କିଏ ଯିବେ ରାଜ୍ୟସଭା?

କିଏ ହେବେ BJPର ରାଜ୍ୟସଭା ସାଂସଦ ପ୍ରାର୍ଥୀ?କାହାକୁ ରାଜ୍ୟସଭା ପଠେଇବାକୁ ପ୍ଲାନ୍ କରୁଛି ବିଜେପି?ସୁଜିତଙ୍କ ରାଜ୍ୟସଭା ରିପିଟ ନା ଥଇଥାନ୍ ହେବେ ବିଜେପିର ବରିଷ୍ଠ ନେତା?ମମତା ମହନ୍ତଙ୍କ ଭଳି ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସୁଜିତ୍ କୁମାର ପୁଣିଥରେ ରାଜ୍ୟସଭା ଯିବେ ନା ଅନ୍ୟ ବିଭାଗରେ ହେବେ ଥଇଥାନ୍?ରାଜ୍ୟସଭା ବାଇପୋଲର ଡେଟ ଆନାଉନ୍ସ ପରେ ଏବେ ଏସବୁ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଚାଲୁଛି।ସୁଜିତଙ୍କ ରାଜ୍ୟସଭା ରିପିଟ ନା ନିର୍ବାଚନରେ ସିଟ ହାସଲ କରିନଥିବା ନେତାଙ୍କ ଥଇଥାନ୍? ବିଜେପିର ମାଷ୍ଟର ପ୍ଲାନକୁ ନେଇ ଚାଲିଛି ଅଙ୍କକଶା।

ତେବେ ରାଜ୍ୟସଭା ଉପନିର୍ବାଚନକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ଆଉ ମାତ୍ର କେଇଟା ଦିନ ପରେ ଡିସେମ୍ବର ୨୦ ତାରିଖରେ ହେବ ରାଜ୍ୟସଭା ଉପନିର୍ବାଚନ।ଭାରତର ୪ ଟି ରାଜ୍ୟରେ ୬ ଟି ରାଜ୍ୟସଭା ସିଟ ପାଇଁ ହେବ ବାଇ ଇଲେକ୍ସନ୍।ଆନ୍ଧ୍ରପ୍ରଦେଶରୁ ୩ ଟି ଆସନ,ଓଡ଼ିଶାର ଗୋଟାଏ ଆସନ,ହରିୟାଣାର ଗୋଟାଏ ଆସନ ସହ ପଶ୍ଚିମବଙ୍ଗର ଗୋଟାଏ ରାଜ୍ୟସଭା ଆସନ ପାଇଁ ଡିସେମ୍ବର ୨୦ ତାରିଖରେ ମତଦାନ ହେବ। ତେବେ ଏ ୬ ଟି ଆସନରୁ ୫ ଟି ରାଜ୍ୟସଭା ସିଟ୍ NDA ଖାତାକୁ ଯିବା ଥୟ। କାରଣ କେବଳ ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ବାକି ତିନୋଟି ରାଜ୍ୟରେ ଏନଡିଏର ସ୍ଥିତି ସୁଦୃଢ ଅଛି। ଓଡ଼ିଶାରେ ବିଜେପି ସଦସ୍ୟଙ୍କ ସଂଖ୍ୟାଗରିଷ୍ଠତା ଥିଲା ବେଳେ ହରିୟାଣା ଏବଂ ଆନ୍ଧ୍ର ପ୍ରଦେଶର ରାଜ୍ୟସଭା ସିଟ୍ ମଧ୍ୟ ଏନଡିଏ ଖାତାକୁ ଆସିବ। ଇଣ୍ଡିମେଣ୍ଟ ଖାତାକୁ କେବଳ ଗୋଟାଏ ରାଜ୍ୟସଭା ଆସନ ଯିବ।

ତେବେ ଯଦି ଓଡ଼ିଶା କଥା ବିଚାରକୁ ନିଆଯାଏ ଏଠି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ ବିଜୟ ହେବ । ରାଜ୍ୟସଭାରେ ବିଜୁ ଜନତା ଦଳର ସଂଖ୍ୟା କମିବା ସହ ଭାରତୀୟ ଜନତା ପାର୍ଟିର ସଭ୍ୟଙ୍କ ସଂଖ୍ୟା ୨ ରୁ ତିନିକୁ ବୃଦ୍ଧି ପାଇବ।

ବିଜୁ ଜନତା ଦଳର ସରକାର ଥିବା ସମୟରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡି।ବିଜେପି ପ୍ରାର୍ଥୀ ଭାବରେ ସେ ରାଜ୍ୟସଭାକୁ ଯାଇଥିଲେ।ପରବର୍ତ୍ତୀ ପରିସ୍ଥିତିରେ ବିଜୁ ଜନତା ଦଳରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ମମତା ମହନ୍ତ ୩୧ ଜୁଲାଇରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ।ଠିକ୍ ତା ପରଦିନ ବିଜେପିରେ ସାମିଲ୍ ହୋଇ ପୁଣି ଥରେ ଅଗଷ୍ଟ ୨୭ ତାରିଖର ବାଇ ଇଲେକ୍ସନରେ ରାଜ୍ୟସଭାକୁ ରି ଇଲେକ୍ଟ ହୋଇଥିଲେ। ତେବେ ସୁଜିତଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଘଟିପାରେ ବୋଲି ଅନୁମାନ କରାଯାଇଛି। ମମତାଙ୍କ ଭଳି ତାଙ୍କ ପାଇଁ ବି ସେମ୍ ଥିୟୋରୀ ଆପ୍ଲାଏ କରିପାରେ ବିଜେପି।

