ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ,ଏବେ ଚର୍ଚ୍ଚାରେ ରହିଛି। ସଲମାନ୍ ଖାନକୁ ମର୍ଡର ଧମକ ଦେବା ସହ ସିଦ୍ଧୁ ମୁସେୱାଲାର ହତ୍ୟା ପର୍ଯ୍ୟନ୍ତ, ସବୁଠି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନାଁ ଉଠୁଛି । ଲରେନ୍ସ ବିଷ୍ଣୋଇ ନାଁରେ ୫୦ରୁ ଅଧିକ ମାମଲା ଥିବାବେଳେ ସେ ଏବେ ଗୁଜୁରାଟର ଜେଲରେ ବନ୍ଦୀ। ହେଲେ କୁହାଯାଉଛି ଅର୍ଶ ଡାଲା, ଲରେନ୍ସ ଠାରୁ ମଧ୍ୟ ଆହୁରି ଭୟଙ୍କର ଆଉ ବର୍ବର। ଅର୍ଶ ଡାଲା କେବଳ ଅପରାଧ ଜଗତ ସହ ନୁହେଁ ଆତଙ୍କୀ ଗତିବିଧିରେ ସାମିଲ ରହିଛି। ଭାରତର ଶତ୍ରୁଙ୍କ ସହ ବନ୍ଧୁତା କରୁଛି। କେବଳ ଏତିକି ନୁହେଁ, ପାକିସ୍ତାନୀ ଏବଂ ଖଲିସ୍ତାନୀ ଆତଙ୍କୀଙ୍କୁ ସାହାଯ୍ୟ କରୁଛି। ଦେଶବିରୋଧୀ କାମରେ ଲିପ୍ତ ଅଛି ଅର୍ଶ ଡାଲା।

ଅର୍ଶ ଡାଲା..ଏ ନାଁ ସହ, ହୁଏତ ଆପଣ ଅନେକ ପରିଚିତ ନଥିବେ! ହେଲେ ଏ ଖଲିସ୍ତାନୀ ଆତଙ୍କୀର, ଅପରାଧର ତାଲିକା ଖୁବ ଲମ୍ବା। ହତ୍ୟା, ଅପହରଣ, ଡକାୟତି, ଦେଶ-ବିରୋଧୀ କାମ ସବୁଠି ତା’ର ନାଁ। ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରର ଜିଗରି ଦୋସ୍ତ ଆଉ ଲରେନ୍ସ ବିଷ୍ଣୋଇ ଠାରୁ ମଧ୍ୟ ଭୟଙ୍କର ଅର୍ଶ ଡାଲା। ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ତାଲିକାରେ ଥିବା ଅର୍ଶ ଡାଲାକୁ ଏକ ସୁଟଆଉଟ୍ ମାମଲାରେ ଗିରଫ କରିଛି କାନାଡା ପୋଲିସ। ଗତ ୪ ବର୍ଷ ଧରି କାନାଡାରେ ରହୁଛି ଅର୍ଶ ଡାଲା। କାନାଡରେ ରହି, ଭାରତ ବିରୋଧୀ ଆତଙ୍କୀ ଏବଂ ଅପରାଧୀ ନେଟୱର୍କ ଚଳାଉଛି। ଭାରତର ଶତ୍ରୁ, ଖଲିସ୍ତାନୀ ଆତଙ୍କୀ ହରଦ୍ୱୀ ସିଂ ନିଜର ସହ ଅର୍ଶ ଡାଲାର ଥିଲା ବନ୍ଧୁତା। NIA, ଦିଲ୍ଲୀ, ପୋଲିସ ଏବଂ ପଞ୍ଜାବ ପୋଲିସର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅଛି ଅର୍ଶ ଡାଲ।

ପଞ୍ଜାବାର ଡାଲା ଗାଁର ଅର୍ଶ ଡାଲା, ସାବାଳକ ହେବା ପୂର୍ବରୁ ଅପରାଧ ଦୁନିଆରେ ପାଦ ଥାପି ସାରିଥିଲା। ଚୋରିରୁ ଆରମ୍ଭ କରି ଧମକ ଚମକ ଦେବା ଏବଂ ମର୍ଡର ପ୍ଲଟ୍ ପ୍ରସ୍ତୁତର ମାଷ୍ଟର ମାଇଣ୍ଡ ହେଲା। ଧୀରେ ଧୀରେ କାନାଡାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ସହ ଯୋଗାଯୋଗରେ ଆସିଥିଲା। ୨୦୧୮ ପରେ ଅପରାଧ ଜଗତରେ ଅର୍ଶ ଡାଲାର ସକ୍ରିୟତା ବଢ଼ିଗଲା। ଗୋଲ୍ଡି ବ୍ରାରର ଇସାରାରରେ ପଞ୍ଜାବରେ ଆତଙ୍କ ଖେଳାଇବା ଆରମ୍ଭ କରିଦେଲା। ଖଲିସ୍ତାନୀ ଆତଙ୍କୀ ହରଦ୍ୱୀ ସିଂ ନିଜର ସଂସ୍ଫର୍ଶରେ ଆସିଥିଲା, ଭାରତର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର। ଭାରତୀୟ ପୋଲିସ ଆକ୍ସନ ମୋଡକୁ ଆସିବା ପରେ ୨୦୨୦ରେ କାନାଡାରେ ଆତ୍ମଗୋପନ କଲା ଅର୍ଶ ଡାଲା।

ହରଦ୍ୱୀପ ସିଂ ନିଜର ଏବଂ ଅର୍ଶ ଡାଲା ମିଶି ଏକ ଆତଙ୍କୀ ସଂଗଠନ ବନାଇଲେ, ଯେଉଁଥିରେ ୭୦୦ରୁ ଅଧିକ ସାର୍ପ-ସୁଟର କାମ କରନ୍ତି। ଏହି ଗ୍ୟାଙ୍ଗ୍, ପାକିସ୍ତାନ ଠାରୁ ଭାରତ ପର୍ଯ୍ୟନ୍ତ, ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ। ସେଥିପାଇଁ ଭାରତର ଗୃହ ବିଭାଗ ସେମାନଙ୍କୁ ଆତଙ୍କୀ ଘୋଷିତ କରିଛି। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି- NIA ପକ୍ଷରୁ ସେମାନଙ୍କୁ ପଳାୟନକାରୀ ଘୋଷଣା କରିବା ସହ ମୁଣ୍ଡ ପିଛା ୫ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି। ତେବେ ହରଦ୍ୱୀ ସିଂର ମୃତ୍ୟୁ ହୋଇଥିଲେ ସୁଦ୍ଧା ବିଷ୍ଣୋଇ ଗ୍ୟାଙ୍ଗ ଏବଂ ଗୋଲ୍ଡି ବ୍ରାର ସହ ଅର୍ଶ ଡାଲାର ଭଲ ସମ୍ପର୍କ ରହିଛି।