କେମିତି ତିଆରି ହୋଇଥିଲା BJD

ପ୍ରତିଷ୍ଠା ଦିବସ ପାଳୁଛି ବିଜୁ ଜନତା ଦଳ।ପ୍ରଥମ ଥର ପାଇଁ କ୍ଷମତାରୁ ହଟିଥିବା ଦଳ ପାଳୁଥିବା ପ୍ରତିଷ୍ଠା ଦିବସ ଉପରେ ସମସ୍ତଙ୍କ ନଜର।ପରାଜୟର ମାତ୍ର କେଇଟା ଦିନ ଭିତରେ ବଦଳିଗଲାଣି ପାଣିପାଗ।ନିର୍ବାଚନ ପୂର୍ବରୁ କିଛି ନେତା ଦଳ ଛାଡିଥିଲେ ଆଉ କିଛି ଦଳଡିଆଁରେ ସାମିଲ୍ ହେଲେ। ତଥାପି କମିନି ନବୀନ କି ବିଜୁ ଜନତା ଦଳର ଆନୁଗତ୍ୟଙ୍କ ସଂଖ୍ୟା।ଏବେ ବି ଅନେକ ନେତା ବିଜୁ ଜନତା ଦଳରେ ପଡ଼ି ରହିଛନ୍ତି।ତେବେ ଯଦିଓ ବିଜୁ ଜନତା ଦଳ ଆଜି କ୍ଷମତା ରେ ନାହିଁ ତଥାପି ଦୀର୍ଘ 24 ବର୍ଷ ଧରି ଶାସନ ଡୋରୀ  ଧରିଥିଲା ବିଜେଡି।ଯାହାର ମୁଳଦୁଆ ଆଜିର ତାରିଖରେ ପଡିଥିଲା।

1997 ମସିହାରେ ବଡ଼ ଦିନପରେ ଓଡ଼ିଶା ରାଜନୀତିରେ ଘଟିଥିଲା ବଡ଼ ପରିବର୍ତ୍ତନ।ବିଜୁ ପଟ୍ଟନାୟକଙ୍କ ନାଁରେ ତିଆରି ହୋଇଥିଲା ବିଜୁ ଜନତା ଦଳ। ଯାହା ଆଶ୍ଚର୍ଯ୍ଅଜନକ ଭାବେ ସଫଳତା ହାସଲ କରିଥିଲା। ତେବେ ବିଜୁ ଜନତା ଦଳର ସକ୍ସେସ୍ ଷ୍ଟୋରୀ ଯେମିତି ଇମ୍ପ୍ରେସିଭ୍ ଡାଉନଫଲ ତାଠୁ ଅଧିକ ପାଥେଟିକ୍।

୧୭ ଏପ୍ରିଲ ୧୯୯୭ରେ ଜନପ୍ରିୟ ନେତା ବିଜୁବାବୁଙ୍କ ବିୟୋଗ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ବିରାଟ ଶୂନ୍ୟସ୍ଥାନ।ବିଜୁଙ୍କ ବିରୋଧି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଚେକ୍ ଦେବାକୁ ବାଟ ଖୋଜୁଥାଆନ୍ତି ବିଜୁଙ୍କ ଅନୁଗତ।ବିଜୟ ମହାପାତ୍ର, ,ରାମକୃଷ୍ଣ ପଟ୍ଟନାୟକ ଆଦି ଜାନକୀଙ୍କ ବିରୁଦ୍ଧରେ ଜନସମର୍ଥନ ଯୋଗାଡ କରିବାକୁ ତିଆରି କରିଥିଲେ ନୁଆ ଚାଲ୍।ଯୋଉଠୁ ଆରମ୍ଭ ହୋଇଥିଲା  ବିଜୁ ବ୍ରାଣ୍ଡ ପଲିଟିକ୍ସର ପଲିଟିକାଲ ପ୍ଲାନିଂ।

ଅନୁକମ୍ପାକୁ ଆଶ୍ରା କରିବାକୁ  ବିଜୁଙ୍କ ପରିବାର ସଦସ୍ୟଙ୍କୁ ଅନୁରୋଧ କରାଯାଇଥିଲା।ମାତ୍ର ପଟ୍ଟନାୟକଙ୍କ ବଡ ପୁଅ ,ଝିଅ ଗୀତା ମେହେତା ଏବଂ ପତ୍ନୀ ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ନବୀନ ପଟ୍ଟନାୟକ ସାଜିଥିଲେ ଶେଷ ସାହାରା। ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ଓ ସମର୍ଥକଙ୍କ କଥା ଭାଙ୍ଗି ନପାରି ନବୀନ ରାଜନୀତିକୁ ଏଣ୍ଟ୍ରି କରିଥିଲେ।1997 ଜୁନରେ ବିଧିବଦ୍ଧ ଭାବେ  ଜନତା ଦଳରେ ସାମିଲ୍ ହେଇଥିଲେ। NDA  ସହ ହାତ ନ ମିଳାଇ ଦଳର ସ୍ୱତନ୍ତ୍ରତା ବଜାୟ ରଖିବା ସହିତ ନବାଗତ ନବୀନ ଜନତା ଦଳ ପୂର୍ବରୁ ବାପାଙ୍କ ନାଁ ଯୋଡି ପ୍ରତିଷ୍ଠା କରିଥିଲେ ବିଜୁ ଜନତା ଦଳ।

