ବିପଦରେ ଗନ୍ଧମାର୍ଦ୍ଦନ

ଗନ୍ଧମାର୍ଦ୍ଦନ ଉପରେ ଆଦାନୀର ଆଖି।ଗନ୍ଧମାର୍ଦ୍ଦନକୁ ତାଡ଼ିଦେବାକୁ ଚାଲିଛି ଯୋଜନା।ଗନ୍ଧମାର୍ଦ୍ଦନକୁ ନଷ୍ଟ କରିବାକୁ ଯୋଜନ କରୁଛି ଆଦାନୀ ଗ୍ରୁପ୍। ବକ୍ସାଇଟ ଖୋଳିବାକୁ ଯାଇ ମାଟିରେ ମିଶି ଯାଇପାରେ ଗନ୍ଧମାର୍ଦ୍ଦନ।ବଲାଙ୍ଗିର-ବରଗଡ଼ ଜିଲ୍ଲା ସୀମାନ୍ତ  ଗନ୍ଧମାର୍ଦ୍ଦନ ପାହଡ଼ର ପାଦଦେଶରେ ଜମି  କିଣିଛି ଆଦାନୀ ଗ୍ରୁପ। ଗୁଜରାଟର ଅହମଦାବାଦସ୍ଥିତ ଆଦାନୀ କର୍ପୋରେଟ୍‌  ହାଉସ ପକ୍ଷରୁ ‘ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ  ଲିମିଟେଡ଼’ ନାଁରେ ସେଠି ଜମି କିଣାଯାଇଛି। ପାହାଡ଼ ପାଦଦେଶରେ ଥିବା ଖପ୍ରାଖୋଲ ତହସିଲ ଅନ୍ତର୍ଗତ ଭରୁଆମୁଣ୍ଡା ମୌଜାର ୧୮.୩୯ ଏକର ଜମି କମ୍ପାନି ନାଁରେ ପଞ୍ଜିକୃତ ଆରଓଆର ଭାଇରାଲ ହେଉଛି।

 ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରଚୁର ପରିମାଣର ବକ୍ସାଇଟ ରହିଛି।ଯାହାକୁ  ପୂର୍ବରୁ ଥରେ ଉତ୍ତୋଳନ କରିବାକୁ ଆସି (ଭାରତ ଆଲୁମିନିଅମ କମ୍ପାନି) ବାଲକୋ  ବିଫଳ ହୋଇ ଫେରିଯାଇଛି। ତେଣୁ ଆଦାନୀ ଗ୍ରୁପର ଜମିକିଣା ତଥ୍ୟ ସାମ୍ନାକୁ ଆସିବା ପରେ ପୁଣିଥରେ ବକ୍ସାଇଟ ଖୋଳାଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ଏହାକୁ ନେଇ ବଲାଙ୍ଗିର  ଓ ବରଗଡ଼ ଜିଲ୍ଲାରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।ସେପ୍ଟେମ୍ବର ୭ତାରିଖରେ ମହାନଦୀ ମାଇନ୍‌ସ ଆଣ୍ଡ ମିନେରାଲ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ବା ଆଦାନୀ କର୍ପାରେଟ୍‌  ହାଉସ,ଅହମଦାବାଦ୍‌, ଗୁଜରାଟ ପକ୍ଷରୁ ଭରୁଆମୁଣ୍ଡା  ମୌଜାରେ ୧୮.୩୯ ଏକର ଜମି କିଣାଯାଇଛି ଜମି କିଣାବିକା ବାବଦରେ ୪ଟି ଦାଖଲ ଖାରଜ  ମାମଲା ହୋଇଛି।ଯେଉଁଥିରେ ସମୁଦାୟ ୨୪ଟି ପ୍ଲଟ ରହିଛି ।କେବଳ ୧୮ ଏକର ନୁହେଁ  ସେହି ଅଞ୍ଚଳରେ ବିଭିନ୍ନ ନାଁରେ ଆହୁରି ଜମି କିଣାଯାଇଥିବା ଚର୍ଚ୍ଚା  ହେଉଛି। 

ଅନ୍ୟ ପାର୍ଶ୍ୱରେ ଦେଖିବାକୁ ଗଲେ କେବଳ ଖଣି ଖନନକୁ ସୁହାଇବାଭଳି  ନିକଟରେ ବରଗଡ଼-ନୂଆପଡା ଟ୍ରେନ୍ ଲାଇନକୁ ଗ୍ରୀନ୍ ସିଗନାଲ ଦିଆଯିବା ସହ ପାଟଣାଗଡ଼ରେ ଏୟାରଷ୍ଟ୍ରିପ କରିବାକୁ ଯୋଜନା  ଚାଲିଥିବା ଚର୍ଚ୍ଚା ହେଉଛି। ଏହି ପ୍ରସଙ୍ଗ ନେଇ ସୋସିଆଲ  ମିଡିଆରେ ଦୋଷ ଲଦାଲଦି ଚାଲିଥିବା ବେଳେ ଗନ୍ଧମାର୍ଦ୍ଦନ  ସୁରକ୍ଷା ପରିଷଦ ସମେତ ବିଭିନ୍ନ ସଂଗଠନ ପୁଣିଥରେ ଆକ୍ଟିଭ୍ ହୋଇ ଉଠିଛନ୍ତି।୩ଦଶନ୍ଧି ପୂର୍ବରୁ  ବାଲକୋ ଗନ୍ଧମାର୍ଦ୍ଦନରେ ଖଣି ଖନନ ଉଦ୍ୟମ କରିବାରୁ ତାହାକୁ  ବିରୋଧ କରି ହଜାରହଜାର ଆଦିବାସୀ, ସ୍ଥାନୀୟ ଅଧିବାସୀ ମିଶି ‘ବାଲକୋ ହଟାଓ ଆନ୍ଦୋଳନ’ କରିଥିଲେ।  ୧୯୮୩ରୁ ୧୧୯୧ ମସିହା ପର୍ଯ୍ୟନ୍ତ ଚାଲିଥିବା ଆନ୍ଦୋଳନରେ  ତତ୍କାଳୀନ ସରକାର ଖଣି ଖନନ ପାଇଁ ଅନୁମତି ଦେଇଥିଲେ  ମଧ୍ୟ ଆନ୍ଦୋଳନ ଆଗରେ ଶେଷରେ ମୁଣ୍ଡ ନୁଆଇଥିଲା ଏବଂ  ବାଲକୋ ଫେରିଯାଇଥିଲା। ତେବେ ଆଦାନୀ ଗ୍ରୁପ ଜମି କିଣିବା  ପରେ ସେହି ପ୍ରସଙ୍ଗ ପୁଣିଥରେ ଉଠିଛି।ରାମଙ୍କ ସହ ଜଡିତ ଥିବା ଗନ୍ଧମାର୍ଦ୍ଦନର ସୁରକ୍ଷା ବନାମ ଆଦାନୀର ଚର୍ଚ୍ଚା ଆଗକୁ କି ମୋଡ଼ ନେଉଛି ତାହା ଦେଖିବା ବାକି।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *