କମୁଛି ସୁନା ରୁପାର ଦର

ଆଗକୁ ଆସୁଛି ବାହାଘର ସିଜିନ୍ବାହାଘର ସମୟରେ ସବୁଠୁ ଅଧିକା  ଦରକାର ପଡ଼ୁଥିବା ସୁନା ଏବଂ ରୁପା ଅଳଙ୍କାରକୁ ନେଇ ଆସିଛି ଖୁସି ଖବର।ଯାହା ଗ୍ରାହକଙ୍କୁ ବେଶ୍ ଲାଭ ଦେବା ସହ ବିଜନେସ ମଧ୍ୟ ବଢାଇବ

କାରଣ, କମିବାରେ ଲାଗିଛି ସୁନା ଏବଂ ରୁପା ଦର। ଗୋଲ୍ଡ ଏବଂ ସିଲଭରର ରେଟ ଡିକ୍ରିଜକୁ ନେଇ ବେଶ୍ ଖୁସି ଅଛନ୍ତି ଗ୍ରାହକ। ଓଡ଼ିଶାରେ ମଧ୍ୟ ସୁନା ଏବଂ ରୁପା ଦରରେ ବଡ଼ ଧରଣର ପରିବର୍ତ୍ତନ ଆସିଛି।ଶହେ କି ଦୁଇଶହ ଟଙ୍କା ନୁହେଁ ସୁନା ଦରରେ ୧୦୦୦ ଟଙ୍କାରୁ ଅଧିକ ଟଙ୍କା କମିବା ସହ ରୁପା କେଜି ୨୦୦୦ ଟଙ୍କା ଶସ୍ତା ହୋଇଛି।ବାଇଶି କ୍ୟାରେଟ ସୁନାର ଦର ୧୦ ଗ୍ରାମ୍ ପିଛା ୧୩୫୦ ଟଙ୍କା କମି ୭୦ ହଜାର ୮୫୦ ଟଙ୍କାକୁ ଖସିଆସିଛି ।ସେହିପରି ୨୪ କ୍ୟାରେଟ ସୁନାର ଦର ୧୪୭୦ ଟଙ୍କା କମି ୭୭ ହଜାର ୨୯୦ ଟଙ୍କାକୁ ଖସି ଆସିଛି।

ଯଦି ସୁନା ରୁପାର ରେଟ୍ ଗ୍ରାଫକୁ ଦେଖାଯାଏ ଏଇ କିଛିଦିନ ଭିତରେ ସୁନାରୁପାର ରେଟ୍ କ୍ରମାଗତ ଭାବରେ କମିବାରେ ଲାଗିଛି ।ନଭେମ୍ବର ଆରମ୍ଭରୁ ହିଁ ରେଟ୍ ଡିକ୍ରିଜ୍ ହେବାରେ ଲାଗିଛି ।ନଭେମ୍ବର ୧ ତାରିଖରେ ୨୨ କ୍ୟାରେଟ ଗୋଲ୍ଡର ପ୍ରାଇଜ୍ ୭୭,୮୫୦ ଟଙ୍କା ଥିଲାବେଳେ ୨୪ କ୍ୟାରେଟ ଗୋଲ୍ଡର ପ୍ରାଇଜ୍ ଥିଲା ୮୦ ହଜାର ୫୬୦ ଟଙ୍କା। ଏଇ ୧୧ ଦିନ ଭିତରେ ୨୨ କ୍ୟାରେଟ ସୁନାର ଦାମ୍ ୩୦୦୦ ଟଙ୍କା କମିଥିଲା ବେଳେ ୨୪ କ୍ୟାରେଟ ଗୋଲ୍ଡ ୩୨୭୦ ଟଙ୍କା ଶସ୍ତା ହୋଇଛି।

ସେହିଭଳି ରୁପା ଦର ମଧ୍ୟ ହ୍ରାସ ହେବାରେ ଲାଗିଛି।ନଭେମ୍ବର ମାସ ଆରମ୍ଭରେ ରୁପାର ଦାମ୍ ଲକ୍ଷେ ୯ ହଜାର ଥିଲାବେଳେ ଏବେ ରୁପା ରେଟ୍ ଲକ୍ଷେ ଟଙ୍କାରେ ପହଞ୍ଚିଛି। ଓଡ଼ିଶାରେ ରୁପା ଯଦିଓ ଜାତୀୟ ଦରଠୁ ଅଧିକ ତଥାପି ରୁପା କେଜି ପିଛା ୨୦୦୦ ଟଙ୍କା ଶସ୍ତା ହୋଇଛି।ଯେହେତୁ ଆଗକୁ ବାହାଘର ସିଜିନ୍ ଆସୁଛି ଏବଂ ସୁନା ରୁପାର ରେଟ୍ କମିଛି ତେଣୁ ଏ ସମୟ ହିଁ ସୁନାରୁପା କିଣାକିଣି ପାଇଁ ସବୁଠୁ ସୁବଣ୍ଣ ସୁଯୋଗ।ତେଣୁ ଆଗକୁ ହଇରାଣରେ ନ ପଡ଼ିବା ପାଇଁ ଏବେଠୁ ହିଁ ସୁନା ରୁପା କିଣିନେଇ ସୁଯୋଗର ଲାଭ ଉଠାନ୍ତୁ।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *