ବାହାଘର ପାଇଁ ମିଳୁଛି ୫୦ ଲକ୍ଷ ପର୍ଯ୍ୟନ୍ତ ଲୋନ୍

ବାହାଘର, ଭାରତୀୟ ସଂସ୍କୃତିର ଏକ ମହାନ୍ ପରମ୍ପରା।ଏ ପରମ୍ପରା ଯେତିକି ଅଦ୍ଭୁତ,ସେତିକି ସ୍ୱତନ୍ତ୍ର।ରଙ୍ଗୀନ ପୋଷାକ, ଚମତ୍କାର ସାଜସଜ୍ଜା ଏବଂ ପରମ୍ପରାର ସହ ଜଡ଼ିତ ଭାରତୀୟ ବିବାହର ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛିରୀତିନୀତିକୁ ନେଇ ଚର୍ଚ୍ଚାରେ ଅଛି ଭାରତ।୨୦୨୪ରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ,ପ୍ରାୟ ୪୮ ଲକ୍ଷ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ୬ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ବାହାଘରକୁ ନେଇ ପ୍ରତେକ ଲୋକଙ୍କର ଏକ ସ୍ୱତନ୍ତ୍ର ଇମୋସନ୍ ରହିଛି।ସମସ୍ତେ ନିଜର ଶକ୍ତି ସାମର୍ଥ୍ୟ ଅନୁଯାୟୀ ମ୍ୟାରେଜ ସେରେମନିରେ ଇନଭେଷ୍ଟ କରନ୍ତି। ମାତ୍ର ବଡ଼ ଆକାରରେ ବିବାହ ଆୟୋଜନ କରିବା ସମସ୍ତଙ୍କ ପାଇଁ ସହଜ କଥା ନୁହେଁସାଧାରଣତଃ ଭାରତୀୟ ବିବାହର ବଜେଟ୍ ୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ଥିବାବେଳେ ଡେଷ୍ଟିନେସନ୍ ୱେଡିଂ ଭଳି ବହୁ ଇଭେଣ୍ଟ ପାଇଁ ୧ କୋଟି ଟଙ୍କା କିମ୍ବା ତାଠାରୁ ଅଧିକ ଖର୍ଚ୍ଚ ହୁଏ।ରିପୋର୍ଟ ଅନୁସାରେ ୨୦୨୪ରେ ହାରାହାରି ବିବାହ ବଜେଟ୍ ୩୬.୫ ଲକ୍ଷରେ ପହଞ୍ଚି ଯାଇଛି, ଯାହା ଗତ ବର୍ଷ ତୁଳନାରେ ୭ ପ୍ରତିଶତ ଅଧିକ।ବିଶେଷକରି ଡେଷ୍ଟିନେସନ୍ ୱେଡିଂର ହାରାହାରି ଖର୍ଚ୍ଚ ୫୧.୧ ଲକ୍ଷରେ ପହଞ୍ଚିଛି।ଏହି ଖର୍ଚ୍ଚର ମୁଖ୍ୟ କାରଣ ହେଉଛି ସ୍ଥାନ ଏବଂ କ୍ୟାଟରିଂର ମୂଲ୍ୟ ବୃଦ୍ଧି।

ବଢ଼ୁଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଲୋକମାନେ ବର୍ତ୍ତମାନ ନିଜ ସଞ୍ଚୟ ହ୍ରାସ ନକରି ବିବାହ ଖର୍ଚ୍ଚ ପୂରଣ କରିବାକୁ ବ୍ୟକ୍ତିଗତ ଋଣ ନେବାକୁ ପସନ୍ଦ କରୁଛନ୍ତି । ଅନେକ ହୁଏତ ଏକଥା  ଜାଣିନଥିବେ କି  ବାହାଘର ପାଇଁ ମଧ୍ୟ ଲୋନ୍ ଉପଲବ୍ଧତେବେ ଆସନ୍ତୁ ଜାଣିବା ବାହାଘର ପାଇଁ  କିପରି ଲୋନ୍  ମିଳେ ଏବଂ  ଆପଣ କିପରି ଏଥିପାଇଁ ଆବେଦନ କରିପାରିବେ ?ବାହାଘର ପାଇଁ ନେଉଥିବା ଲୋନ୍ ହେଉଛି ଏକ ପ୍ରକାର ପର୍ସନାଲ ଲୋନ୍ ବାହାଘର ସମ୍ବନ୍ଧୀୟ ଖର୍ଚ୍ଚ ପୂରଣ ଏହି ଲୋନ୍ ବ୍ୟବହାର ହୁଏଭେନ୍ୟୁ ବୁକ କରିବା ଠାରୁ ଆରମ୍ଭ କରି   କ୍ୟାଟରିଂର ବ୍ୟବସ୍ଥା, ବାହାଘର ପୋଷାକ କିଣା ଆଦି ଖର୍ଚ୍ଚ ପରିଚାଳନାରେ ଏହି ଟଙ୍କା ଲଗାଇପାରିବେ।  ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତରେ ମ୍ୟାରେଜ୍ ଲୋନ୍ ପାଇଁ କୌଣସି ବନ୍ଧକ ରଖିବାକୁ ପଡ଼େନାହିଁ

ବିନା ସିକ୍ୟୁରିଟି ଡିପୋଜିଟରେ ଜଣେ ଚାହିଁଲେ ୫୦,୦୦୦ ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତି ବିବାହ ଋଣ ନେଇପାରିବେ। ମାତ୍ର ୧୨ ରୁ ୬୦ ମାସ ମଧ୍ୟରେ ଏହି ଲୋନ୍ ଶୁଝିବାକୁ ପଡ଼ିବବିନା ଆର୍ଥିକ ଚାପରେ ବିବାହ ଉତ୍ସବକୁ ସୁଚାରୁରୂପେ ଆୟୋଜନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପତେବେ ମ୍ୟାରେଜ୍ ଲୋନ୍ ଆପ୍ଲାଏ ପାଇଁ କିଛି ଯୋଗ୍ୟତା ରହିବା ଜରୁରୀ। ଆବେଦକଙ୍କ ବୟସ ୨୧ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକସେ ଭାରତୀୟ ନାଗରିକ ହେବାସହ ତାଙ୍କର ଏକ ସ୍ଥିର ରୋଜଗାରର ସ୍ରୋତ ରହିବା ଦରକାରସେହିପରି ଲୋନ୍  ଆପ୍ରୁଭ୍ ପାଇଁ ୭୫୦ରୁ ଅଧିକ କ୍ରେଡିଟ ସ୍କୋର ରହିବା ଜରୁରୀ । ମ୍ୟାରେଜ୍ ଲୋନ୍ ଉପରେ ସୁଧ ହାର ବାର୍ଷିକ ୧୦ ପ୍ରତିଶତରୁ ୨୪ ପ୍ରତିଶତ ମଧ୍ୟରେ ରହିଥାଏ।  ଏହି ହାର ଆପଣଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ଏବଂ ବଜାର ଅବସ୍ଥା ଉପରେ ନିର୍ଭର କରେସଠିକ୍ ଡିଲ୍ ପାଇବା ପାଇଁ ବିଭିନ୍ନ ବ୍ୟାଙ୍କ ଏବଂ ସେମାନଙ୍କ ସର୍ତ୍ତ ତୁଳନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ତେବେ ଆପଣମାନେ ମଧ୍ୟ ଏ ସୁବିଧାର ଲାଭ ଉଠାଇ ପାରନ୍ତି। ବାହାଘର ଭଳି ବଡ଼ ବଜେଟରେ ହାଲୁକା ହେବା ପାଇଁ ବ୍ୟାଙ୍କରୁ ବିନା ବନ୍ଧକରେ ଲୋନ୍ ନେଇ ପାରନ୍ତି।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *