତୁଳନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ତେବେ ଆପଣମାନେ ମଧ୍ୟ ଏ ସୁବିଧାର ଲାଭ ଉଠାଇ ପାରନ୍ତି। ବାହାଘର ଭଳି ବଡ଼ ବଜେଟରେ ହାଲୁକା ହେବା ପାଇଁ ବ୍ୟାଙ୍କରୁ ବିନା ବନ୍ଧକରେ ଲୋନ୍ ନେଇ ପାରନ୍ତି।

ଠକୁଛନ୍ତି ଓଲା ଓବେର

ଗ୍ରାହକଙ୍କୁ ଠକୁଛନ୍ତି ଓଲା ଓବେର।ଜରୁରୀକାଳୀନ ସ୍ଥିତିରେ ବୁକିଂ କଲେ ଦବାକୁ ପଡ଼ୁଛି ଅଧିକ ଭଡ଼ା।ନିର୍ଦ୍ଧାରିତ ମୁଲ୍ୟଠାରୁ କରୁଛନ୍ତି ଏକ୍ସଟ୍ରା ଡ଼ିମାଣ୍ଡ ବୁକିଂ ଫେୟାରଠୁ ନେଉଛନ୍ତି ଅଧିକ ଟଙ୍କା।ଏପରିକି ଡିଭାଇସ ୱାଇଜ୍ ରହୁଛି ଫେୟାର  ଡ଼ିଫରେନ୍ସ,ଆଣ୍ଡ୍ରୋଏଡ ସେଟରେ ଓଲା ଓବେର ପାଇଁ ଯେତିକି ଭଡା ରହୁଛି ଆପଲ ସେଟରେ ବୁକିଂ କଲେ ତାଠୁ ଅଧିକ ଦେବାକୁ ପଡୁଛି।ଓଲା ଓବେରର ଏଭଳି ଅନୈତିକ କାର୍ଯ୍ୟ ପାଇଁ ହଇରାଣ ହେଉଛନ୍ତି ଗ୍ରାହକ।ଯାହାକୁ ନେଇ ଆସିଛି ସାଙ୍ଘାତିକ ତଥ୍ୟ।ଗ୍ରହକଙ୍କୁ ଶୋଷଣ କରିବା ଅଭିଯୋଗରେ କ୍ୟାବ୍ ବୁକଂର ଦୁଇ ଅଗ୍ରଣୀ ସଂସ୍ଥା ଓଲା ଓବେର କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୁପକ୍ଷ ସିସିପିଏ ନୋଟିସ୍ ଜାରୀ କରିଛନ୍ତି।ଓଲା ଓବେର ବିରୁଦ୍‌ଧରେ ଭିନ୍ନ ଭିନ୍ନ ଭଡ଼ା ଆଦାୟ କରିବାର ଅଭିଯୋଗ ରହିଛି।

ଆଣ୍ଡ୍ରଏଡ୍ ସେଟରେ ଯାହା ଭଡା ଆସୁଛି ତାଠୁ ଅଧିକ ଭଡା ଆସୁଛି ଆଇ ଫୋନରେ।ଏଭଳି ପାତର ଅନ୍ତର ନୀତି ତଥା ଶୋଷଣକୁ ବିରୋଧ କରି ନୋଟିସ୍ ପଠେଇଛନ୍ତି ସରକାର।ଏପରିକି ଏନେଇ ସିରିୟସ ଅଛନ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶି।ଏ ପ୍ରସଙ୍ଗକୁ ନେଇ ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ତଦନ୍ତ କରୁଛି ସିସିପିଏ।କେଉଁ ଆଧାରରେ ଦୁଇ ଅଗ୍ରଣୀ ସଂସ୍ଥା ଓଲା ଓବେର ଏମିତି କରୁଛନ୍ତି ତାକୁ ନେଇ ଅସନ୍ତୋଷ ବୃଦ୍ଧିପାଉଛି ।ସମାନ ଯାଗାକୁ ବୁକିଂଂ କଲାବେଳେ ଆଣ୍ଡ୍ରଏଡ ସେଟରେ ଗୋଟାଏ ଭଡା ଦେଖୁଥିଲା ବେଳେ ଅନ୍ୟ ଫୋନ୍ ମଡ଼େଲରେ ସେହି ଯାଗାକୁ ବୁକିଂ କଲେ କଟୁଛି ଅଧିକ ଟଙ୍କା।ସମାନ ଯାଗାକୁ କାହିଁକି ଓ କୋଉ ଆଧାରରେ ଅଲଗା ଯଙ୍କା ଦେବାକୁ ପଡ଼ୁଛି ବୋଲି ଦୁଇ କମ୍ପାନୀକୁ ନୋଟିସ୍ ଦେିଛନ୍ତି ସରକାର ।ତେବେ ଏ ଘଟଣା  ନୁଆ ନୁହେଁ, 2024 ମସିହା ଡିସେମ୍ବର ମାସରୁ ଏ ନେଇ ଅନେକ ଅଭିଯୋଗ ହେଇଛି।ଯାହାକୁ ନେଇ ପରିସ୍ଥିତି ଏତେ ତୀବ୍ର ହୋଇଥିଲା ଯେ ସୋସିଆଲ ମିଡିଆରେ ବୁକିଂ।ସ୍କ୍ରିନିସଟ ସେୟାର କରିଥିଲେ ଉପଭୋକ୍ତା।ଯୋଉ ପୋଷ୍ଟ ବେଶ୍ ଭାଇରାଲ ବି ହୋଇଥିଲା।ଯାହାକୁ ଅଯୁକ୍ତିକର ଭାବେ ଖଣ୍ଡନ କରାଯାଇଥିଲେ ସୁଦ୍ଧା ଓଲା ଓବେର ବରୁଦ୍ଧରେ ଅସନ୍ତୋଷ ବଢିବାରେ ଲାଗିଛି।କେବଳ ଏତିକି ନୁହେଁ ମଧ୍ୟପ୍ରଦେଶର ଭୋପାଳ ସହରରେ ମଧ୍ୟ ଏ ନେଇ ଅଭିଯୋଗ ଆସିଛି।

 

ସେଠୁ ମଧ୍ୟ ଆସିଛି ଅଧିକ  ଟଙ୍କା ନେବାରେ ଅଭିଯୋଗ ।ସେ ଏରିଆରୁ ମଧ୍ୟପ୍ରଦେଶର ଭୋପାଳ ସହରରେ ଆଣ୍ଡ୍ରଏଡ୍ ଫୋନରେ ଓଲା ଆପରେ ଏମପି ନଗରରୁ ରାଜାଭୋଜ ବିମାନ ବନ୍ଦରରୁ ଯିବାପାଇଁ ବୁକିଂ କରିଥିଲେ ଯେଉଁଥିରେ 310 ଟଙ୍କା ଭଡା ଥିଲା ମାତ୍ର ସମାନ ଜାଗାପାଇଁ ଆଇଫୋନରେ ପଡ଼ିଥିଲା ଅଧିକ ଭଡା।ଆଣ୍ଡ୍ରଏଡରେ 310 ଟଙ୍କା ଭଡ଼ା ଥିଲା ବେଳେ ଆଇଫୋନ ବୁକିଂରେ ଆସିଥିଲା 368 ଟଙ୍କା।କେବଳ ଡିଭାଇଓ୍ ଡିଫରେନ୍ସ ନୁହେଁ ଅଧିକ ଥର ବୁକିଂ କରୁଥିବା ଗ୍ରାହକଙ୍କୁ ବି ଅନେକ ସମୟରେ ଅଧିକ ଟଙ୍କା ଦବାକୁ ପଡୁଛି।ଓଲା ଓବେର ଉପରେ ଅନେକ ଉପଭୋକ୍ତା ନିର୍ଭର କରୁଥିଲାଳ ବେେ ଏଭଳି ମନୋମୁଖି ନୀତି ଉପଭୋକ୍ତାଙ୍କୁ ଅଡୁଆରେ ପକାିପାରେ ବୋଲି ଚର୍ଚ୍ଚା ହେଉଛି।ତେବେ ଏ ନେଇ ସରକାର ଯଥାଶିଘ୍ର ଉପଯୁଚକ୍ତ ପଦକ୍ଷେପ ନେବା ସହିତ ମନୋମୁଖି ନୀତିରେ ରୋକ୍ ଲଗେଇଇବାର ଆବଶ୍ୟକତା ରହିଛି।

ଖେଳାଳିଙ୍କ ସାଙ୍ଗରେ ଯାଇପାରିବେନି ପତ୍ନୀ

କଠୋର ହେବେ ବିସିସି୍ଆଇ। ଏଣିକି ଆଉ ଖେଳାଳିଙ୍କ ସାଙ୍ଗର ଯାଇପାରିବେନି ପତ୍ନୀ ତଥା ପରିବାର। ଗାର୍ଲଫ୍ରେଣ୍ଡମାନଙ୍କୁ ମଧ୍ୟ ଯିବାକୁ ମିଳିବନି ଅନୁମତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ହାରିବା ପରେ ଖେଳାଳିଙ୍କ ପାଇଁ ଏଭଳି କିଛି କଠୋର ନିୟମ ଆଣିବାକୁ ଯୋଜନା କରୁଛି ବିସିସିଆଇ।ନିକଟରେ ଭାରତ ବର୍ଡର ଗାଭାସ୍କର ଟ୍ରଫି ହାରିଛି। ଅଷ୍ଟ୍ରେଲିଆ ଠାରୁ ସେ ପରାଜୟର ସମ୍ମୁଖୀନ ହୋଇଛି। ଏହାପରେ ଅଧିନାୟକ, ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ କେବଳ ସମାଲୋଚନା କରାଯାଇ ନ ଥିଲା ବରଂ ବିସିସିଆଇ ମଧ୍ୟ ଟାର୍ଗେଟକୁ ଆସିଛନ୍ତି।ଏହାପରେ ଏବେ ଖେଳାଳିଙ୍କୁ ନେଇ କିଛି କଠୋର ନିୟମ ଆଣିବକୁ ବିସିସିଆଇ ପ୍ରସ୍ତୁତ ହେଉଥିବା ସୂଚନା ରହିଛି।

ନୂଆ ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହି ପାରିବେ ନାହିଁ। ପରିବାରକୁ କେବଳ ଦୁଇ ସପ୍ତାହ ପାଇଁ ରହିବାକୁ ଅନୁମତି ମିଳିବ। ଏହାଛଡ଼ା ସମସ୍ତ ଖେଳାଳି ଟିମ୍ ବସ୍‌ରେ ଯାତ୍ରା କରିବା ବାଧ୍ୟତାମୂଳକ। ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ନିଜସ୍ୱ ମ୍ୟାନେଜରକୁ ଭିଆଇପି ବକ୍ସ କିମ୍ବା ଟିମ୍ ବସରେ ବସିବାକୁ ଅନୁମତି ମିଳିବ ନାହିଁ।ଖେଳାଳିଙ୍କ ଲଗେଜ୍ ଯଦି ୧୫୦ କିଲୋଗ୍ରାମରୁ ଅଧିକ ହୁଏ ତେବେ ଅତିରିକ୍ତ ସାମଗ୍ରୀର ଶୁଳ୍କ ବିସିସିଆଇ ପଇଠ କରିବ ନାହିଁ।

ବିଏମ୍‌ସି ଆଣିବ ହ୍ୱାଟସ୍‌ଆପ୍‌ ଚାଟ୍‌ବଟ୍‌

ନାଗରିକମାନଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ BMC ଆଣୁଛି ନୂଆ ଉପାୟ। ମୋବାଇଲ ହ୍ୱାଟ୍‌ସ ଆପ୍‌ ଚାଟ୍‌ବଟ୍‌ ଜରିଆରେ ଏଣିକି ନାଗରିକମାନେ ହୋଲ୍ଟି ଟାକ୍ସ, ଘର ଭଡ଼ା, ଦୋକାନ ଘର ଭଡ଼ା, ଆଦି ସମସ୍ତ ଟାସ୍କ ପୈଠ କରିବା ସହ ବିଭିନ୍ନ ସମସ୍ୟା ଉପସ୍ଥାପନ କରିପାରିବେ।ଏଥିପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ହ୍ୱାଟ୍‌ସଆପ୍‌ ଚାଟ୍‌ବଟ୍‌ ଦ୍ୱାରା ପ୍ରସ୍ତୁତ ଏହି ସଫ୍ଟୱେୟାରରେ ନାଗରିକମାନେ ନିଜ ଘର କିମ୍ବା ଦୋକାନର ହୋଲ୍ଡିଂ ନମ୍ବର ଲେଖିଲେ, ଆପେ ଆପେ ତାଙ୍କର ସମସ୍ତ ତଥ୍ୟ ବାହାରିବ। କେତେ ଦିନ ହେଲା ଟିକସ ବା ଭଡ଼ା ଦେଇ ନାହାନ୍ତି, କେତେ ଟଙ୍କା ଦେବାକୁ ହେଉଛି,କାହା ପାଖକୁ ପଠାଇବାକୁ ପଡ଼ିବ ଆଦି ସମସ୍ତ ତଥ୍ୟ ଆସିବ। ତେଣୁ ନାଗରିକଙ୍କୁ ଆଉ ବାରମ୍ବାର ୱାର୍ଡ ଅଫିସ କିମ୍ବା ବିଏମ୍‌ସି ମୁଖ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। 

ସେହିପରି ଭେଣ୍ଡିଂ ଜୋନ୍‌, ବିଭିନ୍ନ ମାର୍କେଟ କମ୍ପେ୍ଲକ୍ସ, ମାର୍କେଟ୍‌ ଆଦି ପରିଚାଳନା ଓ ଟାକ୍ସ ବା ଭଡ଼ା ଆଦାୟ ପାଇଁ ଏମରଟେକ୍‌ ଆର୍‌ ଏନ୍‌ ଡି ସଲ୍ୟୁସନ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଏକ ସଫ୍ଟୱେୟାର ପ୍ରସ୍ତୁତ କରାଯାଉଛି।ଏହା ମଧ୍ୟ ସେହି ହ୍ୱାଟ୍‌ସଆପ୍‌ ଚାଟ୍‌ବଟରେ ରହିବ।ଅର୍ଥାତ୍‌ ମୋବାଇଲରେ ଭୁବନେଶ୍ୱର ମହାନଗର ନିଗମର ନାଗରିକମାନେ ନିଜ ଟିପରେ ସମସ୍ତ ସମସ୍ୟାର ସମାଧାନ କରିପାରିବେ। ଏଥିପାଇଁ ବିଏମ୍‌ସି ଏକାମ୍ର ହଲ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ କର୍ପୋରେଟରଙ୍କ ସହ ବିଏମ୍‌ସି ପକ୍ଷରୁ ମେୟର ସୁଲୋଚନା ଦାସ,କମିଶନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଅଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ଓଡ଼ିଶା ଲୋକ

ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ଓଡ଼ିଶା ଲୋକ। ଏକଥାକୁ ନେଇ ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲା ଫୁଲବାଣୀର ଦାନି ଭିକ୍ଷୁକ ତୁଳା ମାଉସୀ। ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ଫୋଟ ଚିତ୍ରକୁ ସ୍ଥାନୀୟ ଅଞ୍ଚଳରେ ଢେର୍‌ ଚର୍ଚ୍ଚା ହେଉଛି। କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଅର୍ଥାତ ଜାନୁଆରୀ ମାସ ପେଜରେ ତାଙ୍କର ଫଟୋ ରହିଛି। ଏହି କ୍ୟାଲେଣ୍ଡରକୁ ଗତ ୬ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ଯାହାକୁ ନେଇ ଦାନି ଭିକ୍ଷୁକ ତୁଳା ମାଉସୀ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।

କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଭିକ୍ଷୁକ ତୁଳା ମାଉସୀ ଭିକ ମାଗି ଜୀବନ ବ୍ୟାପୀ ଯାହା ସଂଚୟ କରିଥିଲେ, ସେଥିରୁ ଏକ ଲକ୍ଷ ଟଙ୍କା ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ।ତାଙ୍କର ଏହି ମହାନତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଫୁଲବାଣୀ ଗସ୍ତରେ ଆସିଥିଲେ, ସେହି ସମୟରେ ଭରା ସଭାରେ ତୁଳା ମାଉସୀଙ୍କୁ ମଞ୍ଚକୁ ଡାକି ମୁଣ୍ଡିଆ ମାରି ପ୍ରଣାମ କରିଥିଲେ।ଏପରିକି ତାଙ୍କୁ ସମ୍ମାନିତ କରିଥିଲେ। ସେହି ଫଟ କ୍ୟାଲେଣ୍ଡରରେ ପ୍ରକାଶ ପାଇଛି।

ଆଳୁ ଖୋଳୁ ଖୋଳୁ ମହାଦେବ:ଅଡ଼ୁଆରେ ଅନନ୍ତ ନାରାୟଣ

ଭୁବନେଶ୍ୱର ସଫେଇ ମଜଦୁର ସଂଘ ସମ୍ପାଦକ ସହଦେବ ନାୟକ ହତ୍ୟାକାଣ୍ଡକୁ ନେଇ ରାଜଧାନୀ ରାଜନୀତି ସରଗରମ।ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ। ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି । ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାକୁ ରାଜନୀତିକ ରଙ୍ଗ ଦେବାକୁ ବିଜେଡି ପ୍ରୟାସ କରୁଥିବା କହି ବିଜେପି ମଧ୍ୟ ପାଲଟା ଜବାବ ଦେଇଛି । ବିଜେଡି ବିଜେପିର କଥାକଟାକଟି ଭିତରେ ଏବେ ଅଡ଼ୁଆରେ ଛନ୍ଦି ହୋଇଛନ୍ତି ଅନନ୍ତ ନାରାୟଣ ଜେନା।

ଭୁବନେଶ୍ୱରର ପୂର୍ବତନ ମେୟର ତଥା ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପୁରୁଣା ଫାଇଲ୍ ଖୋଲିବ ବୋଲି ଚେତାବନୀ ଦେଇଛି।ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ବିଜେପି କହିଛି।ବିଜେଡି ଏହି ହତ୍ୟା ଘଟଣାରେ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ଆଳରେ ନିଜର ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଛି । ପୁଲିସର ଭୂମିକାକୁ ସନ୍ଦେହଘେରକୁ ଟାଣି ୨୦୨୪ ନଭେମ୍ବର ୩ତାରିଖର ଏକ ସିସିଟିଭି ଫୁଟେଜ୍ ମଧ୍ୟ ଜାରି କରିଛି।ତେବେ ସହଦେବଙ୍କ ହତ୍ୟା ମାମଲାରେ ବିଜେଡିର ଏଭଳି ରାଜନୈତିକ ବୟାନବାଜିର ପାଲଟା ଜବାବ ଦେଇଛି ବିଜେପି।

ଭୁବନେଶ୍ୱର ବିଜେପି ସଭାପତି ବିଧାୟକ ବାବୁ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି ସହଦେବଙ୍କ ହତ୍ୟାରେ ଯିଏବି ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୋହନ ମାଝୀ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି।ବିଜେଡି ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିଜର ରାଜନୀତିକ ରୁଟି ନସେକୁ ବୋଲି ସତର୍କ କରାଇ ଦେଇଛନ୍ତି।୧୦ବର୍ଷ ତଳର ଋଷି ହତ୍ୟାକାଣ୍ଡ ଓ ସେକ୍ସ ସ୍କାଣ୍ଡାଲ ଫାଇଲ ଖୋଲିବା ପାଇଁ ସରକାରଙ୍କ ନିକଟରେ ବିଜେପି ଦାବି ରଖିବ ବୋଲି ଚେତାବନୀ ଦେବାପରେ ବିଧାୟକ ଅନନ୍ତ ଜେନାଙ୍କ ଅଡ଼ୁଆ ବଢ଼ିବାର ଆଶଙ୍କା ରହିଛି। ବିଜେଡିର ଦୋମୁହାଁ ନୀତିକୁ ସମାଲୋଚନା କରି ଋଷି ହତ୍ୟାବେଳେ ତା’ର ପରିବାରକୁ କ’ଣ ନ୍ୟାୟ ଦିଆଯାଇଛି ବୋଲି  ଟାର୍ଗେଟ କରିଛନ୍ତି।ଋଷି ହତ୍ୟା ଓ ସେକ୍ସ ସ୍କାଣ୍ଡାଲରେ ଅନନ୍ତଙ୍କ ଅଡ଼ୁଆ ବଢିପାରେ ବୋଲି ଚର୍ଚ୍ଚା।

ସୁଦଶା ବ୍ରତର ସ୍ୱତନ୍ତ୍ର ବିଧି କଣ ପାଇଁ

ଓଡ଼ିଆ ପରମ୍ପରାରେ ମହାଲକ୍ଷ୍ମୀଙ୍କର ପୂଜା ପରମ୍ପରା ଅତି ପ୍ରାଚୀନ।ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ସ୍ୱତନ୍ତ୍ର। ଏହି ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ। ଏହାକୁ ସାଧାରଣତଃ ସଧବା ନାରୀମାନେ କରନ୍ତି। ଏହା ପାଳନ କରିବା ପଛରେ କ’ଣ ଉଦ୍ଦେଶ୍ୟ ଆସନ୍ତୁ ଜାଣିନେବା।ବାର ମାସରେ ତେର ପର୍ବରେ ବନ୍ଧା ଉତ୍କଳୀୟ ପରମ୍ପରା। ଉତ୍କଳୀୟ ସଂସ୍କୃତି ଧର୍ମୀୟ ଭାବନାରେ ପୂଜାବ୍ରତ ଆଧାରରେ ଲକ୍ଷ୍ମୀ ପୂଜାର ସ୍ଥାନ ହେଉଛି ଶ୍ରେଷ୍ଠ। ଧନଧାନ୍ୟ ଓ ଶ୍ରୀବୃଦ୍ଧି ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଆରାଧନା ତଥା ଉପାସନା କରିଥାନ୍ତି।

ବିଷ୍ଣୁ ପୁରାଣ,ପଦ୍ମ ପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ଭାଗବତ ଆଦିରେ ମହାଲକ୍ଷ୍ମୀଙ୍କର ବର୍ଣ୍ଣନା ରହିଛି।କୁହାଯାଏ ଯେଉଁଠି ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ସେଠି ଧନ-ସମ୍ପଦ,ଐଶ୍ୱର୍ଯ୍ୟ-ସମୃଦ୍ଧି ହୋଇଥାଏ। ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ।ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ,ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ। ପରିବାର ପାଇଁ ସୁ-ଦଶା ଅର୍ଥାତ୍ ଭଲ ସମୟ କାମନା କରି ଓଡ଼ିଆ ଘରର ସଧବା ମହିଳାମାନେ ମା’ଲକ୍ଷ୍ମୀଙ୍କର ଏହି ବ୍ରତ କରିଥାଆନ୍ତି।ଐଶ୍ୱର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ ନିଷ୍ଠା ଓ ଭକ୍ତିମୟ ପରିବେଶରେ ରାଜ୍ୟର କୋଣ ଅନୁକୋଣରେ ପାଳିତ ହୋଇଥାଏ। ପଦ୍ମପୁରାଣ ଅନୁସାରେ,ଯେକୌଣସି ମାସର ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସୁଦଶା ବ୍ରତ ପାଳନ ହୁଏ। ଏ ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ।

ସୁଦଶାର ଅର୍ଥ:

ସୁଦଶାର(ସୁ=ଭଲ, ଦଶା=ସମୟ) ଅର୍ଥ ଭଲ ସମୟ। ଗ୍ରାମାଞ୍ଚଳରେ କିନ୍ତୁ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇଯାଇଛି। ଫଳରେ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ସ୍ଥାନ ପାଇଛି।
ବ୍ରତର ବିଧାନ:
ଏହି ବ୍ରତରେ ସାଧାରଣ ଦ୍ରବ୍ୟ ଛଡ଼ା ଦଶ ଫୁଲ, ଦଶ ଫଳ, ଦଶ ଦୂର୍ବା, ଦଶ ଖିଅ ସୂତାର ଦଶ ଗଣ୍ଠିଯୁକ୍ତ ଡୋର ଓ ଦଶଟି ମଣ୍ଡାର ଆବଶ୍ୟକ ହୁଏ। ଏହି ବ୍ରତରେ ମହାଲକ୍ଷ୍ମୀଙ୍କୁ ପୂଜାକରିବା ସହ ମହାଲକ୍ଷ୍ମୀ ସ୍ତୋତ୍ର ପାଠ କରାଯିବାର ବିଧି ରହିଛି। ପୂଜା ଶେଷରେ ବିବାହିତା ନାରୀମାନେ ବ୍ରତଧାରଣ କରନ୍ତି।ସୁଦଶା ବ୍ରତରେ ମହାଲକ୍ଷ୍ମୀଙ୍କ ନାମରେ ଦଶଟି ଗଣ୍ଠି ପକାଯାଏ। ସେହି ନାମଗୁଡ଼ିକ ହେଲା ଲକ୍ଷ୍ମୀ ନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନେସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି ନାଶିନୀ, ବିଷ୍ଣୁ ପାଟରାଣୀ।

Sudasha Brata Osha

ଏହି ବ୍ରତ ପଛରେ ବିଦର୍ଭ ଦେଶ ନରପତି ନଳ ଓ ତାଙ୍କ ପାଟରାଣୀ ଦମୟନ୍ତୀଙ୍କ ଉତ୍‌ଥାନ-ପତନ କାହାଣୀ ରହିଛି। ଥରେ ଜଣେ ବିଧବା ବ୍ରାହ୍ମଣୀ ନଦୀରୁ ପାଣି ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଥିଲେ। ବ୍ରତ ହଜାଇ ବିକଳ ଭାବେ କାନ୍ଦୁଥିବା ବେଳେ ନଳରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଥିଲେ।ବ୍ରତଟି କିନ୍ତୁ ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ‘ଲକ୍ଷ୍ମୀଛଡ଼ା’ ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଥିଲେ।ବ୍ରତଦାନ ପରେ ରାଜା ଓ ରାଣୀଙ୍କର ଦୁର୍ଦ୍ଦଶା ଆରମ୍ଭ ହେଲା। ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବା ପରେ ସେମାନଙ୍କର ସମସ୍ତ ସୁଖ ସୌଭାଗ୍ୟ ଫେରି ଆସିଲା।ଏହି ବ୍ରତ କଲେ ବ୍ରତଧାରୀମାନେ ଉତ୍ତମ ପରିସ୍ଥତି ଓ ଶୁଭଫଳ ପ୍ରାପ୍ତ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

କଳା ରଙ୍ଗ ପାଇଁ ଅପମାନିତ ହେଉଥିଲେ ସୁପରଷ୍ଟାର

ଦିନେ ନିଜର କଳାରଙ୍ଗ ପାଇଁ ଅପମାନିତ ହେଉଥିଲେ,କିନ୍ତୁ ସମୟ ସୁଅରେ ପାଲଟିଗଲେ ସୁପରଷ୍ଟାର।ଯୋଉ କଳାରଙ୍ଗ ପାଇଁ ଅନେକ ଜାଗାରେ ଅବହେଳାର ଶିକାର ହେଇଥିଲେ ଦିନେ ସେହି କଳାରଙ୍ଗ ହିଁ ତାଙ୍କୁ ଆଟ୍ରାକ୍ସନର ଫୋକସ୍ ପଏଣ୍ଟ ସଜେଇଥିଲା। ଯଦିଓ ଏ ଆକ୍ଟର ଜଣଙ୍କ ଅଧିକ ଫିଲ୍ମରେ କାମ କରି ନାହାନ୍ତି ତଥାପି ନିଜର ଲାଇଫ୍ ଷ୍ଟାଇଲକୁ ନେଇ ସେ ଖୁବ୍ ଚର୍ଚ୍ଚାରେ। ଚର୍ଚ୍ଚାରେ ଥିବା ସେହି ଫେମସ୍ ପର୍ସନାଲିଟି ହେଉଛନ୍ତି  ବିପାଶା ବସୁ । ଯିଏକି ବଲିଉଡର ବ୍ଲାକ୍ ବିୟୁଟି ଅଭିନେତ୍ରୀ ଭାବେ ପରିଚିତ।

ବିପାଶା ହୁଏତ ଅନେକ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରି ନାହାନ୍ତି, କିନ୍ତୁ ଜୀବନଶୈଳୀ ଦୃଷ୍ଟିରୁ ସେ କାହାଠାରୁ କମ୍‌ରେ ନାହାନ୍ତି। ସେ ମାତ୍ର ୧୭ ବର୍ଷ ବୟସରେ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ ବିପାଶା। ବିପାଶା ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ। ଯିଏ ତାଙ୍କ ଅଭିନୟ ଆଧାରରେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ହାସଲ କରିଥିଲେ।କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ତାଙ୍କ ରଙ୍ଗକୁ ନେଇ ତାଙ୍କୁ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡିଲା। 

ଦୁଇ ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ବିପାଶା ଅନେକ ଫିଲ୍ମରେ କାମ କରିଛନ୍ତି। ଯେଉଁଥିରେ ତାଙ୍କ ଭୂମିକାକୁ ବହୁ ପ୍ରଶଂସା କରାଯାଇଛି।କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଲାଦିନେ ତାଙ୍କୁ କେହି ପସନ୍ଦ କରୁ ନଥିଲେ କାରଣ ସେ ଖୁବ କଳା ଥିଲେ।ତାଙ୍କର କଳା ରଙ୍ଗ ପାଇଁ ତାଙ୍କୁ ବହୁତ ଅପମାନ ବି ସହିବାକୁ ପଡ଼ିଛି।ଏପରିକି ତାଙ୍କର ବିଜୟ ପରିବର୍ତ୍ତେ ତାଙ୍କ ରଙ୍ଗକୁ ନେଇ ଚର୍ଚ୍ଚା ହେଇଥିଲା ଯାହା ବିପାଶା ବସୁଙ୍କୁ ଅନେକ ଅପମାନ ଦେଇଥିଲେ। ଯେତେବେଳେ ବିପାଶା ସୁପର୍‌ମଡେଲ୍‌ ପ୍ରତିଯୋଗିତାରେ ଜିତିଥିଲେ।ସେତେବେଳେ ପ୍ରତ୍ୟେକ ଖବରକାଗଜରେ ଖବର ପ୍ରକାଶ ପାଇଲା ଯେ କୋଲକାତାର ଶ୍ୟାମଳୀ ଝିଅ ବିଜେତା ହେଲେ।

ସେତେବେଳେ ଖବର କାଗଜର ଶୀର୍ଶକ ବିପାଶାଙ୍କୁ ଢେର୍ କଷ୍ଟ ଦେଇଥିଲା ବିପାଶାଙ୍କ ପ୍ରତିଭା ବଦଳରେ  ରଙ୍ଗକୁ ନେଇ ଚର୍ଚ୍ଚା ହେଉଥିଲା। ଏପରିକି କଳାରଙ୍ଗ ପାଇଁ ବିପାଶାଙ୍କୁ ଅନ୍ୟ ଅଭିନେତ୍ରୀମାନଙ୍କଠାରୁ ଭିନ୍ନ ଦର୍ଶାଇବା ସହ ପରିହାସ ମଧ୍ୟ କରାଯାଉଥିଲା।୨୦୦୧ ରେ ଥ୍ରୀଲର ଫିଲ୍ମ ‘ଅଜନବୀ’ ସହିତ ବିପାଶା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମ ପାଇଁ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ।ଏହା ପରେ ସେ ସୁପରହିଟ୍ ହରର୍ ଫିଲ ‘ରାଜ୍’ରେ କାମ କରିଥିଲେ। ଏହି ଫିଲ୍ମ ତାଙ୍କ କ୍ୟାରିୟରର ମୋଡ଼ ବଦଳାଇଥିଲା। ଏହା ପରେ ବିପାଶାଙ୍କୁ ଅନେକ ଫିଲ୍ମ ଅଫର ହୋଇଥିଲା। ଆଜି ବି ବିପାଶା ହରର ଚଳଚ୍ଚିତ୍ର ପାଇଁ ପ୍ରଥମ ପସନ୍ଦ।

ବିପାଶା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖୁବ୍ ଚର୍ଚ୍ଚାରେ ରୁହନ୍ତି।ପୂର୍ବରୁ ତାଙ୍କର ଅଭିନେତା ଡିନୋ ମୋରିଆଙ୍କ ସହ ସମ୍ପର୍କ ଥିଲା,ପରେ ସେ ଜନ୍ ଆବ୍ରାହମ୍‌ଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ। ପ୍ରାୟ ୯ ବର୍ଷ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।କିଛି ବର୍ଷ ପରେ, ସେ ହରମାନ ବାୱେଜାଙ୍କୁ ଡେଟ୍‌ କରିଥିଲେ ଏବଂ ଶେଷରେ ଟିଭି ଅଭିନେତା କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ। ତେବେ ବ୍ଲାକ୍ ବିୟୁଟି ବିପାଶା ପ୍ରାଥମତକ ସ୍ତରରେ ନିଜର ରଙ୍ଗ ପାଇଁ ଅବହେଳାର ଶିକାର ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ସମ୍ରରେ ତାଙ୍କର ସଙ୍ଘର୍ଷ ଓ ସଫଳତା ସମାଜ ପାଇଁ ଏକ ପ୍ରେରଣା ବୋଲି କୁହାଯାଇପାରେ।

କଣ୍ଣାଟକରେ ଅଛି ଡାକ୍ତର ତିଆରି କାରଖାନା

ଯେତେବେଳେ କୌଣସି ପିଲାଙ୍କୁ ପ୍ରଶ୍ନ କରାଯାଏ, ବଡ଼ ହୋଇ କ’ଣ କରିବାକୁ ଚାହଁ, ପ୍ରାୟ ସମସ୍ତଙ୍କ ଉତ୍ତର ଥାଏ. . . ବଡ଼ ହୋଇ ମୁଁ ଡାକ୍ତର ହେବି . . ରୋଗୀ ସେବା କରିବି । କାରଣ ଡାକ୍ତର ହେବା ଏକ ସମ୍ମାନ ଜନକ କାର୍ଯ୍ୟ । ସେମାନେ ଜୀବନଦାତା ନୁହନ୍ତି ସତ, କିନ୍ତୁ ସେମାନଙ୍କ ଭୂମିକା ଜୀବନ ଦାତାଙ୍କ ଠାରୁ କୌଣସି ଗୁଣରେ କମ୍ ବି ନୁହେଁ ସେଥିପାଇଁ  ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ମଧ୍ୟ କୁହାଯାଏ। ହେଲେ ଡାକ୍ତର ହେବା ଏତେ ସହଜ ନୁହେଁ । କଠିନ ପରିଶ୍ରମ ପରେ ହିଁ ଜଣେ ଡାକ୍ତରୀ ପଢ଼ିବା ପାଇଁ  ଯୋଗ୍ୟ ହୋଇଥାଏ ।

ଭାରତରେ ଡାକ୍ତର ହେବାକୁ ହେଲେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡ଼ିବ । ପ୍ରତିବର୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ ଡାକ୍ତରୀ ପଢ଼ିବା ପାଇଁ ପରୀକ୍ଷା ଦିଅନ୍ତି, ଯେଉଁଥିରୁ ଅଳ୍ପ ପିଲା MBBS ପଢ଼ିବା କ୍ୱାଲିଫାୟ୍ କରନ୍ତିଆସନ୍ତୁ ଜାଣିବା ଭାରତର କେଉଁ ରାଜ୍ୟରୁ ସର୍ବାଧିକ ଡାକ୍ତର ହେଉଛନ୍ତି। ଆଉ ସେହି ରାଜ୍ୟକୁ ଡାକ୍ତରଙ୍କ କାରଖାନା କାହିଁକି କୁହାଯାଏ

ଭାରତରେ ସର୍ବାଧିକ MBBSରେ ଆଡମିସନ୍ ନିଅନ୍ତି କର୍ଣ୍ଣାଟକର ଛାତ୍ରଛାତ୍ରୀକାରଣ ଦେଶର ସର୍ବାଧିକ MBBS ସିଟ୍ କର୍ଣ୍ଣାଟକରେ ରହିଛିରାଜ୍ୟସଭାର ତଥ୍ୟ ଅନୁଯାୟୀ କର୍ଣ୍ଣାଟକରେ ୧୧, ୭୪୫ MBBS ସିଟ୍  ରହିଛି। ଅନ୍ୟ ରାଜ୍ୟ ତୁଳନାରେ  ଏ ସଂଖ୍ୟା ଖୁବ ଅଧିକ । ଏହି କାରଣରୁ ଅଧିକାଂଶ ଡାକ୍ତର କର୍ଣ୍ଣାଟକରୁ  ଆସନ୍ତି । ଏହି କାରଣରୁ କର୍ଣ୍ଣାଟକକୁ ଡାକ୍ତରଙ୍କ କାରଖାନା ମଧ୍ୟ କୁହାଯାଏ।ତାମିଲନାଡୁ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ତାମିଲନାଡୁରେ ମୋଟ ୧୧, ୬୫୦ MBBS ସିଟ୍ ଅଛି ୧୦,୮୪୫ ସିଟ୍ ସହ ମହାରାଷ୍ଟ୍ର, ତାଲିକାର ତୃତୀୟରେ ଅଛି ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଆସେ ଉତ୍ତର ପ୍ରଦେଶ, ଯେଉଁଠାରେ MBBS ସିଟ୍ ସଂଖ୍ୟା ୯, ୯୦୩, ତେଲେଙ୍ଗାନା ୫ମ ସ୍ଥାନରେ ଥିବା ସହ ସେଠାରେ ଅଛି ମୋଟ ୮, ୪୯୦ MBBS ସିଟ୍ ।

ଅନ୍ୟପଟେ ଏହି ତାଲିକାରେ ଷଷ୍ଠ ସ୍ଥାନରେ ଗୁଜରାଟ, ସପ୍ତମରେ ଆନ୍ଧ୍ରପ୍ରଦେଶ, ଅଷ୍ଟମରେ ରାଜସ୍ଥାନ, ନବମରେ ମଧ୍ୟପ୍ରଦେଶ ଓ ଦଶମରେ ରହିଛି ବିହାର ।ଏହାରି ଭିତରେ ଡାକ୍ତରୀ ସେବାରେ ଉନ୍ନତି ଆଣିବା ପାଇଁ ଆମ ରାଜ୍ୟରେ ମଧ୍ୟ 9ଟି ନୂଆ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଫଳରେ ଓଡ଼ିଶାରେ ଥିବା AIIMS ଓ 12ଟି ସରକାରୀ ମେଡିକାଲ କଲେଜ ଏବଂ 5ଟି ଘରୋଇ ମେଡିକାଲ କଲେଜରେ ପ୍ରତିବର୍ଷ 2,575 ଜଣ MBBS ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି । ଯାହାକି ଆସନ୍ତା ଶିକ୍ଷାବର୍ଷ ବେଳକୁ ଓଡ଼ିଶାର MBBS ସିଟ୍ ସଂଖ୍ୟା 3 ହଜାରରୁ ଅଧିକ ହେବାର ସମ୍ଭାବନା ରହିଛି।