26 ଡିସେମ୍ବର 1997ରେ ଦଳରେ ଲାଗିଥିଲା ବିଜୁ ବ୍ରାଣ୍ଡ୍। ଯୋଉଥିରେ ମୁଖ୍ୟ ସହଯୋଗୀ ସାଜିଥିଲେ ବିଜୟ ମହାପାତ୍ର,ରାମକୃଷ୍ଣ ପଟ୍ଟନାୟକ,ଦୀଲିପ ରାୟଙ୍କଭଳି ଭଳି ପୃଷ୍ଠପୋଷକ। ନୁଆ ଦଳ ଗଢିବାକୁ ଫଣ୍ଡିଂ କରିଥିଲେ ଅଟଳ ବିହାରୀ ବାଜପେୟୀ।ଓଡ଼ିଶାରୁ ଦିଲିପ ରାୟଙ୍କର ମଧ୍ୟ ଏଥିରେ କମ୍ ସହଯୋଗ ନଥିଲା।

ଆଉ ସେଇଠୁ ଆରମ୍ଭ ହୁଏ ବିଜୁ ଜନତା ଦଳର ଯାତ୍ରା।ଭାରତୀୟ ଜନତା ପାର୍ଟି ସହ ମିଶି ମେଣ୍ଟ ରାଜନୀତିରେ ସମଝୋତା କରି 2000 ମସିହା ନିର୍ବାଚନ ବେତରଣୀକୁ ଓହ୍ଲାଇଲା ବିଜେଡି।ବିଜେଡିର ମଙ୍ଗ ଧରିବା ପୁର୍ବରୁ ୧୯୯୭ରୁ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ ଖଣିମନ୍ତ୍ରୀ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ।1999ରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ହଟି ସାରିଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚଉକି। ଜେବିଙ୍କୁ ରିପ୍ଲେସ କରି ମୁଖ୍ୟମନ୍ତ୍ରୀ ହେଇଥିଲେ   ଗିରିଧର ଗମାଙ୍ଗ। ମାତ୍ର ଅଞ୍ଜନା ମିଶ୍ର କେସ ରାଜନୀତିରେ କଂଗ୍ରେକୁ ଢେର୍ ପଛକୁ ଠେଲିଦେଲା। ଅଞ୍ଜନାକୁ ମୁଦ୍ଧା କରି ରାଜନୀତିକୁ ଓହ୍ଲାଏ ବିଜୁ ଜନତା ଦଳ। BJD ଓ BJPର ଗଠବନ୍ଧନରେ ଚିତପଟାଙ୍ଗ ମାରେ।

2000 ନିର୍ବାଚନରେ BJD ଏକାକି 71 ସିଟ ହାତେଇବା ସହ BJP 38ଟି ଆସନ ହାସଲ କରିଥିଲା। କଂଗ୍ରେସ ମାତ୍ର 26ଟି ଆସନରେ ସୀମିତ ରୁହେ।ସେଇଠୁ ହିଁ ଆରମ୍ଭ ହୋଇଥିଲା  ବିଜୁ ଜନତା ଦଳର ସଫଳତାର ଯାତ୍ରା। BJD ସୁପ୍ରିମୋ ନବୀନ ପଟ୍ଟନାୟକ ସେବେଠୁ କ୍ରମାଗତ ସାଜିତିଲେ   ସାଜନ୍ତି ମୁଖ୍ୟମନ୍ତ୍ରୀ। ନିରବଚ୍ଛିନ ଭାବେ ଆଞ୍ଚଳିକ ଦଳ ବିଜେଡି ଲଗାତର ବିଜୟ ହାସଲ କରିଥିଲା । ମାତ୍ର ବିଡମ୍ବନା ଯେ ସେ ସମୟରେ ଦଳ ତିଆରି କରିଥିବା ଅନେକ ନେତା  ଧିରେ ଧିରେ ଦଳ ପାଇଁ ଅଲୋଡା ହେଲେ ।

ବିଜୟ ମହାପାତ୍ର,ଦିଲିପ ରାୟ ଆଦି ନେତା ରାସ୍ତାରୁ  ହଟାଇବା ସହ ମିଡ୍ ନାଇଟ୍ ଅପରେସନ ନାଁରେ ମାର୍ଗଦର୍ଶକ ତଥା ଚାଣକ୍ୟ ପ୍ୟାରୀମୋହନ ମହାପାତ୍ରଙ୍କୁ ମଧ୍ୟ ବହିଷ୍କାର କରିଥିବା ନବୀନ ଏବେ ନିଜେ କ୍ଷମତାରେ ନାହାନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ବିଜେପି ସରକାର କରିବା ସହିତ ଶାାନଗାନୀ ହରାଇଛି ବିଜେଡି।ଏପରିକି ନବୀନ ପଟ୍ଟନାଅକ ନୀଜେ ମଧ୍ଅ କଣ୍ଟାବାଞ୍ଜିରୁ ପରାଜୟର ସ୍ୱାଦ ଚାଖିଝଛନ୍ତି।ତେବେ ଯାହାବି କୁହନ୍ତୁ ଅମାପ ସଫଳତା ପାଇବା ସହ ଅକସ୍ମାତ୍ ଭୁଷୁଡିପଡ଼ିବାର ଦଳ ବିଜୁ ଜନତା ଦଳ।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *