Category Entertainment

ଚା ବିକୁଥିଲେ KGF ହିରୋ..

କନ୍ନଡ ସୁପରଷ୍ଟାର ୟଶଙ୍କୁ କିଏ ବା ନଜାଣେ?ସେ ଏମିତି ଏକ ଷ୍ଟେଜରେ ପହଞ୍ଚିଛନ୍ତି ଯୋଉଥିପାଇଁ ତାଙ୍କର କୌଣସି ପ୍ରକାର ପରିଚୟର ଆବଶ୍ୟକତା ନାହିଁ ।ପାନ୍ ଇଣ୍ଡିଆ ସିନେମାକେଜିଏଫ୍ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ସାଉଥ୍ ଆକ୍ଟର ୟଶଙ୍କୁ ନୂଆ ପରିଚୟ ଦେଇଛି। ଏହି ସିନେମା ସହିତ ୟଶ ପାନ୍ ଇଣ୍ଡିଆ ଷ୍ଟାର ହୋଇଯାଇଛନ୍ତି। କେଜିଏଫ ଚାପ୍ଟର ୧ ଓ କେଜିଏଫ ଚାପ୍ଟର ୨ ପାଇଁ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। କହିବାକୁ ଗଲେ କେଜିଏଫ୍ପରେ ଏହାର ଚାପ୍ଟର 2 ୟଶଙ୍କ ପପୁଲାରିଟିକୁ ଆହୁରି ବଢ଼ାଇ ଦେଇଥିଲା ।ଉଭୟ ସିନେମା ମୋଟ ୧୫୦୦ କୋଟିରୁ ଅଧିକ ଆୟ କରିଥିଲା, ଯାହା ଏବେ ସୁଦ୍ଧା ସର୍ବକାଳୀନ ସର୍ବାଧିକ ଆୟ କରିଥିବା କନ୍ନଡ ସିନେମାରୁ ମଧ୍ୟରୁ ଏକ। ଏହି ସଫଳତା ୟଶଙ୍କୁ ଏକ ସୁପରଷ୍ଟାର ଭାବରେ ପ୍ରତିଷ୍ଠିତ କଲା । ତେବେ ୟଶଙ୍କ ପାଇଁ ଏହି  ସକ୍ସେସ ଆଚିଭ୍ କରିବା କୌଣସି ଚମତ୍କାର ଠାରୁ କମ ନୁହେଁ । ଜଣେ ସାଧାରଣ ବସ୍ ଡ୍ରାଇଭରଙ୍କ ପୁଅ ପାଇଁ ଏ ଯାତ୍ରା ଏତେ ସହଜ ନଥିଲ। ଏଥିପାଇଁ ତାଙ୍କୁ କମ୍ ପରିଶ୍ରମ କରିବା ପାଇଁ ପଡ଼ିନି।

ଅଳ୍ପ ବୟସରୁ ଆରମ୍ଭ ହୋଇଯାଇଥିଲା ୟଶଙ୍କ ସଂଘର୍ଷଘର ଛାଡ଼ି ସିନେମା ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ବାପାମାଙ୍କୁ ମନାଇଥିଲେ ୟଶ ।ମାତ୍ର ୧୬ ବର୍ଷ ବୟସରେ ସିନେମାରେ ନିଜ ନାଁ କରିବା ପାଇଁ ଘରୁ ଗୋଡ଼ କାଢ଼ିଥିଲେସୌଭାଗ୍ୟବଶତଃ ତାଙ୍କୁ କନ୍ନଡ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବରେ କାମ ମିଳିଯାଇଥିଲା।ତେବେ ବାଙ୍ଗାଲୋରରେ ପହଞ୍ଚିବାର ମାତ୍ର ଦୁଇ ଦିନ ପରେ ଏହି ପ୍ରୋଜେକ୍ଟ ବନ୍ଦ ହୋଇଯାଇଥିଲା। ସେତେବେଳେ ୟଶଙ୍କ ପାଖରେ କୌଣସି ରାସ୍ତା ନଥିଲା, ଆଉ ପକେଟରେ ମାତ୍ର ୩୦୦ ଟଙ୍କା ପଡ଼ିଥିଲା। ଘରକୁ ଫେରିଥିଲେ ବାପାମାଆଉ ହୁଏତ ସିନେ ଜଗତରେ କାମ କରିବା ପାଇଁ ଛାଡ଼ି ନଥାନ୍ତେ । ଠୋକର ପାଇବା ପରେ ମଧ୍ୟ ୟଶ ହାର ମାନି ନଥିଲେ କି ଘରକୁ ଫେରି ଯାଇନଥିଲେ।

ପାଖରେ ଥିବା ୩୦୦ ଟଙ୍କାରେ ସେ ଏକ ଡ୍ରାମା ଗ୍ରୁପରେ ଜଏନ କରିଥିଲେ।ସେଠାରେ ସେ ବ୍ୟାକଷ୍ଟେଜରେ କାମ କରିବା ଆରମ୍ଭ କରିଥିଲେ।ଚାବିକ୍ରି କରିବା ସହ ଛୋଟମୋଟ କାମ କରି ପ୍ରତିଦି ୫୦ ଟଙ୍କା ରୋଜଗାର କରୁଥିଲେ।ଦିନ ରାତି ପରିଶ୍ରମ କରୁଥିଲେ।ଥିଏଟରରେ ନିଜର କଳାକୁ ମାର୍ଜିତ କରିବା ସହ ୟଶ କଲେଜରେ ମଧ୍ୟ ନାମ ଲେଖାଇଲେଅନେକ ପରିଶ୍ରମ ପରେ ଶେଷରେ ଟିଭି ଧାରାବାହିକ ନନ୍ଦା ଗୋକୁଲାରେ ଅଭିନୟ କରିବାର ସୁଯୋଗ ପାଇଥିଲେ, ଆଉ ସେଇଠି ଅଭିନେତ୍ରୀ ରାଧିକା ପଣ୍ଡିତ ତଥା ତାଙ୍କ ପତ୍ନୀଙ୍କୁ ଭେଟିଥିଲେ।

୨୦୦୭ରେ ୟଶଙ୍କ ଭାଗ୍ୟ  ତାଙ୍କୁ  ସାଥ ଦେଇଥିଲା। ସିନେମା ରକିରେ ମୁଖ୍ୟ ଭୂମିକା ଅଭିନୟ କରିବାର ସୁଯୋଗ ମିଳିଥିଲାହେଲେ ପୂର୍ବରୁ  ସେ ସହ କଳାକାର ଭାବରେ ସିନେ ଦୁନିଆରେ ଏଣ୍ଟ୍ରି କରି ସାରିଥିଲେ। ଶେଷରେ ରୋମାଣ୍ଟିକ୍ କମେଡି ମୋଡାଲାସାଲା ସିନେମା ଜରିଆରେ ୟଶ ଷ୍ଟାରର ମାନ୍ୟତା ପାଇଥିଲେ । ତାପରେ ସିନେମା କିରାଟିକା ଜରିଆରେ ନିଜର ଅଭିନୟର ଯାଦୁଗରୀରେ ଦର୍ଶକଙ୍କ ମନ ଜିଣିପାରିଥିଲେ। ପରେ ପରେ  ଡ୍ରାମା, ଗୁଗଲି, ଶ୍ରୀ ଓ ମିଷ୍ଟର ଓ ମିସେସ ରାମଗଚାରୀ ଭଳି ଅନେକ ହିଟ ଫିଲ୍ମ ଦେଇଥିଲେ। 

୨୦୧୮ ରେ ୟଶ କେଜିଏଫ୍:ଚାପ୍ଟର ୧ରେ  ଅଭିନୟ କରିଥିଲେ, ଯାହା ୨୫୦ କୋଟି ଟଙ୍କା ରୋଜଗାର କରି ସମସ୍ତ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଥିଲା। ଏହି ସିନେମା  ସର୍ବାଧିକ ଆୟ କରିଥିବା କନ୍ନଡ ଚଳଚ୍ଚିତ୍ର  ହୋଇଥିଲା।ଏହି ରେକର୍ଡ ଚାରି ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥିଲା। ଏହା ପରେ କେଜିଏଫ୍:ଚାପ୍ଟର ୨ ମୋଟ ୧୨୫୦ କୋଟି ଟଙ୍କା ରୋଜଗାର କରି ପ୍ରଥମ ସିନେମାର ରେକର୍ଡକୁ ଭାଙ୍ଗିଥିଲାଏହି ସିନେମା ସର୍ବକାଳୀନ ସର୍ବାଧିକ ଆୟ କରିଥିବା ଭାରତୀୟ ସିନେମା ମଧ୍ୟରୁ ଗୋଟିଏ ଏବଂ ୧୦୦୦ କୋଟିରୁ ଅଧିକ ଆୟ କରିଥିବା ଏକମାତ୍ର କନ୍ନଡ ସିନେମା।

କେଜିଏଫରୁ ପାଇଥିବା ନ୍ୟାସନାଲ ଷ୍ଟାରଡମ୍ ୟଶଙ୍କୁ କନ୍ନଡ ସିନେମାରୁ ବାହାରିବାରେ ସାହାଯ୍ୟ କରିଥିଲା। ଏବେ ୟଶଙ୍କୁ ନୀତୀଶ ତିୱାରୀଙ୍କ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଛି।  ରଣବୀର କପୁର ଏବଂ ସାଇ ପଲ୍ଲଭିଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଭାରତର ସବୁଠାରୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି। ୟଶ ଏହି ସିନେମାର କୋପ୍ରଡ୍ୟୁସର ହେବାସହ ସିନେମା ପାଇଁ ୨୦୦ କୋଟି ଚାର୍ଜ କରିଥିବା ଜଣାପଡ଼ିଛି। ଦିନେ ଚା ବିକି 50 ଟଙ୍କା ରୋଜଗାର କରୁଥିବା ୟସ୍ ଏବେ ଫିଲ୍ମ ପାଇଁ କୋଟିକୋଟି ଟଙ୍କା ଇନକମ୍ କରୁଛନ୍ତି।

ବଲିଉଡ଼ରେ ଏଣ୍ଟ୍ରି କରିବେ ଅଲ୍ଲୁ ଅର୍ଜୁନ୍

ବଲିଉଡରେ ଏଣ୍ଟ୍ରି କରିବେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍।ପୁଷ୍ପା ଫିଲ୍ମ ମାଧ୍ୟମରେ ରେକର୍ଡ ସୃଷ୍ଟି କରିଥିବା ଅଲ୍ଲୁ ଅର୍ଜୁନ ବଲିଉଡ଼ ସ୍କ୍ରିନରେ ନଜର ଆସିବେ।ତେଲୁଗୁ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା-୨’ ବକ୍ସ ଅଫିସରେ ବ୍ଲକ୍ ବଷ୍ଟର୍‌ ସାବ୍ୟସ୍ତ ହୋଇଛି। ଯଦିଓ ଏହି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ଅଲ୍ଲୁ ଅର୍ଜୁନ୍  ବିବାଦ ମଧ୍ୟରେ ଛନ୍ଦି ହୋଇପଡିଥିଲେ, ଏହା କିନ୍ତୁ ତାଙ୍କୁ ବେଶ୍ ସଫଳତା ଦେଇଛି। ଏହା ସହିତ ପୁଷ୍ପା 2  ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ, ଯେଉଁଥିପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଛି। ନିକଟରେ ଅଲ୍ଲୁଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା।ଏହି ସମୟରେ ଅଲ୍ଲୁ ବଲିଉଡର ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲିଙ୍କୁ ଭେଟିଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।ଭିଡିଓରେ ଅଲ୍ଲୁଙ୍କୁ ସଞ୍ଜୟଙ୍କ ଅଫିସ୍‌ ଆଗରେ ଦେଖିବାକୁ ମିଳିଛି। ସଞ୍ଜୟ ତାଙ୍କୁ କୌଣସି ବଲିଉଡ୍‌ ଫିଲ୍ମରେ ବ୍ରେକ୍‌ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।ତେବେ ସନ୍ଧ୍ୟା ଥିଏଟର୍‌ ଘଟଣା ପରେ ଅଲ୍ଲୁ ଏକ ଲମ୍ବା ବ୍ରେକ୍‌ ନେଇଛନ୍ତି।ଏହି ସମୟରେ ସେ ବଲିଉଡରେ ଡେବ୍ୟୁ କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରନ୍ତି ବୋଲି କୁହାଯାଉଛି।

ତେବେ  ଅଲ୍ଲୁ ଅର୍ଜୁନ୍‌ ଏବଂ ସଞ୍ଜୟ ଲୀଲା ଭଂସାଲିଙ୍କ ଏ ସାକ୍ଷାତ୍ ପ୍ରଥମ ଥର ନୁହେଁ ଭେଟିଛନ୍ତି।ଗତ ବର୍ଷ ମଧ୍ୟ ଦୁହେଁ ସାକ୍ଷାତ କରିଥିଲେ। ଏହା ପରେ ଖବର ଆସିଥିଲା ଯେ ଦୁହେଁ ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି। ହେଲେ ସାମ୍ପ୍ରତିକ ମିଟିଂ ପରେ ଏହି ଖବର ଆହୁରି ତାଜା ହୋଇଛି। କେଉଁ ପ୍ରୋଜେକ୍ଟ ପାଇଁ ଅଲ୍ଲୁ ଭଁସାଲିଙ୍କୁ ଭେଟିଛନ୍ତି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।ଭଁସାଲି ଏବେ ‘ଲଭ୍‌ ଆଣ୍ଡ୍‌ ୱାର୍‌’ ଉପରେ କାମ କରୁଛନ୍ତି। ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି।କୁହାଯାଉଛି ଯେ ଅଲ୍ଲୁ ଏହି ଫିଲ୍ମରେ କାମେ କରିପାରନ୍ତି।

କଳା ରଙ୍ଗ ପାଇଁ ଅପମାନିତ ହେଉଥିଲେ ସୁପରଷ୍ଟାର

ଦିନେ ନିଜର କଳାରଙ୍ଗ ପାଇଁ ଅପମାନିତ ହେଉଥିଲେ,କିନ୍ତୁ ସମୟ ସୁଅରେ ପାଲଟିଗଲେ ସୁପରଷ୍ଟାର।ଯୋଉ କଳାରଙ୍ଗ ପାଇଁ ଅନେକ ଜାଗାରେ ଅବହେଳାର ଶିକାର ହେଇଥିଲେ ଦିନେ ସେହି କଳାରଙ୍ଗ ହିଁ ତାଙ୍କୁ ଆଟ୍ରାକ୍ସନର ଫୋକସ୍ ପଏଣ୍ଟ ସଜେଇଥିଲା। ଯଦିଓ ଏ ଆକ୍ଟର ଜଣଙ୍କ ଅଧିକ ଫିଲ୍ମରେ କାମ କରି ନାହାନ୍ତି ତଥାପି ନିଜର ଲାଇଫ୍ ଷ୍ଟାଇଲକୁ ନେଇ ସେ ଖୁବ୍ ଚର୍ଚ୍ଚାରେ। ଚର୍ଚ୍ଚାରେ ଥିବା ସେହି ଫେମସ୍ ପର୍ସନାଲିଟି ହେଉଛନ୍ତି  ବିପାଶା ବସୁ । ଯିଏକି ବଲିଉଡର ବ୍ଲାକ୍ ବିୟୁଟି ଅଭିନେତ୍ରୀ ଭାବେ ପରିଚିତ।

ବିପାଶା ହୁଏତ ଅନେକ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରି ନାହାନ୍ତି, କିନ୍ତୁ ଜୀବନଶୈଳୀ ଦୃଷ୍ଟିରୁ ସେ କାହାଠାରୁ କମ୍‌ରେ ନାହାନ୍ତି। ସେ ମାତ୍ର ୧୭ ବର୍ଷ ବୟସରେ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ ବିପାଶା। ବିପାଶା ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ। ଯିଏ ତାଙ୍କ ଅଭିନୟ ଆଧାରରେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ହାସଲ କରିଥିଲେ।କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ତାଙ୍କ ରଙ୍ଗକୁ ନେଇ ତାଙ୍କୁ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡିଲା। 

ଦୁଇ ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ବିପାଶା ଅନେକ ଫିଲ୍ମରେ କାମ କରିଛନ୍ତି। ଯେଉଁଥିରେ ତାଙ୍କ ଭୂମିକାକୁ ବହୁ ପ୍ରଶଂସା କରାଯାଇଛି।କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଲାଦିନେ ତାଙ୍କୁ କେହି ପସନ୍ଦ କରୁ ନଥିଲେ କାରଣ ସେ ଖୁବ କଳା ଥିଲେ।ତାଙ୍କର କଳା ରଙ୍ଗ ପାଇଁ ତାଙ୍କୁ ବହୁତ ଅପମାନ ବି ସହିବାକୁ ପଡ଼ିଛି।ଏପରିକି ତାଙ୍କର ବିଜୟ ପରିବର୍ତ୍ତେ ତାଙ୍କ ରଙ୍ଗକୁ ନେଇ ଚର୍ଚ୍ଚା ହେଇଥିଲା ଯାହା ବିପାଶା ବସୁଙ୍କୁ ଅନେକ ଅପମାନ ଦେଇଥିଲେ। ଯେତେବେଳେ ବିପାଶା ସୁପର୍‌ମଡେଲ୍‌ ପ୍ରତିଯୋଗିତାରେ ଜିତିଥିଲେ।ସେତେବେଳେ ପ୍ରତ୍ୟେକ ଖବରକାଗଜରେ ଖବର ପ୍ରକାଶ ପାଇଲା ଯେ କୋଲକାତାର ଶ୍ୟାମଳୀ ଝିଅ ବିଜେତା ହେଲେ।

ସେତେବେଳେ ଖବର କାଗଜର ଶୀର୍ଶକ ବିପାଶାଙ୍କୁ ଢେର୍ କଷ୍ଟ ଦେଇଥିଲା ବିପାଶାଙ୍କ ପ୍ରତିଭା ବଦଳରେ  ରଙ୍ଗକୁ ନେଇ ଚର୍ଚ୍ଚା ହେଉଥିଲା। ଏପରିକି କଳାରଙ୍ଗ ପାଇଁ ବିପାଶାଙ୍କୁ ଅନ୍ୟ ଅଭିନେତ୍ରୀମାନଙ୍କଠାରୁ ଭିନ୍ନ ଦର୍ଶାଇବା ସହ ପରିହାସ ମଧ୍ୟ କରାଯାଉଥିଲା।୨୦୦୧ ରେ ଥ୍ରୀଲର ଫିଲ୍ମ ‘ଅଜନବୀ’ ସହିତ ବିପାଶା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମ ପାଇଁ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ।ଏହା ପରେ ସେ ସୁପରହିଟ୍ ହରର୍ ଫିଲ ‘ରାଜ୍’ରେ କାମ କରିଥିଲେ। ଏହି ଫିଲ୍ମ ତାଙ୍କ କ୍ୟାରିୟରର ମୋଡ଼ ବଦଳାଇଥିଲା। ଏହା ପରେ ବିପାଶାଙ୍କୁ ଅନେକ ଫିଲ୍ମ ଅଫର ହୋଇଥିଲା। ଆଜି ବି ବିପାଶା ହରର ଚଳଚ୍ଚିତ୍ର ପାଇଁ ପ୍ରଥମ ପସନ୍ଦ।

ବିପାଶା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖୁବ୍ ଚର୍ଚ୍ଚାରେ ରୁହନ୍ତି।ପୂର୍ବରୁ ତାଙ୍କର ଅଭିନେତା ଡିନୋ ମୋରିଆଙ୍କ ସହ ସମ୍ପର୍କ ଥିଲା,ପରେ ସେ ଜନ୍ ଆବ୍ରାହମ୍‌ଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ। ପ୍ରାୟ ୯ ବର୍ଷ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।କିଛି ବର୍ଷ ପରେ, ସେ ହରମାନ ବାୱେଜାଙ୍କୁ ଡେଟ୍‌ କରିଥିଲେ ଏବଂ ଶେଷରେ ଟିଭି ଅଭିନେତା କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ। ତେବେ ବ୍ଲାକ୍ ବିୟୁଟି ବିପାଶା ପ୍ରାଥମତକ ସ୍ତରରେ ନିଜର ରଙ୍ଗ ପାଇଁ ଅବହେଳାର ଶିକାର ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ସମ୍ରରେ ତାଙ୍କର ସଙ୍ଘର୍ଷ ଓ ସଫଳତା ସମାଜ ପାଇଁ ଏକ ପ୍ରେରଣା ବୋଲି କୁହାଯାଇପାରେ।

କାହିଁକି ବନ୍ଦ ହେଲା ଶକ୍ତିମାନ

ଉଣେଇଶି ବର୍ଷ ପରେ ଟିଭି ପରଦାକୁ ଫେରିବ ଶକ୍ତିମାନ୍ ସିରିୟଲ।ଅଭିନେତା ମୁକେଶ ଖାନ୍ନା ଶୀଘ୍ର ସିରିଏଲର ଦ୍ୱିତୀୟ ସିଜନ୍ ଲଞ୍ଚ କରିପାରନ୍ତି,ୟାକୁ ନେଇ ନବେ ଦଶକର ଅନେକ ଲୋକ ବେଶ୍ ଉତ୍ସାହୀ। ତେବେ ଶକ୍ତିମାନ ରିଟଣ୍ଣକୁ ନେଇ ଅନେକ ଲୋକ ଖୁସି ତ ଅଛନ୍ତି,ମାତ୍ର ଶକ୍ତିମାନ ସିରିୟଲ୍ ହଠାତ୍ କାହିଁକି ବନ୍ଦ ହେଇଗଲା ତାହା ଏବେବି ରହସ୍ୟରେସାଧାରଣତଃ ଯେ କୌଣସି ସିରିୟଲ ବା ଶୋ’ର ଟିଆରପି ଭଲ ନଥିଲେ ସେ ସୋରେ ବ୍ରେକ୍ ଲାଗେ।ମାତ୍ର ସେ ସମୟର ସୁପରହିଟ ଥିବା ଶକ୍ତିମାନ ହଠାତ୍ ବନ୍ଦ ହେଇଯିବା ଫଳରେ ଅନେକ ବିବାଦ ମୁଣ୍ଡ ଟେକିଥିଲାଖୁବ୍ ଭଲ ଟିଆରପି ଥିବା ଶକ୍ତିମାନ ସିରିୟଲକୁ ହଠାତ୍ ବନ୍ଦ କରି ଦିଆଯାଇଥିଲା

ପୂର୍ବରୁଶକ୍ତିମାନ ଶନିବାର ସକାଳ ଏବଂ ମଙ୍ଗଳବାର ସନ୍ଧ୍ୟାରେ ଟେଲିକାଷ୍ଟ ହେଉଥିଲାନନ୍-ପ୍ରାଇମ୍ ଟାଇମ୍ ହୋଇଥିଲେ ମଧ୍ୟ ଶୋ ଭଲ ଚାଲିଥିଲା। ସେହି ଦିନ,ଶୋ ପାଇଁ ଦୁରଦର୍ଶନକୁ୩ ଲକ୍ଷ ୮୦ହଜାର ଟଙ୍କା ଦେବାକୁ ପଡୁଥିଲା ଏବଂ ଆଡଭାଇଟାଇଜମେଣ୍ଟରୁ ଭଲ ଇନକମ୍ ବି ହେଇଥିଲ।100 ଏପିସୋଡ୍ ସୁରୁଖୁରୁରେ ଚାଲିଥିଲା ଧିରେଧିରେ ଶକ୍ତିମାନ ଏତେ ଲୋକପ୍ରିୟ ହେଇଗଲା କି ନନ୍ ପ୍ରାଇମ୍ ଟାଇମରୁ ଏ ଶୋ ପ୍ରାଇମ୍ ଟାଇମକୁ ବି ଯାଇଥିଲା।ଶକ୍ତିମାନର ପପୁଲାରିଟି ପାଇଁ ରବିବାର ପ୍ରସାରଣ କରିବାକୁ ଦୂରଦର୍ଶନ ନିଷ୍ପତ୍ତି ବି ନେଇଥିଲା।

ମାତ୍ର ଶୋ ର ୧୦୪ ଏପିସୋଡ୍ ସମାପ୍ତ ହେବା ପରେ ମୁକେଶ ଖାନାଙ୍କୁ ଅଧିକ ୭ ଲକ୍ଷ ଟଙ୍କା ଦବାକୁ କୁହାଯାଇଥିଲା।୧୦ଲକ୍ଷ ୮୦  ଲକ୍ଷ ହଜାର ଟଙ୍କା ଦୁରଦର୍ଶନ ଡିମାଣ୍ଡ କରିଥିଲା। କେବଳ ଏତିକି ନୁହେଁ ଆଗକୁ ୧୬ ଲକ୍ଷ ଟଙ୍କା ଡିମାଣ୍ଡ କରାହେବାର କଥା ମଧ୍ୟ ମୁକେଶ ଖାନ୍ନା ଜାଣିବାକୁ ପାଇଥିଲେ।ଏପରିକି ମୁକେଶ ଖାନ୍ନା ୟାକୁ ବିରୋଧ ବି  କରିଥିଲେ,କିନ୍ତୁ ଦୁରଦର୍ଶନ ଟିମ୍ ଏଥିପ୍ରତି ଧ୍ୟାନ ଦେଇ ନଥିବା  ମୁକେଶ ଖାନ୍ନା ତାଙ୍କ ଇଣ୍ଟରଭ୍ୟୁରେ ପ୍ରକାଶ କରିଛନ୍ତି।

ମୁକେଶ ଖାନ୍ନା ଏ କଥା ବି ସ୍ୱୀକାର କରିଛନ୍ତି କି କ୍ଷତିର ସମ୍ମୁଖୀନ ହେଉଥିଲେ ବି ସେ କଦାପି ‘ଶକ୍ତିମାନ’କୁ ବନ୍ଦ କରିବାକୁ ଚାହୁଁନଥିଲେ। କିନ୍ତୁ  ବାଧ୍ୟ ହେଇ ତାଙ୍କୁ ଶୋ ବନ୍ଦ କରିବାକୁ ପଡ଼ିଥିଲା।ଏହି ଶୋ ସେପ୍ଟେମ୍ବର ୧୯୯୭  ସେପ୍ଟେମ୍ବର ୧୭ ରେ ଆରମ୍ଭ ହୋଇଥିଲା ଏବଂ ମାର୍ଚ୍ଚ ୨୦୦୫ ମସିହା ମାର୍ଚ୍ଚ ୨୭ ପର୍ଯ୍ୟନ୍ତ  ଦୁରଦର୍ଶନରେ ଚାଲିଥିଲା।୮ ବର୍ଷର ଗ୍ରେଟ ଆଚିଭମେଣ୍ଟ ପରେ ଶକ୍ତିମାନର ସେକେଣ୍ଡ ସିଜନ୍ କେତେ ଲୋକପ୍ରିୟତା ପାଉଛି ତାହା ଦେଖିବା ବାକି

୧୯ ବର୍ଷ ପରେ ଫେରିଲା ଶକ୍ତିମାନ

୯୦ ଦଶକରେ  ପିଲାମାନଙ୍କ ଇମୋସନ ପାଲଟିଥିଲା ଶକ୍ତିମାନସିରିଏଲ। ସେ ସମୟରେ ସମସ୍ତଙ୍କର ପସନ୍ଦର  ସୁପରମ୍ୟାନ୍ ସାଜିଥିଲେ ମୁକେଶ ଖାନ୍ନା ।ଶକ୍ତିମାନରୂପରେ ଘରେ ଘରେ ଲୋକପ୍ରିୟତା ହାସଲ କରିଥିଲେ ମୁକେଶ। ପିଲାବେଳର ସେହି ସୁପରମ୍ୟାନ୍ ଏବେ ପୁଣିଥରେ ଛୋଟ ପରଦାକୁ ଫେରିବାକୁ ଯାଉଛନ୍ତି। ପୁଣିଥରେ ଟେଲିଭିଜନକୁ ଫେରୁଛି ବହୁ ଲୋକପ୍ରିୟ ଟିଭି ସିରିଏଲ ଶକ୍ତିମାନପୁଣିଥରେ  ପିଲାବେଳର ସୁପରମ୍ୟାନକୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଭରିଯାଇଛି। ଏହି ସିରିଏଲକୁ ଛୋଟ ପରଦାରେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ।

ଶକ୍ତିମାନଧାରାବାହିକକୁ ନେଇ ଅନେକ ବର୍ଷ ପର୍ଯ୍ୟନ୍ତ ଟିଭି ଜଗତରେ ରାଜ୍ କରିଥିଲେ ମୁକେଶ ଖାନ୍ନା। ୯୦ ଦଶକରେ ଲୋକମାନଙ୍କର  ପସନ୍ଦର ଶୋପାଲଟିଥିଲା ଶକ୍ତିମାନଲୋକମାନେ ଏବେ ବି ଏହାକୁ ଦେଖିବାକୁ ପସନ୍ଦ କରୁଛନ୍ତି । ତେଣୁ ଦର୍ଶକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ଏକ ବଡ଼ ଖୁସି ଖବର ଦେଇଛନ୍ତି ଶକ୍ତିମାନମୁକେଶ ଖାନ୍ନା। ଦୀର୍ଘ ବର୍ଷ ପରେ ଶକ୍ତିମାନର ଏକ ଟିଜର ଜାରି କରିଛନ୍ତି ମୁକେଶ। ଏହାପରେ ଛୋଟ ପରଦାକୁ ଶକ୍ତିମାନର କମବ୍ୟାକ ନେଇ ଆଶା ବୃଦ୍ଧି ପାଇଛି।

ଇନଷ୍ଟାଗ୍ରାମରେ ଏକ ପୋଷ୍ଟର ଅପଲୋଡ କରିବା ସହ ପରେ ଏକ ଟିଜର ଜାରି କରିଛନ୍ତି ମୁକେଶ। ଏହି ପୋଷ୍ଟରେ ସେ ଲେଖିଛନ୍ତି  ବର୍ତ୍ତମାନ ତାଙ୍କର ଫେରିବାର ସମୟ…  !ନବେ ଦଶକରେ ଶକ୍ତିମାନ ଧାରାବାହିକ ପିଲାମାନଙ୍କ ପାଇଁ ସବୁବେଳେ କିଛି ନା କିଛି  ଭଲ ଶିକ୍ଷା  ନେଇ ଆସୁଥିଲା  ଯାହା ପିଲାମାନଙ୍କୁ ବେସ ପ୍ରଭାବିତ କରିଥିଲା ।  ବର୍ତ୍ତମାନ ପିଲାଙ୍କ ଉପରେ ଅନ୍ଧକାର ଏବଂ ଖରାପ ପ୍ରଭାବ ବୃଦ୍ଧି ପାଉଛି ।ଶକ୍ତିମାନ ଧାରାବାହିକ  ପୁଣି ପିଲା ମାନଙ୍କୁ ମନୋରଂଜନର  ଖୋରାକ ଯୋଗାଇବା ସହ ଭଲ ଶିକ୍ଷା ଦେବାମୁକେଶଙ୍କ ଦ୍ୱାରା  ଏହି ପୋଷ୍ଟ ଅପଲୋଡ ହେବା ପରେ କମେଣ୍ଟ ବକ୍ସରେ ପୁରୁଣା ସ୍ମୃତି ଭରିଯାଇଛି। ନିଜର ପିଲାବେଳକୁ ମନେ ପକାଇ ଶକ୍ତିମାନର କମବ୍ୟାକକୁ ନେଇ ଖୁସି ଏବଂ ଉତ୍ସାହ ଜାହିର କରିଛନ୍ତି।

ଦୁର୍ଗାପୁଜା ପରେ କାହିଁକି ଫୁଟେନି କାଶତଣ୍ଡି

ମା‘ ଦୁର୍ଗା ଆସିବା ବେଳ ହେଲେ କାଶତଣ୍ଡି ଆସେ ଆଉ ମା ଫେରିଗଲେ,ସିଏ ବି ଫେରିଯାଏ। ଦୁର୍ଗା ମା‘ ବିସର୍ଜନ ନେଲା ପରେ ଧିରେ ଧିରେ ମଉଳିଯାଏ କାଶତଣ୍ଡି। କାଶତଣ୍ଡିର  ସୌନ୍ଦର୍ଯ୍ୟତା କିଏ ବା ନଜାଣେ? କାଶତଣ୍ଡୀକୁ  ଦେଖିଲେ କବିର କଲମ ହୁଏ ଚଳଚଞ୍ଚଳ।ଖୁସି ହୁଅନ୍ତି ପ୍ରକୃତି ପ୍ରେମୀ। ତା ସୁନ୍ଦରତା ପାଇଁ ଅଟକିଯାଏ ଆଖି। ଭାବୁକ ମାନେ ଭାବନା ରାଇଜରେ ବୁଡ଼ିଯାଆନ୍ତି।ମା ଦୁର୍ଗା ଧରାବତରଣ କରିବା ଠିକ ପୂର୍ବରୁ କାଶତଣ୍ଡି ବି ଧରାବତରଣ କରେ ଆଉ ମା ଦୁର୍ଗା ଧରାରୁ ବିଦାୟ ନେଲେ କାଶତଣ୍ଡି ବି ମୌଳିଯାଇ ବିଦାୟ ନିଏ।ପୁଣି ମାଆଙ୍କ ଆସିବା ବାଟକୁ ଅପେକ୍ଷା କରିଥାଏ।

 କୁହାଯାଏ କାଶତଣ୍ଡି ଥିଲା ଦଳିତ ଘରର ଝିଅଦେଖିବାକୁ ସେ ବହୁତ ସୁନ୍ଦର।ସବୁଦିନ ସକାଳେ ନଦୀ ପଠାକୁ  ବୁଲିବାକୁ ଯାଏ।ସେଇ ରାସ୍ତାଦେଇ ପ୍ରତିଦିନ ରାଜକୁମାର ସକାଳ ଭ୍ରମଣରେ ଯାନ୍ତି।କାଶତଣ୍ଡୀ ରାଜକୁମାରଙ୍କୁ ଦେଖି ମନେ ମନେ ଭଲ ପାଇ ବସିଥିଲା।ସବୁଦିନ ରାଜକୁମାରଙ୍କୁ ଦେଖିବା ଲାଗି ନଦୀ ପାଠକୁ  ଧାଇଁ ଆସୁଥିଲାରାଜକୁମାରଙ୍କ କାଶତଣ୍ଡି ଉପରେ ନଜର ପଡିଲା ଆଉ ସେ ସୌନ୍ଦର୍ଯ୍ୟତାରେ ବିଭୋର ହୋଇଗଲେରାଜକୁମାର ମଧ୍ୟ୍ୟ କାଶତଣ୍ଡିକୁ ଭଲପାଇ ବସିଲେଧୀରେ ଧୀରେ ଉଭୟଙ୍କ ମଧ୍ୟ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲାସବୁଦିନ କାଶତଣ୍ଡୀ ଆଉ ରାଜକୁମାର ପରସ୍ପରକୁ ଦେଖା କରିବାକୁ ଲାଗିଲେରାଜକୁମାର କାଶତଣ୍ଡୀକୁ ଜୀବନ ସାଥି କରିବାକୁ ଚାହୁଁଥିଲେରାଜକୁମାର ଓ କାଶତଣ୍ଡୀର ପ୍ରେମ କାହାଣୀ ମହାରାଜାଙ୍କ ପାଖରେ ପହଁଚିଲାଆଉ ସେ କାଶତଣ୍ଡୀକୁ ଗ୍ରହଣ କରିବାକୁ ରୋକଠୋକ୍ ମନା କରିବା ସହ ରାଗିଯାଇ ରାଜକୁମାରଙ୍କୁ ତୁରନ୍ତ ତାଙ୍କ ସାମ୍ନାରେ  ହଜାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜକୁମାର ସେ ସମୟରେ ନଦୀ ପଠାରେ କାଶତଣ୍ଡୀ  ସହିତ ଥିଲେ।

ସେନାପତି ରାଜକୁମାରଙ୍କୁ ମହାରାଜାଙ୍କ ନିର୍ଦ୍ଦେଶ ସମ୍ପର୍କରେ ଜଣେଇଲେ ଓ ତୁରନ୍ତ ତାଙ୍କ ସାଙ୍ଗରେ ଆସିବାକୁ କହିଲେ।କିନ୍ତୁ ରାଜକୁମାର କାଶତଣ୍ଡିକୁ ଛାଡି ଯିବାକୁ ଚାହୁଁନଥିଲେ। ରାଜକୁମାରଙ୍କ ଏକା ଜିଦି  ସେ ଯଦି  ଯିବେ କାଶତଣ୍ଡିକୁ ସାଙ୍ଗରେ ନେଇ ରାଜଉଆସକୁ ଯିବେ।ବୋହୁ ବୁଝା ବୁଝି ପରେ ରାଜକୁମାର ନ ମାନିବାରୁ ସେନାପତି ରାଜକୁମାରଙ୍କ ଜିଦି ସମ୍ପର୍କରେ ମହାରାଜଙ୍କୁ ଜଣାଇଲେ। କାଶତଣ୍ଡିକୁ ହତ୍ୟା କରି ବଳପୂର୍ବକ ରାଜକୁମାର ଉଠାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ କୁମାରଙ୍କ ଲୁହ,ବ୍ୟାକୁଳତା  ଅନୁରୋଧ ଜୀବନ ହରିବାର ଧମକ କାଶତଣ୍ଡୀର  ଜୀବନ ରକ୍ଷା କରିପାରିଲା ନାହିଁକାଶତଣ୍ଡିକୁ ହତ୍ୟା କରାଯାଇ ନଦୀପଠାରେ ପୋତିଦିଆ ଗଲା।ମରିବା  ପୂର୍ବରୁ କାଶତଣ୍ଡି  ରାଜକୁମାରଙ୍କୁ ସବୁ ବର୍ଷ ଶରତର ଫେରିବାକୁ କଥା ଦେଇଥିଲା।

ସେବେଠାରୁ,କାଶତଣ୍ଡିକୁ ପୋତା ଯାଇ ଥିବା ସ୍ଥାନ ସହିତ ଅନ୍ୟ ସ୍ଥାନରେ ସୁନ୍ଦର କାଶତଣ୍ଡୀ ଫୁଲ ଫୁଟେ।ରାଜକୁମାର ଧାଇଁଆସନ୍ତି ନଦୀପଠାକୁ  କାଶତଣ୍ଡିକୁ ଦେଖିବା ପାଇଁ ମାଆଙ୍କ ଆଗମନରେ କାଶତଣ୍ଡି ଆସେ,ମାଆଙ୍କ  ବିଦାୟ ସହିତ କାଶତଣ୍ଡି ବି ମଉଳି ଯାଏ।ଏହା ଥିଲା କାଶତଣ୍ଡିର ପ୍ରେମ ଆଉ ବିରହର କାହାଣୀ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା

କାହିଁକି ବୁଡ଼ିଗଲା, ଶ୍ରୀକୃଷ୍ଣଙ୍କ ଦ୍ୱାରିକା ନଗରୀ ?

ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣଙ୍କୁ ନେଇ ରହିଛି ସ୍ୱତନ୍ତ୍ର ଅନୁଭବ। ମହାଭାରତର ମହାନାୟକଠୁ ଆରମ୍ଭ କରି ଗୀତାର ବକ୍ତା ଭାବେ ହିନ୍ଦୁ ଧର୍ମାବଲମ୍ବୀ ଶ୍ରୀକୃଷ୍ଣଙ୍କ ନାମ ଜପ କରନ୍ତି।

Continue reading

ପଲିଟିକ୍ସରେ ଓଡ଼ିଆ ସିନେଷ୍ଟାର

ଧିନତାର ଦୁଇ ଦଶନ୍ଧି ପରେ ପଲିଟିକ୍ସରେ ଆରମ୍ଭ ହୋଇଥିଲା ଏକ ନୂଆ ଟ୍ରେଣ୍ଡ। ପଲିଟିକ୍ସରେ ଏଣ୍ଟ୍ରି କରିଥିଲେ ସିନେଷ୍ଟାର୍। କେବଳ ଏଣ୍ଟ୍ରି କାହିଁକି ବେଶ୍ କିଛି ସଫଳତା ମଧ୍ୟ ପାଇଥିଲେ।

Continue reading

ହରିୟାଣା ବିଧାନସଭାରେ, ଭାରତର ସବୁଠୁ ଧନୀ ମହିଳା

ହରିୟାଣାର ହିସାର ଆସନ ଜିତିଲେ ଦେଶର ସବୁଠାରୁ ଧନୀ ମହିଳା। ସ୍ୱାଧୀନ ଭାବରେ ଲଢ଼ି ବିଜୟୀ ହୋଇଛନ୍ତି ସାବିତ୍ରୀ ଜିନ୍ଦଲ। ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ, ବିଧାନସଭା ଆସନ ଅକ୍ତିଆର କରିଛନ୍ତି ସାବିତ୍ରୀ ଦେବୀ।

Continue reading