ଏମିତିରେ ବି ବିଜେପି ଯାହାକୁ ପ୍ରାର୍ଥୀ କରିବ ସିଏ ହିଁ ରାଜ୍ୟସଭା ଭୋଟ୍ ଜିତିବେ।ସଂଖ୍ୟାର ହିସାବ ଅନୁସାରେ ବିଜେପିର ପଲ୍ଲା ଭାରି। ବିଜେପିର ନିର୍ବାଚିତ ବିଧାୟକଙ୍କ ସଂଖ୍ୟା ୭୮ ହୋଇଥିଲା ବେଳେ ୩ ସ୍ୱାଧିନ ବିଧାୟକ ବିଜେପି ସପକ୍ଷରେ ଅଛନ୍ତି।ତେଣୁ ବିଜେପି ଖାତାରେ ୮୧ ଭୋଟ୍ ଥିଲା ବେଳେ ବିରୋଧିଙ୍କ ପାଖରେ ରହିବ ୬୬ ଭୋଟ। ବିଜୁ ଜନତା ଦଳର ୫୧ ବିଧାୟକ,କଂଗ୍ରେସର ୧୪ ବିଧାୟକ ଏବଂ ସିପିଏମର ଜଣେ ବିଧାୟକଙ୍କୁ ମିଶେଇଲେ ବିରୋଧିୀଙ୍କ ପାଖରେ ଭୋଟ୍ ସଂଖ୍ୟା ୬୬ ହେବ। ୮୧ ବନାମ ୬୬ର ଲଢେଇରେ ବାଜିମାତ୍ କରିବ ବିଜେପି। ତେବେ ଯେହେତୁ ବିଜେପି ମମତା ମହନ୍ତଙ୍କୁ ପୁଣି ଥରେ ଚାନ୍ସ ଦେଇଛି ସୁଜିତ୍ କୁମାରଙ୍କ କ୍ଷେତ୍ରରେ ବି ସମାନ ପରସ୍ଥିତି ଘଟିପାରେ ବୋଲି ଚର୍ଚ୍ଚା। କାରଣ ମମତା ମହନ୍ତଙ୍କ ବାଇ ଇଲେକ୍ସନ ଟାଇମରେ ଜଗା ପ୍ରଧାନଙ୍କ କଥା ଚର୍ଚ୍ଚା ହେଉଥିଲା ବେଳେ ପରେ ବିଜେପି ତାଙ୍କୁ ଡୋମି କ୍ୟାଣ୍ଡିଡେଟ୍ କରିଥିବା ସ୍ପଷ୍ଟ ହୋଇଥିଲା।

ଆଉ ଏମିତିରେ ବି ଦେଖିବାକୁ ଗଲେ ସୁଜିତ କୁମାର ଫିଲ୍ଡରେ ଆଦୌ ଆକ୍ଟିଭ୍ ନୁହନ୍ତି। ବିଜୁ ଜନତା ଦଳର ସରକାରରେ ପର‌୍ୟ୍ୟାପ୍ତ ସୁଯୋଗ ଥାଇ ବି ସେ ଫିଲ୍ଡରେ ଆକ୍ଟିଭ୍ ନଥିଲେ। ତେଣୁ ତାଙ୍କୁ ହୁଏତ ପ୍ରତ୍ୟକ୍ଷ ଫିଲ୍ଡରେ ବିଜେପି ରଖି ନପାରେ। ଓଡ଼ିଶାର ସବୁଠୁ ପୁରୁଣା ଇଞ୍ଜିନିୟରିଂ କଲେଜ ବୁର୍ଲାରୁ ପାସ ଆଉଟ ହୋଇ ବିଦେଶ ଫେରନ୍ତା ଓଡ଼ିଆ ସୁଜିତଙ୍କୁ ହୁଏତ ପୁଣି ଥରେ ରାଜ୍ୟସଭା ପଠାଇ ରାଜ୍ୟସଭାରେ ଓଡ଼ିଶାର ଦବଦବା ବଢାଇବାକୁ ପ୍ଲାନ୍ କରୁଥାଇପାରେ ବିଜେପି। ଯଦି ଏ ଅନୁମାନ ସତ ହୁଏ ତେବେ ମମତାଙ୍କ ପରେ ପୁଣି ରିପିଟ ଏଣ୍ଟ୍ରି କରିପାରନ୍ତି ସୁଜିତ କୁମାର।
ରଶ୍ମିତା ବେହେରା

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *